Author: sanitelevision

କେନ୍ଦ୍ରାପଡାରେ ବନ୍ୟା ବିଭୀଷିକା ଭିତରେ ଦେଖାଦେଇଛି କୁମ୍ଭୀର ଭୟ । ଚଉଦ କୁଲାଟ ଅଞ୍ଚଞ୍ଚଳରେ ଅନେକ କୁମ୍ଭୀର ବୁଲୁଥିବା ନେଇ ଖବର ମିଳିଛି । ବ୍ରାହ୍ଣଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । କୁମ୍ଭୀର ପାଇଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାତିରେ ଘରୁ ବାହାରିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗାଁ ଭିତରେ କୁମ୍ଭୀରଙ୍କୁ ଦେଖିବା ଏକ ସାଧାରଣ ଘଟଣା ହୋଇପଡ଼ିଛି, ଯାହା ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ଜିଲା ପ୍ରଶାସନ ଏବଂ ବନ ବିଭାଗକୁ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ବନ୍ୟା ଓ କୁମ୍ଭୀର ଭୟରୁ ମୁକ୍ତି ପାଇଁ ସେମାନେ ସରକାରୀ ସହାୟତା ଆଶା କରୁଛନ୍ତି।

Read More

ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ। ରାୟଗଡ଼ ବିଷମକଟକ ଅଞ୍ଚଳରେ ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜାଣିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷମ କଟକ ଥାନାରେ ଏତଲା ଦେଇଥିଲେ।ଆବାସିକ ବିଦ୍ୟାଳୟର ଏତଲାକୁ ଆଧାର କରି ବିଷମ କଟକ ପୋଲିସ ଏଘଟଣାରେ ସଂପୃକ୍ତ ଜଣେ ଯୁବକକୁ ବିଷମକଟକ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ ଗତକାଲି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ଉକ୍ତ ଆବାସିକ ବିଦ୍ୟାଳୟ ଆନ୍ତେବାସୀ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସଂପୃକ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିବା ବେଳେ ପରୀକ୍ଷା ନିରୀକ୍ଷା କରିବାରୁ ସେ ଗର୍ଭବତୀ ରହିଥିବା ଜଣାପଡିଥିଲା।ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଚିକିତ୍ସକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବଗତ କରିଥିଲେ। ଛାତ୍ରୀ ଜଣକ ଗର୍ଭବତୀ ଥିବା ନେଇ ବିଭାଗୀୟ କତୃପକ୍ଷଙ୍କୁ ମଧ୍ୟ ଅବଗତ କରିଥିଲେ। ପୋଲିସ୍ ପୀଡିତା ଛାତ୍ରୀଙ୍କୁ ପଚରା…

Read More

ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି ।ସମସ୍ତ କଲେଜ କର୍ତ୍ତୃପକ୍ଷ, ପୋଲିସ, ପ୍ରଶାସନ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରି ବିଚାର ବିଭାଗୀୟ ତଦନ୍ତ ଦ୍ୱାରା ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ଦଳ । ଅନ୍ୟପଟେ ଏହା ପଛରେ ବଡ଼ ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସରକାର ପର୍ଦ୍ଦାଫାସ କରିବା ପାଇଁ ଚାହୁଁ ନାହାନ୍ତି । ପ୍ରକୃତ ତଦନ୍ତ ହେଲେ ଯେଉଁମାନେ ଶବକୁ କାନ୍ଧ ଦେଉଛନ୍ତି, ସେମାନେ ବନ୍ଧା ହୋଇଯାଆନ୍ତେ । କ୍ରାଇମବ୍ରାଞ୍ଚ ତଦନ୍ତ ନାମରେ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ତେଣୁ କ୍ରାଇମବ୍ରାଞ୍ଚ ନୁହେଁ ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକ ରହିଛି ।

Read More

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୁକ୍ରବାର ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଶନିବାର ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Read More

ଆନ୍ତଃରାଜ୍ୟ ବାଘଛାଲ ରାକେଟ ଖିଅ ଖୋଜୁ ଖୋଜୁ ମିଳିଲା ସାଂଘାତିକ ତଥ୍ୟ । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ଓ ତାନ୍ତ୍ରିକ ମୋବାଇଲରୁ ମିଳିଛି ଚମକେଇ ଦେବା ଭଳି ଭିଡ଼ିଓ ।ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍‌ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି । ମଙ୍ଗଳବାର ଦିନ ୩ଟି କଲରାପତରିଆ ବାଘଛାଲ ଜବତ କରିଥିଲା ବନ ବିଭାଗ । ତେବେ ଏନେଇ ବଡ଼ସାହି ଥାନା IICଙ୍କୁ ଅବଗତ କରିଥିଲା ବନ ବିଭାଗ ।ଏହି ମାମଲାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର, କାଣିମହୁଲି ଗାଁର ଶିକ୍ଷକ ମନୋରଞ୍ଜନ ଟିପିରିଆଙ୍କ ସମେତ ବାଲେଶ୍ବର ଓ ମୟୂରଭଞ୍ଜର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ପାଖରୁ ୭ଟି ମୋବାଇଲ୍‌…

Read More

ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ରେଭେନ୍ସା ବିଶ୍ବବିଦ୍ୟାଳୟ । ହେଲେ ନିର୍ଦ୍ଦେଶର ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କରିନେଇଛି। ଖୁବଶୀଘ୍ର ଏ ନେଇ ନୂଆ ବିଜ୍ଞପ୍ତି ଆସିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହୃତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Read More

