Author: sanitelevision

ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ରାଜଧାନୀରେ ସିବିଆଇ ପକ୍ଷରୁ ପ୍ରଥମ ରେଡ୍ । ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ ଘରୋଇ କଲେଜରେ ରେଡ୍ । ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ପ୍ରମାଣ ପାଇବା ପରେ ଚାଲିଛି ରେଡ୍ । ଏହି ସ୍କାମ ସହ ସମ୍ପୃକ୍ତ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ ସହିତ ୧୭ଜଣ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ୧୫ଲକ୍ଷ ଟଙ୍କା ନେଇ ପରୀକ୍ଷାର୍ଥୀ ମାନଙ୍କର ରୋଲ ନମ୍ବରକୁ ପୁନଃ ସମୟ ନିର୍ଦ୍ଧାରଣ ଅର୍ଥାତ ରିସିଡ୍ୟୁଲ କରାଯାଇ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ ଏହି ସେଣ୍ଟରକୁ ପରୀକ୍ଷା ଦେବାକୁ ଆଣାଯାଉଥିଲା । ପୂର୍ବରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା ବେଳେ ସେଥିରୁ ସମଗ୍ର ଘଟଣାର ଗୁପ୍ତ ତଥ୍ୟ ବାହାରକୁ ଆସିଥିଲା । ସୂଚନା ଅନୁଯାୟୀ, ଟେକ୍ନୋ ସ୍କୁଲ ପରୀକ୍ଷା କେନ୍ଦ୍ରରେ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ବିଶେଷ ବ୍ୟବସ୍ଥା…

Read More

ଇରାନ ସହ ଆମେରିକାର ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି | ଏବେ ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି । ପେଟ୍ରୋଲ ପମ୍ପ ପରେ ଏବେ ଷ୍ଟେସନ ପାଖରେ ମିଳିବ ଗ୍ୟାସ୍ । ପୂର୍ବରୁ ୫ କେଜିଆ ଗ୍ୟାସ୍‌କୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରାଯାଇଛି । ପେଟ୍ରୋଲ ପମ୍ପ୍‌ରେ ଗ୍ୟାସ୍ ଉପଲବ୍ଧ ହେଲାଣି । ଏହାସହିତ ଷ୍ଟେସନରେ ଗ୍ୟାସ୍ ମିଳିବା ଆରମ୍ଭ କରିଛି ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ୟାସ୍ ଷ୍ଟେସନ ଖୋଲିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଘରୋଇ ହଷ୍ଟେଲରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକ…

Read More

ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍‌ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବା କେବେ ବି ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ ନୁହେଁ। ସରକାର ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡ଼ିକ୍‌ସନ୍‌ ସେସ୍‌ ଲଗାଇବା ପାଇଁ ଯୋଜନା କରିଛନ୍ତି।ଏହା ଦ୍ୱାରା ମଦ୍ୟପାନ ନକରିବା ପାଇଁ ଏକ ସଚେତନତା ବାର୍ତ୍ତା ପ୍ରସାର କରିହେବ । ଏଥି ସହିତ ପୂର୍ବରୁ ଥିବା ଏମ୍‌ଜିକ୍ୟୁ ବ୍ୟବସ୍ଥାକୁ ଉଚ୍ଛେଦ କରି ଏମ୍‌ଜିଇଆର୍‌ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଫଳରେ ସର୍ବନିମ୍ନ ମଦ ବିକ୍ରି ପାଇଁ ଡିଲରଙ୍କ ଉପରେ ଥିବା ଚାପ ହ୍ରାସ ପାଇବ ବୋଲି ମନ୍ତ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।ଏହି କ୍ରମରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

