ଓଲଟି ପଡ଼ିଲା ବିଲାତି ବୋଝେଇ ଟ୍ରକ । ଟମାଟୋ ବହି ନେଲେ ଲୋକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନର୍ସରୀ ଛକ ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ଗାଡ଼ିଟି ଓଲଟି ପଡ଼ିବାରୁ ବୋଝେଇ ହୋଇଥିବା ଟମାଟୋ ସବୁ ଏଣେ ତେଣେ ପଡ଼ି ଯାଇଛି। ଆଉ ଏହାପରେ ଲୋକେ ସେଠାରୁ ଟମାଟୋ ସବୁ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି। ସାଇକେଲ୍ ଓ ବାଇକରେ ଲୋକେ ଟମାଟୋ ବୋହି ନେଇ ଯାଇଥିବା ଦେଖିବାକୁ ମିଳିଛି। ଏମିତିକି ରାସ୍ତାରେ ଯା’ଆସ କରୁଥିବା ଲୋକେ ବି ଓହ୍ଲାଇ ଟମାଟୋ ବୋହି ନେଇ ଯାଇଯାଉଛନ୍ତି। ପିଲାଠୁ ବୟସ୍କ କେହି ଏଥିରୁ ବାଦ୍ ପଡ଼ି ନାହାନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
Author: sanitelevision
ଓସ୍କାର ବିଜେତା ତଥା ଭେଟେରାନ ସଙ୍ଗୀତକାର ଏ.ଆର୍ ରେହମାନଙ୍କର ଛାଡପତ୍ର ହେବାକୁ ଯାଉଛି। ଦୀର୍ଘ ୨୯ବର୍ଷର ଦାମ୍ପତ୍ୟ ଜୀବନ ପରେ ସ୍ତ୍ରୀ ସାଏରା ବାନୋଙ୍କ ଠାରୁ ସେ ଅଲଗା ହେବାକୁ ଯାଉଛନ୍ତି। ସେମାନଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଭାବପ୍ରବଣତା ପରେ ଏହି ନିଷ୍ପତ୍ତି ଆସିଛି। ପରସ୍ପର ପ୍ରତି ସେମାନଙ୍କର ଗଭୀର ପ୍ରେମ, ସତ୍ତ୍ୱେ, ଦମ୍ପତ୍ତି ଜାଣିବାକୁ ପାଇଛନ୍ତି ,ତିକ୍ତତା ଏବଂ ଅସୁବିଧା ସେମାନଙ୍କ ମଧ୍ୟରେ ଏକ ଅବିସ୍ମରଣୀୟ ବ୍ୟବଧାନ ସୃଷ୍ଟି କରିଛି, ଯାହା ଉଭୟ ପକ୍ଷ ଏହି ସମୟରେ ସେତୁ କରିବାକୁ ସକ୍ଷମ ନୁହଁନ୍ତି । କଷ୍ଟ ଏବଂ ଯନ୍ତ୍ରଣାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀମତୀ ସାୟରା ଗୁରୁତ୍ୱାରୋପ କରିଛନ୍ତି । ରେହମାନ ଓ ସାଏରାଙ୍କ ବିବାହ ୧୯୯୫ରେ ହୋଇଥିଲା। ତାଙ୍କର ୩ଟି ଝିଅ। ଦୁହିଁଙ୍କ ଭିତରେ ସଂସ୍କୃତିକୁ ନେଇ ଦୀର୍ଘଦିନ ଧରି ମତଭେଦ ରହି ଆସିଥିଲା।
ପ୍ରତିଦିନ ସ୍ୱର୍ଗଦ୍ୱାରରେ ଦାହ ପାଇଁ ଶବ ସଂଖ୍ୟା ବଢି ଚାଲିଛି । ଏଥିପାଇଁ ଆବଶ୍ୟକ ପଡୁଥିବା କାଠ ନିଅଣ୍ଟ ହେବାରେ ଲାଗିଛି । ଏମିତିକି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ମଧ୍ୟ କାଠ ଯୋଗାଇବାକୁ ଅସହାୟ ପ୍ରକାଶ କଲାଣି। ଶ୍ରୀମନ୍ଦିରରେ କୋଠଭୋଗ ପ୍ରସ୍ତୁତି ପାଇଁ ଦୁଇ-ତିନି ଦିନରେ ୧୦ ଟନ୍ ଝାଉଁ କାଠ ଆବଶ୍ୟକ ପଡ଼ୁଛି। ଅର୍ଥାତ ମାସକୁ ୧୦୦ ଟନ୍ କାଠ ଆବଶ୍ୟକ ପଡ଼ୁଛି। ତେବେ ସ୍ବର୍ଗଦ୍ବାରରେ ଏଇ ଦୁଇ-ତିନି ବର୍ଷ ମଧ୍ୟରେ ଶବ ଆଗମନରେ ସଂଖ୍ୟାବୃଦ୍ଧି ଯୋଗୁ କାଠ ଅଭାବ ଦେଖାଦେଇଛି। ୩ ବର୍ଷ ପୂର୍ବରୁ ପ୍ରତିଦିନ ସ୍ବର୍ଗଦ୍ବାରରେ ଶବଦାହ ସଂଖ୍ୟା ଅତିବେଶୀରେ ୫୦ ମଧ୍ୟରେ ସୀମିତ ରହୁଥିଲା। ଏବେ ପ୍ରତିଦିନ ୭୦ରୁ ୯୦ ପର୍ଯ୍ୟନ୍ତ ଶବଦାହ ହେଉଛି। ଶୀତ ଦିନେ ୧୦୦ରୁ ୧୨୦ଟି ଶବ ଦାହ ପାଇଁ ଆସୁଛି।