Author: sanitelevision

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ର ଖୁବ ମହତ୍ୱ ରହିଛି। ଏହିଦିନ ଟି ଚାଷ କାର୍ଯ୍ୟ ପାଇଁ ଖୁବ ଶୁଭ ଅଟେ l ଏବଂ ଜଗନ୍ନାଥ ସଂସ୍କୃତି ରେ ଅକ୍ଷୟ ତୃତୀୟା ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ l ଏହିଦିନ ଟି ରେ ଲକ୍ଷ୍ମୀ ପୂଜନ ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ହାଇଥାଏ lଅକ୍ଷିତୃତୀୟ ରେ ଦାନ ଧର୍ମର ବିଶେଷ ମହତ୍ୱ ରହିଛି l ତେଣୁ ଏହିଦିନ କିଛିଟା ବିଶେଷ ଜିନିଷ ଦାନ ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ହୋଇଥାଏ lଏହି ଦିନ ଚଷା ଭାଇ ଗାଈ ବଳଦ ସହ ହଳ, ଲଙ୍ଗଳ ଆଦି କୃଷି ଉପକରଣଗୁଡ଼ିକୁ ଧୋଇ ଫୁଲ, ସିନ୍ଦୁର ଓ ଚନ୍ଦନ ଲଗାଇ ସଜେଇ ଦିଏ। ଏହାପରେ ହଳଦୀ, ଚନ୍ଦନ, ସିନ୍ଦୁର ବୋଳା ବିହନପୂର୍ଣ୍ଣ ଗଉଣୀ ଓ ଟୋକେଇ ମୁଣ୍ଡରେ ରଖି ଚଷା ଭାଇ ଶୁଭ ଲଗ୍ନ ଦେଖି କ୍ଷେତକୁ ଯାଆନ୍ତି ।…

Read More

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିଧିବଦ୍ଧ ନୀକାନ୍ତି ସହ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ବଡଦାଣ୍ଡରେ ରଥଖଳାରେ ରଥ ନିର୍ମାଣ କାମର ଶୁଭାରମ୍ଭ ହେବ ।ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ଶୋସ୍ତ୍ରୀୟ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ । ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ । ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନିରଥ କାଠକୁ ସ୍ପର୍ଶ କରିବା ପରେ ବିଶ୍ୱକର୍ମାମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ ।

Read More

ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବିବାଦର କେନ୍ଦ୍ର ହୋଇ ରହିଛି। ତେବେ ଇରାନ ହର୍ମୁଜ ପ୍ରଣାଳୀରୁ କଟକଣା ପ୍ରତ୍ୟାହାର କରିଥିବାବେଳେ ଶନିବାର ପୁଣି ଥରେ କଟକଣା ଲାଗୁ କରିଛି। ଆମେରିକା ଯୁଦ୍ଧ ବିରତି ଉଲ୍ଲଂଘନ କରୁଥିବା ଇରାନ ଅଭିଯୋଗ କରିଛି। ଶନିବାର ହର୍ମୁଜ ପ୍ରଣାଳୀ ପାର୍‌ ହେବାକୁ ଚେଷ୍ଟା କରିବା ସମୟରେ ୨ଟି ଜାହାଜ ଉପରେ ଗୁଳିଚାଳନା ହୋଇଥିବା ଅଭିଯୋଗ ହୋଇଛି।ଇରାନୀ ସଂସଦର ରାଷ୍ଟ୍ରୀୟ ସୁରକ୍ଷା ସମିତିର ପ୍ରମୁଖ ଇବ୍ରାହିମ ଅଜିଜ କହିଛନ୍ତି, ଏବେ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଥିବା ସମସ୍ତ ବାଣିଜ୍ୟକ ଜାହାଜ ଆଇଆରଜିସି ନୌସେନାର ଅନୁମତି ନେବାକୁ ହେବ । ଇରାନର ଏହି ଆକ୍ରମକ ପଦକ୍ଷେପ ପରେ ଆମେରିକା ସହିତ ଚରମ ସୀମାରେ ପହଞ୍ଚିଛି । ଇରାନ ସେନା ଘୋଷଣା କରିଛି କି, ହର୍ମୁଜ ପ୍ରଣାଳୀରେ ପୁଣିଥରେ ସେନାର ନିୟନ୍ତ୍ରଣ ରହିବ । ହର୍ମୁଜ ଖୋଲିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

