Author: sanitelevision

ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ । BMC ଅଫିସ୍‌ ସମେତ ଭୁବନେଶ୍ବର ଘରେ ଚଢାଉ ଜାରି ।ଭିଜିଲାନ୍ସ ଟିମ୍‌ ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ଏକ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ଏକ ଫାର୍ମ ହାଉସ୍‌, ରାୟଗଡ଼ାର ଗୁଣୁପୁର ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରର ବିଏମସିରେ ଥିବା ତାଙ୍କ ଅଫିସ୍‌ ରୁମ୍‌ରେ ଚଢାଉ କରିଛି । ଭିଜିଲାନ୍ସର ୬ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କାର୍ଯ୍ୟ ଚାଲିଛି ।

Read More

ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ ଓ ସଚିବ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରଥଯାତ୍ରା ସମୟରେ ପୁରୀ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଥିବା ଆଇଏଏସ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର କମିଶନର ଭାବେ ନିଯୁକ୍ତ କରାଯାଇଛି। ଆଇଏ ଏସ ରୁପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି ସରକାର | ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥର ବଦଳି କରିଛନ୍ତି ମୋହନ ମାଝୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ ଆର୍ ଆୟରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପଞ୍ଚାୟତିରାଜ ନିର୍ଦ୍ଦେଶକ ମହେଶ୍ବର ସ୍ବାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ, ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଜିଲ୍ଲାପାଳ, ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲାପାଳ…

Read More

ବାଲେଶ୍ଵର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜଳିଯିବା ଘଟଣାକୁ ନେଇ ରୁଜୁ ମାମଲାରେ ହାଇକୋର୍ଟରେ ଆଜି ଆଡ଼ଭୋକେଟ ଜେନେରାଲ ପକ୍ଷ ରଖିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ । ଅପରପକ୍ଷରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ବେଜେଡି ଏବଂ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶା ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।ହାଇକୋର୍ଟ ଏଥିରେ ଉଭୟ ଦଳକୁ ନୋଟିସ କରିଛନ୍ତି ।ବର୍ତ୍ତମାନ ପରିସ୍ଥିତିରେ ଏସଆଇଟି ଗଠନ କରି ତଦନ୍ତ କରିବାର ଆବଶ୍ୟକତା ନଥିବା କହିଲେ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଉଇଙ୍ଗର ତଦନ୍ତରେ ସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ । ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ରୁଜ୍ଜୁ ହୋଇଛି ଏହି ମାମଲା ।

Read More

ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।୨୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |୨୩ରୁ ୨୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୩ରେ କଟକ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ । ୨୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,…

Read More

ଆଜି ହେଉଛି ‘ବିଶ୍ୱ ମସ୍ତିଷ୍କ ଦିବସ’ । ମସ୍ତିଷ୍କ ସ୍ୱାସ୍ଥ୍ୟ ଏବଂ ସ୍ନାୟୁଗତ ରୋଗ ବିଷୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ 22 ତାରିଖରେ ‘ବିଶ୍ୱ ମସ୍ତିଷ୍କ ଦିବସ’ ପାଳନ କରାଯାଏ । ଚଳିତବର୍ଷର ବିଷୟବସ୍ତୁ ରହିଛି “ସମସ୍ତ ବୟସର ଲୋକଙ୍କ ପାଇଁ ମସ୍ତିଷ୍କ ସ୍ୱାସ୍ଥ୍ୟ” । ଆଜିକାଲି ବଦଳୁଥିବା ଦୈନନ୍ଦିନ ଜୀବନଶୈଳୀ ଯୋଗୁଁ ଆମ ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡୁଛି । ଡାଇବେଟିସ, ବ୍ରେନ ଷ୍ଟ୍ରୋକ, କୋଲେଷ୍ଟ୍ରୋଲ, ହୃଦଘାତ ବୟସ୍କ ବ୍ୟକ୍ତିଙ୍କ ସହିତ କମ୍ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଅଧିକମାତ୍ରାରେ ଦେଖିବାକୁ ମିଳୁଛି । ଯାହା ଦ୍ବାରା ଅକାଳରେ ଅମୂଲ୍ୟ ଜୀବନ ଚାଲିଯାଉଛି । ମସ୍ତିଷ୍କ ସ୍ୱାସ୍ଥ୍ୟ କିପରି ବଜାୟ ରଖିହେବ? ୧. ମସ୍ତିଷ୍କ କାର୍ଯ୍ୟକୁ ସମର୍ଥନ କରୁଥିବା ଖାଦ୍ୟ ଅନୁସରଣ କରନ୍ତୁ୨. ମସ୍ତିଷ୍କକୁ ରକ୍ତ ପ୍ରବାହ ଉନ୍ନତ କରିବା ପାଇଁ ନିୟମିତ ବ୍ୟାୟାମ କରନ୍ତୁ୩. ପ୍ରତ୍ୟେକ ରାତିରେ ପର୍ଯ୍ୟାପ୍ତ ନିଦ ନିଅନ୍ତୁ୪. ଶିକ୍ଷା ଏବଂ…

