Author: sanitelevision

ଗଞ୍ଜେଇ ଚାଲାଣର ନୂଆ ଟ୍ରିକ୍। ଫେରିବାଲା ସାଜି କରୁଥିଲା ଗଞ୍ଜେଇ ଚାଲାଣ। ପ୍ଲାଷ୍ଟିକ ମଶିଣାରେ ଲୁଚାଇ ଚାଲାଣ ବେଳେ ମାଡି ବସିଲା ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଂଚଳରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।ଉକ୍ତ ଫେରୀଵାଲା ମଧ୍ୟ ପ୍ରଦେଶର ନିବାସୀ ହୋଇଥିବା ବେଳେ ସେ ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଏକ ମୋଟରସାଇକେଲରେ ଚାଲାଣ କରୁଥିଲା ।ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟ କରି, ତରଭା ଥାନାର ଏକ ଦଳ ତରଭା ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇଥିଲା। ଏକ ନିୟମିତ ଯାଞ୍ଚରୁ ଜଣାପଡିଛି ଯେ ମସିଣା କାଟି ସେଥିରେ ଗଞ୍ଜେଇ ଲୁଚାଯାଇଥିଲା। ତେବେ ପୋଲିସକୁ ଚକମା ଦେବା ପାଇଁ ସେମାନେ ଫେରୀଵାଲା ରୂପ ନେଇ ଚାଲାଣ କରୁଥିଲେ।ଯାଞ୍ଚ ବେଳେ ୪୭ କେଜି ଗଂଜେଇ ଜବତ ହୋଇଛି ।

Read More

ଭୁବନେଶ୍ୱର ଫେରିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଗତ ୧୦ ତାରିଖରେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ ।ନବୀନଙ୍କ ଦିଲ୍ଲୀ ଗସ୍ତ ସମୟରେ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ବ ଦିଆଯାଇଥିଲା । ତାଙ୍କୁ ସଂଦଦୀୟ ଦଳ ନେତା ଭାବେ ଚୟନ କରିଥିଲେ ନବୀନ ପଟ୍ଟନାୟକ ।

Read More

ରାଜ୍ୟ ସରକାରଙ୍କୁ ବିଜେଡିର ପ୍ରଶ୍ନ । ସିଏମ କିଷାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।ଗତ ଥର ସିଏମ୍‌ କିଷାନ କିସ୍ତି ଜରିଆରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କ ସହାୟତା ରାଶି ବଣ୍ଟନ କରିଥିଲେ ରାଜ୍ୟ ସରକାର । କିନ୍ତୁ ଚଳିତ ଥର ୪୨ ଲକ୍ଷ ୬୮ ହଜାର ୫ ଶହ ୪୨ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ସରକାର । ଗତ ଥର ତୁଳନାରେ ଏଥର ପାଖାପାଖି ୧୦ ଲକ୍ଷ ଚାଷୀଙ୍କ ନାଁ ବାଦ୍‌ ପଡିଛି । ତେବେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।ଏତେ ସଂଖ୍ୟାରେ ଚାଷୀ କାହିଁକି ବାଦ୍ ପଡ଼ିଲେ । ୫୧ ଲକ୍ଷରୁ ଏକାଥରକେ ୪୧ ଲକ୍ଷକୁ ଆସିଗଲା । ଏହା କଣ ଚାଷୀଙ୍କ ଅକ୍ଷୟ ତୃତୀୟାରେ ତୃତୀୟ ଭେଟି । ଧାନ ସଂଗ୍ରହ ନକରି ଚାଷୀଙ୍କ ପେଟକୁ ଲାତ ମାରିଥିଲେ…

Read More

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତକୁ ନଜରରେ ରଖି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ।ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ୬ ଜଣ ଏସ୍‌ପିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୫୧ଜଣ ଇନ୍ସପେକ୍ଟର ନିୟୋଜିତ ହେବେ। ଏଥିସହ ୯ଜଣ ଅତିରିକ୍ତ ଏସ୍‌ପି, ୮ଶହ ହୋମଗାର୍ଡ ଏବଂ ୨ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ। ବିମାନବନ୍ଦର ଅଂଚଳ , ଟ୍ରାଇବଲ ମ୍ୟୁଜିୟମ, ସର୍କିଟ ହାଉସ ସମେତ ମହାମହିମଙ୍କ ଗସ୍ତ ଥିବା ଅଂଚଳରେ ନୋ ଡ୍ରୋନ ଜୋନ ବପ୍ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ସେସବୁ ଅଂଚଳରେ ଡ୍ରୋନ ବା ବିମାନ ଉଡାଣ କରିପାରିବ ନାହିଁ । ଏହି କଟକଣା ଆଗାମୀ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ରହିବ ।

Read More

ଆଜି ହେଉଛି ଅକ୍ଷୟ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି।୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଟଙ୍କା । ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟ ଗଲା ସିଏମ୍‌ କିଷାନ ଟଙ୍କା । କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ । ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରାଗଲା । ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ୪୧ ହଜାର ୪୯ ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି । ଟଙ୍କା ପାଇବା ପରେ ଚାଷୀଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି ।ସି ଏମ – କିଷାନ ଯୋଜନା କ’ଣ: ସି ଏମ – କିଷାନ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ…

