Author: sanitelevision

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ।ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦେଶର ଅନ୍ୟତମ ବ୍ୟସ୍ତ ବହୁଳ ବିମାନ ‌ବନ୍ଦର ଆଡକୁ ଅଗ୍ରସର ହେଉଛି । ବିମାନବନ୍ଦର ପକ୍ଷରୁ 1566 ମିଟର ବିଶିଷ୍ଟ ପିପିଟି ଏବଂ ଆରଇଟି ନିର୍ମାଣ କରାଯାଇଛି । ଯାହା ଫଳରେ ଘଣ୍ଟାକୁ ଏବେ 15-20 ବିମାନ ଉଡାଣ କରିପାରିବ ।ରନୱେର ଏକ ନ୍ୟୁନ କୋଣ ସହ ଜଡିତ ହୋଇ ରହିଥାଏ ଟ୍ୟାକ୍ସି ଓ୍ବେ। ଏହାକୁ ଏଭଳି ଭାବେ ଡିଜାଇନ କରାଯାଇଥାଏ ଯେ ଅବତରଣ କରୁଥିବା ବିମାନ ଅନ୍ୟ ଟ୍ୟାକ୍ସିୱେ ତୁଳନାରେ ଅଧିକ ଗତିରେ ଯାଇପାରିବେ । ଯାହାଦ୍ବାରା ରନୱେର ରହିବା ସମୟ ଆହୁରି କମିଯାଇଥାଏ । ଯାହାକୁ କୁହାଯାଇଥାଏ ଟାକ୍ସି ଟ୍ରାକ ଓ ରାପିଡ଼ ଏକଜିଟ ।ଏହା ଦ୍ୱାରା ଏକ ସମୟରେ ୨୪ଟି ବିମାନ ଉଡାଣ ଓ ଅବତରଣ କରି ପାରିବ । ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଟି ବିମାନ ଉଡାଣ ଓ…

Read More

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପସ୍ଥିତ ଥିଲେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିଳ୍ପପତି, ଓଡିଶାକୁ ଭଲ ପାଉଥିବା ରାଜନେତା । ଓଡିଶା ମାଟିର ଗୌରବ ଏବଂ ଦେଶର ସମ୍ମାନ ପାଇଁ ସେ ସର୍ବଦା ଲଢେଇ କରୁଥିଲେ ।ଓଡ଼ିଶାର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ କେବେ ସାଲିସ କରିନଥିଲେ । ଓଡିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାୟକ ସଂକଳ୍ପ ଏବଂ ସ୍ବପ୍ନକୁ ନେଇ ଆମ ସରକାର ମଧ୍ୟ ସମୃଦ୍ଧ ଓଡିଶା ଗଠନ କରିବାକୁ କାର୍ଯ୍ୟ କରୁଛି । ଓଡିଶା ଅସ୍ମିତାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ବିଜୁ…

Read More

ଫଳକୁ କୃତ୍ରିମ ଭାବେ ପଚାଇବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାରୁ, ଭାରତ ସରକାର ଏବଂ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ତଥା FSSAI ଏଥିପାଇଁ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛି। ସରକାର କାଲସିୟମ୍ କାର୍ବାଇଡ୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଜୋରଦାର ଧରପଗଡ଼ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଶେଷ କରି ଆମ୍ବ, କଦଳୀ, ଅମୃତଭଣ୍ଡା ଆଦି ଫଳକୁ କୃତ୍ରିମ ଉପାୟରେ ପଚାଇବା ପାଇଁ ଅସାଧୁ ବ୍ୟବସାୟୀ ବହୁଳ ଭାବେ କ୍ୟାଲସିୟମ୍ କାର୍ବାଇଡକୁ ବ୍ୟବହାର କରିଥାନ୍ତି। ତେବେ ଏହି ରାସାୟନିକ ଦ୍ରବ୍ୟ ସ୍ବାସ୍ଥ୍ୟପ୍ରତି ହାନୀକାରକ। ଏପରିକି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି କୌଣସି ବ୍ୟବସାୟୀ ଏହାର ବ୍ୟବହାର କରୁଥିବା ଧରାପଡ଼ନ୍ତି, ତେବେ ତାଙ୍କ ଉପରେ ଭାରୀ ଜରିମାନା ସହ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି। କ୍ୟାଲ୍‌ସିୟମ କାର୍ବାଇଡ୍‌ କ୍ୟାନ୍‌ସର ସୃଷ୍ଟି କାରକ। ଏହା ଶରୀରର ଲିଭର ଓ ଅନ୍ୟାନ୍ୟ…

