ରାଜ୍ୟର ୫୦୦୮ ରାଜସ୍ୱ ଓ ପଡା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । କମ ସମୟ ଭିତରେ ରାଜସ୍ୱ ଗ୍ରାମକୁ ସବୁ ଦିନିଆ ରାସ୍ତା ହେବ ନିର୍ମାଣ । ଚଳିତ ଆର୍ଥିକ ବର୍ଷରେ ୨୬୪୩ କି.ମି ରାସ୍ତା ନିର୍ମାଣ କରିଛନ୍ତି ସରକାର । ଆଜି ବିଧାସଭାରେ ଗୃହରେ ବିଧାୟକ ଅରୁଣ ସାହୁ ପ୍ରଶ୍ନ ପଚାରିଥିଲେ ଯେ, ବର୍ତ୍ତମାନ ଗ୍ରାମ ପଞ୍ଚାୟତ ରାସ୍ତା ଓ ପଞ୍ଚାୟତ ସମିତି ରାସ୍ତା ସମଗ୍ର ରାଜ୍ୟରେ କେତେ କି.ମି. ଚଳିତ ଆର୍ଥିକ ବର୍ଷରେ ସରକାର କେତେ ଟଙ୍କା ପ୍ରବଧାନ କରିଥିଲେ, କେତେ ରାସ୍ତା ନିର୍ମାଣ କରିଛନ୍ତି ବ୍ଳକ ଓ ଜିଲ୍ଲାୱାରୀ । ଏହା ସହ ବର୍ତ୍ତମାନ ସୁଦ୍ଧା କେତେଗୋଟି ରାଜସ୍ବ ଗ୍ରାମ ଏବଂ ପଡା ଗ୍ରାମକୁ ସବୁଦିନିଆ ରାସ୍ତାନାହିଁ, ରାଜସ୍ବ ଗ୍ରାମ ଏବଂ ପଡା ଗ୍ରାମର ନାମ, ବ୍ଳକ ଓ ଜିଲ୍ଲାୱାରୀ ତଥ୍ୟ ଦେବେ କି?ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ମନ୍ତ୍ରୀ ରବି ନାଏକ ଗୃହରେ…
Author: sanitelevision
ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ‘ଦିଟୱା’ ବ୍ୟାପକ କ୍ଷୟ କ୍ଷତି କରିଛି। ଭାରତ ସମେତ ଅନେକ ଦେଶ ସେଠାକୁ ରିଲିଫ୍ ସାମଗ୍ରୀ ପଠାଉଛନ୍ତି। ପାକିସ୍ତାନ ମଧ୍ୟ ନିଜକୁ ଦାନୀ ଦେଖାଇ ରିଲିଫ୍ ପଠାଇଛି। ତେବେ ସାହାଯ୍ୟ ନାମରେ ଶ୍ରୀଲଙ୍କାକୁ ପାକିସ୍ତାନ ପଠାଇଥିବା ଖାଦ୍ୟ ସାମଗ୍ରୀର ବର୍ଷକରୁ ଅଧିକ ଦିନ ହେବ ଏକ୍ସପାଏରୀ ଡେଟ୍ ଯାଇ ସାରିଛି। । ପାକିସ୍ତାନ ସୋସିଆଲ ମିଡିଆରେ ଏହି ସାମଗ୍ରୀର ଫଟୋ ପୋଷ୍ଟ କରି ପ୍ରଶଂସା ପାଇବାକୁ ଚେଷ୍ଟା କରୁଥିବା ବେଳେ ଫଟୋଗୁଡ଼ିକ ପାକିସ୍ତାନର ପୋଲ୍ ଖୋଲି ଦେଇଛି । ଶ୍ରୀଲଙ୍କାରେ ଥିବା ପାକିସ୍ତାନ ଦୂତାବାସ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା ରିଲିଜ ସାମଗ୍ରୀ ବହୁତ ଦିନର ବୋଳି ଜଣାପଡିଛି ।ରିଲିଫ୍ ସାମଗ୍ରୀର ଫଟୋ ପୋଷ୍ଟ କରି ଏକ୍ସରେ ଲେଖିଛି ଯେ, “ପାକିସ୍ତାନ ସର୍ବଦା ଶ୍ରୀଲଙ୍କା ସହିତ ଛିଡ଼ା ହୋଇ ରହିଛି । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହୋଇଛି । ଏହାର…
ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ । ଦୀର୍ଘବର୍ଷ ଧରି ପୁରୀର ଗୌରବିହାର ବା ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଉଛି । ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି। ବିଶେଷକରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ। ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଏଥିପାଇଁ ମାତା ମଠରେ ଦିନ ତମାମ ଲାଗିଥିଲା ଗହଳି ।ଦ୍ୱାପର ଯୁଗରେ ମା’ ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ଦିନରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବୈଷ୍ଣବ ଗୌଡ଼ୀୟମାନେ…
