ଭାଙ୍ଗିଲା ସବୁ ରେକର୍ଡ । ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ପୁଣି ଲକ୍ଷେ ଟଙ୍କା ଅତିକ୍ରମ କରିବା ସହ ନିୟମିତ ବଢୁଛି ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୧.୨୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ,୮୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୧,୨୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୨ ହଜାର ୮୫୦ ଟଙ୍କାକୁ ପହଞ୍ଚିଛି ।୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୭୫,୯୭୦ ଟଙ୍କା ରହିଛି । ଗତକାଲି ୭୫,୧୧୦ ଟଙ୍କା ଥିଲା । ଏଥିରେ ୮୬୦ ଟଙ୍କା ବୃଦ୍ଧି ହୋଇଛି ।ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୮୦୦ ଟଙ୍କା…
Author: sanitelevision
ରୋଗୀ ଡାକ୍ତରଖାନା ଆସିବନି, ଏଣିକି ଡାକ୍ତରଖାନା ପହଂଚିବ ରୋଗୀଙ୍କ ପାଖରେ । ଦୁର୍ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ଯେଉଁଠି ଘଟୁ ନା କାହିଁକି ସେଠି ପହଂଚିଯିବ ଏହି ଡ଼ାକ୍ତରଖାନା । ମାତ୍ର ୮ରୁ ୧୦ ମିନିଟରେ ଯୋଗାଇଦେବ ଚିକିତ୍ସା ସେବା । ଏମ୍ସର ‘ଭୀଷ୍ମ କ୍ୟୁବ୍’। ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ। ଗୋଟିଏ କ୍ୟୁବ୍ରେ ୨୦୦ରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା। ଏଥିରେ କ୍ୟୁଆର୍ କୋଡ୍ ବି ରହିବ। ଯେଉଁଥିରେ ସ୍କାନ୍ କଲେ ରୋଗୀଙ୍କୁ ମିଳିଯିବ ସମ୍ପୂର୍ଣ୍ଣ ତଥ୍ୟ । ଭୁବନେଶ୍ଵର ଏମ୍ସରେ ପ୍ରଦର୍ଶିତ ହୋଇଛି ଏହି ଭୀଷ୍ମ କ୍ୟୁବ୍। ଏହି ଡାକ୍ଟଖାନାରେ ୨୫ ଜଣଙ୍କୁ ଏକ ସମୟରେ ପରୀକ୍ଷା କରାଯାଇପାରିବ। ଏମରଜେନ୍ସି ଠାରୁ ନେଇ ସର୍ଜରୀ, ନିଆଁ ଲାଗିବା, ଯୁଦ୍ଧ, ବନ୍ୟା, ଭୂକମ୍ପ ପୀଡିତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଏହି ଡାକ୍ତରଖାନାର ଲକ୍ଷ । ଜୀବନ ରକ୍ଷାକାରୀ ଏଇ ଭୀଷ୍ମ ଡାକ୍ତରଖାନା ପାଇଁ ବନ୍ୟା,ବାତ୍ୟା…
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ମନମୋହନ ଭେଟି ପାରନ୍ତି । ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ଆଗକୁ କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇ ପାରନ୍ତି। ମନମୋହନଙ୍କ ସହ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଦୀର୍ଘ ଦିନର ଛକାପଞ୍ଝା ପରେ ପୁଣି ଥରେ ରାଜ୍ୟ ବିଜେପିକୁ ମିଳିଛି ମଙ୍ଗୁଆଳ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ । ମନମୋହନଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ବିଶେଷକରି ମନମୋହନ ୨୦୨୪ ନିର୍ବାଚନରେ ଦଳର ଉତ୍ତମ ପ୍ରଦର୍ଶନ । ନୂଆ ଓ ପୁରୁଣା ନେତାଙ୍କ ନେଇ ଆଗକୁ ବଢ଼ିବାର କୌଶଳ । ରାଜ୍ୟ ସଭାପତି ଭାବେ ମନମୋହନଙ୍କ ୮ବର୍ଷର ଅଭିଜ୍ଞତା ।
ଶେଷରେ ଗିରଫ ହେଲେ କେନ୍ଦୁଝର DFO ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଗତ ତିନି ଦିନ ଧରି ରେଡ୍ କରିଥିଲା ଭିଜିଲାନ୍ସ । । ଅନୁଗୁଳ ଛେଣ୍ଡିପଦାରେ ତାଙ୍କର ଆଉ ଏକ ଫାର୍ମ ହାଉସ ଠାବ ହୋଇଛି । ୩ ଏକର ଜମିରେ ଥିବା ଫାର୍ମ ହାଉସର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଅନୁମାନ କରାଯାଇଛି । ଗତକାଲି ଚଢଉର ଦ୍ବିତୀୟ ଦିନରେ ତାଙ୍କ ଘରୁ ସାଢେ ୮ ଲକ୍ଷ ଟଙ୍କା, ରିଭଲଭର , ବ୍ୟାଙ୍କ ଓ ଜମିଜମା କାଗଜପତ୍ର ଜବତ କରାଯାଇଛି । ବ୍ୟାଙ୍କରେ ୫୦ ଲକ୍ଷରୁ ଅଧିକ ଟଙ୍କା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଖଟ ତଳେ ଏକ ବକ୍ସ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବାବେଳେ ଏକ ବକ୍ସରୁ ସାଢେ ୮ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା । ଆୟବହିର୍ଭୂତ ସମ୍ପତ୍ତି…