Read More

ଯାଜପୁର ଜିଲ୍ଲାର ଚଣ୍ଡୀଖୋଲରେ ତୁଳସୀ ଗଣନାଟ୍ୟ ଦଳର ‘ଏଇ ବୋଧେ ଶେଷ ଦେଖା’ ନାଟକର ରିହର୍ସାଲ ସମୟରେ ଅଭିନେତା ଶୁଭମ ଏକ ଜୀଅନ୍ତା ଅଜଣା ସାପକୁ ହାତରେ ଧରି ଅଭିନୟ କରୁଥିବା ଭିଡିଓ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି। ନିଜ ଅଭିନୟ ଦ୍ୱାରା ଅଭିନେତ୍ରୀ ଓ ଅନ୍ୟ ଅଭିନେତାଙ୍କୁ ସାପ ଧରିବା ପାଇଁ କଳାକାର ସାଇ କହୁଛନ୍ତି । ସାପକୁ ହାତରେ ଗୁଡାଇ ସଂଳାପ ମଧ୍ୟ କରୁଛନ୍ତି ଅଭିନେତା ସାଇ । ନାଣ୍ଡୁବାବୁଙ୍କ ଯାତ୍ରାର ଫାଇନାଲ ରିହରସେଲରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଚକ୍କିତ କରିଥିଲା । ତେବେ ଯାତ୍ରୀ ମଞ୍ଚରେ ସାପ ଧରି ଅଭିନୟ କରିବା କେତେଦୂର ଠିକ । ଆଇନ ବାହାରେ ଏହି କାମ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠିଛି ସାପଟି କେଉଁଠୁ ଆସିଲା । ଆଉ ଏହାକୁ କିଏ ପୋଷା ମନେଇଛି ବୋଲି ପ୍ରଶ୍ନ ଉଠିଛି ।ବନ୍ୟଜନ୍ତୁ ବିଶେଷଜ୍ଞ ଓ…

Read More

କଟକ ବଡ଼ ମେଡିକାଲ, କ୍ୟାପିଟାଲ ହସ୍ପିଟାଲ ଭଳି ବଡ଼ ଡାକ୍ତରଖାନା ଗୁଡ଼ିକରେ ଭିଡ଼ କମାଇବାକୁ ସରକାର ସ୍ୱତନ୍ତ୍ର ଯୋଜନା କରୁଛନ୍ତି । ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେସ ମହାଲିଙ୍ଗ ସୂନା ଦେଇଛନ୍ତି । ସବୁ ଗ୍ରାମ ପଞ୍ଚାୟତରେ ଆୟୁଷମାନ ଆରୋଗ୍ୟ ମନ୍ଦିର ହେବ। ପ୍ରାଇମେରୀ ହେଲଥ ସେଣ୍ଟର ପରି ଏହା କାମ କରିବ । ସେଥିରେ CHO ଏବଂ ଦୁଇ ଜଣ ଷ୍ଟାଫ ରହିବେ । ଏଠାରେ କେଉଁମାନେ ସ୍ବାସ୍ଥ୍ୟ ପାଇବାକୁ ଯୋଗ୍ୟ ଏବଂ ସ୍ବାସ୍ଥ୍ୟ ସେବା କିପରି ଚାଲିଛି ତାହା ତଦାରଖ କରିବେ ଆଶା ଦିଦି ଓ ANM । ପୂର୍ବରୁ ସମସ୍ତେ ଟ୍ରିଟମେଣ୍ଟ ଆଡ଼କୁ ଯାଇଥିଲେ । ରୋଗ, ହସ୍ପିଟାଲ ମେଡିସିନ ଦେଇ ଟ୍ରିଟମେଣ୍ଟ ହେଉଥିଲା । ବର୍ତ୍ତମାନ କିନ୍ତୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର CHO ଅଫିସରଙ୍କ ଦ୍ବାରା ପ୍ରିଭେଣ୍ଟିଭ ମୋଡ ଯିବା ପାଇଁ ଚେଷ୍ଟା କରୁଛି । ଜ୍ବର ହେଲେ ବି ସବସେଣ୍ଟରକୁ ଯାଉଛନ୍ତି । ସେହିପରି…