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏବେ ‘ସେବା ତୀର୍ଥ’ ଭାବରେ ପରିଚିତ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ନୀତି ଏବଂ ଜନସେବା ପ୍ରତି ସମର୍ପଣକୁ ସ୍ବୀକୃତି ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି ପରିବର୍ତ୍ତନ କେବଳ ଗୋଟିଏ ନୁହେଁ, ଦେଶର ଅନେକ ସରକାରୀ ଭବନ ଏବଂ ରାସ୍ତାର ନାମକୁ କିଛି ଦିନ ଭିତରେ ପରିବର୍ତ୍ତନ କରାଯିବ । ସେହିପରି କେନ୍ଦ୍ର ସଚିବାଳୟର ମଧ୍ୟ ନୂଆ ନାମ ହୋଇଛି । ଏବେ କେନ୍ଦ୍ରୀୟ ସଚିବାଳୟର ନାମ କର୍ତ୍ତବ୍ୟ ଭବନ ନାମରେ ଜଣାଶୁଣା ହେବ ।
ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ଆଗକୁ ନୂଆବର୍ଷ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ ।ନନ୍ଦନକାନନରେ ଦୌଡ଼ିବ ଚିତା । ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ । ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ । ନନ୍ଦନକାନନକୁ ଚିତା ଆସିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚିତା ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ଖୁଆଡ଼ ନିର୍ମାଣ ଚାଲିଛି ।ସେଥିପାଇଁ ନୂଆ ଖୁଆଡ଼ ମଧ୍ୟ ନିର୍ମାଣ ହେଉଛି, ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଅଦଳବଦଳ ପ୍ରକ୍ରିୟାରେ ଗୁଜୁରାଟରୁ ୪ ପ୍ରଜାତିର ୧୯ଟି ଜୀବଜନ୍ତୁ ଆସୁଛନ୍ତି । ଡିସେମ୍ବର ୧୦ରେ ଜନ୍ତୁଗୁଡ଼ିକ ନନ୍ଦନକାନନରେ ପହଞ୍ଚିବେ । ସେଥିମଧ୍ୟରେ ନନ୍ଦନକାନନକୁ ପ୍ରଥମଥର ଆସୁଛନ୍ତି ୫ଟି ପାଣି ଓଧ । ତା’ସାଙ୍ଗକୁ ଭାରତୀୟ ପଥର କଇଁଛ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଆଗକୁ ଆଉ କିଛି ନୂଆ ଜନ୍ତୁ…
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଜିଠୁ ଆରମ୍ଭ ଆଖଡ଼ା। ଆଖଡ଼ା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ବରଗଡ଼ ଏଡିଏମ୍। ତେବେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଚାଲିବ।ଏଥିପାଇଁ ଆଜିଠାରୁ ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପରେ ଧନୁଯାତ୍ରା କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଯାଇଛି। ଉଗ୍ରସେନ, କଂସ ମହାରାଜଙ୍କ ସମେତ ଅନ୍ୟ ପାଶର୍ବ କଳାକାରମାନେ ଉପସ୍ଥିତ ହୋଇ ପୂର୍ବାଭ୍ୟାସ କରୁଛନ୍ତି।
କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଏନେଇ ଏବେ ବିଭାଗୀୟମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି । ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ବିଶେଷ କମିଟି ଗଠନ କରାଯାଇଛି । କମିଟିର ସଦସ୍ୟମାନେ ସମସ୍ତ ୱାର୍ଡରେ ସର୍ଭେ କାର୍ଯ୍ୟ ଚଳାଉଛନ୍ତି । ସର୍ଭେ କାମ ସରିଲେ ଚିହ୍ନଟ କୋଠା ମାନଙ୍କୁ ନୋଟିସ ହେବ । ନିୟମାନୁସାରେ ଭାଙ୍ଗିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ କଟକରେ ରହିଛି ମାଳମାଳ ଅସୁରକ୍ଷିତ ବିଲ୍ଡିଂ । ସହରରେ ୨୨୧ଟି ବିପଦସଙ୍କୁଳ କୋଠା ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ପ୍ରଶାସନ । ଏସବୁ ବିଲ୍ଡିଂ ୮ଟି ସରକାରୀ ସଂସ୍ଥା ଏବଂ ୨ ଜଣ ବ୍ୟକ୍ତି ବିଶେଷଙ୍କ ନାଁରେ ରହିଛି । ସେସବୁକୁ ଖାଲି କରିବା ସହ ଭାଙ୍ଗିବା ଲାଗି ନିର୍ଦ୍ଦେଶ ବି…