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି କରାଯାଇଛି। ନିର୍ଦେଶାବଳୀ ଅନୁସାରେ, ସିବିଏସ୍ଇ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ ବାଧ୍ୟତାମୂଳକ କରାଯିବ। ଏଥିରେ ରିଅଲ-ଟାଇମ ଅଡିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ଏହି ନିୟମ ବିଦ୍ୟାଳୟ ପରିସରରେ ନିରାପତ୍ତା ବିଶେଷ କରି ଅନୁପ୍ରବେଶକାରୀଙ୍କ ବିପଦକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି।ସିସିଟିଭି କ୍ୟାମେରାଗୁଡ଼ିକ ଜରିଆରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରିଅଲ୍-ଟାଇମ୍ ଅଡିଓ-ଭିଜୁଆଲ ରେକର୍ଡିଂ ରହିବ। ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ଲବି ଓ କରିଡର, ଶିଡି, ଶ୍ରେଣୀଗୃହ, ଲାଇବ୍ରେରି, ଲାବରେଟୋରି, କ୍ୟାଣ୍ଟିନ୍, ଷ୍ଟୋର ରୁମ୍, ଖେଳପଡ଼ିଆ ଏବଂ ଅନ୍ୟ କମନ୍ ଏରିଆରେ ସିସିଟିଭି କ୍ୟାମେରା ରହିବା ଜରୁରୀ। ତେବେ ଟଏଲେଟ୍, ଓ୍ବାଶ୍ରୁମ୍ ଭଳି ସ୍ଥାନକୁ ଏଥିରୁ ବାଦ୍ ଦିଆଯାଇଛି। ପ୍ରତ୍ୟେକ ସିସିଟିଭି ସିଷ୍ଟମ୍ରେ ଅନୂ୍ୟନ ୧୫ ଦିନ ଧରି ଫୁଟେଜ୍ ମହଜୁଦ ରହିବା
ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଜଣ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ହୋଇଛି। ଅଭିଯୁକ୍ତ ହକି କୋଚ ଓ ସହଯୋଗୀ ରାସ୍ତାରୁ ଉଠାଇ ନେଇ ଲଜରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ୩ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ଛାତ୍ରୀ ଜଣକ ୨ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିଯମରେ ପ୍ରଶିକ୍ଷଣ ନେଉଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ପୀଡିତାଙ୍କ ମା କହିବା ଅନୁସାରେ ଅଭିଯୁକ୍ତ ୬ ମାସ ହେଲା ତାଙ୍କ ଝିଅଙ୍କ ପଛରେ ପଡିବା ସହ ହଇରାଣ କରୁଥିଲେ। ଏନେଇ ସେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ଫଳ ମିଳିନଥିଲା । କିନ୍ତୁ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁ ଥାନାରେ ବିଳମ୍ବରେ ଅଭିଯୋଗ କରିଥିବା କହିଛନ୍ତି ।…
ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବଳଙ୍ଗା ପୀଡ଼ିତା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଗତକାଲି ତାଙ୍କର ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି । ଏବେ ମଧ୍ୟ ତାଙ୍କୁ ଅକ୍ସିଜେନ ସହାୟତାରେ ରଖାଯାଇଛି । ଉଭୟ ବିଜେଡି ଓ ବିଜେପିର ସାଂସଦ ଦିଲ୍ଲୀ ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପୀଡିତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ନେଇ ନେଇ ଜଗତସିଂହପୁର ସାଂସଦ ସୂଚନା ଦେଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ହେଲେ ଘଟଣାରେ ୪ ଦିନ ପରେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ୍ ୨୦ ଜଣଙ୍କୁ ଜେରା କରିସାରିଲାଣି । ଗତକାଲି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଚେରହଳ ଗାଁର ଦୁଃଖୀଶ୍ୟମ ସେନାପତିଙ୍କ ଘରକୁ ଯାଇ ଘଟଣା…
