Author: sanitelevision

ଆଗକୁ ବଡ଼ଦିନ ସହ ଜିରୋନାଇଟ୍ ଓ ନୂଆବର୍ଷ ଥିବାରୁ ଆକ୍ସନ୍ ମୋଡ୍‌କୁ ଆସିଛି ଅବକାରୀ ବିଭାଗ । ସ୍କାନରରେ ରହିଛି ରାଜଧାନୀର ବାର ଓ ପବ୍ । ନିୟମିତ ଚେକିଂକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ । ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡିକରେ ମଧ୍ୟ ହେବ ସରପ୍ରାଇଜ ଭିଜିଟ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ନିଆଯିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ରହିବ ନଜର । ଏଥିସହ ଉତ୍ସବ ପାଳନ ସମୟରେ ସଂଯମତା ରକ୍ଷା କରିବା ଏବଂ କୌଣସି ଅପରାଧ ନ ଘଟାଇବାକୁ କହିଛନ୍ତି ଅବକାରୀ ଏସ୍‌ପି । ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ…

Read More

ଆଜି କଟକ ଜିଲ୍ଲା ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ମହିଳା ବୈଦେଶ୍ଵର ଗାଁର ସସ୍ମିତା ମାଝୀ ବୋଲି ପରିଚୟ ମିଳିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଭତ୍ତା ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ।ମାତ୍ର ଲିଗାଲ ହେୟାର ସାର୍ଟିଫିକେଟରେ ତ୍ରୁଟି ରହିଥିବା ଦର୍ଶାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ତାଙ୍କୁ ଫେରାଇ ଦେଉଥିଲେ। ତେବେ ଜିଲ୍ଲାପାଳ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରିବାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।ଯଦି ଆଗାମୀ ଦିନରେ ତାଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ସେ ପୁନର୍ବାର ଆତ୍ମାହୁତି ଦେବେ ବୋଲି ସସ୍ମିତା କହିଛନ୍ତି।

Read More

ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ। ଚଳିତ ଅଧିବେଶନରେ ସ୍ବାଭାବିକ ଭାବେ ଚାଲୁଛି ଗୃହ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ହେଉଛି ଆଲୋଚନା ।ରାଜ୍ୟରୁ ବିଦା ହେଲେଣି ୪୯ ବାଂଲାଦେଶୀ। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବଂଲାଦେଶ ପଠାଗଲାଣି। ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟରୁ ୧। ଆଉ ୨ ବାଂଲାଦେଶୀ ଜାଲ ପାସ୍ପୋର୍ଟ କରି ଧରାପଡ଼ିଛନ୍ତି। ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ହୋଇଛି। ଅନ୍ୟପଟେ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ୨୭୦ ଗିରଫ ହୋଇଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ୩୧ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ…

Read More

ନବକଳେବର ହେବ କଲେକ୍ଟରେଟ କୋଠା । ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡିକରେ ହେବ ନବକଳେବର । ରାଜ୍ୟରେ ନିର୍ମାଣ ହେବ ନୂତନ ମଡେଲ ଜିଲ୍ଲପାଳ କାର୍ଯ୍ୟାଳୟ। ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲାଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ବୃହତ, ମଧ୍ୟମ ଓ କ୍ଷୁଦ୍ର ଭାବାରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ବଡ ବର୍ଗରେ ଥିବା ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ବର୍ଗ ଫୁଟ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମାଣ ହେବ । ସେହିପରି ମଧ୍ୟମ ବର୍ଗରେ ଜିଲ୍ଲାରେ ଏକ ଲକ୍ଷ ୪୦ ହଜାର ବର୍ଗ ଫୁଟ ଜମିରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରହିବ । କ୍ଷୁଦ୍ର ବର୍ଗରେ ଥିବା ଜିଲ୍ଲାରେ ୧ଲକ୍ଷ ବର୍ଗ ଫୁଟ ଜିଲ୍ଲାରେ ନିର୍ମାଣ ହେବ ଜିଲ୍ଲା କାର୍ଯ୍ୟାଳୟ । ଗତ ମାସରେ ରାଜସ୍ୱ ଏବଂ ଡିଏମ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି…

