Author: sanitelevision

ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ତେବେ ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ଯେ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍। ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି ଔଷଧ। ୩୮୮ ନିମ୍ନମାନର ମେଡିସିନ ମଧ୍ୟ ଜବତ ହୋଇଛି। ବଜାରରୁ ୪ ବର୍ଷରେ ମୋଟ ଅଢେଇ କୋଟିର ନକଲି ମେଡିସିନ ଜବତ ହୋଇଚି। ସେହିପରି ପାନ୍ ୪୦, ପାନଟପ୍, ଟେଲ୍ମା, ପାରାସିଟାମଲ ମେଡିସିନ୍ ଜବତ ହୋଇଛି।

Read More

ଘୂର୍ଣ୍ଣିଝଡ଼ ‘ଦ୍ବିତା’ ପ୍ରଭାବରେ ଆସନ୍ତା 3 ଦିନ ଯାଏଁ ତାପମାତ୍ରା ବଢିବା ସହ ଶୀତ କମିବ । ଆସନ୍ତା ୨୪ ଘଣ୍ଟା ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ ।ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଯାଇଥିବା ବେଳେ ଆଜି ପାଗ ମୁଖ୍ୟତଃ ମେଘୁଆ ରହିବ। ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ପୂର୍ବାନୁମାନରେ ପାଗ ସାଧାରଣତଃ ଶୁଖିଲା ରହିବ। ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି।ଆଜି (ମଙ୍ଗଳବାର) ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଯେପରିକି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ସାମାନ୍ୟ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ।

Read More

ବିହାରରେ ନୂତନ ସରକାର ଗଠନ ସରିଛି । ଗତ ସୋମବାର ୧୮ତମ ବିଧାନସଭାର ପ୍ରଥମ ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ । ତେବେ ବିହାର ବିଧାନସଭାରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ । ନବାଦା ବିଧାୟିକା ତଥା ବାହୁବଳୀ ନେତା ରାଜବଲ୍ଲଭ ଯାବଦଙ୍କ ସ୍ତ୍ରୀ ବିଭା ଦେବୀ (ଜେଡିୟୁ) ତାଙ୍କ ଶପଥ ପତ୍ର ପଢ଼ି ନ ପାରିବା ସଭିଁଙ୍କୁ ଚକିତ କରିଥିଲା । ସେ ବହୁ କଷ୍ଟରେ ଗୋଟିଏ ଦୁଇଟି ଶବ୍ଦ କହୁଥିଲେ ଏବଂ ବାରମ୍ବାର ଅଟକୁଥିଲେ । ସେଥିରେ ଲେଖାଥିବା ଶବ୍ଦକୁ ସେ ଉଚ୍ଚାରଣ କରିପାରି ନ ଥିଲେ । ଶପଥ ପତ୍ର ପଢ଼ି ନ ପାରିବାରୁ ପାଖରେ ଥିବା ବିଧାୟିକା ମନୋରମା ଦେବୀ ତାଙ୍କୁ ଶବ୍ଦ ଉଚାଚଣ କରି କହିଥିଲେ । ପରେ ଖଣ୍ଡି ଖଣ୍ଡି ଶବ୍ଦରେ ବିଭା ଦେବୀ ଯେନତେନ ଭାବେ ଶପଥ ପୂରା କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି…

Read More

ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା, କ୍ୟାପିଟାଲ ଥାନା ପୁଲିସ୍ କୋର୍ଟରେ ଦାଖଲ କଲା ୭୦୦ ପୃଷ୍ଠାର ଚାର୍ଜସିଟ୍ । ଏହି ଚାର୍ଜସିଟରେ ଉଭୟଙ୍କ ପରିଚୟ ଠାରୁ ହତ୍ୟା ପର୍ଯ୍ୟନ୍ତ ରହିଛି ସମସ୍ତ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାଁରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ୪୨ଜଣ ସାକ୍ଷୀ । ଦଫା ୧୦୩(୧), ୨୩୮ ଓ ୬୧(୨) ବିଏନ୍ଏସରେ ଧାରା ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଛି । ଏଥିରେ ଶୁଭମିତ୍ରାଙ୍କ ସ୍ବାମୀ କନଷ୍ଟେବଳ ଦୀପକ ରାଉତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ, ଦୀପକଙ୍କ ସମ୍ପର୍କୀୟ ଭାଇ ବିନୋଦ ଓ ଜଟିଆକୁ ଅଭିଯୁକ୍ତ ଦର୍ଶାଯାଇଛି । ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ । ବୀମା ଓ ଅର୍ଥ ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା କରିଥିଲା । ହତ୍ୟା ପରେ ମୃତଦେହ କୁ ବିନୋଦ ଓ ଜଟିଆ ସହାୟତାରେ ମାଟିତଳେ ପୋତି ଦେଇଥିଲା ।…

