Author: sanitelevision

ଆଜି ମହାବିଷୁବ ସଂକ୍ରାନ୍ତି । ଆଜିଠାରୁ ପ୍ରଚଳିତ ହେଲା ନୂଆ ପଞ୍ଜିକା । ପଞ୍ଜିକା ଅନୁସାରେ ୨୦୨୬-୨୭ ମସିହାରେ ମୋଟ ୪ଟି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ହେବ। ଏ ବର୍ଷ ଗୋଟିଏ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ, କଙ୍କଣାକୃତି ସୂର୍ଯ୍ୟୋପରାଗ, ଆଶିଂକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଜନିତ ଚନ୍ଦ୍ରଗ୍ରହଣ ହେବ। ତେବେ ଅଗଷ୍ଟ ୧୨ ତାରିଖରେ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ହେବ । ଏହା ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ । ଏହି ସୂର୍ଯ୍ୟୋପରାଗ ଉତ୍ତର ଆମେରିକା ପଶ୍ଚିମ ଆଫ୍ରିକା, ୟୁରୋପ ଆଦି ଅଞ୍ଚଳରେ ଦୃଶ୍ୟ ହେବ । ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ଆମେରିକା, ୟୁରୋପ, ଆଫ୍ରିକା, ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୃଶ୍ୟ ହେବ । ଏହା ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ ।୨୦୨୭ ଫେବୃଆରୀ ୬ରେ କଙ୍କଣାକୃତି ସୂର୍ଯ୍ୟୋପରାଗ ଭାରତ ତଥା ଓଡ଼ିଶାରେ ଦୃଶ୍ୟ ହେବ ନାହିଁ ।…

Read More

୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ । ଲୋକସଭାରେ ବଡ଼ ପରିବର୍ତ୍ତନ । ୫୪୩ ରୁ ୮୫୦ ହେବେ ସାଂସଦ ! ନୂତନ ସୀମା ନିର୍ଦ୍ଧାରଣ ସହ ଦୀର୍ଘଦିନ ଧରି ଆଲୋଚନା ହେଉଥିବା ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସବୁଜ ସଂକେତ ଦେବ।ଆସୁଛି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ । ଭାରତୀୟ ସଂସଦୀୟ ଇତିହାସରେ ଏକ ବଡ଼ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଦେଶର ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ୫୪୩ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ସରକାର ଏକ ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବିତ ‘ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍, ୨୦୨୬’ ଆସନ୍ତା ଏପ୍ରିଲ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବ |୨୦୧୧ ଜନଗଣନା ଆଧାରରେ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ…

Read More

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ପଞ୍ଜିକରଣ ଅବଧି ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅପ୍ରେଲ ୧ ରୁ ୩୦ ନୂଆ ହିତାଧିକାରୀମାନେ ନୂଆ କରି ଆପ୍ଲିକେସନ ଦେବେ। ଆବେଦନକାରୀଙ୍କ ସଂଖ୍ୟା ବହୁତ କମ ଅଛି କିନ୍ତୁ ସମୟ ପର୍ଯ୍ୟାପ୍ତ ଅଛି।ଯେଉଁମାନଙ୍କୁ ନୂଆ କରି ୨୧ ବର୍ଷ ହେଉଛି, ସେମାନେ ଆବେଦନ କରିବେ। ଟେକ୍ନିକାଲ ଅସୁବିଧା ଯଦି କେଉଁଠି ହେଉଛି, ତାହେଲେ ଆମେ ଆଉ ୫ ଦିନ ସମୟ ଅବଧି ବଢା଼ଇବୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ |ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା, ଯୁବତୀମାନେ ସୁଭଦ୍ରାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ। କିନ୍ତୁ ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାଁନ୍ତି, କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବନାହିଁ ।…

Read More

ଦୀର୍ଘ ୨୦ ବର୍ଷ ଧରି ବିହାର ଚାଲିଥିବା ନୀତିଶ ଯୁଗର ସମାପ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କ୍ୟାବିନେଟ୍ ଭଙ୍ଗ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି କେବଳ ବିହାରରେ ନୁହେଁ ବରଂ ଦେଶର ସମଗ୍ର ରାଜନୈତିକ ଦୃଶ୍ୟପଟରେ ଝଡ଼ ସୃଷ୍ଟି କରିଛି, କାରଣ ନୀତିଶ କୁମାର ଦଶନ୍ଧି ଧରି ରାଜ୍ୟ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି। ବିହାର ରାଜନୈତିକ ଭାଗ୍ୟ ଭବିଷ୍ୟତ ଏବେ ବିଜେପି ହାତରେ ସମର୍ପିତ କରିଛନ୍ତି । ଏସବୁ ଭିତରେ ବିହାର ପାଇଁ ନୀତିଶ କୁମାର ଶେଷ ଚିଠି ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି କି, ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବିହାର ଲୋକଙ୍କ ପାଇଁ ସେ ଅନେକ କାମ କରିଛନ୍ତି । ଏତେଦିନ ବିହାର ଲୋକମାନେ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ ବିହାରବାସୀଙ୍କୁ ଧନ୍ୟବାଦ…

