ମାଓବାଦୀଙ୍କୁ ବିଏସଏଫ୍ ଆଇଜିଙ୍କ କଡା ଚେତାବନୀ । ବିଏସଏଫ୍ ଆଇଜି ଶ୍ରୀବାସ୍ତବ କଡା ଚେତାବନୀ ଦେଇ କହିଛନ୍ତି ଯେ ଆତ୍ମସମର୍ପଣ କର ନଚେତ୍ ଏନ୍କାଉଣ୍ଟର ହେବ । ହିଡିମ୍ବା ଭଳି ପ୍ରତି ମାଓ ନେତାଙ୍କ ଉପରେ ନଜର ରହିଛି । ଡ୍ରୋନ ଓ ସାଟେଲାଇଟ ଜରିଆରେ ଆଣ୍ଟି ନକ୍ସଲ ଅପରେସନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । କନ୍ଧମାଳ, ବୋଦ୍ଧ, କଳାହାଣ୍ଡିରେ ମାଓ ମୁକାବିଲାରେ ବିଏସଏଫ ମୁତୟନ ଅଛନ୍ତି । ଚଳିତ ବର୍ଷ ମିଳିତ ଅପରେସନରେ ୧୯ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଏସଏଫ ଆଇଜି ।୮ ଜଣ ଗିରଫ ହୋଇଛନ୍ତି ଏବଂ ୬ ଜଣ ଆତ୍ମସମର୍ପଣ କରିଛନ୍ତି ।
Author: sanitelevision
ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣାରେ ଥାନାରେ ମାମଲା । ଷ୍ଟେଟ ହୁମାନ ରାଇଟ କାଉନସିଲ ପକ୍ଷରୁ କଟକ ମହିଳା ଥାନାରେ ଏତଲା । ହ୍ୟୁମାନ ସାଗରଙ୍କ ମୃତ ବେଳେ ତାଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ମ୍ୟାନେଜର ଦିନେଶ ବେହେରା । ଯାହାକୁ ବିରୋଧ କରିଛନ୍ତି ଷ୍ଟେଟ ହୁମାନ ରାଇଟ କାଉନସିଲ ।ଅଭିଯୋଗ ଅନୁସାରେ, ହ୍ୟୁମାନଙ୍କ ମୃତ୍ୟୁ ଦିନ ହିଁ ତାଙ୍କ ମ୍ୟାନେଜର ଦିନେଶ ଓ ହ୍ୟୁମାନଙ୍କ ମା’ଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ସେହି ସମୟରେ ଦିନେଶ ହ୍ୟୁମାନଙ୍କ ମା’ଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି । ଦିନେଶ ଓ ହ୍ୟୁମାନଙ୍କ ମା’ଙ୍କ ମଧ୍ୟରେ ଉଚ୍ଚବାଚର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେହି ଭିଡିଓ ଆଧାରରେ ସଙ୍ଗଠନ ପକ୍ଷରୁ ଏତଲା ଦିଆଯାଇଥିବା କୁହାଯାଇଛି । ତେବେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଓ ଅର୍ପିତା ଚୌଧୁରୀଙ୍କୁ…
ମସଲା ଜାତୀୟ ପିପଳିରୁ ପ୍ରସ୍ତୁତ ହୋଇଛି କର୍କଟ ରୋଗର ମେଡିସିନ୍ l କୋଲୋନ୍ କର୍କଟ ଏମିତି ଏକ ରୋଗ ଯେଉଁଥିରେ ଶରୀରର ବଡ଼ ଅନ୍ତଃନଳୀରେ କୋଷ ବୃଦ୍ଧି କରି ଟ୍ୟୁମର କରିଥାଏ l ଯାହାକି କର୍କଟ ରୋଗର ଏକ ବଡ଼ କାରଣ lଏନଆଇଟି ରାଉରକେଲାର ଲାଇଫ ସାଇନ୍ସ ବିଭାଗର ରିସର୍ଚ୍ଚ ବିଶେଷଜ୍ଞଙ୍କୁ ମିଳିଲା କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ନୂଆ ଉଦ୍ଭାବନ । ଏକ ତିନି ଜଣିଆ ରିସର୍ଚ୍ଚ ଟିମ କ୍ୟାନ୍ସର ପାଇଁ ରିସର୍ଚ୍ଚ ଜାରି ରଖିଥିବା ବେଳେ ବର୍ତ୍ତମାନ ଏହି ଉଦ୍ଭାବନ ସମ୍ପୂର୍ଣ୍ଣ ମେଡିକାଲ ଏବଂ ବାୟୋ ଟେକ୍ନୋଲୋଜି ବା ଲାଇଫ ସାଇନ୍ସ କ୍ଷେତ୍ରରେ ଚହଳ ପକାଇଛି । NITର ଏହି ମେଡିସିନ୍ ପେସେଣ୍ଟଙ୍କ ଆକ୍ଟିଭ୍ କ୍ୟାନ୍ସର କୋଷ ଗୁଡିକୁ ନଷ୍ଟ କରିଥାଏ ଏବଂ ସୁସ୍ଥ ସେଲ୍ ଗୁଡିକୁ ସୁରକ୍ଷିତ ରଖିଥାଏ ବୋଲି କୁହାଯାଇଛି।ଅନେକ କର୍କଟ ରୋଗୀ କେମୋଥେରାପି ନେଇ ବହୁତ କଷ୍ଟ ପାଇବା ସହ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ…