Read More

ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ । ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ପଡ଼ିଛି ଗୃହ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠାରୁ ପ୍ରାୟ ୯.୮ ଲକ୍ଷ ନାମ କଟିଯାଇଛି। କିନ୍ତୁ ଏଥିରେ ଅନେକ ତୃଟି ନେଇ ଅଭିଯୋଗ ମିଳିଛି। ଅନେକ ମାମଲାରେ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାମ କଟାଯାଇଥିବା ସହିତ ବିଏଲଓ ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରିନଥିବା ଅଭିଯୋଗ ଆସିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ ଏପ୍ରିଲ୍ ୨୦୨୬ ପରେ ଆସିଥିବା ପ୍ରାୟ ୨ ଲକ୍ଷ Form-7 ଆବେଦନକୁ ଅସ୍ଥାୟୀ ଭାବେ ହୋଲ୍ଡରେ ରଖାଯାଇଛି।ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର EROଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରିବାର ଲୋକ କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ।ତେବେ…

Read More

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । କଟକ ସ୍ଥିତ CRRI କ୍ୟାମ୍ପସ ମଧ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ପୂଜାର୍ଚ୍ଚନା, ହୋମଯଜ୍ଞ ପରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଆଜି ଅକ୍ଷୟ ତୃତୀୟା ଅବସରରେ କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା CRRIରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି ।ଯୋଗ୍ୟ ଚାଷୀଙ୍କୁ ସିଏମ୍ କିଷାନ ଖରିଫ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଜମିରେ ପୂଜାପାଠ ପରେ ପ୍ରଥମ କରି ବିହନ ବୁଣି ଚାଷ କାମ ଆରମ୍ଭ କରୁଛନ୍ତି ଚାଷୀ । ଇଷ୍ଟଦେବଙ୍କୁ ପୂଜା କରି ଭଲ ଫସଲ ଓ ଅମଳ ପାଇଁ ଆଶୀର୍ବାଦନ ଲୋଡ଼ିଛନ୍ତି ।

Read More

ଜନ ଗଣନା କରିବାକୁ ଯାଇ ନିଖୋଜ ଶିକ୍ଷୟତ୍ରୀ । ତିନି ଦିନ ହେଲାଣି ମିଳୁନି ପତ୍ତା। ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି ।ବାରିପଦା ବାଉତିଶୋଳ ଅଞ୍ଚଳରୁ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଶନିବାରଠୁ ନିଖୋଜ ଥିବା ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଜ୍ୟୋତ୍ସ୍ନାରାଣୀଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ସେ ୮ ବର୍ଷ ହେବ ବାରିପଦାରେ କାର୍ଯ୍ୟ କରୁଛନ୍ତି। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହ ସ୍ଥାନୀୟ ଅଞ୍ଚଳ ଏବଂ ଶିକ୍ଷୟତ୍ରୀଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ଙ୍କ ଘରେ ମଧ୍ୟ ଖୋଜାଖୋଜି କରୁଛି । ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଶିକ୍ଷୟିତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ ।

Read More

ୱାଶିଙ୍ଗଟନ୍‌ର ଅତ୍ୟଧିକ ଦାବି, ଅବାସ୍ତବ ଆଶା, ସ୍ଥିତିରେ ନିରନ୍ତର ପରିବର୍ତ୍ତନ, ବାରମ୍ବାର ବିରୋଧାଭାସ ଏବଂ ଇରାନୀୟ ବନ୍ଦରଗୁଡ଼ିକର ଯୁକ୍ତରାଷ୍ଟ୍ର ନୌସେନା ଅବରୋଧ ଯୋଗୁ ତେହେରାନ୍ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ | ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ସାମିଲ ହେବନି ଇରାନ । ପାକିସ୍ତାନ ଇସଲାମାବାଦରେ ଯୁକ୍ତରାଷ୍ଟ୍ର ସହ ଦ୍ୱିତୀୟ ଆଲୋଚନାରେ ଇରାନ୍ ଅଂଶଗ୍ରହଣ କରିବ ନାହିଁ ବୋଲି ଇରାନ ଷ୍ଟେଟ ମିଡ଼ିଆ ରିପୋର୍ଟ କରିଛି ।ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଇରାନ୍‌ର ପ୍ରଥମ ଉପ-ରାଷ୍ଟ୍ରପତି ଯୁକ୍ତରାଷ୍ଟ୍ରର ଆଲୋଚନା ଢଙ୍ଗକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମେରିକା ପିଲାଙ୍କ ପରି ଅସ୍ଥିର ବ୍ୟବହାର କରୁଛି । ଚାପ ପକାଇ ଯୁଦ୍ଧବିରାମ ଏବଂ ଆଲୋଚନା ଚାହୁଁଛନ୍ତି ଏବଂ ଏହା ପରେ ଆହୁରି ଅଧିକ କଠୋର ମନୋଭାବ ଗ୍ରହଣ କରୁଛନ୍ତି । ତେବେ ହ୍ୱାଇଟ୍ ହାଉସ୍ କହିଛି, ଆଲୋଚନା ପାଇଁ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ୍ ଏବଂ ଅନ୍ୟାନ୍ୟ ବରିଷ୍ଠ…

Read More

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ହେଉଛି ଅଧା ଓଡ଼ିଶା।ଆସନ୍ତା ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ। ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ରୁ ୪୦ ଡିଗ୍ରୀ ଟପିପାରେ ତାତି। ୨ରୁ ୩ ଡିଗ୍ରୀ ବଢ଼ିପାରେ ଦିନ ତାପମାତ୍ରା । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ତଥାପି ରାଜ୍ୟରେ ଜାରି ରହିବ ତାତିର ପ୍ରହାର । ପାଣିପାଗ ବିଭାଗ ଆକଳନ ଅନୁସାରେ, ସୋମବାର ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ରାତିରେ ବି ଅସ୍ତ୍ରଭାବିକ ଗରମ ଅନୁଭୂତ ହେବ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,…

Read More