Author: sanitelevision

ନିଜ ପାଇଁ ଗାଡି କିଣୁଥିଲେ ଏହି ଖବର ଉପରେ ଧ୍ୟାନ ଦିଅନ୍ତୁ । ପାର୍କିଂ ସୁବିଧା ନ ଥିଲେ ବେସରକାରୀ ଗାଡ଼ି କିଣିବାକୁ ଅନୁମତି ମିଳିବନି । ସରକାର ସବୁ ସହରାଞ୍ଚଳ ପାଇଁ ଜାରି କରିଥିବା ଚିଠା ପାର୍କିଂ ନୀତିରେ ଏଭଳି କଡ଼ା ବ୍ୟବସ୍ଥା ରଖିଛନ୍ତି ।ଆସନ୍ତା ୨୮ ତାରିଖ ଭିତରେ ଏହି ଚିଠା ନୀତି ଉପରେ ନିଜ ଅଭିଯୋଗ ବା ପ୍ରସ୍ତାବ ଦେବାକୁ କୁହାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଚିଠା ପାର୍କିଂ ନୀତି(Urban parking policy) ଅଣାଯାଇଛି ।୨୦୧୭-୧୮ ମସିହାରେ ରାଜ୍ୟରେ ୯୧ ଲକ୍ଷ ଗାଡ଼ି ଥିଲା । ୨୦୨୩-୨୪ ସୁଦ୍ଧା ଏହା ଦେଢ଼ କୋଟିରେ ପହଞ୍ଚିଲାଣି । ଗତ ୬ ବର୍ଷରେ ରାଜ୍ୟରେ ଗାଡ଼ି ସଂଖ୍ୟା ୬୫% ବଢ଼ିଗଲାଣି । ଗାଡ଼ି ସଂଖ୍ୟା ଅନିୟନ୍ତ୍ରିତ ଭାବେ ବଢୁଥିବାରୁ ସହରାଞ୍ଚଳରେ ପାର୍କିଂ ସମସ୍ୟା ଗୁରୁତର ହେଲାଣି । ଏପରିକି ଟ୍ରାଫିକ ସମସ୍ୟା…

Read More

ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କ ବିରୋଧରେ ପୁଣି ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଅଭିଯାନ । ଏହି ସମୟରେ ବ୍ୟାପକ ଭାବେ ଗାଡ଼ି ଯାଞ୍ଚ୍ କରାଯିବା ସହ ବିନା ଡ୍ରାଇଭିଂ ତଥା ଅବୈଧ ଲାଇସେନ୍ସଧାରୀଙ୍କ ବିରୋଧରେ ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଘୋଷଣା କରାଯାଇଛି । ଏହି ମର୍ମରେ ରାଜ୍ୟର ସମସ୍ତ ଆରଟିଓଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ବିଶେଷ ଭାବରେ ଟ୍ରାକ୍ଟର, ହାଇୱା, ଡମ୍ପର ଓ ଟିପ୍ପର୍‌ ଗୁଡ଼ିକୁ ଯାଞ୍ଚ କରାଯିବ ।

Read More

ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୩୧ ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଚିଠିରେ ରାଜନୈତିକ ପ୍ରତିନିଧିତ୍ୱ ଓ ଅର୍ଥନୈତିକ ସ୍ୱାର୍ଥ କଥା ଉଠାଇଛନ୍ତି ନବୀନ ।ସେ କହିଛନ୍ତି ଯେ ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ, ସମାନୁପାତିକ ପ୍ରତିନିଧିତ୍ବ, ଗୌରବ ଅକ୍ଷୁଣ୍ଣ ଜରୁରୀ। ଡିଲିମିଟେସନରେ ପ୍ରତିନିଧିତ୍ବ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ବ ୩.୯ରୁ ୩.୪%କୁ ହ୍ରାସ ଘଟିବ। ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ। ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି ଏହା କରିବାକୁ ଦିଅନ୍ତୁନି ।ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ୱାର୍ଥକୁ ସୁରକ୍ଷା ଦିଅନ୍ତୁ କହିଛନ୍ତି ନବୀନ । ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତତ୍ତ୍ୱେ ଓଡିଶାକୁ ଦଣ୍ଡିତ କରାନଯାଉ । କେନ୍ଦ୍ରୀୟ…

Read More

ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦଗଣ୍ଡ ବଡ ବୟାନ ଦେଇଛନ୍ତି ।ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ । ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ସେହି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ ।ପିଲାମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛୁ । ପଶ୍ଚିମ ଓଡିଶାରେ କିଛି ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସୂଚନା ରହିଛି, ତାହାକୁ ମଧ୍ୟ ବିଚାରକୁ ନେଇଛି ବିଭାଗ । ସେହି ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ରିପୋର୍ଟ ଦେଲେ ବିଭାଗ ନିଷ୍ପତି ନେବ । ଏସଆରସି ହିଟ ୱେଭକୁ ନେଇ ବୈଠକ ଡାକି ସମୀକ୍ଷା କରିବା ପରେ ହିଁ ଖରା ଛୁଟି ପାଇଁ ନିଷ୍ପତି ନିଆଯିବ । ତେଣୁ ଏସଆରସିଙ୍କ ମିଟିଂ ପରେ ହିଁ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ ।