ପ୍ରତି ମାସର ପ୍ରଥମ ତାରିଖକୁ ନେଇ ଦେଶବାସୀ ସାମାନ୍ୟ ଭୟଭୀତ ହୋଇପଡିଥାନ୍ତି। କାରଣ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ସମ୍ପର୍କୀତ ଯାହାକିଛି ବି ବଡ଼ ଘଟଣା ଘଟେ ସେସବୁ ପ୍ରତ୍ୟେକ ମାସର ପହିଲା ତାରିଖରେ ହିଁ ଦେଖିବାକୁ ମିଳିଥାଏ। ତେବେ ଡିସେମ୍ବର ୧ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଏହି ପରିମାଣର ହ୍ରାସ ନିଶ୍ଚିତ ଭାବରେ ଗ୍ରାହକମାନଙ୍କୁ ମୁଦ୍ରାସ୍ଫୀତିରୁ କିଛି ଆଶ୍ୱସ୍ତି ପ୍ରଦାନ କରିବ। ମୂଲ୍ୟ ହ୍ରାସ ସମ୍ପର୍କରେ ଏପର୍ଯ୍ୟନ୍ତ କେହି ମତାମତ ଦେଇନାହାଁନ୍ତି। ଗଣମାଧ୍ୟମ ରିପୋର୍ଟରେ ଏପରି ଦାବି କରାଯାଉଛି। ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଗ୍ରାହକମାନେ କେତେ ଟଙ୍କାରେ ଏଲପିଜି ସିଲିଣ୍ଡର କିଣିପାରିବେ?ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ ୮୭୯ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳୁଛି। ଏଥିରେ ୨୦ ଟଙ୍କା ହ୍ରାସ ହେଲେ ୮୫୯ ଟଙ୍କାରେ ମିଳିବ ଗ୍ୟାସ।
ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଚାଲିଛି ପ୍ରଶ୍ନୋତ୍ତର । ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ। ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି। ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି।ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଖୁବ ଶୀଘ୍ର ସବୁ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଘର ରହିବ । ଯେଉଁଠି ସମସ୍ୟା ହେବ ସେହି ସ୍ଥାନରେ ଜାଗା କିଣି ଘର କରାଯିବ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆର ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲି ଜୀବୋତ୍ତମ ମଠରେ ଭଗବାନ ରାମଙ୍କ ବ୍ରୋଞ୍ଜ ପ୍ରତିମାକୁ ଉନ୍ମୋଚନ କରିଥିଲେ, ଯାହାକୁ ଭଗବାନ ରାମଙ୍କ ସବୁଠାରୁ ଉଚ୍ଚ ପ୍ରତିମା ବୋଲି କୁହାଯାଉଛି।ଦକ୍ଷିଣ ଗୋଆର ହୋଇଥିବା ଭଗବାନ ରାମଙ୍କ ପ୍ରତିମା ୭୭ ଫୁଟ ଉଚ୍ଚ ହୋଇଥିବା ବେଳେ ଅଯୋଧ୍ୟା ମନ୍ଦିରରେ ରାମ ଲଲ୍ଲାଙ୍କ ପ୍ରତିମା ୫୧ ଇଞ୍ଚ ଉଚ୍ଚତାର ବୋଲି କୁହାଯାଉଛି। ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଡିଜାଇନ୍ କରିଥିବା ଶିଳ୍ପୀ ରାମ ସୁତାର ଶ୍ରୀରାମଙ୍କ ଉକ୍ତ ମୂର୍ତ୍ତିର ମଧ୍ୟ ଡିଜାଇନ୍ କରିଛନ୍ତି। ଏହା ଭଗବାନ୍ ରାମଙ୍କର ସର୍ବୋଚ୍ଚ ମୂର୍ତ୍ତି। ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠ ଭାରତର ଅନ୍ୟତମ ପୁରାତନ ମଠ ଯାହା ଆଧ୍ୟାତ୍ମିକତା, ସଂସ୍କୃତି ଏବଂ ସାମାଜିକ ଅବଦାନ ପାଇଁ ଜଣାଶୁଣା ଏବଂ ସାରସ୍ବତ ସମ୍ପ୍ରଦାୟ ମଧ୍ୟରେ ପ୍ରମୁଖ ସ୍ଥାନ।
ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର । ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଆବିଷ୍କାର ହୋଇଛି। ଏହା ଭାରତ ସମେତ ସାରା ବିଶ୍ୱରେ ହଜାର ହଜାର ଉଡ଼ାଣକୁ ପ୍ରଭାବିତ କରୁଛି। ଏକ ସଫ୍ଟୱେର୍ ତ୍ରୁଟି ଆବିଷ୍କାର ହେବା ପରେ, A320 ଫ୍ୟାମିଲିର ବିମାନକୁ ଗ୍ରାଉଣ୍ଡ କରାଯାଇଛି। ତା’ପରେ ସଫ୍ଟୱେର୍ ଅପଗ୍ରେଡ ହେବ, ଯାହା ଭାରତରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ ଦ୍ୱାରା ପରିଚାଳିତ ଉଡ଼ାଣକୁ ପ୍ରଭାବିତ କରିବ। ଦେଶରେ ୫୬୦ରୁ ଅଧିକ ଏ ୩୨୦ ପ୍ଲେନ୍ ଉଡାଣ ଭରିଥାଏ । ଏଥିରୁ ପ୍ରାୟ ୨୦୦ରୁ ୨୫୦ ପ୍ଲେନରେ ତୁରନ୍ତ ଯାଞ୍ଚ ଏବଂ ପରିବର୍ତ୍ତନର ଆବଶ୍ୟକତା ରହିଛି । କିଛି ବିମାନରେ ସ୍ପପ୍ଟୱେର ବଦଳିବ । କିଛିରେ ହାର୍ଡୱେୟର ରିପ୍ଲେସ୍ କରାଯିବ । ତେଣୁ ପ୍ଲେନ୍କୁ ଗ୍ରାଉଣ୍ଡ କରିବାକୁ ପଡିବ । ତେଣୁ ଉଡ଼ାଣ ବିଳମ୍ବ…