Read More

ଏଣିକି ମୋବାଇଲରେ ଆକ୍ଟିଭ ସିମ୍‌ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ଦୂରସଂଚାର ବିଭାଗ (DoT) ଦ୍ୱାରା ଜାରି କରାଯାଇଥିବା ଦୂରସଂଚାର ସାଇବରସୁରକ୍ଷା ସଂଶୋଧନ ନିୟମ ୨୦୨୫ ଅନୁଯାୟୀ ପ୍ରତ୍ୟେକ ହ୍ୱାଟସଆପ୍ ଆକାଉଣ୍ଟ ସର୍ବଦା ଆକ୍ଟିଭ ଥିବା ସିମ୍ କାର୍ଡ ସହିତ ଲିଙ୍କ୍ ରହିବା ଆବଶ୍ୟକ। କେବଳ ହ୍ୱାଟ୍ସଆପ୍ ନୁହେଁ,ସମାନ ମେସେଜିଂ ଆପଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ନିୟମ ପାଳନ କରିବାକୁ ମେସେଜିଂ ଆପ୍‌ଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଛି।ଏବେ କେବଳ ଆପ୍‌ ଇନଷ୍ଟାଲ କରିବା ବେଳେ ମୋବାଇଲ ନମ୍ବର ଜରିଆରେ ଯାଞ୍ଚ କରାଇବାକୁ ପଡୁଛି । ଏହା ପରେ ସିମ୍‌ ହଟାଇଦେଲେ କିମ୍ବା ନମ୍ବର ବନ୍ଦ ହୋଇଗଲେ ମଧ୍ୟ ଆପ୍‌ଗୁଡ଼ିକ ଚାଲୁ ରହୁଛି । ଇଣ୍ଟରନେଟ ସଂଯୋଗ ରହିଥିଲେ ଏଥିରେ ସମସ୍ୟା ରହୁନି । ବର୍ତ୍ତମାନର ନିୟମ ଯୋଗୁ ସିମ୍‌ ବନ୍ଦ ହୋଇଗଲେ…

Read More

ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ସେଜ୍ ମାଇ ଡିଅର…ତୁମେ ଚାଲିଯିବ ବୋଲି ଭାବି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି। ମୁଁ ଦୁଃଖିତ ଯେ ତୁମେ, ତୁମ ମାଆ ଙ୍କ ନାମରେ କଳଙ୍କ ଲାଗାଇଦେଲ। ତୁମେ ଜାଣିଛ ମୁଁ ତୁମ ପାଇଁ କେତେ କରି ପ୍ରେମ କରେ ଏବଂ ତୁମର ଯତ୍ନ ନିଏ। ତୁମେ ତୁମର ଯତ୍ନ ନେବ। ତୁମର ମଙ୍ଗଳ ହେଉ। ତୁମର ସବୁଠାରୁ ଛୋଟ ଆନନ୍ଦ ଏବଂ ସବୁଠାରୁ ବଡ ଦୁଃଖ ସମୟ ରେ ମୁଁ ତୁମ ସାଙ୍ଗରେ ଅଛି। ମୋ ପ୍ରିୟତମା ସେଜ୍ ତୁମେ ସବୁଦିନ ମୋ ହୃଦୟରେ ଅଛ। ସ୍ନେହ ସହ ମୁଁ ତୁମକୁ ବିଦାୟ ଦେଉଛି। ସେଜଲଙ୍କ ଆମେରିକୀୟ ମାଆଙ୍କ ଏମିତି ଏକ ଦୁଃଖଭରା ଚିଠି…. ।ସୂଚନା ଥାଉକି, ନଭେମ୍ବର ୨୧ରେ ସେଜଲ ଆମେରିକା ଛାଡ଼ିବା ସମୟରେ ତାଙ୍କ ପାଳିତ ମା’ ଏହି ଚିଠି ଦେଇଥିଲେ। ଯାହା ଏବେ…

