ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଥିଲେ। ଭାରତୀୟ ରାଜସ୍ବ ସେବା (IRS)ର ୨୦୦୯ ବ୍ୟାଚ ଅଧିକାରୀ କପିଲ ରାଜ ପ୍ରାୟ ୧୬ ବର୍ଷ ସେବା ପରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ, ଭାରତର ରାଷ୍ଟ୍ରପତି ଜୁଲାଇ ୧୭ରୁ ଭାରତୀୟ ରାଜସ୍ବ ସେବା (ସୀମା ଏବଂ ପରୋକ୍ଷ କର)ରୁ ତାଙ୍କ ଇସ୍ତଫା ଗ୍ରହଣ କରିବେ।ରିପୋର୍ଟରେ ଆହୁରି କୁହାଯାଇଛି ଯେ ପୂର୍ବତନ ଆଇଆରଏସ ଅଧିକାରୀ ଚାକିରିରୁ ଇସ୍ତଫା ଦେବା ପାଇଁ “ବ୍ୟକ୍ତିଗତ କାରଣ” ଦର୍ଶାଇଛନ୍ତି।ତାଙ୍କର ଚାକିରିରେ ପ୍ରାୟ ୧୫ ବର୍ଷ ବାକି ଥିଲା। କିନ୍ତୁ, ୧୫ ବର୍ଷ ବାକି ଥିବା ସତ୍ତ୍ୱେ, ସେ ବ୍ୟକ୍ତିଗତ…
Author: sanitelevision
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅନଲାଇନ ବେଟିଂ ଆପ୍ସର ପ୍ରଚାରରେ ଗୁଗଲ ଏବଂ ମେଟାକୁ ନୋଟିସ ଜାରି କରିଛି। ED ଅଭିଯୋଗ କରିଛି ଯେ, ଉଭୟ କମ୍ପାନୀ ଏହି ଆପ୍ସର ବିଜ୍ଞାପନକୁ ପ୍ରମୁଖ ଭାବରେ ଦେଖାଇଛନ୍ତି। ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ଜୁଲାଇ ୨୧ରେ ପଚରାଉଚରା ପାଇଁ ଡକାଯାଇଛି। ଏହି ତଦନ୍ତ ଅନଲାଇନ ବେଟିଂର ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ପ୍ରୟାସର ଏକ ଅଂଶ।ଇଡି ଗୁଗୁଲ୍ ଏବଂ ମେଟା ଉପରେ ବେଟିଂ ଆପ୍ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛି। ଏବେ ଏହି ଦୁଇ କମ୍ପାନୀର ପ୍ରତିନିଧିମାନଙ୍କୁ ତଦନ୍ତ ସଂସ୍ଥା ସମ୍ମୁଖରେ ହାଜର ହେବାକୁ ପଡିବ ଏବଂ କେବଳ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ନାହିଁ, ବରଂ ସେମାନଙ୍କର ପକ୍ଷ ମଧ୍ୟ ଉପସ୍ଥାପନ କରିବାକୁ ପଡିବ।ଇଡି ସାରା ଦେଶରେ ଅନଲାଇନ୍ ବେଟିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି। ସମ୍ପ୍ରତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତେଲେଙ୍ଗାନାର ଅନେକ ବଡ଼ ଫିଲ୍ମ ତାରକାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ବିଜୟ…
ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପିପିଲିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ନିମାପଡ଼ାର ଏ ଘଟଣା ସଭ୍ୟ ସମାଜ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାମୁତାବକ, ଛାତ୍ରୀ ଜଣଙ୍କ ଚାଲି ଚାଲି ସାଙ୍ଗ ଘରକୁ ଯିବା ବେଳେ ଏଭଳି କାଣ୍ଡ ଘଟଣା ଥିଲେ ଦୁର୍ବୃତ୍ତମାନେ । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ଆସି ଯୁବତୀ ଜଣଙ୍କୁ ରକ୍ଷା କରିଥିଲେ । ଏହି ଘଟଣା ପରେ ବଳଙ୍ଗା ବାଇଆବର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ବଳଙ୍ଗା…
ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହୋଇଛି । ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।ହଲମାର୍କିଂ ସୁନାର ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ। ନୂଆ ଘୋଷଣା ଅନୁଯାୟୀ, ୯ କ୍ୟାରେଟ୍ ଅଳଙ୍କାର ଉପରେ ମଧ୍ୟ ହଲମାର୍କ କରିବା ବାଧ୍ୟତାମୂଳକ ହେବ। ଏହା ପୂର୍ବରୁ ୨୪ କ୍ୟାରେଟ୍, ୨୩ କ୍ୟାରେଟ୍, ୨୨ କ୍ୟାରେଟ୍, ୨୦ କ୍ୟାରେଟ୍, ୧୮ କ୍ୟାରେଟ୍ ଏବଂ ୧୪ କ୍ୟାରେଟ୍ ଅଳଙ୍କାର ଉପରେ ହିଁ ହଲମାର୍କ କରାଯାଉଥିଲା।ଏ ସଂପର୍କରେ ଅଲ ଇଣ୍ଡିଆ ଜେମ୍ସ ଏଣ୍ଡ ଜୁଏଲାରୀ ଡୋମେଷ୍ଟିକ୍ କାଉନସିଲ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ଯେ ବିଆଇଏସ ଆଇନ ଅନୁସାରେ ଜୁଏଲାରୀ ଓ ହଲମାର୍କିଂ ସେଣ୍ଚରଗୁଡ଼ିକୁ ଏହି ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ । ପୂର୍ବରୁ ୯ କ୍ୟାରେଟ୍ ସୁନାକୁ ବାଧ୍ୟତାମୂଳକ ହଲମାର୍କିଂରୁ ବାଦ ଦିଆଯାଇଥିଲା । ଏବେ…
ଇତିହାସ ରଚିଲା ଓଡ଼ିଆ ଫିଲ୍ମ ନବକଳେବର । ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ପ୍ରଥମ ଓଡ଼ିଆ ଫିଲ୍ମ । ରାଷ୍ଟ୍ରପତି ଭବନର କର୍ମଚାରୀ, ଫିଲ୍ମର ପ୍ରଯୋଜନା ଟିମ୍, ନିର୍ଦ୍ଦେଶନା ଟିମ୍ ଓ କଳାକାରଙ୍କ ସହ ଫିଲ୍ମ ଦେଖିଲେ ମହାମହିମ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’କୁ ଅପୂର୍ବ ସଫଳତା ମିଳିଛି ।ତେବେ ଓଡିଆ ମାଟିର ଝିଅ ତଥା ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବଡ଼ ଠାକୁରଙ୍କ ଏହି ଫିଲ୍ମର ଅନୁଭୂତି ନେବା ପାଇଁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରୁ ଫିଲ୍ମର ସମ୍ପୂର୍ଣ୍ଣ ଟିମକୁ ନିମନ୍ତ୍ରଣ କରିଥିଲେ । ମହାପ୍ରଭୁଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ହେଲେ ବିନି ସାମଲ, ପ୍ରଯୋଜକ ଦିଲ୍ଲୀପ ସାମଲ, କାର୍ଯ୍ୟକାରୀ ପ୍ରାଯୋଜକ ପ୍ରଣୟ ଜେଠୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର (ବିସନ ମହାନ୍ତି), ଅଭିନେତା ଶ୍ରୀତମ ଦାସ (ରାଜା ମୁକୁନ୍ଦ ଦେବ), (ଗଜପତି…
