ରେଜେଷ୍ଟ୍ରି ଅଫିସ୍ ଦଲାଲ ମୁକ୍ତ ହୋଇନି। କଟକ ଆଇଜିଆର ଅଫିସ୍କୁ ସରପ୍ରାଇଜ୍ ଭିଜିଟ୍ ବେଳେ ଏଆଇ କଣ୍ଟ୍ରୋଲ ରୁମ୍ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆଖିରେ ଏଭଳି ଏକ ଘଟଣା ଧରା ପଡ଼ିଛି। ବିଭିନ୍ନ ରେଜିଷ୍ଟ୍ରି ଅଫିସ୍କୁ କିଛି ଲୋକ ବାରମ୍ବାର ଆସୁଛନ୍ତି।ସେମାନଙ୍କ ଉଦ୍ଦେଶ୍ୟ ମହତ୍ ନୁହେଁ ବୋଲି ମନ୍ତ୍ରୀ ସନ୍ଦେହ କରିଛନ୍ତି । ତେବେ ଲୋକଙ୍କ ଠାରୁ ପଜିଟିଭ ଫିଡ୍ବ୍ୟାକ୍ ଆସିଛି କିନ୍ତୁ କିଛି ଅବ୍ୟବସ୍ଥା ରହିଛି। ଆଇଜିଆର ଅଫିସରେ ଏକା ସାଙ୍ଗରେ ଭିଡ଼ ହୋଇଯାଉଛି । ସୋସାଇଟି ରେଜିଷ୍ଟ୍ରେସନ ବିଳମ୍ବ ହେଉଥିବାରୁ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟକୁ ସଂଶୋଧନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବାକୁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ। ଏହାସହ ସରକାରୀ କାମରେ ବିଳମ୍ବ କଲେ ଅଧିକାରୀଙ୍କ ଉପରେ ଫାଇନ ଲାଗିବ। କିଛି ଅଧିକାରୀ କାର୍ଯ୍ୟରେ ବିଳମ୍ବ କରୁଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ ଜରିମାନା ପକାଇବାକୁ ମନ୍ତ୍ରୀ…
Author: sanitelevision
ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ଘଟିଛି ଅଘଟଣ । ଆଜିକାଲି ଲୋକଙ୍କ ମଧ୍ୟରେ ପ୍ରାଣହାରିବା ମାମଲା ବଢିବାରେ ଲାଗିଛି। ଅତ୍ୟଧିକ ଚିନ୍ତା ଏବଂ ଚାପଗ୍ରସ୍ତ ପାଇଁ ଲୋକେ ଏଭଳି ପଦକ୍ଷେପ ନେଉଛନ୍ତି। ତେବେ ବର୍ତ୍ତମାନ ଏଭଳି ଏକ ପ୍ରାଣ ହାରିବା ମାମଲା ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ସ୍ଥାନୀୟ ଶରଧାପୁର ଗାଁ’ର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଗତ ଫେବୃଆରିରେ ସମ୍ପୃକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସେହି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ କିଛି ଦିନ ପରେ ଯୁବକ ଜଣକ ଜାମିନରେ ଆସିଥିଲେ। ଘଟଣାକୁ ନେଇ ଦୁଇ ପରିବାର ଭିତରେ ତିକ୍ତତା ରହିଥିବା ବେଳେ ରବିବାର ଗଣ୍ଡଗୋଳ ହୋଇଥିଲା । ଏ ନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ୨ ଟି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।…
ରାଜ୍ୟ କାହାଣୀ (ଭୁବନେଶ୍ୱର )କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ୨ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫିଙ୍ଗ ଦେଇଥିବା ସୂଚନା ମିଳିଛି। ପୋଲିସ ଇନଫର୍ମର ସନ୍ଦେହ ଏହି ହତ୍ୟାକାଣ୍ଡ କରିଛନ୍ତି ମାଓବାଦୀ।ଅନ୍ୟପକ୍ଷେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧିକୁ ନେଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।
ଇଣ୍ଡୋନେସିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରେ ୩୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି । ନିଜ ଜୀବନ ବଞ୍ଚାଇବା ପାଇଁ ଜାହାଜରୁ ଅନେକ ଯାତ୍ରୀମାନେ ମଧ୍ୟ ଡେଇଁ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨୮୦ ଜଣଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ସ୍ତାନାନ୍ତର କରିବାର ପ୍ରୟାସ ଜାରି ରହିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି ।ତେବେ ଶତାଧିକ ଯାତ୍ରୀଙ୍କୁ ନେଇ ନେଇ ଯାଉଥିବା ଜାହାଜରେ ନିଆଁ ଲାଗିଯିବାରୁ ଇତି ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଉଦ୍ଧାରକାରୀ ଦଳ ସ୍ପଷ୍ଟ କରିଛି । ଦୁର୍ଘଟଣାର ଶିକାର ହୋଇଥିବା ଜାହାଜର ନାମ କେଏମ ବାର୍ସିଲୋନା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଜାହାଜରେ ନିଆଁ ଲାଗିଯାଇଥିବା ବେଳେ କଳା ଧୂଆଁର ଆସ୍ତରଣ ଛାଇ ଯାଇଛି । ହଠାତ୍ ନିଆଁ ଦେଖି ଜୀବନ ବିକଳରେ…
