ମଧ୍ୟରେ ପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର। ୧୬୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ନିଫ୍ଟି ୪୦୦ ପଏଣ୍ଟ ହ୍ରାସ । ୧୦୦ ଟପିଲା କ୍ରୁଡ ଅଏଲ ଦର। ବିଶ୍ବ ଇନ୍ଧନ ପରିବହନର ପ୍ରମୁଖ ମାର୍ଗ ହର୍ମୁଜକୁ ବ୍ଲକ କରିବାକୁ ଭଭୟ ଇରାନ ଓ ଆମେରିକା ଧମକ ଦେବା ପରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ସେହିପରି ଡଲାର ତୁଳନାରେ ଦୁର୍ବଳ ହୋଇଛି ଭାରତୀୟ ମୁଦ୍ରା। ସୁନା ଓ ରୁପା ଦାମ୍ ବି ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୩୮୦ ଟଙ୍କା ଖସି ୧ ଲକ୍ଷ ୫୨ ହଜାର ୪୬୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୩୫୦ ଟଙ୍କା କମି ୧ ଲକ୍ଷ ୩୯ ହଜାର ୭୫୦ ଟଙ୍କା ହୋଇଛି। ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୨୯୦ ଟଙ୍କା କମି ୧ ଲକ୍ଷ ୧୪…
Author: sanitelevision
ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ୧୩ ଅପ୍ରେଲ ୧୯୧୯ରେ ପଞ୍ଜାବର ଅମୃତସରରେ ଘଟିଥିବା ଏକ ବ୍ରିଟିଶ ନୃଶଂସ କାଣ୍ଡ। ବୈଶାଖୀ ଦିନ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ଏକ ଆବଦ୍ଧ ପଡ଼ିଆରେ ନିରସ୍ତ୍ର ଭାରତୀୟଙ୍କ ଉପରେ ନିର୍ବିଚାର ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଶତାଧିକ ନିରୀହ ଲୋକ ପ୍ରାଣ ହରାଇଥିଲେ। ଏହି ଗୁଳିଚାଳନା ବ୍ରିଟିଶ ଶାସନର ନିଷ୍ଠୁରତାର ପ୍ରମାଣ ଦେଇଥିଲା। ଘଟଣା ସେତେବେଳେ ଭାରତୀୟଙ୍କ ମଧ୍ୟରେ ବ୍ରିଟିଶ ଶାସନ ବିରୋଧରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଥିଲା। ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର ପ୍ରମୁଖ ମହାନ ନେତାମାନେ ଏହାର ତୀବ୍ର ନିନ୍ଦା କରିଥିଲେ। ଏଥିରେ ମର୍ମାହତ ହୋଇ ରବୀନ୍ଦ୍ରନାଥ ତାଙ୍କର ‘ନାଇଟ୍ହୁଡ’ ଉପାଧି ତ୍ୟାଗ କରିଥିଲେ। ଏହି ହତ୍ୟାକାଣ୍ଡ ସ୍ବାଧୀନତା ଆନ୍ଦୋଳନକୁ ନୂଆ ଦିଗ ଦେଖାଇଥିଲା ଏବଂ ଅସହଯୋଗ ଆନ୍ଦୋଳନର ମୂଳଦୁଆ ପକାଇଥିଲା।ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ହେଉଛି ବ୍ରିଟିଶ ଇତିହାସର ସେହି କଳା ପୃଷ୍ଠା ଯାହା ବ୍ରିଟିଶମାନଙ୍କ ଅତ୍ୟାଚାରକୁ ପ୍ରତିଫଳିତ କରିଥାଏ । ରିପୋର୍ଟ ଅଫ୍ ଡିସର୍ଡର୍ସ ଇନକ୍ୱାରି…
ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପୁଅ ଆନନ୍ଦ କହିଛନ୍ତି ଯେ ତାଙ୍କର ଅନ୍ତିମ ସଂସ୍କାର ୧୩ ଏପ୍ରିଲ ଅପରାହ୍ନ ୪ଟାରେ ହେବ ଏବଂ ଲୋକମାନେ ସକାଳ ୧୧ଟାରୁ ତାଙ୍କ ମାତା ଆଶା ଭୋଁସଲେଙ୍କ ଘରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ। ଆଶା ଭୋଁସଲେ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ ପରେ ନଅ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ତାଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ଦୁଇଥର ରେକର୍ଡ କରାଯାଇଥିଲା। ସେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଥମ ଭାରତୀୟ ଗାୟିକା ମଧ୍ୟ ଥିଲେ।ଆଶାଙ୍କ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା ତାଙ୍କର ପ୍ରଥମ ବିବାହ। ମାତ୍ର ୧୬ ବର୍ଷ ବୟସରେ ପରିବାର ବିରୋଧରେ ଯାଇ…
ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏକ ବିବୃତ୍ତିରେ କହିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ ଏହା ୧୩ ଏପ୍ରିଲ୍ ସ୍ଥାନୀୟ ସମୟ ସକାଳ ୧୦ଟାରୁ ଇରାନ ବନ୍ଦରକୁ ସମସ୍ତ ସାମୁଦ୍ରିକ ପରିବହନକୁ ଅବରୋଧ କରିବା ଆରମ୍ଭ କରିବ। ଇରାନ ସହ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଟ୍ରମ୍ପ ଏହି କଠୋର ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ କହିଛନ୍ତି, କୌଣସି ବି ଜାହାଜ ଏହି ପଥ ଦେଇ ଯାତାୟାତ କରିପାରିବେ ନାହିଁ । ଯଦି ଆମେରିକା କିମ୍ବା ଅନ୍ୟ କୌଣସି ଶାନ୍ତିପୂର୍ଣ୍ଣ ଜାହାଜ ଉପରେ ଇରାନ ଆକ୍ରମଣ କରେ, ତେବେ ତାକୁ ଧ୍ୱଂସ କରିଦିଆଯିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସମୁଦ୍ର ପଥ ଉପରେ ଏକଛତ୍ରବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି ।ଇରାନ ଆଲୋଚନା ବିଫଳ ହେବା ପରେ ବିଶ୍ବ ତୈଳ ବଜାର ପାଇଁ ସଙ୍କଟ ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର…
ଆସନ୍ତା 17 ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର । ଉପକୂଳ ଓଡ଼ିଶାରୁ ଆଭ୍ୟନ୍ତରୀଣ ସବୁଠି କବବଲ୍ କରିବ ଗରମ ଓ ଗୁଳୁଗୁଳି । ଆଜିଠାରୁ ଅସହ୍ୟ ଖରା, ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆହୁରି 5 ଦିନ ତାତିରୁ ନିସ୍ତାର ନଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଡଃ.ରାଜଶ୍ରୀ । ଆସନ୍ତା 24 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲା ଯଥା:- ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଅସହ୍ୟ ଗରମ ସହ ଗୁଳୁଗୁଳିର ସମ୍ଭାବନା ଥିବା ବେଳେ ଏହି ସବୁ ଜିଲ୍ଲାଗୁଡ଼ିକୁ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା 17 ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ଆଜିଠୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ।କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନ ଅଳଙ୍କାରର ହେବ ଗଣତି ମଣତି । ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ସଂପନ୍ନ ହେବ, ସେଥିପାଇଁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯାଇଛି । ଗଣତି ମଣତି ସମୟରେ ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।ସେହିପରି ସବୁ ରତ୍ନ ଅଳଙ୍କାରର ଥ୍ରୀଡି ସ୍କ୍ରିନିଂ କରାଯାଇ ଡିଜିଟାଲ ଫଟୋଗ୍ରାଫି କରାଯିବ । ଏହାକୁ ନେଇ ଏକ ଡିଜିଟାଲ କ୍ୟାଟଲଗ୍ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ଯଦି କେବେ ଗଣତିମଣତି କାର୍ଯ୍ୟ ହୁଏ ତାହା ଖୁବ୍ କମ୍ ସମୟ ଏବଂ ସହଜରେ ହୋଇପାରିବ ।୧୯୭୮ ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରରେ ସମୁଦାୟ ୩୬୭ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଏଥିମଧ୍ୟରେ ମସ୍ତକ ମୁକୁଟ,…
୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଚଳିତବର୍ଷ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଏମସି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ନୂଆ ରାଜଧାନୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିଦିନକୁ ମନେ ପକାଇ ପ୍ରତିବର୍ଷ ‘ରାଜଧାନୀ ପ୍ରତିଷ୍ଠା ଦିବସ’ ପାଳନ କରାଯାଏ ।
ଅଲ୍ଲୁ ଅର୍ଜୁନଙ୍କ ୪୪ତମ ଜନ୍ମଦିନ ଅବସରରେ ଫିଲ୍ମ ‘ରାକା’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କୁ ଭୟଙ୍କର ଏବଂ ଇଣ୍ଟ୍ରେଷ୍ଟିଂ ଲୁକରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଦୀପିକାଙ୍କ ସହିତ ଦେଖିବାକୁ ମିଳିଛି । ଯାହା ଫିଲ୍ମଟିକୁ ଆହୁରି ଖାସ୍ ବନାଇଛି ।ପୁଷ୍ପା ୩ର ଚର୍ଚ୍ଚା ମଧ୍ୟରେ ଅଲ୍ଲୁଙ୍କ ଆଗାମୀ ପିଲ୍ମ ରାକାର ପୋଷ୍ଟର ଜାରି ହେବା ମାତ୍ରେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ନାଁ ପ୍ରଥମେ AA22xA6 ରଖାଯାଇଥିଲା। ଅଲ୍ଲୁ ପୁଷ୍ପାର ପ୍ରଥମ ଭାଗରେ ଫାୟର ଥିଲେ, ଦ୍ଵିତୀୟରେ ଥିଲେ ଓ୍ଵାଇଲ୍ଡ ଫାୟର। ଏବେ ରାକାରେ ସେ ଭୋଲକାନୋ ମଚାଇବା ପାଇଁ ଆସୁଛନ୍ତି। କିନ୍ତୁ ପୁରୁଣା ଟାଇଟଲ୍ ଅସ୍ଥାୟୀ ଭାବେ ରଖା ଯାଇଥିଲା।ନିଜକୁ ଏପରି ଏକ ଦୁନିଆଁ ପାଇଁ ପ୍ରସ୍ତୁତ କରୁଛି ଯାହା ସବୁ ସୀମା ଉପରେ ରହିଛି ।’’ ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି…
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ ଯୁବତୀ ଘରେ କେହି ନ ଥିବା ସମୟରେ ଘରର ଶିଡ଼ି ତଳେ ନିଜ ଉପରେ କେରୋସିନି ଢାଳି ଆତ୍ମହତ୍ୟା କରିଛନ୍ତି ।ଘରେ କେହି ଜଣେ ଚିତ୍କାର କରିବା ଶୁଣି ସାହି ପଡ଼ୋଶୀ ପାରଳାଖେମୁଣ୍ଡି ଥାନାକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଆସି ଘର ଲୋକଙ୍କୁ ଖବର ଦେଇ ଘରେ ଦେଖିବା ସମୟରେ ଶିଡ଼ି ତଳେ କିରୋସିନିରେ ପୋଡି ହୋଇ ଶୁଭ୍ରଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ପଡିଛି । ଏହା ପଛର କାରଣ କଣ, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ପଡୋଶୀଙ୍କ କହିବା କଥା ଏହା ପ୍ରେମ ଜନିତ ଆତ୍ମହତ୍ୟା ହୋଇଥାଇ ପାରେ |
ନକଲ ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସ୍ଏଲ୍ସି) ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଓରିଜିନାଲ ଏସ୍ଏଲ୍ସି ହଜିଯାଇଥିଲେ କିମ୍ବା ନଷ୍ଟ ହୋଇଥିଲେ ଏହାର ନକଲ କପି ପାଇବା ପାଇଁ ଅନେକ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ଏବେ ସରକାର ଡୁପ୍ଲିକେଟ୍ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନେଇ ଏସ୍ଏଲ୍ସିର ନକଲ ଦେଇପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଯଥାର୍ଥତା ଦର୍ଶାଇବାକୁ ହେବ । ଯଦି ସାର୍ଟିଫିକେ୍ ନଷ୍ଟ ହୋଇଥିବ ତାର ପ୍ରମାଣ ଦେଖାଇବେ । ଯଦି ଚୋରି କିମ୍ବା ହଜିଥିବ ତେବେ ଥାନାରୁ ଏଫ୍ଆଇଆର୍ କପି ଆଣି ପ୍ରଦାନ କରିବେ । ଯଦି ନିଆଁ ଲାଗିଯାଇଥାଏ କିମ୍ବା ବର୍ଷା, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପାଇଁ ନଷ୍ଟ ହୋଇଥିଲେ ପ୍ରଦାନ କରାଯିବ । କିନ୍ତୁ ଓରିଜିନାଲ ଏସ୍ଏଲ୍ସିକୁ କୌଣସି ନାମଲେଖାରେ…