ଓଏଫଡିସି ଅଧିକାରୀଙ୍କ ସୂଚନା ମୁତାବକ, ଅସ୍ତରଙ୍ଗର କାଜୁରିନା କୂପରେ ୫ ହଜାର ଗଛ ଥିଲା। ସେଥିମଧ୍ୟରୁ ଏବେ…
ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏକ ରୋବୋଟିକ୍ କୁକୁର ନିୟୋଜିତ କରାଯାଇଛି। ଏହି ରୋବୋଟିକ୍ କୁକୁରକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ବୋଲି କୁହାଯାଉଛି ।ଏହି ରୋବୋଟିକ୍ କୁକୁର ଏତେ ଶକ୍ତିଶାଳୀ ଯେ ଏହା ଶତ୍ରୁର ପ୍ରତ୍ୟେକ ଗତିବିଧିକୁ ବିଫଳ କରିବାର କ୍ଷମତା ରଖିଥାଏ । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବଳୟକୁ କ୍ରମାଗତ ଭାବେ ସୁଦୃଢ଼ କରାଯାଉଛି । ଏହି କ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ନିଆଯାଇଛି ।ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ଏହି ରୋବୋଟିକ୍ କୁକୁର ହେଉଛି ଏକ ସର୍ଭିଲାନ୍ସ ରୋବଟ୍ କୁକୁର, ଯାହାର ଆଖି ପ୍ରତି ମୁହୂର୍ତ୍ତରେ ଶତ୍ରୁ ଉପରେ ରହିଥାଏ। ଏଥିରେ ନିୟୋଜିତ ରୋବୋଟିକ୍ କୁକୁର ଏକ ରିମୋଟ୍ କଣ୍ଟ୍ରୋଲ୍ ସର୍ଭିଲାନ୍ସ ୟୁନିଟ୍, ଯେଉଁଥିରେ ଆଧୁନିକ ସେନ୍ସର ଏବଂ ଟେକ୍ନୋଲୋଜି ରହିଛି, ଯେଉଁଥିରୁ ଏହାର ତଦାରଖ କରାଯାଏ।
ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଘଟଣା । ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଓଲିଉଡ଼ ଅଭିନେତା ମନୋଜ ମିଶ୍ର । ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି । ସୂଚନାମୁତାବକ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଆକ୍ଷେପ କରି ଅଭିନେତା ମନୋଜ ମିଶ୍ର ଦେଇଥିବା ମନ୍ତବ୍ୟକୁ ସବୁଆଡ଼େ ନିନ୍ଦା କରାଯାଇଥିଲା । ବାଲେଶ୍ଵରର ସାହିତ୍ୟିକମାନେ କହିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିବା ବ୍ୟାସକବିଙ୍କୁ ସଠିକ୍ ଭାବେ ଜାଣି ନାହାନ୍ତି ମନୋଜ । ଫକୀର ମୋହନଙ୍କର କାଳଜୟୀ ଉପନ୍ୟାସକୁ ନ ପଢି କେଉଁଠୁ ଶୁଣି ସାହିତ୍ୟ ସ୍ରଷ୍ଟାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ଏକ ଅର୍ଦ୍ଧ ପାଗଳର ବିଳାପ। କଲିକତାରୁ ଶଗଡ଼ରେ ପ୍ରିଣ୍ଟଂ ମେସିନ୍ ଆଣି ଓଡ଼ିଆ ଭାଷା…