Read More

ନୀତିଶ କୁମାର ରାଜ୍ୟସଭା ଯିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶ ଗାଦି ଛାଡ଼ିବା ପରେ, ତାଙ୍କ ପୁଅ ନିଶାନ୍ତ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କିଛି ହେଲା ନାହିଁ । ଏବେ ନିଶାନ୍ତ କୁମାରଙ୍କୁ Z ସିକ୍ୟୁରିଟି ପ୍ରଦାନ କରାଯାଇଛି । ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଥିବା ନେଇ ରାଜ୍ୟର ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଜୟ ସିହ୍ନାଙ୍କ ସୁରକ୍ଷା Z ପ୍ଲସ୍‌ ବର୍ଗରୁ Z କୁ ହ୍ରାସ କରାଯାଇଛି। ତାଙ୍କ ବ୍ୟତୀତ ଶ୍ରବଣ କୁମାରଙ୍କୁ ମଧ୍ୟ ଏସ୍କର୍ଟ ସହିତ Y ପ୍ଲସ୍‌ ସୁରକ୍ଷା ମିଳିଛି। ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ନୀତିଶ କୁମାର ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। କାରଣ ବର୍ତ୍ତମାନ ତାଙ୍କର ଦେଶବ୍ୟାପୀ Z ପ୍ଲସ୍‌ ସୁରକ୍ଷା ରହିବ।

Read More

ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ ମିନିଟରେ ଦେଶକୁ ସମ୍ବୋଧନ କରିବେ । ସୁତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ମହିଳା ସଂରକ୍ଷଣ ବିଲ୍ ଉପରେ କହିବା ଆଶା କରାଯାଉଛି ।ତେବେ ପ୍ରଧାନମନ୍ତ୍ରୀ କେଉଁ ବିଷୟ ଉପରେ ଦେଶକୁ ସମ୍ବୋଧିତ କରିବେ ସେ ବିଷୟରେ ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିନାହାଁନ୍ତି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଶନିବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ମହିଳା ସଂରକ୍ଷଣ ବିଲ୍ ସମର୍ଥନ ନ କରି “ଦୋଷୀ” ଏବଂ ମହିଳା ବିରୋଧୀ କାମ କରୁଥିବା ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ଏହି ମତକୁ ଏକ ଭୁଲ ବୋଲି କହିଛନ୍ତି ଏବଂ ଭବିଷ୍ୟତରେ ସେମାନେ ଏହାର ରାଜନୈତିକ ମୂଲ୍ୟ ଦେବାକୁ ଚେତାବନୀ ଦେଇଛନ୍ତି । ସୂତ୍ର ଅନୁଯାୟୀ, ସେ ଗୁରୁତ୍ୱାରୋପ କରିଛନ୍ତି ଯେ ମହିଳାଙ୍କ ପ୍ରତି ବିରୋଧୀଙ୍କ…

Read More

ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ତହସିଲଦାର । ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଏଭଳି ଘଟଣା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ସୂଚନା ମୁତାବକ ବ୍ୟାସନଗର ତହସିଲ ଅଧିନ ମିନାବଜାର ଛକ ନିକଟରେ ଥିବା ଏକ ପୋଖରୀକୁ ଖନଖ କରି ବେଆଇନ ଭାବେ ମାଟି ଲୁଟି ନେଉଥିଲେ କିଛି ଦୁର୍ବୃତ୍ତ। ଏନେଇ ଖବର ପାଇବା ପରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ । ହେଲେ ମାଟି ଲୁଟ୍ କରୁଥିବା ମାଫିଆମାନେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ତହସିଲଦାରଙ୍କୁ ଉଦ୍ଧାର କରାଯାଇ…

Read More

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ। ଭୁବନେଶ୍ବରର ଶେଖ୍ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ବି ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ମହାରାଷ୍ଟ୍ରର ୨ ଜଣ ଓ ବିହାର ଜଣେ। ଗିରଫ ଯୁବକ ମାନେ ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ସକ୍ରିୟ କରାଉଥିଲେ । ଏମିତିକି ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିଲେ ଏମାନେ । ଜିହାଦୀ କାର୍ଯ୍ୟ ପାଇଁ QR କୋଡ୍‌/ବ୍ୟାଙ୍କ ଜରିଆରେ ଅର୍ଥ ସଂଗ୍ରହ ମଧ୍ୟ କରୁଥିଲେ । ଜିହାଦୀ କାର୍ଯ୍ୟ ପାଇଁ ଯୁବକ ମାନଙ୍କୁ ତାଲିମ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ । ଗିରଫ ଯୁବକ ମାନେ ଖଲିଫା ପ୍ରତିଷ୍ଠାର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଏମାନେ ‘ଗଜୱା-ଏ-ହିନ୍ଦ’ରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଥିଲେ ।