Read More

ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ଶିକ୍ଷକଙ୍କର ଟ୍ରେନ୍ ଚକା ତଳେ କଟି ମର୍ମନ୍ତୁଦ ମୃତ୍ୟୁ ଘଟିଛି ।ମୃତକ ହେଲେ ବରଗଡ଼ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାମ କରୁଥିବା ଛତିଶଗଡ଼ର ରାୟପୁରର ବି. ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି।ସୂଚନା ପାଇ ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ଶିବଶଙ୍କର ଆଜି ସକାଳ ସାଢେ ୭ଟା ବେଳେ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢ଼ିବାକୁ ଯାଉଥିବା ବେଳେ ଟ୍ରେନଟି ଛାଡ଼ି ଦେଇଥିଲା। ଫଳରେ ଶିବଶଙ୍କରଙ୍କର ଗୋଡ଼ ଖସି ଯାଇଥିଲା ଓ ସେ ତଳକୁ ଗଳି ପଡ଼ିଥିଲେ।ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ ଏବଂ ଟ୍ରେନ୍ ଚକା ତଳେ କଟି…

Read More

ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପ୍ ରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି।ଏହି ବିଶ୍ଵକପ ଦଳରେ ଓଡ଼ିଶାରୁ ୪ ଜଣ- ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ ଏବଂ ବାସନ୍ତୀ ହାଁସଦା ପ୍ରତିନିଧିତ୍ବ କରିଥିଲେ। ଆଜି ସେଠାରୁ ଫେରିବା ପରେ, ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ ।ଆଜି ସେଠାରୁ ଫେରିବା ପରେ, ବିଶ୍ୱ ଚାମ୍ପିଅନମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ, ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ।ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କର ଦୃଢ଼…

Read More

ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପାଦ ଦେବା ପୂର୍ବରୁ ଓଡ଼ିଶାର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କେ. ଲକ୍ଷ୍ମୀ ବାଇ ତାଙ୍କ ଜୀବନ ବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା AIIMS-ଭୁବନେଶ୍ୱରକୁ ଦାନ କରିଛନ୍ତି।୧୯୪୫ ମସିହାରେ କଟକ ମେଡ଼ିକାଲ କଳେଜର ସେ ଥିଲେ ପ୍ରଥମ ବ୍ୟାଚ୍ ର ଏମବିବିଏସ୍ ଛାତ୍ରୀ । ଏହା ପରେ ସେ ଏମକେସିଜି ମେଡ଼ିକାଲ କଲେଜର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ । ଏହା ପରେ ସେ ନିଜକୁ ସମାଜସେବା ଓ ଲୋକଙ୍କ ଚିକିତ୍ସା ସେବାରେ ନିଜକୁ ନିୟୋଜିତ କରିଥିଲେ । ୧୯୫୦ରେ ଡାକ୍ତରୀ ଡିଗ୍ରୀ ହାସଲ ପରେ ସେ ମାଡ୍ରାସ ମେଡିକାଲ୍ କଲେଜରୁ ପ୍ରସୂତି ଏବଂ ସ୍ତ୍ରୀ ରୋଗରେ DGO ଏବଂ MD ଡିଗ୍ରୀ ହାସଲ କରିଥିଲେ। ସେ ଆମେରିକାର ଜନ୍ସ ହପକିନ୍ସ ହସ୍ପିଟାଲ୍‌ରୁ MPH…