ଅଧିକାଂଶ ଲୋକ ବିଟ ରୁଟ ରସ ପିଇବାକୁ ପସନ୍ଦ କରନ୍ତି, ଅନେକ ଲୋକ ବିଟ ରୁଟକୁ ସାଲାଡ ଭାବରେ ଖାଆନ୍ତି। କଞ୍ଚା ବିଟ ରୁଟ ଉଭୟ ଜିନିଷରେ ବ୍ୟବହାର କରାଯାଏ। ବିଟ ରୁଟ ଏକ ପୁଷ୍ଟିକର ପରିବା, ଯେଉଁଥିରେ ଆଇରନ, ଫାଇବର, ଫୋଲେଟ, ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ବିଟ ରୁଟ ରକ୍ତହୀନତା ଦୂର କରିବା, ରକ୍ତଚାପ ନିୟନ୍ତ୍ରଣ କରିବା, ପାଚନକୁ ସୁସ୍ଥ ରଖିବା ଏବଂ ଯକୃତକୁ ଡିଟକ୍ସ କରିବା ପାଇଁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ।କୌଣସି କାରଣରୁ ପେଟରେ ବାଇଲ ର ପରିମାଣ କମିଗଲେ ଖାଦ୍ୟ ହଜମ ହେବାରେ ଅଧିକ ସମୟ ଲାଗିଥାଏ । ବିଟରୁଟ୍ ଥିବା ପୋଷକତତ୍ତ୍ଵ ଆମ ପେଟରେ ଏହି ବାଇଲର ପ୍ରସ୍ତୁତିକୁ ବୃଦ୍ଧି କରିଥାଏ ଓ ଆମ ପାଚନତନ୍ତ୍ରକୁ ମଜବୁତ କରିଥାଏ । ବିଟରୁଟ୍ ଆମ ଲିଭର ସଫା କରିବାର କାମ ମଧ୍ୟ କରିଥାଏ । ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ…
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । କଲେଜ କ୍ୟାମ୍ପସ ଭିତରକୁ ପେଟ୍ରୋଲ ଆଣିଥିଲା କିଏ। ଛାତ୍ରୀ ଜଣକ ନିଜେ ଆଣିଥିଲେ ନା ଆଉ କିଏ ଆଣି ତାଙ୍କୁ ଦେଇଥିଲା ।ପେଟ୍ରୋଲ ପମ୍ପରୁ ଜଣେ ଛାତ୍ରୀ ବୋତଲରେ ଗୋଟିଏ ଲିଟର ତେଲ ନେଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଛି।ଚତୁର୍ଥ ପର୍ଯ୍ୟାୟରେ ଶୁକ୍ରବାର ଦୁଇଜଣିଆ ଟିମ୍ ପହଞ୍ଚି କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ଆଇସିସି କମିଟି ମେମ୍ବରଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚରାଉଚରା କରିଥିଲେ। ଏଥିସହ ସ୍ଥାନୀୟ ପେଟ୍ରୋଲ ପମ୍ପକୁ ଯାଇ ତଦନ୍ତ କରିଥିଲେ। ଘଟଣା ଦିନ ଜଣେ ଯୁବତୀ ବ୍ୟାଟେରୀଚାଳିତ ସ୍କୁଟି ଯୋଗେ ଯାଇ ଏକ ବୋତଲରେ ୧ଲିଟର ପେଟ୍ରୋଲ ଆଣିଥିବା ସମ୍ପର୍କରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ଯିଏ ପେଟ୍ରୋଲ ଆଣିଥିଲେ, ତାଙ୍କର ଉକ୍ତ ଛାତ୍ରୀଙ୍କ ସହ ସମ୍ପର୍କ କଣ, ସେ ଏବିଭିପି ସଙ୍ଗଠନ…
ଦୀର୍ଘଦିନରୁ ଅପରିବର୍ତ୍ତିତ ରହିଥିବା ପେଟ୍ରୋଲ୍ ଓ ଡିଜେଲ୍ ଦରରେ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ବହୁଦିନ ପର୍ଯ୍ୟନ୍ତ ୬୫ ଡଲାର ପାଖାପାଖି ସ୍ତରରେ ରହିବ, ତେବେ ଭାରତରେ ତେଲ ଦର କମ୍ ହୋଇପାରିବ ବୋଲି ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି । ଆସନ୍ତା ୨-୩ ମାସରେ ତେଲ ଶସ୍ତା ହେବାର ସମ୍ଭାବନା ରହିଛି ବୋଲି ସେ ଲୋକଙ୍କୁ ଆଶା ଦେଖାଇଛନ୍ତି ।