Read More

ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ’ ପହିଲାରୁ ବନ୍ଦ ରହିବ ।ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ (୩ ମାସ) ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ । ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଓ ପ୍ରଜନନ ପାଇଁ ଏହି କଟକଣା ଲାଗୁ କରାଯାଏ |

Read More

ରିମାଣ୍ଡ ଅବଧି ସରିବା ପରେ ପୁଣି ଜେଲକୁ ଫେରିଲା ରାଜା ସାହାଣୀ। ଚୌଦ୍ବାର ମଣ୍ଡଳ କାରାଗାରରୁ ଚମ୍ପଟ ମାରି ପରେ ଗିରଫ ହୋଇଥିବା ରାଜା ସାହାଣୀକୁ କର୍ଣ୍ଣାଟକ ପୋଲିସ ରିମାଣ୍ଡରେ ନେଇଥିଲା । ୭ ଦିନିଆ ରିମାଣ୍ଡ ଅବଧି ସରି ଯାଇଥିବାରୁ ପୁଣି ଓଡ଼ିଶା ଜେଲକୁ ଫେରିଛି ରାଜା ସାହାଣୀ। ରାଜାକୁ ନିଜ ରାଜ୍ୟକୁ ନେଇ କର୍ଣ୍ଣାଟକ ପୋଲିସ ଜେରା କରିଛି । ଚୌଦ୍ବାର ଜେଲ୍‌ରୁ ଫେରାର ହେବା ପରେ ମହୀଶୂରରେ ଏକ ଗହଣା ସୋରୁମରୁ ୨୦ କୋଟିର ଗହଣା ଡକାୟତି ମାମଲାରେ ରାଜା ସାହାଣୀ ସଂପୃକ୍ତ ରହିଥିଲା । ଅଧିକ ପଚରା ଉଚରା କରି କର୍ଣ୍ଣାଟକ ପୁଲିସ ତାଠାରୁ ଡକାୟତି ଲିଙ୍କ୍ ଗୁମର ଖୋଲିଥବ । ଖାଲି ସେତିକି ନୁହେଁ ରାଜା ସାହାଣୀ ଠାରୁ ପୂରା କ୍ରାଇମ ସିଣ୍ଡିକେଟ ପଛରେ କେଉଁମାନେ ସବୁ ଅଛନ୍ତି, ସେନେଇ ଅଧିକ ତଥ୍ୟ କାଢ଼ି ଥାଇପାରେ କର୍ଣ୍ଣାଟକ ପୋଲିସ ।ରାଜା ସାହାଣୀ ବିହାରର ବେଗୁସରାଇ…

Read More

ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ଅଧିକାଂଶ ଦେଶରେ ତୈଳ ସଙ୍କଟ ଗମ୍ଭୀର ହେଉଥିବା ପରିପ୍ରେକ୍ଷୀରେ ଆମେରିକା ପ୍ରତିବନ୍ଧକ ସତ୍ତ୍ୱେ ଇରାନ ଏବଂ ରୁଷରୁ ତେଲ କିଣିବା ପାଇଁ ଛାଡ ଦେଇଥିଲା ଯାହା ଏବେ ଶେଷ ହେବାକୁ ଯାଉଛି। ଆମେରିକା ଏହି ଛାଡକୁ ବୃଦ୍ଧି କରିବାକୁ ମନା କରିଦେଇଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଘୋଷଣା କରିଛନ୍ତି, ୱାସିଂଟନ ଆଉ ଛାଡ ଅବଧି ବୃଦ୍ଧି କରିବ ନାହିଁ। ଏବେ ରୁଷ ଏବଂ ଇରାନରୁ ତେଲ କିଣିବାକୁ ଅନୁମତି ଦିଆଯିବ ନାହିଁ। ଏହି ନିଷ୍ପତ୍ତିଗୁଡ଼ିକ ପ୍ରତିବନ୍ଧକ ଛାଡ଼ ମାଧ୍ୟମରେ ତୈଳ ଯୋଗାଣ ବୃଦ୍ଧି ଏବଂ ବିଶ୍ୱ ଶକ୍ତି ମୂଲ୍ୟ ହ୍ରାସ କରିବା ପାଇଁ ଟ୍ରମ୍ପ ପ୍ରଶାସନର ପ୍ରୟାସର ଅନ୍ତକୁ ସୂଚିତ କରେ।