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂଆ ନିଷ୍ପତ୍ତି ନିଆଯାଇଛି । ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ରେଭେନ୍ସା କ୍ୟାମ୍ପସ ମନା କରାଯାଇଛି। ନୂଆ କଟକଣା ଲଗାଇଲା ରେଭେନ୍ସା ବିଶ୍ବବିଦ୍ୟାଳୟ। ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି। SoP ଜାରି ନହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ ମହିଳା କର୍ମଚାରୀ କାମ କରିପାରିବେ । ଗତକାଲି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ଏଭଳି ନିଷ୍ପତି ହୋଇଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆଣ୍ଟି ରାଗିଂ କମିଟି,…

Read More

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ଶେଷ କଥା କ’ଣ କହିଛନ୍ତି। ଏନେଇ ସୌମ୍ୟାଶ୍ରୀଙ୍କ ଅତି ଘନିଷ୍ଠ ବନ୍ଧୁ ପ୍ରକାଶ କରିଛନ୍ତି। ଯେବେ ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିଲା ସେ ପ୍ରିନ୍ସପାଲଙ୍କ ଚାମ୍ବରକୁ ଯିବାକୁ ଚେଷ୍ଟା କରୁଥିଲେ, ତାହା ସିସିଟିଭିରେ ଦେଖିବାକୁ ମିଳିଥିଲା। ଏହାପରେ କଲେଜର ମଞ୍ଚ ପାଖକୁ ଯାଇଥିଲେ, ଆଉ ସେଇଠି ହିଁ ଅର୍ଦ୍ଧଧଗ୍ଧ ଅବସ୍ଥାରେ ପଡିଥିଲେ। ଘନିଷ୍ଠ ବନ୍ଧୁଙ୍କ କହିବାନୁସାରେ, ମୁଁ ସୌମ୍ୟାଶ୍ରୀଙ୍କ କଲେଜରେ ପଢୁନଥିଲି। ମୁଁ ଅନ୍ୟ ଏକ କଲେଜରେ ପଢେ। ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା କଥା ଶୁଣି ମୁଁ ସ୍କୁଟି ଯୋଗେ କଲେଜରେ ପହଞ୍ଚିଥିଲି। ପହଞ୍ଚିଲା ପରେ ଦେଖିଲି ସୌମ୍ୟାଶ୍ରୀ ତଳେ ପଡିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ କିଛି ସାହାଯ୍ୟ କରୁନଥିଲେ। ଉପରେ ଗୋଟେ ଓଢଣୀ ପଡିଥିଲା। କିଛି ସମୟ ପରେ ସୌମ୍ୟାଶୀ କହିଥିଲେ ମୋତେ ଟିକେ…

Read More

ସୋସିଆଲ ମିଡିଆ କମ୍ପାନୀ ମେଟାର ମସ୍ତବଡ ଭୁଲ । ମେଟା ଲେଖିଲା,କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାକ୍‌ଫୁଟରେ ମେଟା। ଅଟୋ ଟ୍ରାନ୍ସଲେସନ ପାଇଁ ମେଟା ପୁଣି ବିବାଦ ଘେରକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟରେ ମେଟା ଅଟୋ ଟ୍ରାନ୍ସଲେସନ କରି ସିଦ୍ଧରମୈୟା ଆଉ ନାହାଁନ୍ତି ବୋଲି ପୋଷ୍ଟ କରିଛି। ମେଟାର ମାଲିକାନାରେ ଥିବା ଇନଷ୍ଟାଗ୍ରାମରେ ଏକ କନ୍ନଡ଼ ପୋଷ୍ଟର ସ୍ୱୟଂଚାଳିତ ଇଂରାଜୀ ଅନୁବାଦରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି ବୋଲି ଲେଖା ହୋଇଥିଲା ଯାହା ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁର ସୂଚନା ଦେଉଥିଲା । ଏହି ଘଟଣା ପରେ ସିଦ୍ଦରମୈୟା ସିଏମ୍‌ଙ୍କ ସୋସିଆଲ୍ ମଡିଆ ହ୍ୟାଣ୍ଡେଲର ମେଟାକୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।ସିଦ୍ଧରମୈୟା କହିଛନ୍ତି ଯେ, ଫେସବୁକ ଏବଂ ଇନଷ୍ଟାଗ୍ରାମରେ କନ୍ନଡର ଅତି ଖରାପ ଅନୁବାଦ କରାଯାଉଛି। ଅଟୋ ଟ୍ରାନ୍ସଲେସନ ଯୋଗୁଁ…

Read More

୧୯ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ । ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ । ଏନେଇ ଡିଆରସି ଓ ଏଆରସି ମାନଙ୍କୁ କୁହାଯାଇଛି ଯେ, ଧାନ ସଂଗ୍ରହ ସମ୍ପର୍କିତ ନିର୍ଦ୍ଦେଶାବଳୀ ଓ ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ପ୍ୟାକ୍ସ ଓ ଲ୍ୟାମ୍ପସ୍‌କୁ ଠିକ୍ ଭାବେ ଜଣାଇବେ। ଏହାସହ ଠିକ୍ ସମୟରେ ଚାଷୀଙ୍କ ପଞ୍ଜୀକରଣ ହୋଇପାରିବ, ତାହା ସୁନିଶ୍ଚିତ କରାଇବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।ଧାନ ସଂଗ୍ରହ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ଏହା ଆସନ୍ତାବର୍ଷ ମାର୍ଚ୍ଚ ୩୧ ଯାଏଁ ଚାଲିବ । ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ଯାଏଁ ଚାଲିବ ।

Read More