Read More

ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା । ଖୁବଶୀଘ୍ର ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI ଓଡ଼ିଶା । SITI ହେଉଛି ଷ୍ଟେଟ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫରମେଟିଭ୍ ଇନିସିଏଟିଭ୍ ।କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର SITI-Odisha’ର ସ୍ଥାପନ କରିଛନ୍ତି। ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୨୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ମୋହନ ସରକାର ଏହି ‘ସିଟି-ଓଡ଼ିଶା’ ଗଠନ କରି ରାଜ୍ୟରେ ପ୍ରଶାସନିକ ରଣନୀତି, ପ୍ରମାଣଭିତ୍ତିକ ନୀତି-ଯୋଜନା ପ୍ରଣୟନ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ନେଇ ଆଗକୁ ବଢ଼ିବା ସହ ବିକାଶର ଧାରାରେ ଏକ ବଡ଼ଧରଣର ରୂପାନ୍ତର ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଭାବେ ଏକ ପରିଚାଳନା ପରିଷଦ ରହିବ । ଦୀର୍ଘ ବର୍ଷ ଧରି ରାଜ୍ୟର ଯୋଜନା ପ୍ରସ୍ତୁତ କରୁଥିବା ବୋର୍ଡ ଏବେ ଆଧୁନିକ ଓ ପରିବର୍ତ୍ତିତ ରୂପରେ ଆସିଛି। ଏହାର…

Read More

ଟାଣ ଖରା ସମୟରେ ଯାତ୍ରୀ ପରିବହନ ଉପରେ କଟକଣା ଲଗାଇବେ ସରକାର । ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ । ଯାତାୟତ କରିବା ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୧୧ଟାରୁ ୩ଟା ଯାଏଁ ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରାଯିବ ।ଅଂଶୁଘାତ ମୃତ୍ୟୁ ପାଇଁ ରିପୋର୍ଟ ପାଇବାର ୨୪ ଘଣ୍ଟାରେ ମିଳିବ କ୍ଷତିପୂରଣ । ଏସି ନଥିବା ଗାଡି ଚାଲିଲେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ । ରାଜ୍ୟରେ ଅସମ୍ଭାଳ ଗରମ ହେତୁ ଏଭଳି ପଦକ୍ଷେପ ନିଆଯାଇଛି ।ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Read More

ବିଜେଡିର ଇଣ୍ଡି ମେଣ୍ଟ ସହ ହୋଇଛି ଅଘୋଷିତ ବୁଝାମଣା । ମହିଳା ସଂରକ୍ଷଣ ବିଲ କାଟ ଖାଇବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ଆଗରୁ ବିଜେପିକୁ ସମର୍ଥନ କରୁଥିଲେ, ଏବେ ଇଣ୍ଡି ମେଣ୍ଟକୁ ସମର୍ଥିନ । ଏହା ଦ୍ୱାରା ବିଜେପିର କିଛି ଅସୁବିଧା ହେବନି କହିଲେ ପ୍ରଦୀପ ବଳସାମନ୍ତ । ଅନ୍ୟପଟେ ବିଲ୍ କାଟ୍ ଖାଇବା ନେଇ ବିଜେପି ଉପରେ ପାଲଟା ଦୋଷ ଲଦିଲା ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବିଜେପି ଚାହିଁଲା ବିଲ୍ ପାସ୍ ନହେଉ । ପ୍ରଧାନମନ୍ତ୍ରୀ କହିଲେ ପାସ ହେଲେ କେହି କ୍ରେଡିଟ୍ ନେବେ ନାହିଁ କିନ୍ତୁ ପାସ୍ ନହେଲେ ଆମେ ଫାଇଦା ନେବୁ । ତେଣୁ ବିଜେପି ଜାଣିଶୁଣି ବିଲ୍‌କୁ କାଟ୍ ଖାଇଲା । ପାସ୍ ନକରି ରାଜନୈତିକ ଫାଇଦା ନେବା ଉଦ୍ଦେଶ୍ୟ ଥିଲା । ବିଲ୍ କାଟ୍ ଖାଇବାର ୫ ଘଣ୍ଟା…

Read More