ଓଡ଼ିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ। ଏହି ଘଟଣାକୁ ଦେଖି ସାଧାରଣରେ ‘ଓଡ଼ିଆ ଅସ୍ମିତା’ କଥା ମନେପଡିଛି।ରଣେନ୍ଦ୍ରଙ୍କୁ କଡା ଜବାବ ଦେଲେ ସିଦ୍ଧାନ୍ତ।ବଙ୍ଗଳା ଭାଷାରେ ମୁହାଁମୁହିଁ ହେଲେ ବିଧାୟକ।ବଙ୍ଗାଳୀ ଭାଷାରେ ଢଗ ଶୁଣାଇ ସରକାରଙ୍କୁ ପ୍ରଶ୍ନ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପୁଣି ବଙ୍ଗଳା ଭାଷାରେ କଡା ଜବାବ ରଖିଲେ ଶାସକ ଦଳର ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ ହୋଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ପ୍ରଶ୍ନକାଳ ସମୟରେ ମୁହାଁ ମୁହିଁ ହୋଇଥିଲେ ରଣେନ୍ଦ୍ର ଏବଂ ସିଦ୍ଧାନ୍ତ। ଡ୍ରପ୍ ଆଉଟ ହାରକୁ ନେଇ ପ୍ରଶ୍ନ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀ କହିଥିଲେ, ହିସାବ କିତାବ ଠିକ ଆଛେ, ଛେଲେ ଘୁରଛେ କ୍ୟାନୋ…
Author: sanitelevision
ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି । ମହିଳା ଓ ଶିଶୁ ସଶକ୍ତିକରଣ ବିଭାଗ ପାଇଁ ୭୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମମତା ଅଧୀନରେ ଗର୍ଭବତୀ ମହିଳାଙ୍କ ପାଇଁ ସର୍ଭମୂଳକ ନଗଦ ହସ୍ତାନ୍ତର ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ୩ ହଜାର କୋଟି ଏବଂ ଚାଷୀଙ୍କୁ MSP ଓ ଇନପୁଟ ସହାୟତା ବାବଦରେ ୮୫୦ କୋଟି ବ୍ୟୟ ଅଟକଳ ହୋଇଛି। ସେହିପରି ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସକୁ ୩୦୦ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନ…
ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ। ବଜେଟ ଆଗତ ହେବା ପରେ ଗୃହକୁ ଶନିବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ମୋଟ୍ ପ୍ରଶାସନିକ ଖର୍ଚ୍ଚ ୩,୩୮୯ କୋଟି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ୧୩,୭୧୬ କୋଟି । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୧୭୧ କୋଟି ।ଏହି ଅତିରିକ୍ତ ବଜେଟ ମାଧ୍ୟମରେ ରାଜ୍ୟର ଶିକ୍ଷା, କୃଷି, ସ୍ଵାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, ମହିଳା ସଶକ୍ତୀକରଣ ଆଦି ବିଭାଗର ବିକାଶମୂଳକ କାର୍ଯ୍ୟ କରାଯିବ।ଅତିରିକ୍ତ ବଜେଟ୍ରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ପ୍ରାଥମିକ ଓ ଉଚ୍ଚଶିକ୍ଷାର ବିକାଶ ପାଇଁ ୨,୩୨୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ବଜେଟ୍ ମାଧ୍ୟମରେ ରାଜ୍ୟର ଶିକ୍ଷା ବିଭାଗ ଅଧିକ ଅଗ୍ରସର ହୋଇପାରିବ ବୋଲି…
ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚବେଳେ ଫ୍ଲଡ ଲାଇଟ ବାରମ୍ବାର ବନ୍ଦ ହେବା ଯୋଗୁଁ ସାରା ବିଶ୍ବରେ ନିନ୍ଦିତ ହୋଇଥିଲା ଓସିଏ । ଡିସେମ୍ବର ୯ରେ ପୁଣି ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ମ୍ୟାଚ୍ ବାରବାଟୀରେ ଚାଲିଛି ପ୍ରସ୍ତୁତି । ଦର୍ଶକ ମାନଙ୍କ ସୁରକ୍ଷା ଲାଗି ଏଥର ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ କମିବ ଗ୍ୟାଲେରୀ ସିଟ୍ ସଂଖ୍ୟା । ୩ ହଜାର ଭଳି ସିଟ୍ କମିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ତେବେ ପୋଲିସ ବିଭାଗର ପରାମର୍ଶ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଭାରତ- ଦକ୍ଷିଣ ଅଫ୍ରିକା ମ୍ୟାଚରେ ଅଘଟଣ ଯେପରି ନଘଟେ ଏଥିପାଇଁ ସଜାଗ ହୋଇଛି ଓସିଏ । ସେଥିପାଇଁ ୮ଟି ନୂଆ ଜେନେରେଟର ଅଣାଯାଇଛି । ବ୍ୟାକଅପ୍ ପାଇଁ ପ୍ରତି ସ୍ଥାନରେ ଗୋଟିଏ ଲେଖାଏଁ ଡିଜେ ରହିବ । ସାଇଣ୍ଟିଫିକ କଣ୍ଟ୍ରୋଲ…
ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆସନ୍ତା ଡିସେମ୍ବର ୪ ତାରିଖରେ ଭାରତ ଆସିବେ ପୁଟିନ । ୨୦୨୨ରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ହେବ ପ୍ରଥମ ଭାରତ ଗସ୍ତ ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୫ରେ ‘୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ’ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ୱାନ ଟୁ ୱାନ୍ ଆଲୋଚନା ହେବ । ଏହାସହ ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।ଋଷରୁ ଭାରତ ତୈଳ କ୍ରୟ ଜାରି ରଖିବା ନେଇ ନୂଆଦିଲ୍ଲୀ ଏବଂ ୱାସିଂଟନ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ପୁଟିନଙ୍କ ଗସ୍ତ ଏକ ସମ୍ବେଦନଶୀଳ ହେଉଛି ।
ମୁଣ୍ଡ ପିଟି ପିଟି କାନ୍ଦୁଛି ସ୍ତ୍ରୀ। ମଝି ରାସ୍ତାରେ ସ୍ବାମୀର ଶବକୁ ଜଗି ବସିଛି।ଏମିତି କିଛି ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଚଣ୍ଡୀଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଦୁହୁରିଆ ଛକରେ।ସୂଚନା ମୁତାବକ ମହିଳା ଜଣକ ହେଉଛନ୍ତି ଦୂଲାରୀ ମାରଢି। ରବିବାର ସିଏ ଓ ତାଙ୍କ ସ୍ୱାମୀ କାମ କରିବା ପାଇଁ ବାଲେଶ୍ବରୁ କେନ୍ଦ୍ରାପଡ଼ା ଆସିଥିଲେ। ଆଉ ଗୁରୁବାର ଦିନ ବସଯୋଗେ ଘରକୁ ଫେରୁଥିଲେ। ହେଲେ ଦୁହୁରିଆ ଛକ ପାଖରେ ହଠାତ ତାଙ୍କ ସ୍ୱାମୀଙ୍କୁ ହୃଦଘାତ ହୋଇଥିଲା। ହେଲେ ସେ ସମୟରେ ସାହାଯ୍ୟ କରିବେ କଣ ଉଭୟଙ୍କୁ ବସରୁ ତଳକୁ ଓହ୍ଲାଇଦେଇ ଛାଡ଼ି ପଳାଇଥିଲେ ବସ କର୍ମଚାରୀ। ରାସ୍ତା କଡ଼ରେ ସ୍ବାମୀ ମୃତଦେହ ପାଖେ ସ୍ତ୍ରୀ କାନ୍ଦୁଥିବା ଲୋକ ଦେଖିବା ପରେ ପୂରା ଘଟଣା ସାମନାକୁ ଆସିଥିଲା। ପାଖରେ ଅର୍ଥ ନ ଥିବାରୁ ସ୍ବାମୀଙ୍କ ମୃତଦେହକୁ ହସ୍ପିଟାଲ୍ ଯାଏଁ ନେବା ବି ସ୍ତ୍ରୀଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ଶେଷରେ ବଜାର କମିଟି…
୮ଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ରାଉରକେଲା ସ୍ୱୟଂ ଶାସିତ କଲେଜରୁ ୩ ଘଟଣା ସାମ୍ନାକୁ ଆସିଛି । ଜିଏମ ବିଶ୍ୱ ବିଦ୍ୟାଳୟ ଓ ଯାଜପୁର ବାଲିଆ କଲେଜରୁ ଗୋଟିଏ ଅଭିଯୋଗ । ଅନୁଗୁଳ, ବରଗଡ, ଟିଟିଲାଗଡରୁ ଗୋଟିଏ ଲେଖାଏଁ ଅଭିଯୋଗ ହୋଇଛି । ବାଲେଶ୍ୱର ଏଫଏମ କଲେଜରୁ ବି ଗୋଟିଏ ଅଭିଯୋଗ ଆସିଛି । ୭ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । କେବଳ ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ଅନ୍ୟପଟେ ସବୁ କଲେଜ ଜମିକୁ ଜବରଦଖଲ ମୁକ୍ତ କରାଯିବ। ଭଦ୍ରକ ସମେତ ରାଜ୍ୟର ବହୁ କଲେଜ ଜବରଦଖଲ ଭିତରେ । ସବୁ କଲେଜ ଜମିକୁ ଜବରଦଖଲ ମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି…