ଖୋଲିଲା ୪୬ ମିଶ୍ରଣ ସ୍କୁଲ। ପୂର୍ବରୁ ମିଶ୍ରଣ ହୋଇଥିବା ୪୬ ସ୍କୁଲ ଖୋଲିଛି । ଆଗକୁ ଆଉ ୪ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ।ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ସେତେବେଳେ ଭାଜପା ସମେତ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଏହାଦ୍ୱାରା ସ୍କୁଲରେ ଡ୍ରପ୍ଆଉଟ୍ ହାର ବଢ଼ିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ଉଠିଥିଲା। ହେଲେ ତତ୍କାଳୀନ ସରକାର ଏଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରି ନ ଥିବାବେଳେ ଏବେ ଭାଜପା ସରକାର ଏହାକୁ ଗୁରୁତ୍ୱର ସହ ନେଇ ବନ୍ଦ ହୋଇଯାଇଥିବା ସ୍କୁଲଗୁଡିକୁ ପୁଣି ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ୪୬ ସ୍କୁଲ ମଧ୍ୟରୁ ଢେଙ୍କାନାଳ ରେ ସର୍ବାଧିକ ୨୨ ଟି ଥିବା ବେଳେ ଦେଓଗଡ଼ରେ ୧୦ ଟି ବରଗଡ଼ ରେ ୭…
ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି। NSUI ତାଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି NSUI ରାଷ୍ଟ୍ରୀୟ ସଭାପତି ବରୁଣ ଚୋଧୁରୀ। । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଉଦିତ ପ୍ରଧାନକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ ।ଜଣେ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ କରିବା ନେଇ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କରିଥିଲେ। ମଞ୍ଚେଶ୍ୱର ଅଂଚଳରେ ଥିବା ଏକ ହୋଟେଲରେ ତାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ କରିଥିଲେ ଛାତ୍ରୀ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଆଜି ଉଦିତ ପ୍ରଧାନ ଓ ଅଭିଯୋଗକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ନମୁନା ସଂଗ୍ରହ କରାଯିବ ।ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ…
ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୋଲିସ। ଏକାସଙ୍ଗେ ତିନିଟି ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ତଦନ୍ତ କରୁଛନ୍ତି । ଗୋଟିଏ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିଥିବା ବେଳେ ଅନ୍ୟ ଏକ ଟିମ୍ ପୀଡ଼ିତାଙ୍କ ସାଙ୍ଗଙ୍କ ଘରେ ପହଞ୍ଚିଛି । ସେହିପରି ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପୋଲିସର ସ୍ପେଶାଲ ଟିମ୍ ପୀଡ଼ିତାଙ୍କ ଘରେ ଛାନଭିନ୍ କରିଛି। ବଳଙ୍ଗା ବଜ଼ାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରିଛି ପୋଲିସ । ଦିନକ ତଳେ ରୁପା ମୁଦି ମିଳିଥିଲା । ତେଣୁ କେଉଁଠୁ ଆସିଥିଲା ରୁପା ମୁଦି, ସେଥିପାଇଁ ଅଳଙ୍କାର ଦୋକାନୀଙ୍କୁ ପଚରାଉଚରା କରାଯାଇଛି। ତେବେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ବଳଙ୍ଗା-ହରିପୁର ରାସ୍ତାରେ ଘଟଣାସ୍ଥଳଠୁ ଆଖପାଖରେ ମାତ୍ର ୨ଜଣଙ୍କ ଘର ସାମ୍ନାରେ ସିସି କ୍ୟାମେରା ଖଞ୍ଜାଯାଇଛି । ଘଟଣାସ୍ଥଳଠୁ ୫୦୦ ମିଟର…
