ହଠାତ୍ ବଦଳିଗଲା ମାଓବାଦୀଙ୍କ ସ୍ୱର । ଯେଉଁମାନେ ସରକାରଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ, ସେମାନେ ଏବେ ଶାନ୍ତି ଆଲୋଚନା ପାଇଁ ଚିଠି ଲେଖିଛନ୍ତି । ଯୁଦ୍ଧ ବିରତି କରି ଶାନ୍ତି ବାର୍ତ୍ତ ଲାଗି ଆହ୍ୱାନ । ୨୪ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅପରେଶନ କଗାର ଯୋଗୁ ଆଦିବାସୀଙ୍କ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଅପରେଶନ କଗାର ମାଧ୍ୟମରେ ନରସଂହାର ବନ୍ଦ କରିବାକୁ ଦାବି ହୋଇଛି । ୪୦୦ରୁ ଉର୍ଦ୍ଧ୍ବ ସଂଗ୍ରାମୀ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବହୁ ନୀରିହ ଆଦିବାସୀ ଜେଲ ଦଣ୍ଡ ଭୋଗୁଛନ୍ତି । ଫୋର୍ସ ପ୍ରତ୍ୟାହାର ସର୍ତ୍ତରେ ବାର୍ତ୍ତା ଲାଗି ପ୍ରସ୍ତୁତ ମାଓ ସଂଗଠନ । ତେବେ ନକ୍ସଲ ପ୍ରବଣ ଇଲାକା ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ତେଲଙ୍ଗାନା, ଝାରଖଣ୍ଡ ଏବଂ ମହାରାଷ୍ଟ୍ରରେ ଯବନଙ୍କ ଦ୍ୱାରା ଚାଲିଥିବା ଫାୟାରିଂ ଅପରେଶନକୁ ରୋକିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।ଛତିଶଗଡ଼, ଓଡ଼ିଶା ପ୍ରାନ୍ତ ସମେତ…
Author: sanitelevision
ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି । ବିଧାନସଭା ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।ବଲାଙ୍ଗୀର ଓ ଅବିଭକ୍ତ ସମ୍ବଲପୁର ଜିଲାରେ କ୍ୟାନସର୍ ରୋଗୀଙ୍କ ସଂଖ୍ୟା ବଢୁଛି । ଫସଲରେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି । ଜମିର ଗୁଣବତ୍ତା ନଷ୍ଟ ହେଉଛି ଏବଂ କ୍ୟାସନର ଭଳି ରୋଗ ବ୍ୟାପୁଛି । ଏଥିପାଇଁ ବଳଭଦ୍ର ଜୈବିକ ମିଶନକୁ ଗୁରୁତ୍ୱ ଦିଆଯାଉଛି । ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।ଅର୍ଗାନିକ୍ ବା ଜୈବିକ ଚାଷ ପାଇଁ କ’ଣ ବ୍ୟବସ୍ଥା କରାଯାଉଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।
ଏଣିକି ମାଗଣା ଚାଉଳ ସାଙ୍ଗକୁ ମାଗଣା ଗହବ ପାଇବେ ରାସନ ହିତାଧିକାରୀ । ନୂଆ ସରକାର ଆସିବା ଦିନଠୁ ଏହା ଶୁଣିବାକୁ ମିଳୁଛି । ହେଲେ କେବେ ମିଳିବ, ତାହା ଏବେ ପ୍ରଶ୍ନବାଚୀ । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚାଉଳ ସହ ଗହମ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲୁ, ତାକୁ ମଞ୍ଜୁରୀ ମିଳିଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ମିଳିବ । ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ପରିବହନ ସୁବିଧା ନଥିବାରୁ ଗହମ ଆସିପାରୁନଥିଲା । ପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ଗହମ ପହଞ୍ଚିଛି । କିନ୍ତୁ ଗହମ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ଓ ପରିବହନ ବ୍ୟବସ୍ଥା ସୁବିଧା ନଥିବାରୁ…
