ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯଦି ବୁଧବାର ସୁଦ୍ଧା ଇରାନ ସହିତ ଏକ ଚୁକ୍ତି ନହୁଏ, ତେବେ ଆମେରିକା ପୁଣି ଥରେ ବୋମାମାଡ଼ କରିପାରେ। ଲେବାନନରେ, ୧୦ ଦିନିଆ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି ହୋଇଛି, ଯାହା ଇସ୍ରାଏଲୀ ଏବଂ ଲେବାନନ ଅଧିକାରୀଙ୍କ ମଧ୍ୟରେ ଏକ ଦୀର୍ଘକାଳୀନ ଚୁକ୍ତି ସମ୍ପର୍କରେ ଆଲୋଚନା ପାଇଁ ପଥ ପ୍ରଶସ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ସଂଘର୍ଷ ସମାପ୍ତ କରିବା ପାଇଁ ଏକ ଚୁକ୍ତି “ଅତ୍ୟନ୍ତ ନିକଟତର”, ଯେତେବେଳେ ଇରାନର ବୈଦେଶିକ ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏହାକୁ ଆଞ୍ଚଳିକ ସଂଘର୍ଷକୁ ରୋକିବା ପାଇଁ ୱାଶିଂଟନ ସହିତ କରାଯାଉଥିବା ବ୍ୟାପକ ପ୍ରୟାସର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି। ଇରାନ ଏକ ଶାନ୍ତି ଚୁକ୍ତି ବଦଳରେ ସମୃଦ୍ଧ ୟୁରାନିୟମର ଭଣ୍ଡାର ହସ୍ତାନ୍ତର କରିବାକୁ ରାଜି ହୋଇଥିବା…
Author: sanitelevision
ଚଳିତ ବର୍ଷ ପୁରୀ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ । ଆସନ୍ତା ୨୦ ତାରିଖରେ ଚନ୍ଦନଯାତ୍ରା ଥିବାରୁ ଏହାକୁ ନେଇ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସମ୍ପୂର୍ଣ୍ଣ ଅଞ୍ଚଳ ସିସିଟିଭି ବଳୟ ମଧ୍ୟରେ ରହିବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ବିମାନ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବା ସମୟରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପିଙ୍କ ସହ ୫ ଡିଏସପି, ୮ ଇନ୍ସପେକ୍ଟର, ୨୦ ଏଏସଆଇ ଏବଂ ଏସଆଇ, ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ। ତେବେ ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ବେଳେ ବାଣ ଫୁଟାଯିବନି। ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।
ଚଳିତ ମାସ ୨୦ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଯୋଗ୍ୟ ଚାଷୀଙ୍କୁ ସିଏମ-କିଷାନ ସହାୟତା ରାଶି ଦିଆଯିବ। କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରଦାନର ଶୁଭାରମ୍ଭ କରିବେ। ରାଜ୍ୟର ୪୧ ଲକ୍ଷ ୬୮ହଜାର ୫୮୨ ଚାଷୀଙ୍କୁ ଖରିଫ ସହାୟତା ପ୍ରଦାନ କରାଯିବ। ସୂଚନାମୁତାବକ ଏହି ଯୋଜନାରେ ଅକ୍ଷୟ ତୃତୀୟା ଓ ନୂଆଖାଇ ସମୟରେ ଚାଷୀଙ୍କୁ ଦୁଇଟି କିସ୍ତିରେ ସହାୟତା ମିଳୁଥିବାବେଳେ, ଅକ୍ଷୟ ତୃତୀୟାରେ ଖରିଫ୍ ଋତୁ ପାଇଁ ଟଙ୍କା ଡିବିଟି (DBT) ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ଆସୁଛି। ସହାୟତା ରାଶି: ସିଏମ କିଷାନ ଓ ପିଏମ କିଷାନ ମିଶି ଚାଷୀ ବାର୍ଷିକ ୧୦,୦୦୦ ଟଙ୍କା ପାଆନ୍ତି।ହିତାଧିକାରୀ: କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାର।ଆବଶ୍ୟକତା: ସିଏମ କିଷାନ ଯୋଗ୍ୟତା ତାଲିକାରେ ନାମ ରହିବା ଜରୁରୀ।ଏହି ସହାୟତା ରାଶି ଚାଷୀଙ୍କୁ ବିହନ, ସାର ଓ କୀଟନାଶକ କିଣିବାରେ ସାହାଯ୍ୟ କରିଥାଏ।