Read More

ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ ପାଇଁ ଇଚ୍ଛା କଲେ । ସାଦି ଡଟ୍ କମ୍‌ରେ ମିଳିଲେ ଦ୍ୱିତୀୟ ପତ୍ନୀ । ଭଲ ପ୍ରୋଫାଇଲ୍ ଦେଖି ସମ୍ପର୍କ ରଖିଲେ କିନ୍ତୁ ଫଶିଗଲେ I 40 ଲକ୍ଷ ଟଙ୍କା ପଟି ମାରି ନେଲା ଦ୍ଵିତୀୟ ପତ୍ନୀ ,ଟଙ୍କା ମାଗିଲେ ମିଳୁଛି ହତ୍ୟା ଧମକ। ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଶିଶୁପାଳ ଗଡ଼ରେ । ନ୍ୟାୟ ପାଇଁ ଧଉଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାଲେଶ୍ୱରର ବିସ୍ମିତ ରଞ୍ଜନ ଦାସ । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।୩୭ ବର୍ଷୀୟ ବିସ୍ତୃତଙ୍କ ଘର ବାଲେଶ୍ଵର ଜିଲ୍ଲା, ଖନ୍ତାପଡା ସ୍ଥିତ ମହାରାଜପୁର ଗାଁରେ। ସେ ଭୁବନେଶ୍ଵରରେ ରହି ବ୍ୟବସାୟ କରୁଥିଲେ। ୨୦୨୩ରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଘର ଲୋକ ଦ୍ଵିତୀୟ ବିବାହ ପାଇଁ କହିଥିଲେ। ତେଣୁ ବିସ୍ତୃତ ସାଦି ଡଟ୍ କମ୍ ଏକ ଆଇଡି ଖୋଲିଥିଲେ । ସେଠାରେ ଭଦ୍ରକ ବାସୁଦେବପୁର ନଈଛଣପୁର…

Read More

ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ । ଆସିବ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ।ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ନିମନ୍ତେ ବିଲ୍ ଆଗତ କରିବେ । ଲୋକସଭା ଆସନ ବୃଦ୍ଧି, ନିର୍ବାଚନମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ଓ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ତ୍ବରାନିତ କରିବା ଏହାର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଲୋକସଭାରେ ଯେଉଁ ୫୪୩ ଆସନ ରହିଛି, ତାହା ୧୯୭୧ ଜନଗଣନା ଆଧାରରେ ସ୍ଥିର ହୋଇଥିଲା । ଶେଷଥର ପାଇଁ ୨୦୦୨ରେ ସୀମା ପୁନଃ ନିର୍ଦ୍ଧାରଣ ହୋଇଥିଲା । କିନ୍ତୁ ସେତେବେଳେ କେବଳ ଆସନଗୁଡ଼ିକର ସୀମା ବଦଳିଥିଲା । ଆସନ ସଂଖ୍ୟା ଅପରିବର୍ତ୍ତିତ ରହିଥିଲା । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବୁଧବାର ବିରୋଧୀ ଦଳଙ୍କ ‘ଇଣ୍ଡି’…

Read More

କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କଟକର ଏକ ପ୍ରତିଷ୍ଠିତ କଲେଜର ଯୁକ୍ତ୩ ଛାତ୍ରୀଙ୍କୁ ଅପହରଣ କରି ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଏହି ମାମଲାରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ମାଷ୍ଟର୍‌ମାଇଣ୍ଡକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ଯାଜପୁର ବିଞ୍ଝାରପୁର ଥାନା କଲ୍ୟାଣୀପୁର ଅଞ୍ଚଳର ସତ୍ୟବ୍ରତ ପରିଡ଼ା। ପୁଲିସ ତାକୁ ଯାଜପୁରରୋଡ୍‌ ରେଳଷ୍ଟେସନ୍‌ ନିକଟରୁ ବୁଧବାର ଗିରଫ କରିଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର ହୋଇଯାଇଛନ୍ତି। ସୂଚନାମୁତାବକ ଯାଜପୁର ଜିଲ୍ଲାର ଜଣେ ନାବାଳିକା କଟକରେ ରହି କଲେଜରେ ପାଠ ପଢୁଛନ୍ତି । ଦିଲ୍ଲୀରେ ଏକ କମ୍ପାନିରେ ଚାକିରି କରୁଥିବା ବିଞ୍ଝାରପୁରର ସତ୍ୟବ୍ରତଙ୍କ ସହିତ ଛାତ୍ରୀଙ୍କ ପୂର୍ବରୁ ପରିଚୟ ଥିଲା । ଗତ ଫେବ୍ରୁଆରି ମାସରେ ସତ୍ୟବ୍ରତ ଏକ ବାଇକରେ ଛାତ୍ରୀଙ୍କୁ ବୁଲିଯିବା ବାହାନାରେ କଟକରୁ ଡାକିନେଇ ପୁରୀ ଯାଇଥିଲା । ସାଙ୍ଗରେ ସତ୍ୟବ୍ରତର ବିଞ୍ଝାରପୁର ଅଞ୍ଚଳର ଅନ୍ୟ ତିନି ଜଣ ସାଙ୍ଗ ମଧ୍ୟ ଥିଲେ ।…

Read More