Read More

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଅବସରପ୍ରାପ୍ତ ଜିଲ୍ଲା ଜଜ ଲକ୍ଷ୍ମୀଧର ବିଶ୍ୱାଳ ଏବଂ ଟିମ୍ ଏସ୍‌ସିବି ମେଡିକାଲ ଯାଇ ଅନେକଙ୍କୁ ପଚରାଉଚରା କରିଛନ୍ତି।ଟିମ୍ ଅଗ୍ନିକାଣ୍ଡ ସମ୍ପର୍କରେ ନର୍ସ ଓ କର୍ମଚାରୀଙ୍କୁ ପଚରାଉଚରା କରୁଛନ୍ତି। ସୂଚନା ଅନୁଯାଇ, ମାର୍ଚ୍ଚ ୧୬ ତାରିଖରେ ଏସ୍‌ସିବି ମେଡିକାଲ୍ ଆଇସିୟୁରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଟ୍ରମା ବିଲ୍ଡିଂରେ ପ୍ରଥମ ମହଲାରେ ଥିବା ଆଇସିୟୁରେ ଛାରଖାର ହୋଇଯାଇଥିବା ବେଳେ ଏହାର ସମ୍ମୁଖରେ ଥିବା ଅପରେସନ୍ ଥିଏଟର (ଓଟି)ରେ ଧୂଆଁ ଧାସ ବାଜିଥିଲା । ଓଟିରେ ବିଶେଷ କିଛି କ୍ଷତି ହୋଇନଥିଲେ ମଧ୍ୟ ତାହା ମାର୍ଚ୍ଚ ୧୬ ତାରିଖରୁ ବନ୍ଦ ରହିଛି । ଏହି ଅଗ୍ନିକାଣ୍ଡର ୧୨ଜଣ ରୋଗୀଙ୍କୁ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ।ତେବେ ପ୍ରାଥମିକ ଯାଞ୍ଚ ପରେ ପ୍ରତିକ୍ରିୟା ରଖିଛନ୍ତି ବିଚାର ବିଭାଗୀୟ ତଦନ୍ତ କମିଶନ ଅଧ୍ୟକ୍ଷ…

Read More

ଛେନା ପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ । ନୟାଗଡ଼ ଛେନାପୋଡ଼ GI ଟ୍ୟାଗ ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ଏହିକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର ଅପ୍ରେଲ୍‌ ୧୧ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିଥିଲେ ।ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି । ​ଏ ବିଷୟରେ ଆଲୋଚନା ପାଇଁ କନସଲଟେଟିଭ୍ ଗ୍ରୁପ୍ ମିଟିଂ ଆସନ୍ତା ମେ ୨୮ ଏବଂ ୨୯ ହେବ । ସାଂସଦ ସମ୍ବିତ ପାତ୍ରଙ୍କୁ ପତ୍ର ଲେଖି ଏ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ।ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି ।…

Read More

ବିଜେଡି- କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତି ବଡ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଖଡ୍‌ଗେ ଜୀ ଏବଂ ରାହୁଲ ଗାନ୍ଧୀ ଚାହିଁବେ । ଆଉ ଏପଟେ ବିଜେଡି ସୁପ୍ରିମୋ ବି ଯଦି ଚାହିଁବେ । ତେବେ ମେଣ୍ଟ ନେଇ କିଛି ଘଟିପାରେ ।ରାଷ୍ଟ୍ରର ହିତ ପାଇଁ ବିଜେଡି ସହିତ କଂଗ୍ରେସ ମିଶି ଓଡ଼ିଶା ସେର୍କୁଲାର ପାର୍ଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ । ଆମେ ଏକାକି ଲଢିବା ନେଇ ପ୍ରସ୍ତୁତ ଅଛୁ । ଆଗାମୀ ଦିନରେ କଣ ହେବ,ତାହା ହାଇକମାଣ୍ଡ ହିଁ ନିଷ୍ପତ୍ତି ନେବେ । ତେବେ ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରିବ ।…

Read More

ଓଡ଼ିଶା ଉପକୂଳବର୍ତ୍ତୀ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ନ ଧରିବାକୁ ମତ୍ସ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା କଟକ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି ।ଏନେଇ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦର, ଷଣ୍ଢକୁଦରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି । ଏହି କଟକଣା ସମୟରେ ଯନ୍ତ୍ର ଚଳିତ ଡଙ୍ଗା ଓ ଟ୍ରଲର ସମୁଦ୍ର ମଧ୍ୟରେ ମାଛ ଧରି ପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ରୋକ୍ ଲଗା ଯାଇଛି । ଓଡ଼ିଶା ସାମୁଦ୍ରିକ ଫିସିଂ ରେଗୁଲେସନ୍ ଆକ୍ଟ ୧୯୮୨ ଅନୁଯାୟୀ ମାଛ ଧରିବାକୁ ନିଷେଧ କରାଯାଇଛି । ମାଛଙ୍କ ପ୍ରଜନନ ଋତୁରେ ସମୁଦ୍ରରେ ମାଛ ଅଣ୍ଡା ଓ ମାଛ ଜାଆଁଳ ନଷ୍ଟ ହେବା ଆଶଙ୍କାରେ ମାଛଧରାକୁ ଦୁଇ ମାସ ପାଇଁ ବନ୍ଦ ରଖିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଛି । ସମୁଦ୍ରରେ ମାଛ ଓ…