ଅଣ୍ଡା ନଦେଇ ଫେରିଗଲେ ଅଲିଭରିଡଲେ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ୟରେ ଲକ୍ଷାଧିକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛଙ୍କୁ ଦେଖିବାକୁ ମିଳୁନି ।କୂଳରେ ଅଣ୍ଡା ଦେବା ପାଇଁ ଏକାଠି ହୋଇଥିବା ଲକ୍ଷାଧିକ କଇଁଛ ଏବେ ଗହୀରମଥା ସୀମା ବାହାରକୁ ଚାଲିଗଲେଣି । ଏଭଳି ପରିସ୍ଥିତିରେ ଗହୀରମଥାରେ ଚଳିତବର୍ଷ କଇଁଛଙ୍କ ସମୂହ ଅଣ୍ଡାଦାନ ହେବ ନାହିଁ ବୋଲି ବନବିଭାଗ ଆକଳନ କରିଛି । ଯାହା ପରିବେଶବିତ୍ ଙ୍କୁ ବ୍ୟଥିତ କରିଛି । ଓଡିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମାଥା ଯେଉଁଠିକୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଅଲିଭି ରିଡ଼ିଲେ କଇଁଛ ଆସିଥାନ୍ତି । ସମୁଦ୍ ର ନୀଳ ଜଳରାଶି…
ଗେ ଡେଟିଂ ଆପ୍ ଜରିଆରେ ଡକାୟତି। ଏହି ଗେ ଡେଟିଂ ଆପ୍ ବ୍ୟବହାର କରି ଲୋକଙ୍କୁ ଲୁଟୁଥିଲେ। ବଡଗଡ ଥାନା ପୋଲିସ ଏହାର ପର୍ଦ୍ଦାଫାସ କରିଛି। ଯୁବକ ମାନେ ଗେ ଡେଟିଙ୍ଗ ଆପ ଜରିଆରେ କରୁଥିଲେ ଚାଟିଙ୍ଗ। ଦେଖା କରିବା ପାଇଁ ଡାକୁଥିଲେ ନିରୋଳା ଜାଗାକୁ । ଫାଶରେ ପଡ଼ିଥିବା ଲୋକଙ୍କୁ କରୁଥିଲେ ମାରପିଟ୍। ଛଡ଼ାଇ ନେଉଥିଲେ ସୁନା ଅଳଙ୍କାର,ନଗଦ ଟଙ୍କା ଓ ଦାମୀ ଜିନିଷ।ଗତ ମାର୍ଚ୍ଚ ମାସରେ ଜଣେ ଯୁବକଙ୍କୁ ଏପରି ଉପାୟରେ କେଶୁରା ଅଂଚଳର ଏକ ଭଙ୍ଗା ଘରକୁ ଡାକି ଲୁଟପାଟ କରିଥିଲେ। ଅଭିଯୋଗ ପରେ ଡକାୟତ ଗ୍ୟାଙ୍ଗର ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ନାବାଳକକୁ ସୁଧାର ଗୃହ ପଠାଇଛି ବଡଗଡ ଥାନା ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି ବଡଗଡ ଥାନା ପୋଲିସ।
ଭଦ୍ରକରୁ ବିରଳ ଆଲବିନୋ ରଣା ଉଦ୍ଧାର ହୋଇଛି ।ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଛୁଆଳ ସିଂହ ଅଞ୍ଚଳରୁ ଆଜି ଏକ ହଳଦିଆ ଧଳା ରଙ୍ଗର ସାପ ସ୍ଥାନୀୟ ଲୋକ ମାନେ ଧରି ଏକ ପ୍ଲାଷ୍ଟିକ ଡବାରେ ରଖି ଥିଲେ । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କରି ଲୋକ ମାନେ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଶୁଭେନ୍ଦୁ ଭଦ୍ରକ ଡିଭିଜନର ଏସିଏଫ ସୁମିତ୍ ମହାନ୍ତିଙ୍କୁ ସାପର ଫୋଟୋ ପଠେଇ ନିଜ ଷ୍ଟାଫ୍ ପଠେଇବା ପାଇଁ ଅନୁରୋଧ କରିଥିଲେ । ଏସିଏଫଙ୍କ ନିର୍ଦ୍ଦେଶରେ ସାପଟିକୁ ଭଦ୍ରକ ରେଞ୍ଜ ଅଫିସକୁ ଅଣା ଯାଇଥିଲା ।ମୁହଁରେ ଖଣ୍ଡିଆ ଥିବାରୁ ସାପର ସ୍ୱାସ୍ଥ୍ୟ ଭଲ ମନ୍ଦ ଦେଖିବା ପାଇଁ ଭଦ୍ରକ ଡିଭିଜନର ACF ସୁମିତ ମହାନ୍ତି ସ୍ନେକ ହେଲ୍ପ ଲାଇନକୁ ଅନୁରୋଧ କରିଛନ୍ତି । ଅଧିକ ଚିକିତ୍ସା ଆବଶ୍ୟକତା ଥିବାରୁ ସାପକୁ ନନ୍ଦନକାନନ ପଠେଇବା ପାଇଁ ସ୍ନେକ…
ହର୍ମୁଜ ସଙ୍କଟ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ରୁଷଠାରୁ ତୈଳ କ୍ରୟ କରିବ ଭାରତ ଭାରତକୁ ରୁଷୀୟ ତୈଳ ଉପରେ ଏକ ଭଲ ଖବର ମିଳିଛି। ପଶ୍ଚିମ ଏସୀୟ ବିବାଦ ଏବଂ ଇନ୍ଧନ ସଙ୍କଟ ମଧ୍ୟରେ, ଆମେରିକା ଏକ ବଡ଼ ୟୁ-ଟର୍ନ ନେଇଛି। ଆମେରିକା ରୁଷଠାରୁ ଭାରତର ତୈଳ କ୍ରୟ ଛାଡ଼କୁ ବୃଦ୍ଧି କରିଛି । ଟ୍ରେଜେରୀ ସଚିବ ସ୍କଟ୍ ବେସାଣ୍ଟ ଆମେରିକା ଛାଡ଼କୁ ବୃଦ୍ଧି କରିବ ନାହିଁ ବୋଲି କହିବାର ମାତ୍ର ଦୁଇ ଦିନ ପରେ ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି । ଆମେରିକା ଆଉ ଗୋଟିଏ ମାସ ପାଇଁ ଏହି ଛାଡ଼କୁ ବୃଦ୍ଧି କରିଛି ।ଜାରି ରହିଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱ ଶକ୍ତି ବଜାର ଉପରେ ଚାପ କମ୍ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ, ଆମେରିକା ରୁଷୀୟ ତୈଳ ଛାଡ଼କୁ ବୃଦ୍ଧି କରିବାକୁ ମନା କରିଦେଇଥିଲା। ଏହି ନିଷ୍ପତ୍ତି କେବଳ ସମୁଦ୍ରରେ…
