Author: sanitelevision

କର୍କଟ ରୋଗର ଚିକିତ୍ସାକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍‌ପିପିଏ) ପକ୍ଷରୁ ୫୪୩ଟି ବ୍ରାଣ୍ଡ୍‌ର କର୍କଟ ଔଷଧର ସଂଶୋଧିତ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ତାଲିକା ପ୍ରକାଶ କରାଯାଇଛି। ଏହି ନୂତନ ଦର ଆସନ୍ତା ନଭେମ୍ବର ୯ରୁ ଲାଗୁ ହେବ।ସ୍ୟାମ୍‌ଟେପା (Samtepa) ଇଞ୍ଜେକ୍ସନର ଦାମ୍ ପୂର୍ବରୁ ୮୦, ୦୭୧.୮୬ ଥିବାବେଳେ ବର୍ତ୍ତମାନ ଏହା କମି ୭, ୧୫୦.୩୩ କରାଯାଇଛି । ପ୍ୟାଲ୍‌ବୋପ୍ରୋ (Palbopro) ଔଷଧର ୨୧ଟି କ୍ୟାପସୁଲ୍ ବିଶିଷ୍ଟ ପ୍ୟାକ୍ ଦାମ୍ ୪୦,୪୨୧ ରୁ ହ୍ରାସ ପାଇ ୨,୭୨୦ ହୋଇଛି । ପ୍ରାୟ ୨୧୭ଟି ଔଷଧର ଦାମ୍ ଅଧାରୁ ମଧ୍ୟ କମ୍ ହୋଇଯାଇଛି । ୯୭ଟି ବ୍ରାଣ୍ଡର ଦାମ୍ ୭୦% ଏବଂ ୫୦ଟି ବ୍ରାଣ୍ଡର ଦାମ୍ ୮୦% ରୁ ଅଧିକ ହ୍ରାସ ପାଇଛି । ତଥାପି, ୧୪୬ଟି ବ୍ରାଣ୍ଡ-ପ୍ୟାକ୍‌ର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।ଦର କମିଥିଲେ ମଧ୍ୟ କିଛି ଅତ୍ୟନ୍ତ ଜରୁରୀ ଏବଂ…

Read More

ପୁଣି ଭିଜିଲାନ୍ସ ଜାଲରେ ଫସିଲେ ଜଣେ ମହିଳା ଅଧିକାରୀ। ଜଣଙ୍କ ଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା।ଅଭିଯୋଗ ଅନୁସାରେ, ଫୁଲନଖରା ରେଞ୍ଜ ଅଧୀନରେ ୩ଟି ପ୍ଲାଣ୍ଟେସନ ସାଇଟର ଜୁଲାଇରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ, ଜଗୁଆଳି, ପାଣି ଓ ସାର ବାବଦ ବିଲ ପାସ କରିବା ପାଇଁ ସେ ସେହି ରେଞ୍ଜର ଜଣେ କର୍ମଚାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେଲେ ଆଗାମୀ ମାସର ବିଲ ପାସ କରିବେନି ବୋଲି ଧମକ ମଧ୍ୟ ଦେଇଥିଲେ। ଏନେଇ କର୍ମଚାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଆଜି ଭିଜିଲାନ୍ସ ଟିମ ଚଢାଉ କରି ତାଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଜବତ କରିଛି। ଅଭିଯୁକ୍ତ ଶ୍ରୀମତୀ ବେହେରାଙ୍କ ନିକଟରୁ ସମ୍ପୂର୍ଣ୍ଣ ୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଡେପୁଟି ରେଞ୍ଜର ଶ୍ରୀମତୀ ବେହେରାଙ୍କ ସହ ଜଡିତ ଦୁଇଟି…

Read More

ବାତ୍ୟା ଅର୍ଣ୍ଣବ ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ରାଜୀବ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ବନ୍ୟା ସ୍ଥିତି ମୁକାବିଲା ଲାଗି ଉଦ୍ୟମ ଚାଲିଛି । ଗଞ୍ଜାମରେ ବନ୍ୟା ସ୍ଥିତି ସାଂଘାତିକ । ଚାରିଆଡ଼େ ବନ୍ୟା ଜଳ ଘେରି ରହିଥିବାରୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଏଭଳି ସ୍ଥିତିରେ ପାଣି ଘେରରେ ଫସିଥିବା ୧୨୦ ଜଣଙ୍କୁ ଏୟାରଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ନେବାକୁ ପଦକ୍ଷେପ ନିଆଯାଉଛି । ଏଥିପାଇଁ କୋଷ୍ଟଗାର୍ଡ ସହ ଆଲୋଚନା ଶେଷ ହୋଇଛି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରାଯିବାର ଯୋଜନା ରହିଛି।ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଛି । ଗଞ୍ଜାମରେ ୨୨ଟି ବ୍ଲକର ୨୯୯ ଗାଁର ୪୪ ହଜାର ୫୦୦ ଲୋକ ପ୍ରଭାବିତ ହୋଇଛନ୍ତି । ୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।ପାଣି…