ଗତକାଲି ହେବାକୁ ଥିବା ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ରାତି ଅଧରେ ପ୍ରଶ୍ନପତ୍ର ପ୍ରଘଟ ଦର୍ଶାଇ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ଶିକ୍ଷକମାନେ ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ।ଏତେ ସଂଖ୍ୟକ ଶିକ୍ଷକ ପରୀକ୍ଷା ଦେବାପାଇଁ ପ୍ରଶ୍ନପତ୍ର ଓ ପରୀକ୍ଷା ପରିଚାଳନା ଦାୟିତ୍ବ ମାଧ୍ୟମିକ ଶିକ୍ଷା ପରିଷଦକୁ ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳନା ତ୍ରୁଟି ଯୋଗୁଁ ଓଟିଇଟି ପରୀକ୍ଷା ହୋଇପାରି ନାହିଁ ଓ ଶିକ୍ଷା ବିଭାଗ ବଦନାମ ହେଉଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛି। ଅନ୍ୟପଟେ ଛାତ୍ର ବିଜେଡି ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ କଟକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନପତ୍ର ଛପାଯିବା ସ୍ଥାନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି ।
ସହରରୁ ଗାଁ ପର୍ଯ୍ୟନ୍ତ ଅନେକ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। କେଉଁଠି ବାସି ଖାଦ୍ୟ ବିକ୍ରି ହେଉଛି ତ ପୁଣି କେଉଁଠି ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକ ଝାଡ଼ାବାନ୍ତି ଭଳି ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି। ଏସବୁ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ରହିଛି। ବିଭାଗର ମାନବ ସମ୍ବଳ ଅଭାବ ଯୋଗୁଁ ଅପମିଶ୍ରଣ ରୋକିବାରେ ସକ୍ଷମ ହୋଇପାରୁନି।ଏଣିକି ଖାଦ୍ୟ ସାମଗ୍ରୀରେ ହେବ ନାହିଁ ଅପମିଶ୍ରଣ। ଏହାକୁ ରୋକିବାକୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭାଗ ପକ୍ଷରୁ ଆଗକୁ ୧୧୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ୧୦ଟି ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ଲାବ୍ (ଏମ୍ଏଫ୍ଟିଏଲ) ଯାନ କିଣିବା ପାଇଁ ଯୋଜନା କରିଛି।ଏହାବ୍ୟତୀତ ରାସ୍ତାକଡ଼ରେ ବିକ୍ରି ହେଉଥିବା ଫାଷ୍ଟଫୁଡ୍, ଚାଟ୍, ଗୁପ୍ଚୁପ୍, ଦୋସା, ମୋମୋ, ଦହିବରା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି। ଏସବୁ ଖାଦ୍ୟ ପ୍ରସ୍ତୁତ ପାଇଁ ସ୍ବଚ୍ଛତା ଆପଣା ଯାଉନାହିଁ। ଏବେ ପାଣିଠୁ ଆରମ୍ଭ କରି ଖାଦ୍ୟ…
ହିମାଚଳ ପ୍ରଦେଶରୁ ଏକ ଅଜବ ବିବାହ ଖବରରେ ଅଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏଠାରେ ହାତୀ ଜନଜାତିର ଦୁଇ ଭାଇ ଜଣେ ମହିଳାଙ୍କୁ ବିବାହ କରିଛନ୍ତି, ଯାହାକୁ ପୁରୁଣା ବହୁପତି ବିବାହ ତଥା ସ୍ଥାନୀୟ ଭାଷାରେ ‘ଯୋଡିଦାରା’ କୁହାଯାଏ)।ଏହି ବିବାହ ବହୁପତି ପରମ୍ପରା ଅନୁଯାୟୀ ହୋଇଯାଇଛି । ଯାହା ଏହି ଜନଜାତିରେ ଶତାବ୍ଦୀ ଧରି ଚାଲିଆସୁଛି । ଜୁଲାଇ ୧୨ ରୁ ଆରମ୍ଭ ହୋଇ ଏହି ବିବାହ ତିନି ଦିନ ଧରି ଚାଲିଥିଲା । ଅନେକ ଲୋକ ଏହି ଅନନ୍ୟ ବିବାହର ସାକ୍ଷୀ ହୋଇଥିଲେ । ସୁନୀତା ଏବଂ ଉଭୟ ବର କହିଛନ୍ତି ଯେ ସେମାନେ ବିନା ଚାପରେ ଏହି ନିଷ୍ପତ୍ତି ନେଇଛନ୍ତି ।ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ଟ୍ରାନ୍ସ-ଗିରି ଅଞ୍ଚଳରେ ଏହି ବିବାହ ହୋଇଛି। ସୁନୀତା ଚୌହାନ କୁନହଟ ଗାଁର ବାସିନ୍ଦା । ସେ କହିଛନ୍ତି ଯେ ସେ ଏହି ପରମ୍ପରା ବିଷୟରେ ଜାଣିଥିଲେ…