Read More

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ବିଭାଗୀୟ ମୁଖ୍ୟ । ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ସମସ୍ତ ସ୍ଥିତି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ଯାଞ୍ଚ ହୋଇଥିବାବେଳେ ଅଭିଯୋଗ ଆଧାରରେ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ବିଭାଗର ଏଚ୍ଓଡିଙ୍କୁ ପଦରୁ ବହିଷ୍କାର କରାଯାଇଛି । ।୨୦୨୫ ଜୁଲାଇ ୧୨ରେ ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ଘଟଣା ମନରୁ ନ ଲିଭୁଣୁ ପୁନର୍ବାର ଏଭଳି ଘଟଣା ସମସ୍ତଙ୍କ ଚକିତ କରିଛି ।ଛାତ୍ରୀଙ୍କ ଅଭିଯୋଗ କ୍ରମେ ତଦନ୍ତ ପାଇଁ ଇଣ୍ଟରନାଲ କମ୍ପ୍ଲେନ କମିଟି – ICCକୁ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ । ଯେତେ ଶୀଘ୍ର ସମ୍ଭବ ତଦନ୍ତ କରି ରିପୋର୍ଟ ଦେବାକୁ ICCକୁ କୁହାଯାଇଛି । ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନିକଟକୁ speed post ମଧ୍ୟମରେ ଅଭିଯୋଗ ଯାଇଥିଲା । ତେବେ ଆସନ୍ତା ୧୫ ତାରିଖରେ ଅଭିଯୋଗ କରିଥିବା ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ବୟାନ ଦେବାକୁ କୁହାଯାଇଛି…

Read More

ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକା ସେନା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବା ପାଇଁ ୫ ହଜାର ମାରିନ ସୈନିକ, ବିଧ୍ୱଂସକ ଜାହାଜ ଏବଂ ସୋନାର ଜାହାଜ ମୁତୟନ କରିଛି । ଆମେରିକାର ସେନା ହର୍ମୁଜ୍ ପ୍ରଣାଳୀକୁ ଅବରୋଧ କରିବା ପାଇଁ ଏଫ୍-୩୫-ବି ଲଢୁଆ ବିମାନ, ଏମଭି-୨୨ ଓସପ୍ରେସ୍ ଏବଂ ୧୫ ଯୁଦ୍ଧଜାହାଜ ମୁତୟନ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଜଣେ ଆମେରିକୀୟ ସେନା ଏହି ପଦକ୍ଷେପ ନେଇଛି।ପାକିସ୍ତାନରେ ଇରାନ୍ ସହ ଆଲୋଚନା ବିଫଳ ପରେ ଟ୍ରମ୍ପ ଇରାନ ବନ୍ଦରଗୁଡ଼ିକ ଉପରେ ଏକ ନୌବାହୀ ଅବରୋଧ ଲାଗୁ କରିଥିଲେ। ଯାହା କୌଣସି ଚୁକ୍ତିନାମା ପ୍ରଦାନ କରିବାରେ ବିଫଳ ହୋଇଥିଲା।ଆମେରିକାର ସେନାର ଲକ୍ଷ୍ୟ ଧୀରେ ଧୀରେ ହର୍ମୁଜ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା। ଅପରପକ୍ଷରେ ଇରାନ ଏହାକୁ କୌଣସି ଶୁଳ୍କ ନ ଦେଲେ ଖୋଲିବାକୁ ମନା କରିଛି। ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଣାଳୀରେ ପ୍ରବେଶ କରୁଥିବା କିମ୍ବା…