ସେ ଆହୁରି କହିଛନ୍ତି ଯେ, ଯଦି ଇରାନ-ଇସ୍ରାଏଲ ଉତ୍ତେଜନା ଭଳି ଏକ ବଡ଼ ଭୂ-ରାଜନୈତିକ ଘଟଣା ଘଟେ, ତେବେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ ତେଲ ମୂଲ୍ୟ ପ୍ରତି ବ୍ୟାରେଲ ୬୫ ଡଲାରକୁ ହ୍ରାସ ପାଇଛି । ଯାହା ଯୋଗୁଁ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକର ଲାଭ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ, ସରକାର ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପାଇଁ ପେଟ୍ରୋଲ ଏବଂ ଡିଜେଲର…
କେମିତି ଜେଲରେ କାଳ କାଟୁଛନ୍ତି ଏଫଏମ୍ କଲେଜ ପୂର୍ବତନ ଅଧ୍ୟାପକ ସମୀର ସାହୁ ଓ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ଛାତ୍ରୀ ଆତ୍ମାହୁତି ଘଟଣାରେ ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ଏହି ଦୁଇ ଅଭିଯୁକ୍ତଙ୍କ ହାବଭାବକୁ ନେଇ ଏବେ ଢେର ଚର୍ଚ୍ଚା । ଜେଲର ୩ ନଂ ୱାର୍ଡରେ ସମୀର ସାର୍ ଆଉ ୧୫ ନମ୍ବର ୱାର୍ଡରେ ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ । ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ ଦିନ ହିଁ ସମୀର ସାହୁଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍ ୧୪ ତାରିଖରେ ଅଧ୍ୟକ୍ଷଙ୍କୁ ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରି ଜେଲ ପଠାଇଥିଲା ପୋଲିସ । ବାଲେଶ୍ବର ଜେଲ୍ ଭିତରେ ଉଭୟ ସମୀର ଓ ଦିଲୀପଙ୍କୁ ସାଧାରଣ କଏଦୀ ଭଳି ରଖାଯାଇଛି । ଅନ୍ୟ ଅନ୍ତେବାସୀଙ୍କ ଭଳି ଦୁହିଁଙ୍କୁ ସମାନ ସୁବିଧା ଦିଆଯାଉଛି।…
ହୀରାକୁଦ ଜଳ ଭଣ୍ଡାରରେ ଖୋଲିଲା ଆଉ ୨ଟି ଗେଟ୍ । ମୋଟ ୪ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାଷନ ହେଉଛି | ଅପରପକ୍ଷରେ ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଉଛି । ସେଥିମଧ୍ୟରେ ବାମପାଶର୍ବର ୩ ଓ ଦକ୍ଷିଣ ପାର୍ଶ୍ୱର ୧ଟି ମିଶି ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ୫୯ ହଜାର ୬୦୮ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୩୪,୫୫୪ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୩୪ ଘନଫୁଟ ଏବଂ ଜଳସେଚନ ପାଇଁ ବରଗଡ଼ କେନାଲରେ ୩୨୦୪, ଶାସନ କେନାଲରେ ୫୦୨ ଓ ସମ୍ବଲପୁର କେନାଲରେ ୮୮ ଘନଫୁଟ ଜଳ ମିଶି ମୋଟ୍ ୩୭୯୪ ଘନଫୁଟ ଜଳ ନିଷ୍କାସନ କରାଯାଉଛି।









