Author: sanitelevision

ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି।ଏହାଦ୍ବାରା ୨୩ ଓ ୨୪ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୨୫ ଓ ୨୬ ତାରିଖରେ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହୋଇପାରେ।

Read More

ରେଭେନ୍‌ଶାର ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଷ୍ଟ୍ ହଷ୍ଟେଲ୍‌ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରିଥିବା ଅଭିଯୋଗକୁ ଆଧାର କରି କାର୍ଯ୍ୟନୁଷ୍ଠାନ । ବିଳମ୍ବିତ ରାତିରେ ଖବର ପାଇ ହଷ୍ଟେଲରେ ପହଞ୍ଚି ଥିଲେ କୁଳପତି, ୱାଡେନ୍ ଏବଂ ଅନ୍ୟାନ୍ୟ ଅଧ୍ୟାପକ। ଅଭିଯୋଗର ତଦନ୍ତ କରିବ ଏକ କମିଟି ।ଆଗରୁ ମଧ୍ୟ ଏହିଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି, ଯେଉଁଥିପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। କିନ୍ତୁ ତା ପରେ ମଧ୍ୟ ରାଗିଂ କମୁନାହିଁ।

Read More

ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଏହା ସତ୍ୟ ଜଣେ ବ୍ୟବସାୟୀ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ଆସିଛି ୨୦ ଲକ୍ଷ କୋଟି ଟଙ୍କା। ଏହାପରେ ସେ ସାଇବର ଥାନାକୁ ଯାଇଥିଲେ କିନ୍ତୁ ପୋଲିସ୍ ତାଙ୍କୁ ଫେରାଇ ଦେଇଥିଲା ତେବେ ଏହାପରେ ସେ ହାଇ କୋର୍ଟକୁ ଯାଇଥିଲେ। ତାଙ୍କର ଲୋନ୍ ଆବଶ୍ୟକ ଥିଲା ତେବେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ୍ ତଥ୍ୟ ଓ ଓଟିପି ଦେଇଥିଲେ। ଏଥି ପାଇଁ ସେ କୋଲକାତା ଯାଇଥିଲେ ସେଠାରେ ୩ ଦିନ ରହିବା ପରେ ସେ ଫେରି ଆସିଥିଲେ। ପରେ ଯେବେ ଯାଇ ସେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଚେକ୍ କରନ୍ତି ତେବେ ୪ କୋଟି ୨୧ ଲକ୍ଷ ଆସିଥିଲା। ବ୍ୟବସାୟୀ ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ମଧ୍ୟ ବିଭିନ୍ନ ବ୍ୟାଙ୍କ ଆକଉଣ୍ଟକୁ ଟଙ୍କା ଯାଇଥିଲା। ତେବେ ସେ ସାଇବର ଠକେଇ ଜାଣିବା ପରେ ନିଜ ଆକାଉଣ୍ଟ୍ କୁ ବ୍ଲକ୍ କରିଥିଲେ କିନ୍ତୁ…

Read More

ପିପିଲିର ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣାରେ ଅତ୍ୟନ୍ତ ଦୁଃଖିତ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆମ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବେ । ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ । ଅପରାଧୀ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ଆମେ ଚେଷ୍ଟା କରିବୁ । ଏମ୍ସରେ ଚିକିତ୍ସିତ ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଅନ୍ୟପଟେ ଘଟଣା ନେଇ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିବା ସହିତ ଲେଖିଛନ୍ତି, ଏହି ଅଭାବନୀୟ ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ। ଏହି ଘଟଣାକୁ ସରକାର ଗମ୍ଭୀରତାର ସହ ନେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏମ୍ସ ହସ୍ପିଟାଲରେ…

Read More

ବଳଙ୍ଗା ପୀଡ଼ିତାଙ୍କ ସ୍ଥିତିକୁ ନେଇ ଭୁବନେଶ୍ବର ଏମ୍ସ ମୁଖ୍ୟ ଡାକ୍ତର ଆଶୁତୋଷ ବିଶ୍ବାସ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ତଥ୍ୟ । କହିଛନ୍ତି, ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି । ତା ଶରୀରର ୭୫ ଭାଗ ପୋଡ଼ିଯାଇଛି । ତେବେ ଶ୍ବାସନଳୀ ଏବଂ ଅନ୍ୟ ଅର୍ଗାନ ଗୁଡ଼ିକ କାର୍ଯ୍ୟ କରୁଛି କି ନା ତା ଉପରେ ଡାକ୍ତରୀ ଟିମ୍ ନଜର ରଖିଛି । ତେବେ ଆସନ୍ତା ୪୮ରୁ ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ।ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି । ୨୦/୨୫ ପ୍ରତିଶତ ଛାଡ଼ି ସବୁ ପୋଡ଼ିଛି । ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ ବୋଲି କହିଛନ୍ତି।ପୀଡ଼ିତାଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତର ବିଶ୍ବାସ । ତେବେ ଆଜି ବିଜେଡ଼ି ପୀଡିତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବାକୁ ଦାବି କରିଥିଲା ।…

Read More

ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡିଥିବା ଅଭିଯୋଗ କରି ଭୁବନେଶ୍ବରରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ ମଧ୍ୟ କରାଯାଇଛି । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ହେଲେ ପୋଲିସ ଏଜି ଛକରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା। ଏହି ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି॥