ଡିସେମ୍ବର ୧ରୁ ଖୋଲିବନି ଶ୍ରୀଗୁଣ୍ଡିଚା ମନ୍ଦିର । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ ।ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଓ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଜରୁରୀ ରିପୋର୍ଟ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନ ଗୁଡ଼ିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଏବଂ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି l ଏହାକୁ ବିଚାରକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ନିଷ୍ପତ୍ତିକୁ ପରବର୍ତ୍ତି ଆଦେଶ ଯାଏଁ ସ୍ଥଗିତ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି lସେପଟେ ଦୈନିକ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ବନ୍ଦ ଯୋଗୁଁ ବାହାରୁ ଫେରିଯାଉଥିବା ଦେଖିବାକୁ ମିଳିଛି । କୋଭିଡ୍ ପରଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଜନ୍ମବେଦୀ ବନ୍ଦ ରହିଥିବା ବେଳେ କେବଳ ରଥଯାତ୍ରା ସମୟରେ ୯ ଦିନ ଗୁଣ୍ଡିଚା…
ଆଗାମୀ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନ ଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତିନି ଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଅନୁଗୋଳ ଓ ଝାରସୁଗୁଡାରେ ଶୀତ ଲହରି ଦେଖାଦେଇଛି। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଅନ୍ୟପଟେ କୁହୁଡ଼ି ସମୟରେ ଗାଡ଼ି ଚଳାଇଲେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ସାବଧାନତା ସହ ଗାଡ଼ି ଚଳାଇବାକୁ ଏଭଳି ପରାମର୍ଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ରାତି ଓ ଭୋର ସମୟରେ କୁହୁଡ଼ି ଯୋଗୁଁ ରାସ୍ତା ଠିକ ଭାବେ ଦେଖାଯାଏ ନାହିଁ, ଯାହା ଦୁର୍ଘଟଣାର କାରଣ ହୁଏ । ଦୀର୍ଘ ସମୟ ଧରି ଗାଡ଼ି ଚଳାଉଥିଲେ ମଝିରେ ମଝିରେ ଟିକେ ଅଟକିଯାଇ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି ଏସଟିଏ ।
୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି (GDP) ୮.୨ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବବୋଲି ଆକଳନ କରିଛି । ପୂର୍ବ ବର୍ଷ (୨୦୨୪-୨୫)ର ୨ୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୫.୬ ପ୍ରତିଶତ ଥିଲା ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଭାରତପୁଣି ଥରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (FY26)ରେ, ଦେଶର ଜିଡିପି ଏକ ଦୃଢ଼ ୮.୨% ଗତିରେ ବୃଦ୍ଧି ପାଇଛି, ଯାହା ଛଅ ତ୍ରୈମାସିକ ମଧ୍ୟରେ ସର୍ବାଧିକ ସ୍ତର ଅଟେ। ଏହି ଅଭିବୃଦ୍ଧି କେବଳ ଆଶାଠାରୁ ଅଧିକ ନୁହେଁ ବରଂ ଘରୋଇ ଚାହିଦା, ଗ୍ରାମୀଣ ଅର୍ଥନୀତି ଏବଂ ସରକାରୀ ଖର୍ଚ୍ଚର ଶକ୍ତିକୁ ମଧ୍ୟ ସ୍ପଷ୍ଟ ଭାବରେ ପ୍ରତିଫଳିତ କରିଛି। ପୂର୍ବ ତ୍ରୈମାସିକରେ ଜିଡିପି ୭.୮% ଥିବା ବେଳେ ଏହା ଅଭିବୃଦ୍ଧି ହୋଇ ଦ୍ୱିତୀୟ ତ୍ରୈମାସିକରେ ୮.୨% ରେ ପହଞ୍ଚିଛି।








