ଆଜି ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ । ପ୍ରତିବର୍ଷ ଏପ୍ରିଲ ୧୪ ତାରିଖ ଅର୍ଥାତ ଆଜିର ଦିନକୁ ସମାନତା ଦିବସ ବା ଜ୍ଞାନ ଦିବସ ରୂପେ ପାଳନ କରାଯାଏ । ଭୀମରାଓ ଆମ୍ବେଦକରଙ୍କ ଜନ୍ମ ମଧ୍ୟପ୍ରଦେଶର ମହୁ ଅଂଚଳରେ ଏକ ମରାଠୀ ପରିବାରରେ ୧୮୮୯ ମସିହା ଆଜିର ଦିନରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ମାଲୋଜି ସକପାଳ ଓ ମା’ଙ୍କ ନାମ ଥିଲା ଭୀମାବାଇ । ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ନିଜ ପୁରା ଜୀବନ ସାମାଜିକ ଛୁଆଁଅଛୁଆଁ ଏବଂ ଜାତିବାଦ ବିପକ୍ଷରେ ସଂଘର୍ଷ କରିଥିଲେ । ଏହି ସମୟରେ ସେ ଗରିବ,ଦଳିତ ଏବଂ ଶୋଷିତ ଅଧିକାର ପାଇଁ ସଂଘର୍ଷ କରୁଥିଲେ । ବାବା ସାହେବ ଆମ୍ବେଦକରଙ୍କ ପରିବାର ମହାର ଜାତି (ଦଳିତ) ଥିଲା । ଯାହାଙ୍କୁ ସେହି ସମୟରେ ଅଛୁଆଁ ଜାତି ବୋଲି ମନାଯାଉଥିଲା । ତାଙ୍କ ପୂର୍ବପୁରୁଷ ଇଂରେଜ ସରକାରଙ୍କ ସମୟରେ ଇଷ୍ଟ…
Author: sanitelevision
ପ୍ରାଥମିକ ଶିକ୍ଷକ ବଦଳି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।ଇଚ୍ଛୁକ ଶିକ୍ଷକମାନେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଜିଲ୍ଲା ଅନ୍ତର୍ଗତ ବଦଳି ଓ ଅନ୍ୟ ଜିଲ୍ଲାକୁ(ଅନ୍ତଃ ଜିଲ୍ଲା) ବଦଳି କରାଯିବ । ଜୁଲାଇ ୧୮ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ ହେବ । ଏଥିସହ ଅଧିକ ଶିକ୍ଷକ ଥିବା ସ୍କୁଲରୁ ଶିକ୍ଷକଙ୍କୁ କମ ଶିକ୍ଷକ ଥିବା ସ୍କୁଲକୁ ମଧ୍ୟ ବଦଳି କରାଯିବ । ୟୁଏଏସ୍ ପୋର୍ଟାଲରେ ଶିକ୍ଷକଙ୍କ ପ୍ରୋଫାଇଲ୍ ଅପଡେଟ୍ କରିବେ । ମେ ୧୦ ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆବେଦନପତ୍ର ଯାଞ୍ଚ କରାଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯିବ । ଅନ୍ତଃଜିଲ୍ଲା ବଦଳି ଆବେଦନ କରିଥିବା ଶିକ୍ଷକଙ୍କ ଆବେଦନ ପତ୍ରକୁ ମେ ୨୦ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ପଠାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ବଦଳି ଆବେଦନ କରିଥିଲେ ମେ ୨୫ରୁ ୨୬ ତାରିଖ ଯାଏ…
ଗ୍ରୀଷ୍ମ ଋତୁରେ ରେଳଯାତ୍ରୀଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ଏବଂ ଯାତ୍ରାକୁ ସୁଗମ, ସହଜ କରିବା ପାଇଁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ଇଷ୍ଟକୋଷ୍ଟ ରେଳବାଇ । ଏହି ଟ୍ରେନ୍ ଗୁଡ଼ିକ ଆନନ୍ଦ ବିହାର–ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର–କୋଲକାତା, ବିଶାଖାପାଟଣା–ଶାଲିମାର, ସମ୍ବଲପୁର–ଶାଲିମାର, ପାଟନା–ଖୋର୍ଦ୍ଧା ରୋଡ୍ ଏବଂ ପୁରୀ–ପାଟନା ପରି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବାକୁ ସ୍ଥିର କରାଯାଇଛି ।ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭାରତୀୟ ରେଳବାଇର ସରକାରୀ ୱେବସାଇଟ୍ କିମ୍ବା ନିକଟସ୍ଥ ରେଳ ଷ୍ଟେସନରେ ସର୍ବଶେଷ ଟ୍ରେନ୍ ସମୟସୂଚୀ ଏବଂ ଉପଲବ୍ଧତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।
ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଭିମନପୁର୍ ଗାଁ ନିକଟସ୍ଥ ଜଙ୍ଗଲରେ ମାଫିଆମାନେ କୁଡ଼ିଆ ଘରଗୁଡିକରେ ମାଟି ତଳେ ବିପୁଳ ପରିମାଣର ଗଂଜେଇ ପୋତି ରଖିଥିଲେ।ଖବର ପାଇବା ପରେ ଆର.ଉଦୟଗିରୀ SDPOଙ୍କ ନେତୃତ୍ବରେ ପୋଲିସ ଟିମ୍ ଚଢ଼ାଉ କରିଥିଲା। ବିପୁଳ ପରିମାଣର ଗଞ୍ଜେଇକୁ ମାଟି ଖୋଳି ଜବତ କରିଛି ପୋଲିସ। ମାଟି ଖୋଳି ତଳୁ ବଡ ଟ୍ରଙ୍କ ଓ ଡ୍ରମ୍ ଗୁଡିକରେ ଥିବା ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇକୁ ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରଯାଇଥିଲା ଯାହାର ପରିମାଣ ଦୁଇ କୁଇଣ୍ଟାଲ ଦଶ କିଲୋ ଗ୍ରାମ ହୋଇଥିଲା । ଏମିତି କି ଏହାର ବଜାର ଦର ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ସୁଚନା ଦିଆଯାଇଛି ।
ଇସଲାମାବାଦରେ ମାରାଥନ ଆଲୋଚନାରେ କୌଣସି ସହମତି ନମିଳିବା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଇରାନକୁ ଶାନ୍ତି ଆଲୋଚନାରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ପଡିବ । ଭାନ୍ସ ଜୋର ଦେଇ କହିଛନ୍ତି ଯେ, ଏକ ସମ୍ଭାବ୍ୟ ଚୁକ୍ତି ପାଇଁ ଇରାନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଇରାନ ହାତରେ ସବୁକିଛି ରହିଛି ।ଦୁଇ ସପ୍ତାହ ଧରି ଚାଲିଥିବା ଆମେରିକା-ଇରାନ ଅସ୍ତ୍ରବିରତିର ମିଆଦ ଶେଷ ହେଉଥିବାବେଳେ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବାକୁ ଧମକ ଦେଇଛନ୍ତି । ଅପରପକ୍ଷରେ ଆମେରିକା ଦୋହରା ନୀତି ଗ୍ରହଣ କରି ବୈଠକ ପାଇଁ ପ୍ରସ୍ତୁତି ମଧ୍ୟ କରୁଛି। ଡୋନାଲ୍ଡ ଟ୍ରମ୍ପଙ୍କ ଅଧିକାରୀମାନେ ଇରାନ ଅଧିକାରୀଙ୍କ ସହିତ ଦ୍ୱିତୀୟ ମୁହାଁମୁହିଁ ବୈଠକର ସମ୍ଭାବନା ଏବଂ ବିବରଣୀ ଉପରେ ଆଭ୍ୟନ୍ତରୀଣ ଆଲୋଚନା କରୁଛନ୍ତି । ଏହି ବୈଠକ ଏପ୍ରିଲ ୨୧ ଅସ୍ତ୍ରବିରତି ଶେଷ ହେବା ପୂର୍ବରୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଇରାନ…
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ । ଚଳିତ ବର୍ଷ ଏଲନିନୋ ପ୍ରଭାବରେ ସ୍ୱାଭାବିକ ଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ହାରାହାରି ୯୨ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି ।ସାଧାରଣତଃ ଏହି ସମୟରେ ହେଉଥିବା ବର୍ଷା (LPA) ତୁଳନାରେ ଏହା କମ୍ । ଦେଶର ଅଧିକାଂଶ ଭାଗରେ କମ୍ ବର୍ଷା ହେବାକୁ ଥିବାବେଳେ ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇପାରେ । ଜୁନ୍ ପରେ ସମୁଦ୍ରରେ ‘ଏଲ୍-ନିନୋ’ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହା ସାଧାରଣତଃ ଭାରତରେ ବର୍ଷାର ପରିମାଣ କମାଇ ଦେଇଥାଏ ।ମୌସୁମୀ ଋତୁରେ ବର୍ଷାକୁ ନେଇ ଭାରତୀୟ ପାଣପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇ ଦେଇଛି।
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି। ଓଡ଼ିଆ ଅସ୍ମିତା ଓ ପରମ୍ପରାର ମହାମିଳନ। ଓଡ଼ିଆ ପଞ୍ଜିକା ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ଦିନ। ଏହା କେବଳ ଏକ ତିଥି ନୁହେଁ, ବରଂ ଓଡ଼ିଆ ଜାତିର ସାଂସ୍କୃତିକ ଚେତନା ଏବଂ ପ୍ରକୃତି ପ୍ରତି ଥିବା ସମ୍ମାନର ଏକ ପ୍ରତିଫଳନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି । ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଦିନ ଓ ରାତିର ଅବଧି ପ୍ରାୟ ସମାନ ରହେ । ଏହି ସମୟରୁ ହିଁ ଗ୍ରୀଷ୍ମ ଋତୁର ପ୍ରକୋପ ବଢ଼ିଥାଏ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆଜିର ଦିନକୁ ‘ହନୁମାନ ଜୟନ୍ତୀ’ ଭାବେ ପାଳନ କରନ୍ତି । ଭକ୍ତମାନେ ହନୁମାନଙ୍କୁ ଶକ୍ତି ଓ ସାହସର ପ୍ରତୀକ ଭାବେ ପୂଜା କରି ନୂତନ ବର୍ଷର ଶୁଭକାମନା କରନ୍ତି । ଆଜିର ଦିନରେ ‘ପଣା’…
ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ରାଜଧାନୀରେ ସିବିଆଇ ପକ୍ଷରୁ ପ୍ରଥମ ରେଡ୍ । ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ ଘରୋଇ କଲେଜରେ ରେଡ୍ । ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ପ୍ରମାଣ ପାଇବା ପରେ ଚାଲିଛି ରେଡ୍ । ଏହି ସ୍କାମ ସହ ସମ୍ପୃକ୍ତ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ ସହିତ ୧୭ଜଣ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ୧୫ଲକ୍ଷ ଟଙ୍କା ନେଇ ପରୀକ୍ଷାର୍ଥୀ ମାନଙ୍କର ରୋଲ ନମ୍ବରକୁ ପୁନଃ ସମୟ ନିର୍ଦ୍ଧାରଣ ଅର୍ଥାତ ରିସିଡ୍ୟୁଲ କରାଯାଇ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ ଏହି ସେଣ୍ଟରକୁ ପରୀକ୍ଷା ଦେବାକୁ ଆଣାଯାଉଥିଲା । ପୂର୍ବରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା ବେଳେ ସେଥିରୁ ସମଗ୍ର ଘଟଣାର ଗୁପ୍ତ ତଥ୍ୟ ବାହାରକୁ ଆସିଥିଲା । ସୂଚନା ଅନୁଯାୟୀ, ଟେକ୍ନୋ ସ୍କୁଲ ପରୀକ୍ଷା କେନ୍ଦ୍ରରେ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ବିଶେଷ ବ୍ୟବସ୍ଥା…
ଇରାନ ସହ ଆମେରିକାର ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି | ଏବେ ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି । ପେଟ୍ରୋଲ ପମ୍ପ ପରେ ଏବେ ଷ୍ଟେସନ ପାଖରେ ମିଳିବ ଗ୍ୟାସ୍ । ପୂର୍ବରୁ ୫ କେଜିଆ ଗ୍ୟାସ୍କୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରାଯାଇଛି । ପେଟ୍ରୋଲ ପମ୍ପ୍ରେ ଗ୍ୟାସ୍ ଉପଲବ୍ଧ ହେଲାଣି । ଏହାସହିତ ଷ୍ଟେସନରେ ଗ୍ୟାସ୍ ମିଳିବା ଆରମ୍ଭ କରିଛି ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ୟାସ୍ ଷ୍ଟେସନ ଖୋଲିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଘରୋଇ ହଷ୍ଟେଲରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକ…
ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବା କେବେ ବି ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ ନୁହେଁ। ସରକାର ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡ଼ିକ୍ସନ୍ ସେସ୍ ଲଗାଇବା ପାଇଁ ଯୋଜନା କରିଛନ୍ତି।ଏହା ଦ୍ୱାରା ମଦ୍ୟପାନ ନକରିବା ପାଇଁ ଏକ ସଚେତନତା ବାର୍ତ୍ତା ପ୍ରସାର କରିହେବ । ଏଥି ସହିତ ପୂର୍ବରୁ ଥିବା ଏମ୍ଜିକ୍ୟୁ ବ୍ୟବସ୍ଥାକୁ ଉଚ୍ଛେଦ କରି ଏମ୍ଜିଇଆର୍ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଫଳରେ ସର୍ବନିମ୍ନ ମଦ ବିକ୍ରି ପାଇଁ ଡିଲରଙ୍କ ଉପରେ ଥିବା ଚାପ ହ୍ରାସ ପାଇବ ବୋଲି ମନ୍ତ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।ଏହି କ୍ରମରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…