Read More

ପୋଷା କୁକୁରକୁ ସାଥୀରେ ଧରି ସଂସଦ ଭବନରେ ପହଞ୍ଚିଲେ ସାଂସଦ । ସଂସଦର ଶୀତକାଳୀନ ଅଧିବେଶନ ଆଜି (ସୋମବାର) ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ହିଁ ବିବାଦରେ ଫସିଛନ୍ତି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ।ବିଜେପି ଏହାକୁ ନିୟମର ଉଲ୍ଲଂଘନ କହି ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏବେ ସଂସଦ ପରିସରରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏହି କଥାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଏଥିରେ କୌଣସି ସାଂସଦ ତାଙ୍କ ପୋଷା ପଶୁଙ୍କୁ ନେଇ ସଂସଦ ପରିସରକୁ ଆସି ପାରିବେ କି ନା ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ଯେତେବେଳେ ଗଣମାଧ୍ୟମ ରେଣୁକା ଚୌଧୁରୀଙ୍କୁ ଏହି ଘଟଣା ବିଷୟରେ ପ୍ରଶ୍ନ କରିଥିଲେ, ସେ ପାଲଟା ଜବାବ ଦେଇ କହିଥିଲେ ଯେ ଏହି ଘଟଣାକୁ ଅଯଥାରେ ବିବାଦକୁ ଅଣାଯାଉଛି । ସେ କହିଛନ୍ତି, ଏଥିରେ କ’ଣ ସମସ୍ୟା ଅଛି । ଯଦି ଏକ ମୂକ ପଶୁ…

Read More

ଗତବର୍ଷ ଜୁଲାଇରୁ ଏଯାବତ୍‌ ୯ଟି ଜେଲ୍‌ରୁ ୧୩ କଏଦୀ ଫେରାର ହୋଇଛନ୍ତିି।। ମୁଖ୍ୟମନ୍ତ୍ରୀ କହିଛନ୍ତି ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ୍‌ ଧରିପାରିଛି। ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍‌ରେ ମୃତ୍ୟୁ ହୋଇଛି। ୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି । ଅନ୍ୟପଟେ ପୋଲିସ ବିଭାଗରେ ନିର୍ଯାତନାର ଶିକାର ହୋଇଛନ୍ତି ୧୮ ମହିଳା । ୩ ବର୍ଷରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୧୮ ମାମଲା । ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଲାଙ୍ଗିର, ସୁନ୍ଦରଗଡ, ରାଉରକେଲା, ରାୟଗଡା, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ବୌଦ୍ଧ, ଭୁବନେଶ୍ୱର, ବାଲେଶ୍ୱରରୁ ଅଭିଯୋଗ ଆସିଛି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Read More

ଆଗକୁ ବଡ଼ଦିନ ସହ ଜିରୋନାଇଟ୍ ଓ ନୂଆବର୍ଷ ଥିବାରୁ ଆକ୍ସନ୍ ମୋଡ୍‌କୁ ଆସିଛି ଅବକାରୀ ବିଭାଗ । ସ୍କାନରରେ ରହିଛି ରାଜଧାନୀର ବାର ଓ ପବ୍ । ନିୟମିତ ଚେକିଂକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ । ସିସିଟିଭି ଯାଞ୍ଚ ସହ ରହିବ ଡ୍ୟାନ୍ସ ବାର ଉପରେ କଡା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ ହେବ କାର୍ଯ୍ୟନୁଷ୍ଠାନ । ହୋଟେଲ ଗୁଡିକରେ ମଧ୍ୟ ହେବ ସରପ୍ରାଇଜ ଭିଜିଟ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ନିଆଯିବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ । ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ରହିବ ନଜର । ଏଥିସହ ଉତ୍ସବ ପାଳନ ସମୟରେ ସଂଯମତା ରକ୍ଷା କରିବା ଏବଂ କୌଣସି ଅପରାଧ ନ ଘଟାଇବାକୁ କହିଛନ୍ତି ଅବକାରୀ ଏସ୍‌ପି । ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ…

Read More