Read More

ନିମାପଡ଼ା ବଳଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣା । ପୀଡ଼ିତାଙ୍କ ଶରୀର 70% ଜଳିଯାଇଥିବା ଏମ୍‌ସର ସୂଚନା । ଗୁରୁତର ନାବାଳିକା ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସାଧୀନ ରହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସେପଟେ ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ଓ ଡଗ ସ୍କ୍ବାଡ ଯାଞ୍ଚ କରିଛି । ପୁରୀ ଏସପି ପିନାକ ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।। ବର୍ଣ୍ଣ ୱାର୍ଡ ବାହାରେ ନୋଟିସ୍‌ ଲାଗିଛି । ଏହି ନୋଟିସ୍‌ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ । କୌଣସି ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ । ଏଥିସହିତ ଏମ୍‌ସ ବାହାରେ ବ୍ୟାରିକେଡ୍‌ କରାଯାଇଛି । ଏମ୍‌ସ ରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

Read More

ବଳଙ୍ଗା ବାୟାବରରେ ନାବାଳିକାଙ୍କୁ ଜାଳିଦେବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଭଳି ଘଟଣା ଅତ୍ୟନ୍ତ ଉଦବେଗଜନକ ଓ ନିନ୍ଦନୀୟ । ଦିନ ଦିପହରରେ ହତ୍ୟା ଉଦ୍ୟମ ଘଟିଲା । FM କଲେଜ ଘଟଣାର କିଛି ଦିନ ପରେ ଏପରି ଘଟଣା ଘଟିଛି । ମାସେ ପୂର୍ବରୁ ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଏଭଳି ଘଟଣା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଚାଲିଛି । ମହିଳା ସୁରକ୍ଷା ନେଇ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ଏହାରି ଭିତରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କୁ ଟାର୍ଗେଟ୍ କରି ଅସନ୍ତୋଷ ଝାଡ଼ିଛନ୍ତି ।

Read More

ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ଛାତିଥରା କଥା କହିଲେ ପ୍ରତ୍ୟକ୍ଷଦର୍ଶୀ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଝିଅଟି ଜଳନ୍ତା ଅବସ୍ଥାରେ ଦୌଡି ଦୌଡି ଯାଇ ଆମ ଘରେ ପହଞ୍ଚିଥିଲା । ପୀଡିତା ଜଣଙ୍କ ହାତ ଯୋଡି କହିଲା ମୋତେ ବଞ୍ଚାଇ ଦିଅ ଓ ତଣ୍ଟି ଶୁଖିଯାଉଛି ପାଣି ଟିକେ ଦିଅ । ପୂରା ଶରୀର ପୋଡ଼ି ଯାଇଛି, ନିଆଁ ଲିଭାଇ ଡ୍ରେସ୍‌ ପିନ୍ଧାଇଲି । ମୁହଁକୁ ରୁମାଲ ପକାଇ ୩ ଦୁର୍ବୃତ୍ତ ବାଇକ୍‌ରେ ନେଇ ଆସିଥିଲେ କହିଲା । ବହି ଦେବାକୁ ଆସି ଫେରିଲା ବେଳେ ଏପରି ଘଟଣା ଘଟିଛି କହିଲା । ସେମାନେ କିଏ ପଚାରିବାରୁ ଚିହ୍ନିନି ବୋଲି ମୋତେ କହିଛି ।ତେବେ ବର୍ତ୍ତମାନ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡିତା । ୭୦ ପର୍‌ସେଣ୍ଟ ପୋଡି ଯାଇଥିବା ଡାକ୍ତର କହୁଛନ୍ତି । ପିପିଲି ବଳଙ୍ଗା ଘଟଣାରେ ୨ଟି ଅଧା କିରାସିନି ବୋତଲ ଜବତ ହୋଇଛି । ନାବାଳିକାର ପୋଡା କପଡା…

Read More

+୨ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ ଘଟଣା । ଏମ୍ସରେ ପହଞ୍ଚିଲେ କଂଗ୍ରେସ ଓ ବିଜେଡି। ଲେଖାଶ୍ରୀଙ୍କ ନେତୃତ୍ବରେ BJDର ୪ ଜଣିଆ ଟିମ୍‌ କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଏମ୍ସରେ ପହଞ୍ଚିଛନ୍ତି। ସୁର ରାଉତରାୟ ଓ ଜୟଦେବ ଜେନା ମଧ୍ଯ ଏମ୍‌ସରେ ଉପସ୍ଥିତ ଅଛନ୍ତି। ସୂଚନାମୁତାବକ ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ବାଇଆ ବରର ଜଣେ ଯୁକ୍ତ-୨ ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ । ସାଇକେଲ ରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାକୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି । ନାବାଳିକା ୬୦% ପୋଡି ଯାଇଛନ୍ତି । ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୋଡି ଛାତ୍ରୀ । କିଏ ଏମିତି କଲା ଓ କାହିଁକି କଲା ତଦନ୍ତ କରୁଛି ପୁଲିସ ।ଗତ ୧୨ ତାରିଖରେ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବା ପରେ,…

Read More