ମାଲକାନଗିରିରେ ଲଜ୍ଜା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ନାବାଳିକାଙ୍କ ପରିବାର ପକ୍ଷରୁ ମାଲକାନଗିରି ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ମାଲକାନଗିରି ସଦର ଥାନା ଅଞ୍ଚଳର ନାବାଳିକା ଜଣଙ୍କ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ସାଙ୍ଗ ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି ପରେ ଝିଅର କୌଣସି ପତ୍ତା ମିଳି ନ ଥିଲା। ତେବେ ଏହାରି ମଧ୍ୟରେ ଜିଏା ସଦରରୁ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜା ଘାଟି ଠାରେ ବିଳମ୍ବିତ ରାତିରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକଙ୍କୁ ସନ୍ଦେହଜନକ ସ୍ଥିତିରେ ଦେଖି କିଛି ପଥଚାରି ମାଲକାନଗିରି ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଶକ୍ତି…
୨୦୨୨ ଅଗଷ୍ଟ ୧୧ରେ ଭାରତର ୧୪ତମ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡ଼ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପଛରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି । ଜଗଦୀପ ଧନଖଡ଼ ଜଣେ ପ୍ରଖ୍ୟାତ ଓକିଲ ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ । ଜଗଦୀପ ଧନଖଡ ବିରୋଧୀ ଦଳର ମାର୍ଗାରେଟ ଆଲଭାଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ ।ପ୍ରଶ୍ନ ହେଉଛି, ସେହି ରୋଗଗୁଡ଼ିକ କ’ଣ ଥିଲା ଯାହା ଯୋଗୁ ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ପଡିଲା?ଜଗଦୀପ ଧନଖରଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ୯ ମାର୍ଚ୍ଚ ୨୦୨୫ରେ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କ୍ରିଟିକାଲ କେୟାର ୟୁନିଟ (CCU) ରେ ରଖାଯାଇଥିଲା ଏବଂ ବରିଷ୍ଠ ହୃଦରୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଇଥିଲା। ସେତେବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଥିଲା ଏବଂ ତାଙ୍କୁ ୧୨ ମାର୍ଚ୍ଚରେ ଡିସଚାର୍ଜ କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ…
ଖୁବଶୀଘ୍ର ରାଜ୍ୟରେ ହୋଇପାରେ ମନ୍ତ୍ରିମଣ୍ଡଳ ଅଦଳବଦଳ । ଅଚନାକ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ବଢିଲା ଚର୍ଚ୍ଚା । ପ୍ରାୟ ୨୦ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା । ଅନ୍ୟପଟେ ରାଜ୍ୟପାଳ ହରିବାବୁ କମ୍ଭମପାଟି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସୋମବାର ତାଙ୍କ ସରକାରୀ ବାସଭବନଠାରେ ଭେଟିଛନ୍ତି। ତେବେ ରାଜ୍ୟପାଳ ଆଇନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳ ସେଠାରୁ ଫେରିବା ପରେ ପୃଥ୍ବୀରାଜ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଯେ, ରାଜ୍ୟପାଳ ବ୍ୟକ୍ତିଗତ ଭାବେ ପରିଦର୍ଶନରେ ତାଙ୍କ ସରକାରୀ ବାସଭବନକୁ ଆସିଥିଲେ। ଏହି ଅବସରରେ ଭାଜପା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟପାଳ ଆଲୋଚନା କରିଥିଲେ। ଆଇନ, ନିର୍ମାଣ ଏବଂ ଅବକାରୀ ବିଭାଗକୁ ଆହୁରି ଉତ୍କୃଷ୍ଟତାର ସହ ପରିଚାଳନା କରିବା ଏବଂ ବିକାଶ ମାର୍ଗରେ ଚଳାଇବା ପାଇଁ ମାର୍ଗଦର୍ଶନ…