ତାତି ଆହୁରି ବଢ଼ିବ । ତାତି ୪୫ ଡିଗ୍ରି ସେଲସିୟସ ଛୁଇଁବ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଟିଟିଲାଗଡ଼ ପାଲଟିଲାଣି ତତଲାଗଡ଼ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୮ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୪ ଡିଗ୍ରୀ, ସୋନପୁର, ନୂଆପଡ଼ା, ବୌଦ୍ଧ ଓ ବରଗଡ଼ରେ ୪୩ ଡିଗ୍ରୀ ରହିପାରେ । ୨୨ ତାରିଖ ଯାଏ ନିସ୍ତାର ନାହିଁ । ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ।ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ବର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ଯାଏ ରହିବ । ଉପକୂଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବ ।ସେହିଭଳି ରାଜ୍ୟର ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା…
ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ନେଇ ବିଜ୍ଞପ୍ତି ଦେଇଛି ଇସ୍କନ । ଇସ୍କନର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁରୀରେ ପୁଣି ତୀବ୍ର ହୋଇଛି ପ୍ରତିକ୍ରିୟା। ଗତବର୍ଷ ମଧ୍ୟ ବିଭିନ୍ନ ଦେଶରେ ଇସ୍କନ ପକ୍ଷରୁ ୮୦ରୁ ଅଧିକ ଥର ଅଦିନିଆ ରଥଯାତ୍ରା କରାଯାଇଛି। ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାରୁ ଇସ୍କନ୍ କ୍ଷାନ୍ତ ରହୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିସହ ଇସ୍କନର ଏପରି ମନମାନୀକୁ ବିରୋଧ କରି ଏହାକୁ ବନ୍ଦ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଛତିଶା ନିଯୋଗ ପକ୍ଷରୁ ଆହ୍ମାନ ଦିଆଯାଇଛି। ଗତ ଐକ୍ୟ ମଣ୍ଡଳୀ ବୈଠକରେ ମଧ୍ୟ ଗଜପତି ଏନେଇ ଇସ୍କନ ଉପରେ ବର୍ଷିଥିଲେ…
ଠାକୁରଙ୍କ ମୁହଁରେ କପଡା ଘୋଡାଇ ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା କୁଳିଗଡି ଗାଁରେ ଥିବା ଶନିମନ୍ଦିରରୁ ଚୋରି। ଠାକୁରଙ୍କ ସମସ୍ତ ଅଳଙ୍କାର, ଦାନ ବାକ୍ସର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ। ମନ୍ଦିରରୁ ଚୋରି କରିବା ପରେ ଗାଁରୁ ଦୁଇଟି ସାଇକେଲ ଚୋରି କରି ଫେରାର ମାରିଲେ ଚୋର।ସୂଚନା ଅନୁସାରେ, ପ୍ରଥମେ ଚୋରମାନେ ଗାଁର ହନୁମାନ ମନ୍ଦିରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେଠାରୁ ରୂପା ମୁକୁଟ, କଙ୍କଣ, ପାଦର ଆଠି, ଭଗବାନ ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୁକୁଟ, ହନୁମାନଜୀଙ୍କ ଲକେଟ୍, ଚେନ୍ ଓ ରୂପା ପାତ୍ର ସହିତ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିଲେ। ତାପରେ ଚୋରମାନେ ପାଖରେ ଥିବା ଶନି ମନ୍ଦିରକୁ ଟାର୍ଗେଟ୍ କରିଥିଲେ। ଏଠାରେ ଚୋରି ସମୟରେ ସେମାନେ ଏକ ଅଜବ କାଣ୍ଡ କରିଥିଲେ, ଯାହା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇପଡ଼ିଛି। ଚୋରମାନେ ଶନିଦେବଙ୍କ ଆଖିରେ କଳା କପଡ଼ା ବାନ୍ଧି ଦେଇଥିଲେ।…









