Author: sanitelevision

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ କମିଛି। ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ଛୁଇଁଛି। ମଙ୍ଗଳବାର ଓ ବୁଧବାର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଉପରେ ରହିବ । ଅଧିକ ଶୀତ ଅନୁଭୂତ ହେଉଥିବା କୋରାପୁଟ, ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ବି ଥଣ୍ଡା ପ୍ରକୋପ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ତାମିଲନାଡୁ, ପଣ୍ଡିଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଟୱା’ ଆଜି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।

Read More

ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ହାତରେ ସପ୍ତାହେ ସମୟ ଥିବାବେଳେ ଆଜି ଅନଲାଇନରେ ଉପଲବ୍ଧ ହେବ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍ ସଂଖ୍ୟା କମିଛି ।ଅଫିଲିଏଟେଡ୍ ୟୁନିଟ୍‌ମାନଙ୍କ ପାଇଁ SBI ଦ୍ୱାରା OCA କନଫରେନ୍ସ ହଲ୍‌ରେ ଡିସେମ୍ବର ୩ ଓ ୪ ତାରିଖରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଟିକେଟ୍ ବିକ୍ରି ହେବ। ସାଧାରଣ ଲୋକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ୍ କାଉଣ୍ଟରରେ ଡିସେମ୍ବର ୫ ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ବୈଧ ପରିଚୟପତ୍ର ସହ କିଣିପାରିବେ। ଟିକେଟର ମୂଲ୍ୟ ଗ୍ୟାଲେରୀ ୭୦୦ ଟଙ୍କାରୁ…

Read More

ମଧ୍ୟ ପ୍ରଦେଶରେ ଗତ କିଛି ଦିନ ତଳେ କଫ ସିରପ ଖାଇବା ପରେ ଅନେକ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ରାଜ୍ୟ ଏବଂ ସାରା ଦେଶରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା। କେନ୍ଦ୍ର ସରକାର ଏହି ବିଷୟକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏହି ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ସର୍ବୋଚ୍ଚ ନିୟାମକ ସଂସ୍ଥା, ଡ୍ରଗ୍ସ ଆଡଭାଇଜରୀ କମିଟି, କଫ ସିରପକୁ ଲାଇସେନ୍ସିଂ ଏବଂ ସ୍ବତନ୍ତ୍ର ମନିଟରିଂ ନିୟମରୁ ପୂର୍ବରୁ ମୁକ୍ତ କରାଯାଇଥିବା ସୂଚୀରୁ ବାହାର କରିବାକୁ ଅନୁମୋଦନ କରିଛି। ଏହାର ଅର୍ଥ ହେଉଛି ସେମାନଙ୍କ କ୍ରୟ ପାଇଁ ଡାକ୍ତରଙ୍କ ପରାମର୍ଶ ଏବଂ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ।ଦେଶ ଓ ଦେଶ ବାହାରେ କଫ ସିରପ୍ ଖାଇବା ପରେ ଶିଶୁଙ୍କ ମୃତ୍ୟୁର ଅନେକ ଘଟଣା ସାମନାକୁ ଆସିଥିଲା। ଏହି ମୃତ୍ୟୁଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ମଧ୍ୟ ଖରାପ କରିଛି, ଯାହା ଫଳରେ ସରକାରଙ୍କୁ ଏହି ପଦକ୍ଷେପ…

Read More

ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏଣିକି ନିଯୁକ୍ତ ହେବେ ପିଅନ। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ। ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜ ସ୍ତରରେ ପିଅନ ରଖି ଦରମା ଦେଉଥିଲେ। ପଞ୍ଚାୟତ ଫଣ୍ଡ୍‌ରୁ ପିଅନଙ୍କୁ ଦରମା ଦିଆଯାଉଥିଲା। ଏବେ ରାଜ୍ୟ ସରକାର ଦରମା ଦେବେ।ପୂର୍ବରୁ ରହିଥିବା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍ ୧୯୬୪ର ଧାରା ୧୨୩ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୨୦୧୪ର ନିୟମ ୧୨୫କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ଧାରା ଉଚ୍ଛେଦ କରି ସରକାର ପ୍ରତି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ପିଅନ ପଦବୀ ସୃଷ୍ଟି କରିବେ ।

Read More

ଡିସେମ୍ବର ମାସ ଖୁବଶୀଘ୍ର ଆରମ୍ଭ ହେବ । ଡିସେମ୍ବର ମାସରେ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣ ଡିସେମ୍ବରରେ କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ କାମ ରଖିଛନ୍ତି, ସେଥିପାଇଁ ଆପଣଙ୍କୁ ବ୍ୟାଙ୍କ ଛୁଟି ବିଷୟରେ ଜାଣିବାକୁ ହେବ । ତେବେ ଡିସେମ୍ବର ୭,୧୪ ,୨୧ ,୨୮ ରେ ରବିବାର ପଡୁଛି ତେଣୁ ବ୍ୟାଙ୍କ ବନ୍ଦ ରହିବ |ଛୁଟିଦିନରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ, କିନ୍ତୁ ATM, UPI, ନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ସେବାଗୁଡ଼ିକ କାର୍ଯ୍ୟକ୍ଷମ ରହିବ । ଛୁଟିଦିନ ପୂର୍ବରୁ ଚେକ୍ ଜମା କରିବା କିମ୍ବା ଟଙ୍କା ଉଠାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାରିବାକୁ ନିଶ୍ଚିତ କରନ୍ତୁ ।

Read More

ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ସାଂସଦ । ସାଂସଦ ଖେଳ ମହୋତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ୱରରୁ ଜଗତସିଂହପୁର ଆସୁଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ହାଜିପୁର ନିକଟରେ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଂସଦଙ୍କ କାରକୁ ପଛପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଗାଡିଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇଥିବା କାର ସହ ଚାଳକ ବିରିଡି ଥାନାରେ ଅଟକ ।

