ପୁରୀ ବିମାନବନ୍ଦରର କାମ ଷ୍ଟେଜ-୧ ସ୍ଥିତିରେ ଅଛି। ସବୁ କ୍ଷେତ୍ରର ଲୋକଙ୍କ ସହ ପରାମର୍ଶ ନିଆଯାଇ କାମ ହେବ। ଯଦି world life institute of india ଏହାକୁ ବିରୋଧ କରୁଛି, ତେବେ ଏଥିରେ ସମସ୍ତଙ୍କର ମତ ନିଆଯାଇ କାମ କରାଯିବ। ଏହାକୁ ନେଇ କମିଟି ଗଠନ କରାଯିବ। ସେ କମିଟିର ବିଚାରକୁ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ସୂଚନାମୁତାବକ ପୁରୀ ଜଙ୍ଗଲ ବିଭାଗ ଅଧୀନରେ ଥିବା ପ୍ରାୟ ୨୭.୮୮୭ ହେକ୍ଟର ଜଙ୍ଗଲ ଜମିକୁ ବିମାନବନ୍ଦର କାର୍ଯ୍ୟ ପାଇଁ ବ୍ୟବହାର କରାଯିବ। ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର କିଛି ବର୍ଷ ତଳେ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିଛି ଦିନ ଧରି ଏଠାରେ ନିର୍ମାଣ ହେବା କିମ୍ବା ନହେବା ନେଇ ରାଜନୀତି ଜୋର ଧରିଥିଲା । ଏହାପରେ ରାଜ୍ୟରେ ସରକାର…
Author: sanitelevision
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।କୃଷି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାରର ଉପଲବ୍ଧତା ସମ୍ପର୍କରେ ଉପସ୍ଥାପନା ରଖି କହିଥିଲେ ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ସାର ପାଇଁ ୧୧,୪୨,୯୫୦ ମେଟ୍ରିକ ଟନର ସାର ଯୋଗାଇଦେବେ। ଏପ୍ରିଲ ମାସ ପାଇଁ ୭୯,୬୩୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ, ଏପ୍ରିଲ ୧୫ ସୁଦ୍ଧା ୩,୬୧,୪୯୦ ମେଟ୍ରିକ ଟନ ସାର ଉପଲବ୍ଧ ଅଛି। ରାଜ୍ୟରେ…
ଗତ ଦୁଇ ଦିନ ଧରି ଲଗାତର ବଢ଼ିବା ପରେ ଆଜି ହଠାତ୍ ତଳକୁ ଖସିଛି ସୁନା ଓ ରୁପା ଦର।ଆମେରିକା-ଇରାନ ଯୁଦ୍ଧ ଯୋଗୁ, ଗତ ୪୯ ଦିନରେ ସୁନା ₹୭,୭୩୯ ଟଙ୍କା ଏବଂ ରୁପା ୧୮,୭୭୦ ଟଙ୍କା ହ୍ରାସ ପାଇଛି। ଯୁଦ୍ଧ ଆରମ୍ଭ ହେବାର ପୂର୍ବ ଦିନ, ଅର୍ଥାତ୍ ଫେବୃଆରୀ ୨୭ ତାରିଖରେ ସୁନା ₹୧.୫୯ ଲକ୍ଷ/୧୦ ଗ୍ରାମ ଏବଂ ରୁପା ₹୨.୬୭ ଲକ୍ଷ/କେଜି ଥିଲା। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧.୫୧ଲକ୍ଷ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୩୫୦ ଟଙ୍କା ଛୁଇଁଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨.୪୮ ଲକ୍ଷ ଟଙ୍କା ହୋଇଛି ।
ରାଜଧାନୀର ହାଇ ସିକ୍ୟୁରିଟି ଜୋନ କୁହାଯାଉଥିବା ଲୋକସେବା ଭବନରୁ ଚୋରି କରିଥିଲେ ଏସି। ଲୋକସେବା ଭବନ ସହ ବିଭିନ୍ନ ବିଭାଗର AC ଚୋରି କରିଥିବା ଅଭିଯୋଗରେ ୨ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।। ସେମାନେ ହେଲେ ତମାଣ୍ଡୋ ସିଜିପୁଟରେ ରହୁଥିବା କଟକ ନିଶ୍ଚିନ୍ତକୋଇଲିର ମନୋଜ କୁମାର ଦାସ(୨୫) ଏବଂ ସାଲିଆସାହି ମଇଳାଟାଙ୍କି ବସ୍ତିରେ ରହୁଥିବା ଯାଜପୁର ବିଞ୍ଝାରପୁରର ଚନ୍ଦନ ପଲାଇ(୨୭) । ସେମାନଙ୍କ ଠାରୁ ଏସି କଂପ୍ରେସରର ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ସମୟରେ ନଭେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ଚୋରି ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ଲୋକସେବା ଭବନରେ ଅବସ୍ଥିତ ଅର୍ଥ ବିଭାଗର ଛାତ, ତଳ ମହଲା, ଉପସଚିବଙ୍କ ଚାମ୍ବର ଓ ଲାଇବ୍ରେରୀ କକ୍ଷରେ ସ୍ଥାପିତ ସାତଟି ଏସି ୟୁନିଟର କମ୍ପ୍ରେସର ଏବଂ ତମ୍ବା ପାଇପର…
