Author: sanitelevision

ଭାରତ-ୟୁକେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI) ୱେଲ୍ସସ୍ଥିତ ରୟାଲ୍ ଏୟାର ଫୋର୍ସର ଭ୍ୟାଲି ଘାଟିରେ ନିୟୋଜିତ ହୋଇଛନ୍ତି। ସେମାନେ ବ୍ରିଟିଶ ବାୟୁସେନାର ପାଇଲଟମାନଙ୍କୁ ଉଡ଼ାଣ ପ୍ରଶିକ୍ଷଣ ଦେବେ।ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ (X)ରେ ଏହି ସୂଚନା ଦିଆଯିବା ସହ ଏହାକୁ ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ, ସାମରିକ ଦକ୍ଷତା ଏବଂ ଆନ୍ତଃ-ପରିଚାଳନାଗତ ସହଯୋଗ ବୃଦ୍ଧି କ୍ଷେତ୍ରରେ ଏକ “ଐତିହାସିକ ପ୍ରଥମ ପଦକ୍ଷେପ” ବୋଲି ବର୍ଣ୍ଣନା କରାଯାଇଛି । ସୂଚନାଯୋଗ୍ୟ ଯେ, ଆରଏଏଫ୍ ଭ୍ୟାଲି ହେଉଛି ବ୍ରିଟେନ୍ ବାୟୁସେନାର ଏକ ପ୍ରମୁଖ ତାଲିମ କେନ୍ଦ୍ର ।ଭାରତ ଓ ୟୁକେ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ବ୍ୟାପକ କରିବା ପାଇଁ ନିୟମିତ ଭାବେ ଆଲୋଚନା ଓ ମିଳିତ ପ୍ରୟାସ ଜାରି ରହିଛି। ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଓ ଦ୍ୱିପାକ୍ଷିକ…

Read More

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଦୂର କରିବା ଲକ୍ଷ୍ୟରେ ବିଏମସି ଅଞ୍ଚଳରେ ଏକ ବିଶେଷ ପାଇଲଟ ସର୍ଭେ ଅଭିଯାନ ଶେଷ ହୋଇଛି । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ, ସଂରକ୍ଷଣ ପାଇଁ ୨୯ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୌର ପ୍ରଶାସକ ।ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ଏକପ୍ରକାର ଚୂଡାନ୍ତ ହୋଇ ସାରିଛି । କିନ୍ତୁ ବିଧିବଦ୍ଧ ତାରିଖ ଘୋଷଣା ବାକି ରହିଛି । ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଅକ୍ଟୋବର ୨୬ରୁ ଘର ଘର ବୁଲି ସର୍ଭେ କରାଯିବ । ଏହା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୭ ଜାନୁଆରୀ ୧ ତାରିଖ ସୁଦ୍ଧା ସବୁ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରାଯିବ । ସେହିଦିନ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ।…

Read More

କୃତ୍ରିମ ଉପାୟରେ ଫଳ ପଚାଇବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଫଳ ସଂରକ୍ଷଣ ଅଭିଯୋଗରେ ପୁରୀ ଓ ବ୍ରହ୍ମପୁରର ବିଭିନ୍ନ ଫଳ ଗୋଦାମ ଓ ଦୋକାନରେ ଚଢ଼ାଉ କରାଯାଇଛି। ପୁରୀରେ ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ବ୍ରହ୍ମପୁରରେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ୱିନୀ ବେହେରା ଓ ବେଦଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଥିଲା। ଯାଞ୍ଚ ବେଳେ ଫଳକୁ ଶୀଘ୍ର ପଚାଇବା ପାଇଁ ସିଧାସଳଖ କୃତ୍ରିମ ପାଚନ ଏଜେଣ୍ଟ ବା ଅନଧିକୃତ କେମିକାଲ ବ୍ୟବହାର କରାଯାଉଥିବା ଜଣାପଡ଼ିଥିଲା। ଏହାପରେ ମାନବ ଖାଦ୍ୟ ପାଇଁ ଅନୁପଯୁକ୍ତ ଥିବା ୨୦ କିଲୋଗ୍ରାମ କଦଳୀ ଜବତ କରାଯାଇ ନିୟମ ଅନୁସାରେ ନଷ୍ଟ କରାଯାଇଥିଲା।ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ୱିନୀ ବେହେରା ଓ ବେଦଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଯାଞ୍ଚ ହୋଇଥିଲା। ଯାଞ୍ଚ ବେଳେ ଫଳକୁ ଶୀଘ୍ର ପଚାଇବା ପାଇଁ ସିଧାସଳଖ…