Read More

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ଉତ୍ତେଜନା ହ୍ରାସ କରିବା ଦିଗରେ ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି। ଲେବାନନ୍-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି।ଭାରତୀୟ ସମୟ ଅନୁସାରେ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରି ୨ଟା ୩୦ ମିନିଟରେ ଏହି ଯୁଦ୍ଧବିରତି ଲାଗୁ ହୋଇଥିଲା। ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଲେବାନନ୍‌ର ରାଷ୍ଟ୍ରପତି ଯୋଶେଫ ଆଉନ୍‌ଙ୍କ ସହିତ କଥା ହୋଇ ଯୁଦ୍ଧବିରତି ଘୋଷଣା କରିଥିଲେ। ତେବେ ଲେବାନନ୍‌ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ୍‌ ଗାଁ ଉପରେ ଆକ୍ରମଣ…

Read More

ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର । ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟିର ଅଭିନେତା ରୁଦ୍ରନାରାୟଣ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ । ଅଭିନେତା ରୁଦ୍ର ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ପୀରହାଟ ନିକଟରେ ତାଙ୍କର ଯାତ୍ରା ପାର୍ଟି ପଡିଛି ।ଖବର ଅନୁଯାୟୀ, ଧଉଳି ଗଣନାଟ୍ୟର ଅଭିନେତା ରୁଦ୍ର ନାରାୟଣଙ୍କର ଭୟଙ୍କର ଦୁର୍ଘଟଣା ଘଟିଛି । ପିରହାଟରୁ ଭୁବନେଶ୍ୱର ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ରୁଦ୍ର ନାରାୟଣ ଗୁରୁତର ହୋଇଛନ୍ତି । ଭଦ୍ରକ ନାଳଙ୍ଗ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣା ରୁଦ୍ର ଗୁରୁତର ହୋଇଥିଲେ । ଖବର ପାଇ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯାତ୍ରା ଅଭିନେତାଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହାତ, ବେକ ଓ ଅନ୍ୟ ସ୍ଥାନରେ ଆଘାତ ଲାଗିଛି । ଧକ୍କା…

Read More

ଓଡ଼ିଶା ସବ୍‌-ଅର୍ଡିନେଟ୍‌ ଷ୍ଟାଫ ସିଲେକ୍ସନ୍‌ କମିସନ (ଓଏସଏସଏସସି) ପକ୍ଷରୁ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ପରୀକ୍ଷା-୨୦୨୩କୁ ନେଇ ପ୍ରାର୍ଥୀଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ ଏବଂ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ୩୩୭ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ରାସ୍ତା ପରିଷ୍କାର କରିଛନ୍ତି । ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଓଏସଏସଏସସି ଦ୍ୱାରା ଆୟୋଜିତ ହୋଇଥିବା ପରୀକ୍ଷା ସମ୍ପର୍କିତ ବିବାଦର ସମାଧାନ କରିଛନ୍ତି । ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପୋଷ୍ଟ ପାଇଁ ହୋଇଥିବା ଏହି ପରୀକ୍ଷାରେ ଜଡିତ ୩୩୭ ପ୍ରାର୍ଥୀଙ୍କ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି । କମିସନ ଆସନ୍ତା ୩ ସପ୍ତାହ ମଧ୍ୟରେ ଆଶାୟୀମାନଙ୍କ ପଦ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ସୁପାରିସ ପାଇବା ପରେ ସରକାରୀ ବିଭାଗଗୁଡ଼ିକ ବିନା କୌଣସି ବିଳମ୍ବରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ। ତେବେ ଏହି…