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ମଜାଦାର ମୁହୂର୍ତ୍ତ । ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦି ଓ ନିଜକୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଶୁଣି ପୂରା ଗୃହ ହସରେ ଫାଟି ପଡ଼ିଥିଲା ।ସଂସଦରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ, ଭାରତର ପରିକଳ୍ପନା ଓ ବିକାଶରେ ମହିଳାମାନେ ହେଉଛନ୍ତି ମୁଖ୍ୟ ଚାଳିକା ଶକ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ମାଆ, ଭଉଣୀ ଓ ପତ୍ନୀଙ୍କଠାରୁ ଅନେକ ଶିକ୍ଷା ପାଇଥାନ୍ତି। ଚର୍ଚ୍ଚା ମଝିରେ ହସର ଖୋରାକ ଯୋଗାଇ ରାହୁଲ କହିଥିଲେ, “ପ୍ରଧାନମନ୍ତ୍ରୀ ଏବଂ ମୋର ପତ୍ନୀ ସମସ୍ୟା ନାହିଁ, ତେଣୁ ସେଠାରୁ ଆମକୁ କୌଣସି ଇନପୁଟ୍ ମିଳେନି, କିନ୍ତୁ ଆମ ପାଖରେ ମାଆ ଓ ଭଉଣୀ ଅଛନ୍ତି ।” ଅନ୍ୟପଟେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ “ଯାଦୁକର” କହି କଟାକ୍ଷ…
ଝାଡ଼ଖଣ୍ଡରେ ଓଡ଼ିଆ ଲିପିକୁ ଅବମାନନା । ଝାଡ଼ଖଣ୍ଡ ଟିଇଟି ସିଲାବସରେ ଓଡ଼ିଆ ଲିପିକୁ ଅବମାନନା କରାଯାଇଛି । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ଓଡ଼ିଶା ସରକାର । ଓଡ଼ିଆ ଭାଷାର ସିଲାବସକୁ ଏହାର ନିଜସ୍ୱ ସ୍ୱତନ୍ତ୍ର ଲିପି ପରିବର୍ତ୍ତେ ଦେବନାଗରୀ ଲିପିରେ ପ୍ରକାଶ କରାଯାଇଥିବାରୁ ଏହାକୁ ନେଇ ଝାଡ଼ଖଣ୍ଡର ଓଡ଼ିଆ ଭାଷାଭାଷୀ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ୨୮ ମାର୍ଚ୍ଚ ୨୦୨୬ରେ ଜାରି ହୋଇଥିବା ଏହି ବିଜ୍ଞପ୍ତିକୁ ସ୍ଥାନୀୟ ଓଡ଼ିଆମାନେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅସନ୍ତୋଷଜନକ ବୋଲି ଅଭିହିତ କରିଛନ୍ତି। ଏହି ଘଟଣାକୁ ନେଇ ସେରାଇକେଲା-ଖରସୁଆଁର ଶ୍ରୀ ନନ୍ଦ କୁମାର ପାଣ୍ଡେ ଏବଂ ଅନ୍ୟ ଶତାଧିକ ଓଡ଼ିଆ ଭାଷାଭାଷୀ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଇନଷ୍ଟାଗ୍ରାମ୍ରେ ଜଣେ ଦକ୍ଷିଣ ଆଫ୍ରିକୀୟ ମଡେଲଙ୍କ ଫଟୋକୁ ‘ଲାଇକ୍’ କରି ଚର୍ଚ୍ଚାକୁ ଆସିଯାଇଛନ୍ତି କ୍ରିକେଟର୍ ବିରାଟ କୋହଲି । ଏହି ମଡେଲ ହେଉଛନ୍ତି ଲିଜ୍ ଲାଜ୍ । ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କେତେକ ପ୍ରଶଂସକ ଏହାକୁ ନେଇ ମଜାଦାର ମିମ୍ ସେୟାର କରିଛନ୍ତି ତ ଆଉ କେତେକ ଲେଖିଛନ୍ତି ଏଥର ବି ବୋଧହୁଏ ଆଲଗୋରିଦିମ୍ ସମସ୍ୟା ଯୋଗୁଁ ଏପରି ହୋଇଛି ।ଗୁରୁବାର ରାତିରେ, ଏହି ଗସିପର ଏକ ସ୍କ୍ରିନସଟ୍ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା। ଯାହା ଫଳରେ ୟୁଜର୍ସଙ୍କ ମତାମତରେ ଝଡ଼ ସୃଷ୍ଟି କରିଛି। ତଥାପି, ଏହା ସ୍ପଷ୍ଟ ନୁହେଁ ଯେ କୋହଲି ପ୍ରକୃତରେ ପୋଷ୍ଟଟିକୁ ଲାଇକ କରିଛନ୍ତି ନା ଏହା କେବଳ ଏକ ଆଲଗୋରିଦମ ଦ୍ୱାରା ହୋଇଥିବା ଏକ ତ୍ରୁଟି।ଗତ ବର୍ଷ ବି ଏକ ସମାନ ଘଟଣାକୁ ନେଇ ବିରାଟ ଚର୍ଚ୍ଚାରେ ଥିଲେ…