Read More

ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରି କଟିବନି ବିଦ୍ୟୁତ ।ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡ଼ା ନିର୍ଦ୍ଦେଶ। ହିତାଧିକାରୀଙ୍କ ବିଲ ଅର୍ଥ ବାକି ଥିଲେ ମଧ୍ୟ ବିଦ୍ୟୁତ୍ ନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଲ୍ ଅନାଦେୟ ହେଲେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ ନାହିଁ। କୌଣସି ଡିସକମ୍ ଦ୍ବାରା ଅନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ କରାଯିବା ଉଚିତ୍ ନୁହେଁ। ମରାମତି ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ ବିଦ୍ଯୁତ୍ କାଟ୍ SMS ଏବଂ ସାଧାରଣ ଠିକଣା ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ଭାବରେ ପ୍ରଚାର କରାଯିବା ଉଚିତ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ

Read More

ମାନସ ରଞ୍ଜନ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା । ସୁଲତା ଦେଓଙ୍କୁ ବିଜେଡି ସଂସଦୀୟ ଦଳ ଉନେତା ସହ ମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଛି । ଉଭୟଙ୍କ ଚୟନକୁ ଅନୁମୋଦନ ଦେବାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ସୂଚନାମୁତାବକ କିଛି ଦିନ ପୂର୍ବରୁ ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଥିଲେ। ତାଙ୍କର ଏହି ଇସ୍ତଫା ପତ୍ରକୁ ଦଳୀୟ ସଭାପତି ଅନୁମୋଦନ କରିଥିଲେ ।ତେବେ ଆଜି ଶ୍ରୀ ମଙ୍ଗରାଜଙ୍କୁ ଏହି ପଦରେ ଦଳ ନିଯୁକ୍ତି ଦେଇଛି‌।

Read More

ଶ୍ରେୟସ ଆୟର ଏବଂ ଶୁବମନ ଗିଲଙ୍କ ପରେ ଚେନ୍ନାଇ ଅଧିନାୟକ ଋତୁରାଜ ଗାୟକୱାଡଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ । ଚେନ୍ନାଇ ସୁପରକିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ସ୍ଲୋ ଓଭର ରେଟ ଯୋଗୁଁ ଋତୁରାଜଙ୍କ ଉପରେ ଏହି ଜରିମାନା ଲାଗିଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ ବେଳେ ଚତୁର୍ଥ ଅମ୍ପାୟରଙ୍କ ସହି ତାଙ୍କର ଯୁକ୍ତିତର୍କ ହୋଇଥିଲା। ୧୯ତମ ଓଭରରେ ଏହି ଘଟଣା ଘଟିଥିଲା। ଚେନ୍ନାଇର ଆଦ୍ରତା ପରିବେଶରୁ ପ୍ରବଳ ଝାଳ ବୋହି ଟ୍ରିଷ୍ଟାନ ଷ୍ଟବ୍ସଙ୍କ ଗ୍ଲୋଭ୍ସ ଓଦା ହୋଇଯାଇଥିଲା। ଏହାକୁ ବଦଳ ପାଇଁ ସେ କରିଥିବା ଅନୁରୋଧକୁ ଅମ୍ପାୟର ଅଗ୍ରାହ୍ୟ କରିଥିଲେ। ସେ ଆଉଟ ହୋଇଯିବା ପରେ ରାଣା ହତୋତ୍ସାହିତ ହୋଇ ବିରକ୍ତି ପ୍ରକାଶ କରିବା ସହ ଚତୁର୍ଥ…

Read More