Read More

ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ବୋଲି ବିବେଚନା କରାଯାଉଛି।ଘୋଷଣାପତ୍ର ଉପସ୍ଥାପନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜିର ବୈଠକ ଅତ୍ୟନ୍ତ ଫଳପ୍ରଦ ଏବଂ ସୃଜନଶୀଳ ରହିଛି। ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ମିଳିତ ପ୍ରତିବଦ୍ଧତା ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି। ବଦଳୁଥିବା ବିଶ୍ୱକୁ ପୁରୁଣା ବ୍ୟବସ୍ଥା ଓ ପୁରୁଣା ସମ୍ବଳ ଆଧାରରେ ପରିଚାଳନା କରାଯାଇପାରିବ ନାହିଁ। ବିଶ୍ୱର ପ୍ରମୁଖ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ରହିଛି। ଗ୍ଲୋବାଲ ସାଉଥ୍ ଦେଶଗୁଡ଼ିକୁ ମଧ୍ୟ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଧିକ ଭାଗୀଦାର କରିବା ଆବଶ୍ୟକ।ଚାଇନା-ରୁଷିଆ ସମେତ ବ୍ରିକ୍ସର ସମସ୍ତ ସଦସ୍ୟ ରାଷ୍ଟ୍ର ପହଲଗାମ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଧର୍ମ ଆଧାରରେ ହିଂସା କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି।…

Read More

ଆଜି ଶନିବାର ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ଆୟୋଜକ ଭାରତ ବ୍ୟତୀତ, ରୁଷ, ଚୀନ୍ ଏବଂ ବ୍ରାଜିଲ ସମେତ ଅନେକ ଦେଶର ନେତାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହାରି ଭିତରେ ଋଷକୁ ନେଇ ଏକ ବଡ଼ ଖବର ସାମ୍ମାକୁ ଆସିଛି। କୁହାଯାଉଛି ପିଏମ୍ ମୋଦିଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ପୁଟିନ୍। ବିଶେଷକରି ନିକଟରେ ପଶ୍ଚିମ ଏସିଆରେ ସଙ୍କଟ ସମୟରେ, ରୁଷ ତେଲ ହେଉ କିମ୍ବା ସାର, ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ପୂର୍ଣ୍ଣ ସମର୍ଥନ କରିଥିଲା। ଏହା ବ୍ୟତୀତ, ରୁଷ ଏବେ ଭାରତକୁ ସାର ଯୋଗାଣ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ରୁଷ ସାର ଉତ୍ପାଦକ ସଂଘର ସଭାପତି ଆଣ୍ଡ୍ରେ ଗୁରେଭ କହିଛନ୍ତି ଯେ ରୁଷ ଭାରତକୁ ସାର ଯୋଗାଣ ବୃଦ୍ଧି କରିଛି।ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଗାଣ ଜାରି ରଖିବାର ଆଶ୍ୱାସନା ଦେଇଥିଲେ, ଯାହା ପରେ ଚଳିତ ବର୍ଷର ପ୍ରଥମ୬ ମାସରେ…

Read More

ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ୨୦୨୬ ଶେଷ ସୁଦ୍ଧା ତାଣ୍ଡବ ରଚିବ ବାତ୍ୟା । ଗୋଟିଏ ନୁହେଁ ୩ଟି ବ୍ୟାକ୍ ଟୁ ବ୍ୟାକ୍ ବାତ୍ୟା ଆଣିବ ପ୍ରଳୟ । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ଶକ୍ତିଶାଳୀ ବାତ୍ୟାର ସାମ୍ନା କରିବ ଦେଶ । ୮୩ ପ୍ରତିଶତରୁ ଅଧିକ ରହିବ ତୀବ୍ରତା । ଭାରତୀୟ ମହାକାଶ ଗବେଷଣା ସଂଗଠନ ଚେତାବନୀକୁ ନେଇ ବାତ୍ୟା ଭୟ ବଢିଛି । ଏହା ଭୟ ନା ଆଲର୍ଟ ଏମିତି କିଛି ପ୍ରଶ୍ନ ଉଠିଛି ।ଇସ୍ରୋର ମଡେଲ କହୁଛି ଯେ, ଅକ୍ଟୋବରରୁ ଡିସେମ୍ୱର ମଧ୍ୟରେ ଭାରତ ମହାସାଗରରେ ସୃଷ୍ଟି ହେବ ତିନୋଟି ସାଇକ୍ଲୋନ । ଯାହାର ପାଓୱାର ଡିସିପେସନ ଇଣ୍ଡେକ୍ସ ଏକ କୋଟି ଉପରେ ରହିବ । ଅର୍ଥାତ ଏହାର ବଳ ଅଧିକ। ସରଳ ଭାଷାରେ କହିଲେ ଅଧିକ ପିଡିଆଇ ଅର୍ଥ ଅଧିକ ଭୟାନକ । ଗତ ୪୪ ବର୍ଷ ମଧ୍ୟରେ…