ମୋହନ ମାଝିଙ୍କ ଘିବ୍ଲି ଅବତାର ଦେଖିବାକୁ ମିଳିଛି । ଘିବ୍ଲି ଟ୍ରେଣ୍ଡରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ । ଏ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟ କରି ମୂଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର କେବଳ ମଧୁବାବୁଙ୍କ ଜନ୍ମମାଟି ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଆଧୁନିକ ଭାରତରେ ଓଡ଼ିଆ ଭାଷାର ଉତ୍ଥାନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାଙ୍କ ଜନ୍ମସ୍ଥଳୀ ହେଉଛି ଏ ପବିତ୍ର ମାଟି। ଯେଉଁ ମାଟିର ସନ୍ତାନ ସବୁ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି, ଆମକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିଲେ, ତାଙ୍କୁ ସଶ୍ରଦ୍ଧ ପ୍ରଣିପାତ।
କୋଶଳୀ ଭାଷାକୁ ମିଳୁ ରାଜ୍ୟ ଭାଷାର ସ୍ଵୀକୃତି ଏନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । କୋଶଲିକୁ ରାଜ୍ୟ ଭାଷା ଭାବରେ ମାନ୍ୟତା ଦେବା ଏବଂ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଏହାକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।ଓଡ଼ିଶା କହିଲେ ସମଗ୍ର ଅଞ୍ଚଳ । ଭାଷା ଓ ଭୂଷଣକୁ ଛାଡି ଜାତି ବଞ୍ଚି ପାରିବନି । ଓଡ଼ିଶାର ୧୧ ଜିଲ୍ଲାର ଦେଢ଼ କୋଟି ଲୋକ ସମ୍ବଲପୁରୀ, କୋଶଳୀ ଭାଷା, ସମ୍ବଲପୁରୀ କୋଶଳୀ ଭାଷା ବ୍ୟବହାର କରନ୍ତି । ପୂର୍ବରୁ ଅନେକ ବାର ସଂସଦରେ ଉଠିଛି ଏହି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ । ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କୁ ପୁନର୍ବାର ପ୍ରସ୍ତାବ ପଠାଇବାକୁ ଦାବି କଲେ ପ୍ରସନ୍ନ । ରାଜ୍ୟ ସରକାର ମଧ୍ୟ ଏହାକୁ ରାଜ୍ୟ ଭାଷା ଭାବେ ସ୍ଵୀକୃତି ଦିଅନ୍ତୁ । ହାଲକା ଭାବେ ନନେଇ…
ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସେ କହିଛନ୍ତି ଯେ, ୩ ମାସ ମଧ୍ୟରେ ଆରମ୍ଭ ହେବ କାର୍ଯ୍ୟ । ସବସିଡିରେ ଗହମ, ଡାଲି, ଚିନି, ଚାଉଳ ଆଦି ମିଳିବ । ଗୁଜୁରାଟ ଏବଂ ଦିଲ୍ଲୀ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା କଥା ପୂର୍ବରୁ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନ୍ୟପଟେ ଗତବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ ଅଧିକ ଧାନ କିଣିଛନ୍ତି ସରକାର । ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ପ୍ରତ୍ୟେକ ବର୍ଷ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନିଏ, ଏଥର କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆଉ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ…
ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ବିଭତ୍ସ ହତ୍ୟା ଘଟଣା । ସାମାନ୍ୟ ବିବାଦରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଇଗଲେ ସ୍ୱାମୀ । ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ସୂଚନା ମୁତାବକ, ବିଳମ୍ୱିତ ରାତିରେ ଖାଇସାରି ସ୍ତ୍ରୀ ଶୋଇବାକୁ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ସ୍ଵାମୀ ସ୍ତ୍ରୀକୁ ଖାଇବାକୁ ମାଗିଥିଲା। ମାତ୍ର ସ୍ତ୍ରୀ ଖାଇବାକୁ ନ ଦେବାରୁ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି। ତେବେ ସ୍ୱାମୀର ଟଙ୍ଗିଆ ଚୋଟରେ ସ୍ତ୍ରୀ ପ୍ରାଣ ହରାଇଥିଲା। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଦେଓଗାଁ ପୋଲିସ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ହତ୍ୟାକାରୀ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ । କେଉଁ ପରିସ୍ଥିତିରେ ଏବଂ କିଭଳି ହତ୍ୟା କରିଛି, ସେନେଇ ଛାନ୍ଭିନ୍ କରୁଛି ପୋଲିସ…
ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ ଲଗାତର ଭାବେ ସୁନା କିଣୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଅଧିକ ରହିଛି। ସୋମବାର ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ପିଛା ୭୦୦ରୁ ଅଧିକ ଟଙ୍କା ବଢ଼ିଛି । ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଭୁବନେଶ୍ବରରେ ସପ୍ତାହକ ମଧ୍ୟରେ ୨୨ କ୍ୟାରେଟ୍ ସୁନା ୩ହଜାରରୁ ଅଧିକ ମହଙ୍ଗା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନା ୨୫୧୦ ଟଙ୍କା ମହଙ୍ଗା ହୋଇଛି ।ଏଥିସହ ଶେୟାର ବଜାର ଖସୁଥିବାରୁ ବିକଳ୍ପ ନିବେଶ ଭାବେ ସୁନା ଚାହିଦା ବେଶ୍ ବଢ଼ିଛି। ଏହି କାରଣରୁ ସୁନା ଦର ବୃଦ୍ଧି ପାଉଥିବା ଅଲ୍ ଇଣ୍ଡିଆ ସରାଫ ଆସୋସିଏଶନ କହିଛି।
ପୁରୀ ଶ୍ରୀମନ୍ଦିର ପାଇଁ ଆଜି ଠାରୁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ଚୟନ ପ୍ରକ୍ରିୟା ଆରମ୍ଭ। ୫ଟି ପର୍ଯ୍ୟାୟରେ ୧୭୨ ଅଫିସର ଓ ୧୪୯୯ ସିପାହୀ ଚୟନ ହେବେ । ଆଜି ୩୨୯ ଜଣ ପୋଲିସ କର୍ମଚାରୀ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଜଣେ ଆଇଜି, ଡିଆଇଜି ଓ ପୁରୀ ଏସପି ସଦସ୍ୟ ରହିଛନ୍ତି । ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ଚାଲିବ । ବିଭିନ୍ନ ରାଙ୍କରେ ୧୬୭୧ ଜଣ ମନୋନିତ ହେବେ । ପ୍ରଥମେ ସଶସ୍ତ୍ର ପୋଲିସ ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସ ମାନଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ । ରାଜ୍ୟ ପୋଲିସ କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଡାଣ୍ଟ, ଜଣେ ଆସିଷ୍ଟାଣ୍ଟ କମାଡାଣ୍ଟ,୮ ଜଣ ଇନ୍ସପେକ୍ଟର, ୩୧ ଜଣ ସବ ଇନ୍ସପେକ୍ଟର,୨୪ ଜଣ…
ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍ର ନିର୍ମାଣ ଶେଷ । ସମୁଦ୍ର ଭିତରେ ଏହି ବ୍ରିଜ୍ ତିଆରି ହୋଇଛି । ଆସନ୍ତା ଏପ୍ରିଲ ୬ ତାରିଖ ଅର୍ଥାତ୍ ରାମନବମୀରେ ପମ୍ବନ ବ୍ରିଜ୍କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପରୀକ୍ଷଣ ସଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପମ୍ବନ ପୋଲରେ ରେଲୱେ, ତଟରଖୀ, ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ୨୯ ମାର୍ଚ୍ଚରେ ପୋଲ ଖୋଲିବା ପୂର୍ବାଭ୍ୟାସ ପରୀକ୍ଷଣ ସମ୍ପନ୍ନ ହୋଇଥିଲା। ପୁରୁଣା ପମ୍ବନ ପୋଲର ସେଝର ନିକଟରେ ମଧ୍ୟ ତଟରଖି ଜାହାଜର ଚଳାଚଳ ସ୍ଥିତିକୁ ମଧ୍ୟ ପରଖାଯାଇଛି। ଉଭୟ ପଟୁ ଯେପରି ଏହି ଜାହାଜ ଗୁଡ଼ିକ ସହଜରେ ଯାତ୍ରା କରିବ ତାର ବିସ୍ତୃତ ଦିଗ ଉପରେ ପରୀକ୍ଷଣ କରାଯାଇଥିଲା। ସେହିଭଳି ଟ୍ରେନ ଚଳାଚଳ କରାଯାଇ ଏହାର ସମୟକୁ ମଧ୍ୟ ବିଚାର କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସମୁଦ୍ର ଯାତାୟାତକୁ ସୁଗମ କରିବା ପାଇଁ…