ରାଜ୍ୟରେ ୫୧ଟି ଡିଭିଜନରେ ଅଛି ୫୧ଟି ଇକୋ ଟୁରିଜିମ୍। ମାତ୍ର ୧୦ଟି ଇକୋ ଟୁରିଜିମ୍କୁ ଛାଡ଼ିଦେଲେ ବାକି ସବୁ କ୍ଷତିରେ ଚାଲିଛି। ଗୃହରେ ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ ୧୦ ବର୍ଷ ମଧ୍ୟରେ ମଣିଷ ଓ ପଶୁ ଲଢେଇରେ ଯାଇଛି ୫,୬୦୯ ବନ୍ୟପ୍ରାଣୀଙ୍କ ଜୀବନ। ସେହିପରି ଗତ ୧୦ ବର୍ଷରେ ୧ ହଜାର ୩୯୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥି ନିମନ୍ତେ ସରକାର ୬୧୭୪.୬୮ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ପ୍ରତିବର୍ଷ ଡିସେମ୍ବର ୨ରେ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରାଯାଏ। ପ୍ରତିଟି ବ୍ୟକ୍ତିଙ୍କର କମ୍ପୁଟର ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଏ। ବିଶେଷ କରି ଭାରତର ଶିଶୁ ଏବଂ ମହିଳାମାନଙ୍କ ମଧ୍ୟରେ ବୈଷୟିକ କୌଶଳର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳିତ ହୁଏ। ସାମ୍ପ୍ରତିକ ଯୁଗରେ କାଗଜ କଲମର ବ୍ୟବହାର କମିଚାଲିଛି । ଦିନେ ଯେଉଁ ନଥିପତ୍ର ଠାରୁ ଆରମ୍ଭ କରି ସ୍କୁଲ କଲେଜରେ ଶିକ୍ଷାଦାନ ଯାଏଁ କାଗଜ କଲମ ଥିଲା ମୁଖ୍ୟ ଆଧାର ଆଜି ସେହି ସ୍ଥାନ ନେଇ ଗଲାଣି କମ୍ପ୍ୟୁଟର । ବିଜ୍ଞାନର ଅଗ୍ରଗତି ହେବା ସହିତ କମ୍ପ୍ୟୁଟରର ଆଗମନ ହେଲା । ସମସ୍ତ କାର୍ଯ୍ୟାଳୟରେ କମ୍ପ୍ୟୁଟର ବ୍ୟବହାର ବଢିଲା କାଗଜ କଲମ ପ୍ରାୟତଃ ନିଶ୍ଚିହ୍ନ ହେବାରେ ଲାଗିଛି । କାରଣ କମ୍ପ୍ୟୁଟରରେ ସମସ୍ତ ତଥ୍ୟ ଗଚ୍ଛିତ, ସୁରକ୍ଷିତ ସହ କ୍ଷଣିକ ମଧ୍ୟରେ ଆଦାନ ପ୍ରଦାନ ହୋଇ ପାରୁଛି…
ଭାରତରେ ମୋବାଇଲ୍ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ, ଦୂରସଂଚାର ବିଭାଗ (DoT) ଏକ ନୂତନ ନିର୍ଦ୍ଦେଶ ଜାରି କରିଛି। । ସରକାରଙ୍କ ଟେଲିଯୋଗାଯୋଗ ବିଭାଗ (DoT) ଭାରତରେ ବିକ୍ରି ହେଉଥିବା କିମ୍ବା ବାହାରୁ ଆସୁଥିବା ସମସ୍ତ ସ୍ମାର୍ଟଫୋନଗୁଡ଼ିକରେ ‘ସଞ୍ଚାର ସାଥୀ ଆପ୍’ (Sanchar Saathi) ପୂର୍ବରୁ ଇନଷ୍ଟଲ୍ ହେବାକୁ ବାଧ୍ୟତାମୂଳକ କରିଛନ୍ତି । ଏହି ଆପ୍କୁ ଫୋନରୁ ହଟାଯାଇପାରିବ ନାହିଁ । ସୋମବାର DoT ଏହି ନିର୍ଦ୍ଦେଶନାମାକୁ ସମସ୍ତ ମୋବାଇଲ କମ୍ପାନୀ (OEMs) ଏବଂ ଆମଦାନୀକାରୀଙ୍କୁ ଜାରି କରିଛି ।ସଞ୍ଚାର ସାଥୀ ଆପ୍ ମୋବାଇଲ୍ ବ୍ୟବହାରକାରୀଙ୍କୁ ସୁରକ୍ଷା ପ୍ରଦାନ କରେ। ଯଦି କୌଣସି ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ କିଛି ମିନିଟ୍ ମଧ୍ୟରେ ରିପୋର୍ଟ କରିବା ଏବଂ ବ୍ଲକ୍ କରିବା ସମ୍ଭବ। ଏହା ମୋବାଇଲ୍ ଫୋନ୍ରେ ନକଲି ଲିଙ୍କ୍, ସ୍ପାମ୍ କଲ୍, ସନ୍ଦିଗ୍ଧ ମେସେଜ୍ ଏବଂ ଚାଲୁଥିବା ସଂଯୋଗ ଉପରେ ନଜର ରଖିବାରେ…