Read More

ରାଜଧାନୀରେ ଏକ ଲଭ ଜିହାଦ୍ ଭଳି ଘଟଣା ପଦାକୁ ଆସିଛି । ନିଜକୁ ହିନ୍ଦୁ ବୋଲି କହି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଅଶ୍ଳୀଳ ଭିଡିଓ ରେକର୍ଡିଂ କଲେ । ପରେ ବ୍ଲାକ୍ ମେଲିଂ କରି ଟଙ୍କା ମାଗିଲେ । ପ୍ରତିବାଦ କରିବାକୁ ମାଡ଼ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କଲେ । ଯୁବତୀଙ୍କ ଅଭିଯୋଗ ପରେ ଏହି ନେଇ ମହିଳା ଥାନା ପୁଲିସ୍ କେନ୍ଦ୍ରାପଡ଼ାର ସେକ୍ ଇରଫାନ୍ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।୨୦ ବର୍ଷ ବୟସର ଏହି ଯୁବତୀ ଜଣକ ଭୁବନେଶ୍ବରରେ ରହି ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି। ୨୦୨୫ ମାର୍ଚ୍ଚରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍ରେ ଅଭିଯୁକ୍ତ ଇରଫାନ୍ ସହ ଯୁବତୀଙ୍କର ପରିଚୟ ହୋଇଥିଲା। ସେତେବେଳେ ଇରଫାନ୍ ନିଜ ଇନ୍ଷ୍ଟାଗ୍ରାମ୍ ଆଇଡିରେ ନିଜକୁ ‘କୁମାର ପିଣ୍ଟୁ’ ବୋଲି ଦର୍ଶାଇଥିଲା। ଏମିତିକି ଧର୍ମ…

Read More

ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ଜନିତ ସ୍ଥିତି ସମୀକ୍ଷା କରିବା ପରେ ରାଜ୍ୟର ୧୭ଟି ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି | ତେବେ ବାତ୍ୟା ଅର୍ଣ୍ଣବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତ୍ୟା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଅମିତ ଶାହ । ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାମାନ ବେଶ ପ୍ରଭାବିତ ହୋଇଛି । ଏଭଳି କଠିନ ପରିସ୍ଥିତିରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଶାହ । ଆବଶ୍ୟକ ପଡିଲେ ରାଜ୍ୟ ମଧ୍ୟ ସହାୟତା ମଧ୍ୟ ମାଗିପାରିବ ବୋଲି ଶାହ କହିଛନ୍ତି । ସେହିପରି ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଖୁବ ଶୀଘ୍ର କେନ୍ଦ୍ରୀୟ…

Read More

ବାତ୍ୟା ‘ଅର୍ଣ୍ଣବ’ ଜନିତ ପ୍ରବଳ ବର୍ଷା ଗଜପତି ଜିଲ୍ଲାରେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। କଇଁପୁର-ଗଙ୍ଗାବାଡ଼ ରାସ୍ତାରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଯାଇଛି। ଯାହା ଫଳରେ ଅନେକ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇପଡ଼ିଛି। ଲଗାତାର ବର୍ଷା କାରଣରୁ ଜିଲ୍ଲାର ପ୍ରମୁଖ ନଦୀ ଓ ପାହାଡ଼ିଆ ନାଳଗୁଡ଼ିକର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଜେସିବି ଏବଂ ଶ୍ରମିକ ନିୟୋଜିତ କରି ରାସ୍ତା ସଫା କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ଲଗାଣ ବର୍ଷା ଏହି ପୁନରୁଦ୍ଧାର କାର୍ଯ୍ୟରେ ପ୍ରମୁଖ ବାଧକ ସାଜିଛି । ମହେନ୍ଦ୍ରତନୟା, ବଂଶଧାରା ସମେତ ସ୍ଥାନୀୟ ପାହାଡ଼ିଆ ଝରଣା ଓ ନାଳଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେତେକ ସ୍ଥାନରେ କଲଭର୍ଟ ଓ ପୋଲ ଉପରେ ପାଣି ଚାଲିବା ଯୋଗୁଁ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତଳିଆ ଅଞ୍ଚଳର ବିସ୍ତୀର୍ଣ୍ଣ ଚାଷଜମିରେ…