ଆତ୍ମସମର୍ପଣ କଲେ ମାଓବାଦୀଙ୍କ ମିଳିବ ଅଧିକ ଅର୍ଥରାଶି । ଏନେଇ ଘୋଷଣା କରାଯାଇଛି । ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲାଇଟ୍ ମେସିନ୍ ଗନ୍ ସହିତ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୪ଲକ୍ଷ ୯୫ହଜାର ଟଙ୍କା । ସେହିପରି ଏକେ ୪୭ ସହ ଆତ୍ମସମର୍ପଣ କଲେ ମିଳିବ ୩ ଲକ୍ଷ ୩୦ ହଜାର ଟଙ୍କା, SLR ସହ ଆତ୍ମସମର୍ପଣ କଲେ ମିଳିବ ୧ ଲକ୍ଷ ୬୫ ହଜାର ଟଙ୍କା ମିଳିବ ।୧୦ଲକ୍ଷ ପୁରସ୍କାର ଥିବା ମାଓବାଦୀ ଯଦି ଆତ୍ମସମର୍ପଣ କରିବେ ତେବେ ତାଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଏହାସହିତ ସେମାନଙ୍କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର ।ସେହିପରି ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧ କୋଟି ୧୦ ଲକ୍ଷ । ଷ୍ଟେଟ୍ କମିଟି, ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟଙ୍କୁ ମିଳିବ ୫୫ ଲକ୍ଷ ଟଙ୍କା,ରିଜିଓନାଲ୍ କମିଟି ସଦସ୍ୟଙ୍କୁ…
ରାଜ୍ୟରେ ଖୋଲିବନି ୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି କହିଛନ୍ତି, ପୂର୍ବ ସରକାର ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିଥିଲେ । ଆମ ସରକାର ସେଭଳି ୪୬ଟି ସ୍କୁଲକୁ ଖୋଲି ସାରିଲେଣି । ଜିଲ୍ଲାସ୍ତରୀୟ କମିଟିରୁ ନିବେଦନ ଆସିବା ପରେ ବିଚାର କରି ଖୋଲାଯାଉଛି ।ସେପଟେ ସରକାର ଡ୍ରପ୍ ଆଉଟ୍ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଚାଇଲ୍ଡ ଟ୍ରକିଙ୍ଗ ସର୍ଭେ ହୋଇଛି, ‘ଆସ ସ୍କୁଲ ଯିବା ଅଭିଯାନ’ କରାଯାଇ ସ୍କୁଲକୁ ପୁନର୍ବାର ପିଲାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । ଗ୍ରାମ କିମ୍ବା ପଡ଼ାରେ ବିଦ୍ୟାଳୟରେ ନାମ ଲେଖା ଅଭିଯାନ କରାଯାଇଛି । ପ୍ରବେଶ ଉତ୍ସବ ମାଧ୍ୟମରେ ସଚେତନ କରାଯାଇଛି । ୧୦୦ପ୍ରତିଶତ ସ୍କୁଲରେ ନାମଲେଖା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାଗଣା ଡ୍ରେସ୍, ସାଇକେଲ ବଣ୍ଟା ଯିବା ସହ…
ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ । ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନ ୪ଟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୂସୁଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନକାଳ ଚାଲିଛି। ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇ ହଙ୍ଗାମା କରିପାରନ୍ତି ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ ।ସୁଚନାଥାଉକି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭା ଯାଇ ସ୍ବତନ୍ତ୍ର ଅଧିବେଶରେ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ।








