ଚନ୍ଦକା ଜଙ୍ଗଲକୁ ଆସିବେ ୨୦ ଗୟଳ । ସମ୍ବଲପୁର ଡେବ୍ରିଗଡ଼ରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଗୟଳ ଆଣିବାକୁ ଚନ୍ଦକା ବନବିଭାଗ ଯୋଜନା କରିଛି ।ଏକ ସ୍ୱତନ୍ତ୍ର ଗାଡ଼ିରେ ଡେବ୍ରିଗଡ଼ରୁ ଚନ୍ଦକା ଆଣିବା ପାଇଁ ପ୍ରସ୍ତୁତି ଚାଲିଥିବା ଚନ୍ଦକା ଡିଏଫ୍ଓ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୨୪ ଫେବ୍ରୁଆରୀରେ ନନ୍ଦନକାନନରୁ ୨ଟି ମାଈ ଓ ଗୋଟିଏ ଅଣ୍ଡିରା ସମ୍ବର ଆଣି ଭରତପୁର ଜଙ୍ଗଲରେ ଛଡ଼ା ଯାଇଥିଲା । ଏହି ସମ୍ବରଙ୍କ ମଧ୍ୟରେ ଗୋଟିଏ ସମ୍ବର ଶାବକ ଜନ୍ମ ହୋଇଥିଲା । ତେଣୁ ଏହି ଜଙ୍ଗଲରେ ସମ୍ବର ବଂଶ ବୃଦ୍ଧି ଘଟିବା ବନବିଭାଗ ନିଶ୍ଚିତ ହୋଇଥିଲ । ତେଣୁ ଗଞ୍ଜାମ ତପ୍ତପାଣି ଚିଡ଼ିଆଖାନାରୁ ପର୍ଯ୍ୟାୟକ୍ରମେ ୪୦ଟି ସମ୍ବର ଆଣି ଏହି ଜଙ୍ଗଲରେ ଛଡ଼ାଯାଇଛି । ସେମାନଙ୍କ ମଧ୍ୟରେ ୨୪ଟି ମାଈ ଓ ୧୬ଟି ଅଣ୍ଡିରା ଅଛନ୍ତି ।ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ତୃଣଭୋଜୀ ପ୍ରାଣୀଙ୍କ ପାଇଁ ଉପଯୁକ୍ତ ସ୍ଥାନ । ଏହି ଜଙ୍ଗଲରେ ହରିଣ, ବିଲୁଆ,…
Author: sanitelevision
ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି । ପାଟନାର ଲୋକଭବନରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।। ଆଜି କେବଳ ଏହି ତିନି ନେତା ଶପଥ ଗ୍ରହଣ କରିଛନ୍ତି । ନୂତନ ଏନଡିଏ ସରକାର ଗଠନ ହେବା ପରେ ମଧ୍ୟ କ୍ୟାବିନେଟରେ ୩୩ଟି ମନ୍ତ୍ରୀ ପଦ ଖାଲି ରହିଛି । ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବିଜେପି ସଭାପତି ନୀତିନ ନବୀନ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଚିରାଗ ପାସୱାନ ଏବଂ ଜିତନ ରାମ ମାଞ୍ଝି ବିଶେଷ ଭାବରେ ଉପସ୍ଥିତ ଥିଲେ ।ଏହା ପ୍ରଥମ ଥର ଯେତେବେଳେ ବିଜେପିକୁ ବହୁମତ ଆସନ ମିଳିଛି ଏବଂ ସମ୍ରାଟ ଚୌଧୁରୀଙ୍କ ନାମରେ ନିଜର ମୁଖ୍ୟମନ୍ତ୍ରୀ ମଧ୍ୟ ମିଳିଛି ।
କଟକ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫୯ ନାବାଳକ । ସମସ୍ତ ନାବାଳକଙ୍କୁ ଉଦ୍ଧାର କରି ସିଡବ୍ଲୁସିଙ୍କୁ ହସ୍ତାହର କରାଯାଇଛି । ଏହାସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ ମଧ୍ୟ କରିଛି । ରାତି ପ୍ରାୟ ୧୧ଟା ବେଳେ ଷ୍ଟେସନ୍ରେ ଏକ ଟ୍ରେନ୍ରୁ ସମସ୍ତେ ଓହ୍ଲାଇଥିଲେ। ପ୍ଲାଟ୍ଫର୍ମରେ ଏକସଙ୍ଗେ ଏତେ ସଂଖ୍ୟକ ପିଲାଙ୍କୁ ଦେଖି ଆର୍ପିଏଫ୍ କର୍ମଚାରୀ ଯାଞ୍ଚ କରିଥିଲେ।ପଚରାଉଚରାରୁ ଜଣା ପଡିଥିଲା କି ସମସ୍ତ ନାବାଳକ ବିହାର ଆରାରିଆ ଜିଲ୍ଲାର।।କଟକ ଷ୍ଟେସନରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ମୌଲାନା ମହମ୍ମଦ ଅଖ୍ଲାଦ ଆସି ପୋଲିସକୁ କହିଥିଲେ କି ଏହି ନାବାଳକମାନେ ମଦ୍ରାସାରେ ପାଠ ପଢ଼ିବା ପାଇଁ କଟକ ଆସିଛନ୍ତି। ହେଲେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ।
ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଅର୍ଥନୈତିକ ଯୁଦ୍ଧ ଏବେ ଏକ ଅତ୍ୟନ୍ତ ଖରାପ ପରିସ୍ଥିତିକୁ ଚାଲିଗଲାଣି।ଇରାନରୁ ତେଲ କିଣିବା ନେଇ ଆମେରିକା ଚୀନ୍ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଆମେରିକାର ଅର୍ଥ ମନ୍ତ୍ରୀ ସ୍କଟ୍ ବେସେଣ୍ଟ କହିଛନ୍ତି, ଇରାନରୁ ଚୀନ୍ ତେଲ କିଣିପାରିବ ନାହିଁ। ଅବରୋଧ ନିଶ୍ଚିତ କରିବା ପାଇଁ କୌଣସି ଚୀନ୍ କିମ୍ବା ଅନ୍ୟ ଜାହାଜକୁ ହର୍ମୁଜ୍ ଷ୍ଟ୍ରେଟ୍ ଦେଇ ଯିବାକୁ ଅନୁମତି ଦିଆଯିବ ନାହିଁ। ସେମାନେ ତେଲ ନେଇପାରିବେ,କିନ୍ତୁ ଇରାନୀ ତେଲ ନେଇପାରିବେ ନାହିଁ ବୋଲି ବେସାଣ୍ଟ ସ୍ପଷ୍ଟ କରିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନ୍ ତିନିଥର ଏକ ଅବିଶ୍ୱାସ ଯୋଗ୍ୟ କାର୍ଯ୍ୟ କରିଛି। ଇରାନ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଯୋଗୁଁ ବିଶ୍ୱବ୍ୟାପୀ ତେଲ ଚାହିଦା ବୃଦ୍ଧି ପାଇଛି। ଏହାର ସମାଧାନ କରିବାରେ ସାହାଯ୍ୟ କରିବା ପରିବର୍ତ୍ତେ, ଚୀନ୍ କେବଳ ତେଲ ଗଚ୍ଛିତ କରିବାରେ ଲାଗିଛି।…
ଜାତୀୟ ରାଜପଥରେ ଓଭରଲୋଡ୍ ଗାଡି ଉପରେ ଫି ଆଦାୟକୁ ସୁସଂଗଠିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି।ମନ୍ତ୍ରଣାଳୟ ମଙ୍ଗଳବାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ସଂଶୋଧିତ ନିୟମ ଆଜିଠୁ ଲାଗୁ ହେବ। ଏହି ସଂଶୋଧନ ନିର୍ଦ୍ଧାରିତ ଭାର ସୀମାକୁ ପାଳନ କରାଇବା, ସଡକ ସୁରକ୍ଷା ବୃଦ୍ଧି କରିବା ସହ ରାଜପଥ ଢାଞ୍ଚାକୁ ସୁରକ୍ଷିତ ରଖିବାକୁ ଉଦ୍ଦିଷ୍ଟ । ନୂଆ ଫି ଗଠନ ଅନୁଯାୟୀ, ଯେଉଁ ଗାଡି ଅଧିକ ଭାର ବୋଝ ସହ ଧରାପଡିବ, ସେମାନଙ୍କଠାରୁ ଅଧିକ ଭାରର ପ୍ରତିଶତ ଅନୁସାରେ ଫି ଆଦାୟ କରାଯିବ। ଅବଶ୍ୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଭାର ନେଇଥିବା ଗାଡିକୁ କୌଣସି ଓଭରଲୋଡ୍ ଫି ଦେବାକୁ ପଡିବ ନାହିଁ। କିନ୍ତୁ ୧୦ ପ୍ରତିଶତ ଉପରେ ଏବଂ ୪୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଭାର ନେଇଥିବା ଗାଡିଠାରୁ ମୂଳ ଫିର ଦୁଇଗୁଣା ଅଧିକ ଆଦାୟ କରାଯିବ। ଯେଉଁ ଗାଡି ୪୦ ପ୍ରତିଶତରୁ ଅଧିକ…
ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଆଣ୍ଡାମାନ ସାଗରରେ ବୁଡ଼ି ଯାଇଛି | ଅତି କମରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଯେତେବେଳେ ଅନ୍ୟ ୨୫୦ରୁ ଅଧିକ ଲୋକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ।ବାଂଲାଦେଶୀ ଗଣମାଧ୍ୟମ “ଦି ଡେଲି ଷ୍ଟାର”ର ଏକ ରିପୋର୍ଟ ଅନୁଯାୟୀ, ଡଙ୍ଗାଟି ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ନାଗରିକଙ୍କ ସମେତ ପ୍ରାୟ ୨୫୦-୨୮୦ ଲୋକଙ୍କୁ ନେଇଯାଉଥିଲା। ସମୁଦ୍ରରେ କିଛି ଦିନ ବିତାଇବା ପରେ ଡଙ୍ଗାଟି ବୁଡ଼ିଯାଇଥିବା ଜଣାପଡ଼ିଛି। ନିକଟରେ ପାଟ୍ରୋଲିଂ କରୁଥିବା ଜାହାଜଗୁଡ଼ିକ ନଅ ଜଣଙ୍କୁ ଉଦ୍ଧାର କରିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା।ଏପ୍ରିଲ ୪ରେ ଡଙ୍ଗାଟି ବାଂଲାଦେଶ ଛାଡିଥିବାବେଳେ ଏପ୍ରିଲ ୯ରେ ଦୁର୍ଘଟଣା ଘଟିଥିଲା।