ଦିଲ୍ଲୀରେ କ୍ରମାଗତ ପଞ୍ଚମ ଦିନ ପାଇଁ ବାୟୁ ଗୁଣବତ୍ତା ‘ଗମ୍ଭୀର’ ଶ୍ରେଣୀରେ ରହିଥିବା ବେଳେ ଆଜି ଅପରାହ୍ନରେ ବିଭିନ୍ନ ଅଂଚଳରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୪୫୦ରୁ ଉପରେ ରହିଥିଲା। ବୱାନାରେ ଏହା ୪୭୧ ଛୁଇଁଥିଲା। ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ସୋମବାରଠାରୁ ଜିଆର୍ଏପି-୪ ଲାଗୁ ହେବା ସହିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଛାତ୍ରଙ୍କ ପାଇଁ ଅଫଲାଇନ୍ କ୍ଲାସ୍ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଅନ୍ଲାଇନ୍ କ୍ଲାସ କରିବେ।ଅଶୋକ ବିହାର ଓ ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ୪୬୬ ରେକର୍ଡ କରାଯାଇଛି । ମୁଣ୍ଡକା ଏବଂ ୱାଜିରପୁରରେ ମଧ୍ୟ ଏକ୍ୟୁଆଇ ସ୍ତର ୪୬୩ ରହିଛି, ଯାହା ସମଗ୍ର ସହରରେ ବ୍ୟାପକ ପ୍ରଦୂଷଣକୁ ସୂଚାଉଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସକାଳ ସାଢ଼େ ୭ଟାରେ ଦୃଶ୍ୟମାନତା ୮୦୦ ମିଟରକୁ ଖସି ଆସିଥିବାରୁ ୧୦୭ଟି ବିମାନ ବିଳମ୍ବିତ ହୋଇଥିବା ବେଳେ ୩ଟି ବାତିଲ ହୋଇଛି। କ୍ରମାଗତ…
୧୯୩୬ରୁ ଭାରତୀୟ ସିନେମାକୁ ସମୃଦ୍ଧ କରିଛି ଓଡ଼ିଆ ଚଳଚ୍ଚିତ୍ର। ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍ନିସିଆନ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ତେବେ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀରାମ ସାମଲଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି।୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଚଳଚ୍ଚିତ୍ର ‘ରଘୁ ସର୍ଦ୍ଦାର’ ପାଇଁ ଦେବାଶିଷ ପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାବ୍ୟା କିରଣ ଶୁକ୍ଳା ପୁରସ୍କୃତ ହୋଇଛନ୍ତି।୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହ ସ୍ମୃତିଫଳକ…
ଦେଶରେ ଏପରି ଜଣେ ଷ୍ଟାର ଅଭିନେତା ଅଛନ୍ତି ଯିଏକି ନିଜର ଆଗାମୀ ଫିଲ୍ମ ପାଇଁ ଡିମାଣ୍ଡ କରୁଛନ୍ତି ୧୦୦କି ୨୦୦ ନୁହେଁ ୩୦୦ କୋଟି ଟଙ୍କା । ଏହି ସୁପରଷ୍ଟାର ଫ୍ୟାନ୍ସଙ୍କ ହୃଦୟରେ କରୁଛନ୍ତି ରାଜ୍ ।