Read More

୨୦୨୭ ମସିହାର ପ୍ରଥମ ସୂର୍ଯ୍ୟପରାଗ ଫେବୃଆରୀ ୬ ତାରିଖ, ଶନିବାର ଦିନ ଘଟିବ ।ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୬ଟା ୨୮ ମିନିଟରେ ଆରମ୍ଭ ହୋଇ ରାତି ୧୨ଟା ୩୨ ମିନିଟରେ ଶେଷ ହେବ। ତେବେ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଭାରତରେ ରହୁଥିବା ଲୋକମାନେ ଏହି ଖଗୋଳୀୟ ଘଟଣାକୁ ସିଧାସଳଖ ଦେଖିପାରିବେ ନାହିଁ। ୨୦୨୭ର ପ୍ରଥମ ସୂର୍ଯ୍ୟପରାଗ ବିଶ୍ୱର କେତେକ ଅଞ୍ଚଳରେ ଦେଖିବାକୁ ମିଳିବ। ତେଣୁ ୨୦୨୭ର ପ୍ରଥମ ସୂର୍ଯ୍ୟପରାଗ ଏକ ବଳୟାକାର ଘଟଣା ହୋଇଥିବାରୁ ଏହା ମହାକାଶପ୍ରେମୀଙ୍କ ପାଇଁ ବିଶେଷ ଆକର୍ଷଣ ରହିବ।

Read More

୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ସେହି କଳା ଶୁକ୍ରବାରକୁ ଆଜି ୨୭ ବର୍ଷ ପୂରିଛି ।ହେଲେ ଆଜି ବି ସେହି ଦିନ କଥା ଭାବିଲେ ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ମହାବାତ୍ୟାର ଭୟଙ୍କର ତାଣ୍ଡବର ସାକ୍ଷୀ ଥିବା ପ୍ରଭାବିତ ଆଜି ବି ସେହି କଥାକୁ ମନେ ପକାଇଲେ ଆଖିରେ ଜକାଏ ପାଣି । ବାତ୍ୟାରେ ଯେଉଁମାନଙ୍କର ଅକାଳ ବିୟୋଗ ଘଟିଥିଲା ତାହାକୁ ଆତ୍ମୀୟସ୍ବଜନ ଆଜି ଭୁଲି ପାରିନାହାନ୍ତି । ସେହି ଛାତିଥରା ଦିନକୁ ଶବ୍ଦରେ ବୟାନ କରିବା ବହୁ କଷ୍ଟକର । ବର୍ଷ ପରେ ବର୍ଷ ବିତିଯାଉଛି । ହେଲେ ଅକ୍ଟୋବର ୨୯ ତାରିଖ ଆସିଲେ ପ୍ରତ୍ୟକ୍ଷଦର୍ଶୀଙ୍କ ଆଖି ସାମ୍ନାରେ ନାଚି ଉଠେ ସେହି ସମୟ । ଘଣ୍ଟାପ୍ରତି ୩୦୦କିମି ବେଗରେ ପବନ ସାଙ୍ଗକୁ ଆର୍ତ୍ତ ଚିତ୍କାର, ଭୟଙ୍କର ଶବ୍ଦ ଶୁଣି ଏହି କଣ ସୃଷ୍ଟିର ବିନାଶ ବୋଲି ଭାବି ନେଇଥିଲେ ଲୋକେ ।…

Read More

ବାତ୍ୟା ‘ଅର୍ଣ୍ଣବ’ କ୍ରମଶଃ ଶକ୍ତି ହରାଇ ଦୁର୍ବଳ ହେଉଛି । ରାତିରେ ଗଭୀର ଅବପାତ ରୂପ ନେଇ ଆହୁରି ଅଧିକ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଛି । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଏବେ ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଓଡ଼ିଶା ସଂଲଗ୍ନ ଛତିଶଗଡ଼ ଦେଇ ଆଗକୁ ବଢୁଥିବା ଗଭୀର ଅବପାତ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ ।ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ରେ ପ୍ରବଳରୁ ଅତି ଭୀଷଣ ବର୍ଷା ସାଙ୍ଗକୁ ୪୦-୫୦ କିମି ବେଗରେ ପବନ ଆଣଙ୍କା ଅଛି I ପବନ ଝଟକା ୬୦ କିମି ଭିତରେ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ଦେବଗଡ଼ରେ ପ୍ରବଳ ବର୍ଷା ସହ ୩୦-୪୦ ପବନ ରହିପାରେ।…

Read More

ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଜୋରଦାର ହୋଇଛି ପ୍ରସ୍ତୁତି । ବାତ୍ୟା ମୁକାବିଲା, ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ରାଜ୍ୟ ସରକାର ସତର୍କ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ଥିତିର ସମୀକ୍ଷା କରିଛନ୍ତି ।ସମସ୍ତ ଜିଲ୍ଲାର ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା ସକ୍ରିୟ ରଖାଯାଇଛି । ଏଥିସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଥିବା ୮ଟି ଜିଲ୍ଲାରେ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ରାଜ୍ୟରେ ମୋଟ ୨,୦୬୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି…

Read More