Read More

ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଜାତୀୟ ନୀତି ପାଇଁ ସକାରାତ୍ମକତା ଜରୁରୀ। ଗୃହ ହଙ୍ଗାମା ପାଇଁ ନୁହେଁ। ଗୃହରେ କୌଣସି ନକରାତ୍ମକତା ରହିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ କିପରି ପ୍ରଦର୍ଶନ କରିବେ ସେ ବିଷୟରେ ବିରୋଧୀଙ୍କୁ ପରାମର୍ଶ ଦେବାକୁ ସେ ପ୍ରସ୍ତୁତ। ସେମାନେ ଗୃହରେ ପରାଜୟ ଉପରେ ସେମାନଙ୍କର ହତାଶା ପ୍ରକାଶ କରିବା ଉଚିତ୍ ନୁହେଁ। ବିରୋଧୀ ଦଳକୁ ତାର ରଣନୀତି ପରିବର୍ତ୍ତନ କରିବା ଉଚିତ୍। ବିରୋଧୀ ଦଳକୁ ମଧ୍ୟ ତାର ଦାୟିତ୍ୱ ପାଳନ କରିବା ଉଚିତ୍।ସେହିପରି ନାରାବାଜି ପାଇଁ ମଧ୍ୟ ଅନେକ ସ୍ଥାନ ଅଛି ପାର୍ଲାମେଣ୍ଟ ନାରାବାଜିର ସ୍ଥାନ ନୁହେଁ ନୀତି ଓ ଦେଶ ଗଠନରେ ସକାରାତ୍ମକ ଭୂମିକା ଆବଶ୍ୟକ ବୋଲି କହିଛନ୍ତି। ତେବେ ଆଜି ସଂସଦ ଅଧିବେଶନ ଉପରେ ସମଗ୍ର ଦେଶର ନଜର ରହିଛି । ବିଶେଷକରି…

Read More

ବର୍ଷକୁ ବର୍ଷ ରାଜ୍ୟରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷର ତଥ୍ୟ ଅନୁସାରେ, ପ୍ରତିବର୍ଷ ତିନି ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଓଡ଼ିଶାରେ ଏଚ୍‌ଆଇଭି-ଏଡ୍‌ସ ସ୍ଥିତି ସମ୍ବେଦନଶୀଳ ରହିଛି । ଏଚ୍‌ଆଇଭିକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ସ୍ତରରେ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ।ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସର ବାର୍ତ୍ତା ଭିନ୍ନ ଭିନ୍ନ ହୋଇଥାଏ । ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ‘Overcoming disruption, transforming the AIDS response’ ,। ତେବେ ଦେଶର ଟପ୍ ଟେନ୍ ତାଲିକାରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ରହିଛି ।ଚଳିତବର୍ଷ ରାଜ୍ୟବ୍ୟାପୀ ୧୪ ଲକ୍ଷ ୧୩ ହଜାର ୬୧୬ ଜଣଙ୍କର ପରୀକ୍ଷା ହୋଇଥିଲା । ଅକ୍ଟୋବର ମାସ ପର୍ଯ୍ୟନ୍ତ ୨୪୬୨ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ…

Read More

ଡିସେମ୍ବର ୧ରେ ଭାରତରେ ଅନେକ ପରିବର୍ତ୍ତନ ଆସିଥିଲା। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏଲପିଜି ସିଲିଣ୍ଡରର ମୂଲ୍ୟ। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ହ୍ରାସ ହୋଇନଥିବା ରିପୋର୍ଟ କରାଯାଇଛି। ଏଲ୍‌ପିଜି ଓ କମର୍ସିଆଲ୍ ସିଲିଣ୍ଡର ଦରରେ ପରିବର୍ତ୍ତନ| ୧୯ କେଜି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ୧୦ ଟଙ୍କା କମ କରାଯାଇଛି, ଯାହା ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି।ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ପ୍ରତ୍ୟେକ ମାସର ପ୍ରଥମ ଦିନରେ ବେଞ୍ଚମାର୍କ ଆନ୍ତର୍ଜାତୀୟ ଇନ୍ଧନର ହାରାହାରି ମୂଲ୍ୟ ଏବଂ ବିଦେଶୀ ମୁଦ୍ରା ବିନିମୟ ହାର ଆଧାରରେ ATF ଏବଂ LPG ମୂଲ୍ୟ ସଂଶୋଧନ କରନ୍ତି।

Read More

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ କମିଛି। ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ଛୁଇଁଛି। ମଙ୍ଗଳବାର ଓ ବୁଧବାର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଉପରେ ରହିବ । ଅଧିକ ଶୀତ ଅନୁଭୂତ ହେଉଥିବା କୋରାପୁଟ, ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ବି ଥଣ୍ଡା ପ୍ରକୋପ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ତାମିଲନାଡୁ, ପଣ୍ଡିଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଟୱା’ ଆଜି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।

Read More