Read More

ରାଜ୍ୟର ସମସ୍ତ ଚାଷୀଙ୍କର ହେବ ଇ- କେୱାଇସି । ଯାହା ଦ୍ୱାରା ନକଲି ଚାଷୀ ଧରାପଡିବେ । ଅଗଷ୍ଟ ୨୦ ତାରିଖ ଯାଏଁ ପଞ୍ଜୀକରଣ ଚାଲିବ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମନ୍ତ୍ରୀ ପାତ୍ର କହିଛନ୍ତି, “ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମୟରେ ଚାଷୀମାନଙ୍କର e-KYC କରାଯିବ। ଏହି ପ୍ରକ୍ରିୟାରେ ଚାଷୀଙ୍କ ଫିଙ୍ଗର ପ୍ରିଣ୍ଟ ଏବଂ ଆଖି ସ୍କାନ କରାଯିବ, ଯାହା ଦ୍ୱାରା ଅସଲି ଚାଷୀଙ୍କୁ ଚିହ୍ନଟ କରାଯାଇ ପାରିବ ଏବଂ ନକଲି ଚାଷୀମାନେ ସମ୍ପୃକ୍ତ ସୁବିଧାରୁ ବଞ୍ଚିତ ହେବେ।”ଏହି ପଦକ୍ଷେପ ରାଜ୍ୟରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଆଣିବା ସହିତ ଅସଲି ଚାଷୀମାନଙ୍କୁ ସଠିକ ସୁବିଧା ଯୋଗାଇ ଦେବାରେ ସହାୟକ ହେବ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ସରକାରୀ ଅନୁଦାନ ଓ ସମର୍ଥନ କେବଳ ଅସଲି ଚାଷୀଙ୍କ ପାଇଁ ସୁନିଶ୍ଚିତ ହେବ।

Read More

କୋରାପୁଟ ଜିଲା କୋଟିଆକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅଞ୍ଚଳକୁ ଖବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‍ ସେବା । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।କୋଟିଆ ଉପରେ ଆନ୍ଧ୍ର ଆଖି ପକାଇଛି, ପ୍ରତିହତ ପାଇଁ ସରକାର କାମ କରୁଛନ୍ତି। ଏଠାରେ ଖଣି ଖାଦାନ ଭରି ରହିଛି। ସେଠାରେ ଗୋଟିଏ ପାହାଡ଼କୁ ସୁନା ପାହାଡ଼ କୁହାଯାଏ। ସଦୁପଯୋଗ ପାଇଁ ଖଣି ବିଭାଗ ପଦକ୍ଷେପ ନେଉଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ଆଉ ରହିବ। ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‍ ସେବା । କୋଟିଆକୁ କବଜା କରିବାକୁ ସବୁ ବେଳେ ଆନ୍ଧ୍ରର ଚେଷ୍ଟା ଜାରି ରହିଛି। ଏହାକୁ ବନ୍ଦ କରିବା ପାଇଁ…

Read More

ଓଡ଼ିଶାରେ ଖଣିଜ ସମ୍ପଦର ବିକାଶ ଓ ରାଜ୍ୟର ଅର୍ଥନୀତିକୁ ମଜବୁତ କରିବା ଲାଗି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି।ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିବା ଅନୁଯାୟୀ, ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ନିଲାମ କରୁ ନଥିଲେ । ନୂଆ ସରକାର ଆସିବା ପରେ ଗୋଟିଏ ବର୍ଷରେ ୮ଟି ଖଣି ନିଲାମ କରିଛନ୍ତି । ଖୁବ୍‌ଶୀଘ୍ର ଆହୁରି ୨୨ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି । ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ । ତାହା ସହ ଶିଳ୍ପ ଆସିବା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ସେ ଦିଗକୁ ପ୍ରାଧାନ୍ୟ ଦେଇ ଖଣି ବିଭାଗ କାମ କରୁଛି ।ଓଡ଼ିଶାର ଖଣିଜ ସମ୍ପଦ ଦେଶରେ ଅନ୍ୟତମ ସମୃଦ୍ଧ ଭାବେ ପରିଚିତ। ଏହି ୨୨ଟି ଖଣି ନିଲାମ ହେବା ଦ୍ୱାରା ରାଜ୍ୟରେ ଖଣିଜ ଉତ୍ପାଦନ ବୃଦ୍ଧି ପାଇବ ଏବଂ…

Read More