Read More

ବିଲରେ ବଉଳା କୁମ୍ଭୀର। ମାଛ ଧରିବା ପାଇଁ ବାସଯାଇଥିବା ଲଞ୍ଜାରେ ପଡିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ବର୍ଷାପାଣି ଜମି ରହିଛି । ଲୋକେ ମାଛ ଧରିବା ପାଇଁ ଗତକାଲି ରାତିରେ ଜମି ର ଶେଷ ମୁଣ୍ଡରେ ଲଞ୍ଜା ବସାଇଥିଲେ । ଆଜି ସଖାଳୁ ସେଥିରେ ଏକ ବିରାଟ ବଉଳା କୁମ୍ଭୀର ପଶିଥିବାର ଦେଖି ଲୋକେ ଭୟଭୀତ ହୋଇଯାଥିଲେ । ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି।ମାଛ ଖାଇବା ପାଇଁ କୁମ୍ଭୀରଟି ଚାଷ ଜମିକୁ ଆସିଥିବା କୁହାଯାଉଛି । ବାରମ୍ବାର ରାଜନଗର ଅଂଚଳରେ କୁମ୍ଭୀର ପ୍ରାଦୃର୍ଭାବ ବଢ଼ିବାରେ ଲାଗିଛି । କେତେବେଳେ ଗାଁ କେନାଲ ତ ଆଉ କେତେବେଳେ ଲୋକଙ୍କ ପୋଖରୀ ମଧ୍ୟରେ କୁମ୍ଭୀର ପଶି ଲୋକଙ୍କୁ ଆତଙ୍କିତ କରୁଛି । ଚାଷ ଜମିରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ।…

Read More

୬ ବର୍ଷ ପରେ ପୁଣିଥରେ ଚୀନରୁ ଦିଲ୍ଲୀକୁ ଉଡ଼ିବ ବିମାନ । ୨୧ ତାରିଖରୁ ଚାଇନା ସଦର୍ଣ୍ଣ ଏୟାରଲାଇନ୍ସ ଗୁଆଙ୍ଗଜୋ ଏବଂ ନୂଆଦିଲ୍ଲୀ ମଧ୍ୟରେ ନିୟମିତ ଯାତ୍ରୀବାହୀ ବିମାନ ସେବା ପୁନଃଆରମ୍ଭ କରୁଛି । ଫ୍ଲାଇଟ୍ CZ359 ଗୁଆଙ୍ଗଜୋରୁ ସ୍ଥାନୀୟ ସମୟ ଅପରାହ୍ନ ୩:୩୫ ରେ ବାହାରି ସନ୍ଧ୍ୟା ୭:୦୦ ରେ ଦିଲ୍ଲୀରେ ପହଞ୍ଚିବ । ଫ୍ଲାଇଟ୍ CZ360 ନୂଆଦିଲ୍ଲୀରୁ ଗୁଆଙ୍ଗଜୋ ଦିଲ୍ଲୀରୁ ରାତି ୮ଟା୨୦ ରେ ବାହାରି ପରଦିନ ସକାଳ ୪:୧୫ ରେ ପହଞ୍ଚିବ । ଏହି ସେବା ଆରମ୍ଭ ହେବା ପରେ ଏହି ଏୟାରଲାଇନ୍ସ ଦକ୍ଷିଣ ଏସିଆର ୮ଟି ଗୁରୁତ୍ୱପୂର୍ଣ୍ଣ ରୁଟ୍ ରେ ସପ୍ତାହକୁ ୧୦୦ ରୁ ଅଧିକ ବିମାନ ଚଳାଚଳ କରିବ । ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଯାତ୍ରାକୁ ଅଧିକ ସହଜ କରିବ ।ଭାରତ ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡବଡ…

Read More

ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଉଦିତନଗରସ୍ଥିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଗାଡ଼ିରେ ଥିବା ଜଣେ ସ୍ଥାନୀୟ ମଦ ଦୋକାନର ସେଲ୍ସମ୍ୟାନ୍ ଙ୍କଠାରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା । ଏହି ଟଙ୍କା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ ତାଙ୍କ ଘରେ ପହଞ୍ଚାଇବା ପାଇଁ ଦେଇଥିବା ସେଲ୍ସମ୍ୟାନ୍ ଭିଜିଲାନ୍ସକୁ କହିଥିବା ସୂଚନା ମିଳିଛି ।ଏନେଇ ଧନେଶ୍ୱର ବରାଡ଼ଙ୍କୁ ପଚରାଉଚରା କରାଯାଇଥିବାବେଳେ ଉଦ୍ଧାର ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହାପରେ ୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି।

Read More

BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ । ଚୀନ୍ ରାଷ୍ଟ୍ରପତିଙ୍କ ସହ ଆସିଛନ୍ତି ଦେଶର ଶୀର୍ଷ କୂଟନୀତିଜ୍ଞ ଓ ବରିଷ୍ଠ ନେତା । ଦିଲ୍ଲୀରେ ପହଞ୍ଚିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତ ମାଟିରେ ପାଦ ରଖୁଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ । ତାଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଭାରତ ଗସ୍ତର ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସି ଜିନପିଙ୍ଗଙ୍କ ସହ ଚୀନର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଦିଲ୍ଲୀ ଆସିଛି ।ଜିନପିଙ୍ଗ ଭାରତରେ ପହଁଚିବାର କିଛି ସମୟ ପୂର୍ବରୁ ଚାଇନାର ପ୍ରତିକ୍ରିୟା ଆସିଥିଲା । ଚୀନ୍ କହିଥିଲା ଯେ, ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି । ଏହାର ସମାଧାନ ହେବା ଆବଶ୍ୟକ । ଦୁଇ ପଡୋଶୀ ଦେଶ ଏକାଠି ହୋଇ ଆଗକୁ ବଢିବା ଦରକାର ।…

Read More