Read More

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ, ଗୌରବ ଓ ଗରିମାକୁ ପ୍ରତିପାଦିତ କରିଥିବା ଓଡ଼ିଆ ବୀରଙ୍କ ମଧ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଶାଣିତ ବ୍ୟକ୍ତିତ୍ବ । ଆଜି ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା ।ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପାରାଦୀପ ବନ୍ଦର ପ୍ରତିଷ୍ଠା କରି ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ । ଭୁବନେଶ୍ୱର ବିମାନବନ୍ଦର, ଚୌଦ୍ୱାର ଓ ବଡ଼ବିଲ ଶିଳ୍ପାଞ୍ଚଳ, ତାଳଚେର ଥର୍ମାଲ୍, ନାଲକୋ ଏବଂ ସୁନାବେଡ଼ା HAL ଭଳି ବଡ଼ ପ୍ରକଳ୍ପର ରୂପାୟନ ପଛରେ ତାଙ୍କର ବଡ଼ ଭୂମିକା ଥିଲା । ସେହିପରି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବିକାଶ ଓ ବିଜ୍ଞାନକୁ ଲୋକପ୍ରିୟତା କରାଇବାରେ ବଳିଷ୍ଠ ଅବଦାନ ରହିଛି । ଭୁବନେଶ୍ବରରେ କୃଷି ବିଶ୍ବବିଦ୍ୟାଳୟ,…

Read More

୪୦ ଡିଗ୍ରୀ ଉପରେ ୧୪ ସହର । ଆଜି ୧୧ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ।ଆସନ୍ତା ଦୁଇଦିନ ରାଜ୍ୟର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ନାହିଁ। ଅନ୍ୟପଟେ ୧୮ ଓ ୧୯ରେ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ୱାଣ୍ଡି ଜାରି କରାଯାଇଛି। ୧୭ ତାରିଖ (ଶୁକ୍ରବାର) ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ପାରଦ ୪୪ ଡିଗ୍ରୀ ଛୁଇଁପାରେ। ଉପକୂଳ ଓଡ଼ିଶା ୩୭-୩୮ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି।ଆଜି ମଧ୍ୟ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ଆକଳନ କରାଯାଇଛି ।

Read More

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍ । ଖବର ପାଇ ରେଡ୍ କଲା ଭଦ୍ରକ ପୋଲିସ । ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।ସୂଚନା ମୁତାବକ, ସହରର ରାଜଘାଟ ବ୍ରିଜ ଏବଂ ଧାମରା ବ୍ରିଜ ଅଞ୍ଚଳରେ ସେକ୍ସ ରାକେଟ ଚାଲିଥିବା ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ସମ୍ପୃକ୍ତ ଅଞ୍ଚଳରେ ଥିବା ହୋଟେଲରେ ଚଢାଉ କରି ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିବା ସହ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା।ପୋଲିସ ହୋଟେଲରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।ତେବେ ଉଦ୍ଧାର ଦୁଇ ଯୁବତୀଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଯାଇଛି । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ୪ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Read More

ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ଅପରାହ୍ନ ପ୍ରାୟ ୨:୧୫ ସମୟରେ ସ୍ପାଇସଜେଟର ଏକ ବିମାନ ରନୱେରେ ଟ୍ୟାକ୍ସିଂ କରୁଥିବା ବେଳେ ସେଠାରେ ସ୍ଥିର ଛିଡ଼ା ହୋଇଥିବା ଆକାଶ ଏୟାରର ଏକ ବିମାନକୁ ଧକ୍କା ଦେଇଥିଲା। ଏହି ସାମାନ୍ୟ ଦୁର୍ଘଟଣାରେ ଉଭୟ ବିମାନ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନାହାନ୍ତି। ସ୍ପାଇସଜେଟର ପ୍ରବକ୍ତା କହିଛନ୍ତି, ଦିଲ୍ଲୀ ଏୟାରପୋର୍ଟରେ ଟ୍ୟାକ୍ସି କରୁଥିବା ବେଳେ ସ୍ପାଇସଜେଟ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ତେଣୁ ବିମାନର ଡାହାଣ ୱିଙ୍ଗ ଏବଂ ଅନ୍ୟ ବିମାନର ହରିଜେଣ୍ଟାଲ ଷ୍ଟେବଲାଇଜର କ୍ଷତିଗ୍ରସ୍ତ ହୋଇଛି । ସ୍ପାଇସଜେଟ ବିମାନକୁ ଦିଲ୍ଲୀରେ ରୋକିଦିଆଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ୩ ଫେବୃଆରୀରେ ମୁମ୍ବାଇ ଏୟାରପୋର୍ଟରେ ଏଭଳି ଏକ ଘଟଣା ଘଟିଥିଲା । ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ଏଭଳି ଧକ୍କା ହୋଇଥିଲା…

Read More