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ । ବିଜୁ ବାବୁଙ୍କୁ ଆଜି ମନେ ପକାଉଛି ସାରା ଓଡ଼ିଶା । ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ଆମେ ସଦା ସମର୍ପିତ ବୋଲି ନବୀନ କହିଛନ୍ତି ।ଏହି ଅବସରରେ ନବୀନ କହିଛନ୍ତି, ଆଜି ଆମର ପ୍ରିୟ ନେତା ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁ ବାବୁଙ୍କର ସବୁଠାରୁ ବଡ଼ ପରିଚୟ ହେଉଛି ସେ ଜଣେ ମହାନ ଦେଶଭକ୍ତ ଥିଲେ । ତାଙ୍କ ଦେଶଭକ୍ତି, ସାହସ ଓ ସ୍ୱାଭିମାନ…
ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଭୂତ ବଙ୍ଗଲା’ । ସିନେମାଟି ଭରପୁର କମେଡି ସହିତ ସସ୍ପେନ୍ସ ଓ ହରର୍କୁ ସଠିକ ପରିମାଣରେ ମିଶ୍ରଣ କରି ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଛି ବୋଲି କୁହାଯାଉଛି । ଏହାରି ମଧ୍ୟରେ ‘ଭୂତ ବଙ୍ଗଳା’ ପେଡ୍ ପ୍ରିଭ୍ୟୁରେ ଭଲ ପ୍ରତିକ୍ରିୟା ହାସଲ କରିଛି । ଏହା ରିଲିଜ୍ ପୂର୍ବରୁ ପେଡ୍ ପ୍ରିଭ୍ୟୁ ଶୋ’ରୁ ୩.୫୦ କୋଟି ରୋଜଗାର କରିଛି । ତେଣୁ, ଫିଲ୍ମଟି ଏକ ଦମଦାର ଓପନିଂ କରିବ ବୋଲି ଆଶା କରାଯାଉଛି। ଏହା ପ୍ରଥମ ଦିନରେ ୧୩ କୋଟି ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି ।ହରର-କମେଡି ଫିଲ୍ମ “ଭୂତ ବଙ୍ଗଳା” ସହିତ ସିନେମା ହଲକୁ ଫେରିଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମକୁ ୨୦୨୬ର ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଛି । ପ୍ରାୟ ୧୬ ବର୍ଷ ପରେ ଅକ୍ଷୟ ଏବଂ ପ୍ରିୟଦର୍ଶନଙ୍କ ଯୋଡ଼ିକୁ…
ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ପ୍ରତିକ୍ରିୟା ରଖିଲା ଭାରତ । ଜାତିସଙ୍ଘରେ ଦେଶର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବତନେନୀ ହରିଶ । ଇରାନ ଏବଂ ମଧ୍ୟପ୍ରାଚ୍ୟରେ ଜାରି ସଙ୍ଘର୍ଷକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ୨୮ ଫେବୃଆରୀ, ୨୦୨୬ରେ ଏହି କ୍ଷେତ୍ରରେ ଶତ୍ରୁତା ଆରମ୍ଭ ହେବା ମାତ୍ରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଥିଲା। ଭାରତ ସମସ୍ତ ରାଷ୍ଟ୍ରକୁ ସଂଯମତା ଅବଲମ୍ବନ କରିବାକୁ ପରିସ୍ଥିତିକୁ ଆହୁରି ତୀବ୍ର କରିବାରୁ ନିବୃତ୍ତ ରହିବାକୁ ଏବଂ ସର୍ବୋପରି ନାଗରିକଙ୍କ ସୁରକ୍ଷା ଏବଂ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛି। ହରିଶ କହିଛନ୍ତି,ଆଲୋଚନା ଏବଂ କୂଟନୀତି ଏପରି ସଂଘର୍ଷକୁ ହ୍ରାସ କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ । ଭାରତ ସମସ୍ତ ରାଷ୍ଟ୍ରକୁ ସେମାନଙ୍କର ପାରସ୍ପରିକ ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଏବଂ ଯେକୌଣସି ପ୍ରକାରର ଆକ୍ରମଣାତ୍ମକ କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ…