Read More

ଆମ୍ବେଦକର ଜୟନ୍ତୀ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ନେତାମାନେ ସଂସଦ ପରିସରରେ ଥିବା ‘ପ୍ରେରଣା ସ୍ଥଳ’ରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ଭାବେ ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ମଲ୍ଲିକାର୍ଜୁନ ଖଡଗେଙ୍କ ସହ ହାତଇ ମିଳାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଦୁହିଁଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲେ । ଭିଡିଓରେ ଦେଖିବାକୁ ମିଳିଛି ମଲ୍ଲିକାର୍ଜୁନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି କହିଥିଲେ ଏହା ପରେ ସେ ଜୋରରେ ହସିବାକୁ ଲାଗିଥିଲେ ।ସାଧାରଣତଃ, ବିରୋଧୀ ଦଳର ନେତାମାନେ ପରସ୍ପରକୁ କଡ଼ା ସମାଲୋଚନା କରୁଥିବାର ଦେଖାଯାଇଥାଏ। କିନ୍ତୁ ଯେତେବେଳେ ବିରୋଧୀ ଦଳର ନେତାମାନେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଭେଟନ୍ତି, ସେହି ମୁହୂର୍ତ୍ତଟି ସ୍ୱତନ୍ତ୍ର ହୋଇଯାଇଥାଏ। ଦେଶବାସୀଙ୍କ ପାଇଁ ବାର୍ତ୍ତା ହେଉଛି ଯେ ବିରୋଧୀ…

Read More

ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ହେବେ। ତାଙ୍କ ନାମ ଚୂଡ଼ାନ୍ତ ହୋଇଛି । ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆସନ୍ତାକାଲି, ଏପ୍ରିଲ ୧୫ ତାରିଖ, ପୂର୍ବାହ୍ନ ୧୧ଟାରେ, ଲୋକଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଯେଉଁ ଠାରେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ତେବେ ଆଜି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ମିଳିଥିବା ସୂଚନା ଅନୁଯାୟୀ ନୀତିଶ କୁମାର ଆଜି ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଡାକିଛନ୍ତି।ଏହି ବୈଠକ ପରେ, ସେ ଅପରାହ୍ନ ୩:୦୫ରେ ଲୋକଭବନରେ ପହଞ୍ଚିବେ। ସେ ଅପରାହ୍ନ ପ୍ରାୟ ୩:୧୫ରେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ସେ ଅପରାହ୍ନ ୩:୨୫ରେ ଲୋକଭବନ ଛାଡି ରାତି ୧୧:୩୦ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବେ। ଯେଉଁଠାରୁ ସେ ବିଧାନସଭାର କେନ୍ଦ୍ରୀୟ ହଲକୁ ଯିବେ। ବିଜେପି ଆଜି ଅପରାହ୍ନ ୩ଟାରେ…

Read More

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି ୩୬ ଗାଁରେ ଅଘଟଣ। ଖଜୁରି ଗଛରେ ଚଢି ପୂଜା କରିବା ବେଳେ ୨୦ ଫୁଟ ତଳକୁ ଖସି ପଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନାମୁତାବକ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି ୩୬ ଗ୍ରାମରେ ବଙ୍ଗୀୟ ସମ୍ପ୍ରଦାୟ ଲୋକଙ୍କ ପକ୍ଷରୁ ଗାଁରେ ଚଡକ ପୂଜା ଚାଲିଥିଲା । ତେବେ ପୂଜା ନିମନ୍ତେ ଏମଭି ୭୨ ଗ୍ରାମ ନିକଟରେ ଥିବା ଏକ ଖଜୁରି ଗଛରେ ଚଢି ଏମପିଭି ୩୬ ଗ୍ରାମର ଜଗଦୀଶ ସାନା ଖଜୁରୀ କୋଳି ତୋଳୁଥିବା ବେଳେ ଅସାବଧାନତା ଯୋଗୁଁ ଗଛରୁ ଖସି ପଡ଼ିଥିଲେ । ଗାଁ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣ ପରେ ଚଡକ ପୂଜା ବନ୍ଦ ହୋଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Read More

ଏପ୍ରିଲ ମାସ ଆରମ୍ଭରୁ ଡ଼ହଡ଼ହ ଖରା । ଉପକୂଳରୁ ଉପାନ୍ତ ସବୁଠି ତାତି । ଆଜିଠୁ ଆହୁରି ବଢ଼ିବ ଖରା । ଆସନ୍ତା ୪ଦିନରେ ଆହୁରି ୪ଡିଗ୍ରୀ ବଢ଼ିପାରେ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍’ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୯ ତାରିଖ ଯାଏ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ । ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ସହ ପଣା ସଂକ୍ରାନ୍ତି ଅର୍ଥାତ୍ ଆଜି ଠାରୁ ବଢ଼ିବ ତାତିର ପ୍ରକୋପ । ଆଜି ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଂଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେ ଅସହ୍ୟ ଗରମ ସହ ଗୁଳୁଗୁଳିର ସମ୍ଭାବନା ଥିବା ବେଳେ ଜିଲାଗୁଡ଼ିକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ…

Read More