Read More

ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ଆଜି ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ପୋର୍ଟାଲ ଖୋଲାଯାଇଛି । ୨୧ ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ହେଉଛନ୍ତି । ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ସେଥିପାଇଁ ବିଭାଗ କାମ କରୁଛି। ଗୃହରେ ତଥ୍ୟ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି। ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି। ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି।

Read More

ମାଓବାଦୀଙ୍କୁ ବିଏସଏଫ୍ ଆଇଜିଙ୍କ କଡା ଚେତାବନୀ । ବିଏସଏଫ୍ ଆଇଜି ଶ୍ରୀବାସ୍ତବ କଡା ଚେତାବନୀ ଦେଇ କହିଛନ୍ତି ଯେ ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର ହେବ । ହିଡିମ୍ବା ଭଳି ପ୍ରତି ମାଓ ନେତାଙ୍କ ଉପରେ ନଜର ରହିଛି । ଡ୍ରୋନ ଓ ସାଟେଲାଇଟ ଜରିଆରେ ଆଣ୍ଟି ନକ୍ସଲ ଅପରେସନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । କନ୍ଧମାଳ, ବୋଦ୍ଧ, କଳାହାଣ୍ଡିରେ ମାଓ ମୁକାବିଲାରେ ବିଏସଏଫ ମୁତୟନ ଅଛନ୍ତି । ଚଳିତ ବର୍ଷ ମିଳିତ ଅପରେସନରେ ୧୯ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଏସଏଫ ଆଇଜି ।୮ ଜଣ ଗିରଫ ହୋଇଛନ୍ତି ଏବଂ ୬ ଜଣ ଆତ୍ମସମର୍ପଣ କରିଛନ୍ତି ।

Read More

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣାରେ ଥାନାରେ ମାମଲା । ଷ୍ଟେଟ ହୁମାନ ରାଇଟ କାଉନସିଲ ପକ୍ଷରୁ କଟକ ମହିଳା ଥାନାରେ ଏତଲା । ହ୍ୟୁମାନ ସାଗରଙ୍କ ମୃତ ବେଳେ ତାଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ମ୍ୟାନେଜର ଦିନେଶ ବେହେରା । ଯାହାକୁ ବିରୋଧ କରିଛନ୍ତି ଷ୍ଟେଟ ହୁମାନ ରାଇଟ କାଉନସିଲ ।ଅଭିଯୋଗ ଅନୁସାରେ, ହ୍ୟୁମାନଙ୍କ ମୃତ୍ୟୁ ଦିନ ହିଁ ତାଙ୍କ ମ୍ୟାନେଜର ଦିନେଶ ଓ ହ୍ୟୁମାନଙ୍କ ମା’ଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ସେହି ସମୟରେ ଦିନେଶ ହ୍ୟୁମାନଙ୍କ ମା’ଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି । ଦିନେଶ ଓ ହ୍ୟୁମାନଙ୍କ ମା’ଙ୍କ ମଧ୍ୟରେ ଉଚ୍ଚବାଚର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହି ଭିଡିଓ ଆଧାରରେ ସଙ୍ଗଠନ ପକ୍ଷରୁ ଏତଲା ଦିଆଯାଇଥିବା କୁହାଯାଇଛି । ତେବେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଓ ଅର୍ପିତା ଚୌଧୁରୀଙ୍କୁ…

Read More

ମସଲା ଜାତୀୟ ପିପଳିରୁ ପ୍ରସ୍ତୁତ ହୋଇଛି କର୍କଟ ରୋଗର ମେଡିସିନ୍ l କୋଲୋନ୍ କର୍କଟ ଏମିତି ଏକ ରୋଗ ଯେଉଁଥିରେ ଶରୀରର ବଡ଼ ଅନ୍ତଃନଳୀରେ କୋଷ ବୃଦ୍ଧି କରି ଟ୍ୟୁମର କରିଥାଏ l ଯାହାକି କର୍କଟ ରୋଗର ଏକ ବଡ଼ କାରଣ lଏନଆଇଟି ରାଉରକେଲାର ଲାଇଫ ସାଇନ୍ସ ବିଭାଗର ରିସର୍ଚ୍ଚ ବିଶେଷଜ୍ଞଙ୍କୁ ମିଳିଲା କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂଆ ଉଦ୍ଭାବନ । ଏକ ତିନି ଜଣିଆ ରିସର୍ଚ୍ଚ ଟିମ କ୍ୟାନ୍ସର ପାଇଁ ରିସର୍ଚ୍ଚ ଜାରି ରଖିଥିବା ବେଳେ ବର୍ତ୍ତମାନ ଏହି ଉଦ୍ଭାବନ ସମ୍ପୂର୍ଣ୍ଣ ମେଡିକାଲ ଏବଂ ବାୟୋ ଟେକ୍ନୋଲୋଜି ବା ଲାଇଫ ସାଇନ୍ସ କ୍ଷେତ୍ରରେ ଚହଳ ପକାଇଛି । NITର ଏହି ମେଡିସିନ୍ ପେସେଣ୍ଟଙ୍କ ଆକ୍ଟିଭ୍ କ୍ୟାନ୍ସର କୋଷ ଗୁଡିକୁ ନଷ୍ଟ କରିଥାଏ ଏବଂ ସୁସ୍ଥ ସେଲ୍ ଗୁଡିକୁ ସୁରକ୍ଷିତ ରଖିଥାଏ ବୋଲି କୁହାଯାଇଛି।ଅନେକ କର୍କଟ ରୋଗୀ କେମୋଥେରାପି ନେଇ ବହୁତ କଷ୍ଟ ପାଇବା ସହ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ…

Read More