ଏହି ସୁପରଷ୍ଟାର ହେଉଛନ୍ତି ପୁଷ୍ପା ଷ୍ଟାର୍ର ଆକ୍ଟର ଅଲ୍ଲୁ ଅର୍ଜୁନ । ସେ ହୋଇଛନ୍ତି ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । ଟ୍ରାକ ଟଲିଉଡର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ସିକ୍ୱେଲ ‘ପୁଷ୍ପା ୨: ଦ ରୁଲ’ ପାଇଁ ନେଇଛନ୍ତି ୩୦୦କୋଟି ଫି । ଏହି ଫି ସହ ଅଲୁ ଅର୍ଜୁନ ବର୍ତ୍ତମାନ ଥଲାପତି ବିଜୟଙ୍କୁ ପଛରେ ପକାଇଛନ୍ତି । ଏବେ ଅଲ୍ଲୁ ହୋଇଛନ୍ତି ଭାରତର ସର୍ବାଧିକ ଫି ନେଉଥିବା ଅଭିନେତା । ଅଲ୍ଲୁ ଅଭିନୟ ବ୍ୟତୀତ ନିଜର ପ୍ରଡକ୍ସନ୍ ହାଉସ୍, ରେଷ୍ଟୁରାଣ୍ଟ ସିରିଜ୍, ମଲ୍ଟିପ୍ଲେକ୍ସ ଏବଂ ଅନ୍ୟାନ୍ୟ ବିନିଯୋଗରୁ ବିପୁଳ ରୋଜଗାର କରନ୍ତି ।…
ସୁପରଷ୍ଟାର ଆମିର ଖାନ । ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଖ୍ୟାତ । ‘ଲାଲ ସିଂ ଚଢ୍ଡା’ ପରଠୁ ସେ ଫିଲ୍ମ ପରଦାରୁ ନିଜକୁ ଦୂରେି ରଖିଛନ୍ତି । ଦୀର୍ଘଦିନ ଧରି କୌଣସି ଫିଲ୍ମରେ କାମ କରିନାହାଁନ୍ତି ସେ । ଆଗକୁ ବୋଧହୁଏ ତାଙ୍କର କୌଣସି ଫିଲ୍ମ ଆସିପାରେ ।ନିକଟରେ ଏକ ସାକ୍ଷାତକାର ଦେଇଥିଲେ ଆମିର। ଏଥିରେ ସେ ଜୀବନ ଏବଂ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି। ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ… ଅଭିନେତାଙ୍କ ଏଭଳି କଥା ଚର୍ଚ୍ଚାରେ ରହିଛି। କେବଳ ଏତିକି ନୁହେଁ ଅଭିନେତା ନିଜର ଫିଲ୍ମକୁ ନେଇ ମଧ୍ୟ ବହୁତ କିଛି କହିଛନ୍ତି।ଆମିର ଖାନ କହିଛନ୍ତି ଯେ ମୁଁ ବୃଦ୍ଧ ହୋଇଯାଉଛି । ତେଣୁ ମୁଁ ପରିଶ୍ରମୀ ଏବଂ ଦକ୍ଷ ପିଲାମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛି । ମୁଁ ୭୦ ବର୍ଷ ବୟସରେ ଅବସର ନେବା ପୂର୍ବରୁ, ମୁଁ ପ୍ରତିଭାବାନ ବ୍ୟକ୍ତିଙ୍କ ପାଇଁ ଏକ ପ୍ଲାଟଫର୍ମ…
କଟକ ଏସସିବିରେ ହାର୍ଟ ଟ୍ରାନ୍ସପ୍ଲାଣ୍ଡ କରାଯିବ । ଆଗାମୀ ୩ ମାସ ଭିତରେ ଏହା ସମ୍ଭବ ହେବ । ଚେନ୍ନାଇ ଏମଜିଏମ ହସ୍ପିଟାଲ ସହାୟତାରେ ବ୍ୟବସ୍ଥା କରାଯାଇଛି । ଏମଜିଏମ ଡାକ୍ତରୀ ଟିମ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିତ୍ତିଭୂମିକୁ ଅନୁଧ୍ୟାନ କରାଯାଇଛି । ଏମଜିଏମ ଟିମ ଦ୍ୱାରା ରୋଗୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କେନ୍ଦ୍ରରେ ରୋଗୀଙ୍କ ସ୍କ୍ରିନିଂ ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କୁ ଚିହ୍ନଟ କରାଯିବ । ପୂର୍ବରୁ ଏସସିବି ମେଡିକାଲରେ ଲିଭର, କିଡନୀ ଏବଂ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରାଯାଇଛି ।









