ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ ଅଧିକ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶକ୍ତି ବୁଝାମଣାକୁ ସ୍ବାଗତ କରିଛନ୍ତି। ସେଭଳି ସେ ଏହି ଡିଲ୍ ପରେ ଭାରତର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି, ଦେଶରେ ପେଟ୍ରୋଲ-ଡିଜେଲର କୌଣସି ଅଭାବ ନାହିଁ।ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଜଏଣ୍ଟ ସେକ୍ରେଟରୀ ସୁଜାତା ଶର୍ମା କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଓ ଏଲପିଜିର ସପ୍ଳାଇ ସ୍ଥିର ରହିଛି। ରିଫାଇନାରୀ ନିଜର ପୁରା କ୍ଷମତା ସହ କାମ କରୁଛି। ଅଶୋଧିତ ତୈଳ ଓ ଷ୍ଟକ୍ ବି ପର୍ଯ୍ୟାପ୍ତ ମାତ୍ରାରେ ରଖାଯାଇଛି। ଯଦି ପରିସ୍ଥିତି ଅନୁକୂଳ ରହେ, ତେବେ ସରକାର ନିଶ୍ଚିତ ଭାବରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବେ। ପରିସ୍ଥିତି ଉପରେ ବର୍ତ୍ତମାନ ନଜର ରଖାଯାଇଛି । ସ୍ୱାଭାବିକ ଭାବରେ, ଏହା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇବା ଉଚିତ। ସୂତ୍ରଗୁଡ଼ିକ କହିଛନ୍ତି ଯେ ଭାରତର ତୈଳ ବିପଣନ କମ୍ପାନୀଗୁଡ଼ିକ ବର୍ତ୍ତମାନ ପଶ୍ଚିମ ଏସିଆ ସଙ୍କଟ ସମୟରେ ହୋଇଥିବା କ୍ଷତି ପୂରଣ କରୁଛନ୍ତି |