ତାତିରେ ଫୁଟିବ ଅଧା ଓଡ଼ିଶା। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରୁଥିବା ବେଳେ ୧୬ ରୁ ୨୦ ଯାଏଁ ତାତିରୁ ନାହିଁ ତ୍ରାହି । ୫ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି । ୪୫ ଡିଗ୍ରି ଛୁଇଁପାରେ ରାଜ୍ୟର ତାପମାତ୍ରା ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ଆଜି ଟିଟିଲାଗଡ଼ରେ ୪୪ ଡିଗ୍ରୀ ଛୁଇଁପାରେ। ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ଭବାନୀପାଟଣା, ବରଗଡ଼, ଝାରସୁଗୁଡ଼ା ଭଳି ଜିଲ୍ଲାରେ ନିଆଁ ବର୍ଷା ହୋଇପାରେ। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି। ଆଜି ଉପକୂଳ ଓଡ଼ିଶାରେ ବି ପ୍ରବଳ ଗରମ ଓ ଗୁଳୁଗୁଳି ରହିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଏହି ସ୍ଥିତି ରହିବ। ୧୬ ତାରିଖରେ ତାତି ଆହୁରି ଭୟାନକ ଆଡ଼କୁ ଯାଇପାରେ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ସନ୍ଧ୍ୟା ୬ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।ଏଣୁ ଦ୍ୱିତୀୟ…
ଝାଡ଼ଖଣ୍ଡର ଧାନବାଦର ଗୋବିନ୍ଦପୁରରେ ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ପରିବାରରେ ଅଜବ ଘଟଣା । ଭଉଣୀର ଶବକୁ ବାଥରୁମରେ ଜାଳିଲା ବଡ଼ ଭାଇ । ବୈଜ୍ଞାନିକଙ୍କ ପୁଅ ତାଙ୍କ ଛାଡପତ୍ର ପାଇଥିବା ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କ ଘରର ବାଥରୁମରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ଅର୍ଦ୍ଧଦଗ୍ଧ ଶରୀରରୁ ଦୁର୍ଗନ୍ଧ ପଡ଼ୋଶୀରେ ବ୍ୟାପିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଉ ଏହାକୁ ଅଧିକ ରହସ୍ୟମୟ କରିଛି ମହିଳାଙ୍କ ଦୁଇ ଭାଇଙ୍କ ବୟାନ। ଧାନବାଦର ଗୋବିନ୍ଦପୁର ଅଞ୍ଚଳରେ ଏପ୍ରିଲ ୭ ତାରିଖରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ନାଁ ଲିପିକା କୁମାରୀ। ଲିପିକା ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇ ଏକୁଟିଆ ରହୁଥିଲେ। ଗତ ଦୁଇ ବର୍ଷ ତଳେ ତାଙ୍କ ବାପାଙ୍କର ହୃଦଘାତରେ ମୃତ୍ୟୁ ହେବା ପରେ ଘରେ କେବଳ ଲିପିକା, ତାଙ୍କ ବଡ ଭାଇ ପ୍ରଣବ ରାଜବର୍ଦ୍ଧନ ଓ ସାନ…
ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ ଆଜିଠାରୁ ଆରମ୍ଭ ହେବ। ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଆଜି ଏହା ବ୍ୟବହାର କରାଯିବ।ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମରେ ରହିବ ପୁରୁଣା ରତ୍ନ ପଲଙ୍କ ।ତିନୋଟି ନୂତନ ରତ୍ନ ପଲଙ୍କ ତିଆରି କରାଯାଇଛି । ଏଥିରେ ରୁପା ଆଚ୍ଛାଦିତ କରାଯାଇଛି। ତେବେ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଅନୁଯାୟୀ ପୁରୁଣା ରତ୍ନ ପଲଙ୍କ ନୀଳାଦ୍ରି ମ୍ୟୁଜିୟମରେ ରଖାଯିବ ।









