Author: sanitelevision

ଫ୍ଲାଏ୯୧ ଏୟାରଲାଇନ୍ସର ଏକ ବିମାନ ସୋମବାର ହାଇଦରାବାଦରୁ କର୍ଣ୍ଣାଟକର ହୁବାଲି ଯାତ୍ରା କରୁଥିବାବେଳେ ମଝି ଆକାଶରେ ପ୍ରବଳ ଘୂର୍ଣ୍ଣିଝଡର ସମ୍ମୁଖୀନ ହୋଇଥିଲା। ଖରାପ ପାଣିପାଗର ମୁକାବିଲା କରିବାକୁ ପାଇଲଟ ସମସ୍ତ ଉଦ୍ୟମ କରିଥିବା ସତ୍ତ୍ବେ ବିମାନଟି ଜୋରରେ ଦୋହଲିବାକୁ ଲାଗିଥିଲା।ବିମାନରେ ଥିବା ଜଣେ ମହିଳା ଯାତ୍ରୀ ଜୋରରେ କାନ୍ଦୁଥିବାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ୨୨ ଜଣ ଯାତ୍ରୀଙ୍କୁ ନେଇ ଉକ୍ତ ବିମାନଟି ଅପରାହ୍ଣ ୩ଟାରେ ହାଇଦରାବାଦରୁ ଉଡାଣ ଆରମ୍ଭ କରିଥିଲା। ଅପରାହ୍ଣ ୪ଟା ୩୦ ମିନିଟରେ ଏହା ହୁବାଲିରେ ପହଞ୍ଚିବା କଥା। ତେବେ ପ୍ରବଳ ବର୍ଷା ଓ ଖରାପ ପାଣିପାଗ ଯୋଗୁଁ ବିମାନଟି ଅବତରଣ କରିପାରିନଥିଲା। ଫଳରେ ନିୟମ ଅନୁଯାୟୀ ଆକାଶରେ ଘଣ୍ଟାଏ ପର୍ଯ୍ୟନ୍ତ ଉଡିବାକୁ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲ) ପକ୍ଷରୁ ପାଇଲଟଙ୍କୁ ନିର୍ଦେଶ ଦିଆଯାଇଥିଲା। ତଥାପି ସ୍ଥିତି ସ୍ବାଭାବିକ ନ ହେବାରୁ ବିମାନର ଗତିପଥ ପରିବର୍ତ୍ତନ କରାଯାଇ ଏହାକୁ ବେଙ୍ଗାଲୁରୁରେ ଅବତରଣ କରାଯାଇଥିବା…

Read More

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଲେ ମହାମହିମ। ରାଷ୍ଟ୍ରପତି ମୁର୍ମୁଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ପ୍ଲାନେଟାରିୟମ ଓ ମ୍ୟୁଜିୟମର ହେବ ଉଦଘାଟନ । ପୋଲିସ ଛାଉଣିରେ ଇସ୍ପାତ ସହର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ରାଉରକେଲା ଗସ୍ତ କରି ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ।ଆଦିବାସୀ ସଂଗ୍ରହାଳୟ, ନିର୍ମଳ ମୁଣ୍ଡା ପ୍ରବେଶ ପଥର ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Read More

ଆପଲ୍‌ର ୧୫ ବର୍ଷ ଧରି ନେତୃତ୍ୱ ନେବା ପରେ ଟିମ୍ କୁକ୍ ସିଇଓ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି । ୨୦୧୧ ମସିହାରେ ଷ୍ଟିଭ୍ ଜବସ୍‌ଙ୍କ ମୃତ୍ୟୁ ପରେ କମ୍ପାନିର ଦାୟିତ୍ୱ ନେଇଥିବା କୁକ୍ ଆପଲ୍‌କୁ ଏକ ଉଚ୍ଚତାରେ ପହଞ୍ଚାଇଛନ୍ତି । ଏବେ ସେପ୍ଟେମ୍ବର ୧ ତାରିଖରୁ, ହାର୍ଡୱେର୍ ଇଞ୍ଜିନିୟରିଂର ବରିଷ୍ଠ ଉପାଧ୍ୟକ୍ଷ ଜନ୍ ଟର୍ନସ୍ କମ୍ପାନିର ନୂତନ ସିଇଓ ହେବେ। ଏହି ଖବର ଆପଲ୍‌ର ଭବିଷ୍ୟତ ଏବଂ ଟେକ୍ ଜଗତରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି । ଜନ୍ ଟର୍ନସ୍ ସେପ୍ଟେମ୍ବର ୧ ତାରିଖରେ ତାଙ୍କର ନୂତନ ଭୂମିକା ଗ୍ରହଣ କରିବେ। ଟିମ୍ କୁକ୍ ଏବେ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ। ଜନ୍ ଟର୍ନସ୍ ଗତ ୨୫ ବର୍ଷ ଧରି ଆପଲ୍‌ରେ ଅଛନ୍ତି।ସ୍ୱାସ୍ଥ୍ୟଗତ କାରଣରୁ ଷ୍ଟିଭ୍ ଜବ୍ସ ସିଇଓ ପଦ ଛାଡିଥିଲେ। ଟିମ୍ କୁକ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଇସ୍ତଫା ବିଷୟରେ…

Read More

ନାବାଳକ ପ୍ରେମିକର ହାଇଡ୍ରାମା। ପ୍ରେମ ପାଇଁ ପ୍ରାୟ ୧୦୦ ଫୁଟ ଉଚ୍ଚ ପଟାସ ଗଛର ଶୀର୍ଷରେ ଚଢିଗଲା ନାବାଳକ। ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଦେଲା ଧମକ। ଆଜି ସକାଳୁ ସକାଳୁ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ସହରରେ। ସୂଚନା ଅନୁସାରେ ସମ୍ବଲପୁର ରେଢ଼ାଖୋଲ ଅଞ୍ଚଳର ଜଣେ ନାବାଳକ କିଛି ଦିନ ତଳେ ନିଜ ପ୍ରେମିକା ସହ ଘରୁ ଫେରାର ହୋଇଯାଇଥିଲା।ରେଳବାଇ ପୁଲିସ ଉଭୟଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରାଇଥିଲା। ସିଡବ୍ଲୁସି ପକ୍ଷରୁ ନାବାଳକକୁ ଅନୁଗୁଳ ଅମଲାପଡ଼ାରେ ଥିବା ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା ଏବଂ ପ୍ରେମିକାକୁ ସଖୀ କାଉନସେଲିଂ ସେଣ୍ଟରରେ ରଖାଯାଇଥିଲା। ହେଲେ ଆଜି ଭୋରୁ ଭୋରୁ ନାବାଳକ ଜଣଙ୍କ ଉତ୍କଳ ବାଳାଶ୍ରମ ପରିସରରେ ଥିବା ପଟାସ ଗଛରେ ଚଢ଼ିଯାଇ ଦେଇଥିଲା ଧମକ। ପ୍ରେମିକାକୁ ଡାକିବାକୁ ଜିଦ୍ ଧରିଥିଲା। ଏପରିକି ପ୍ରେମିକାକୁ ନଡାକିଲେ ଗଛ ଉପରେ ଗାମୁଛା ଲଗାଇ ଆତ୍ମହତ୍ୟା…

Read More

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାକୁ ଦେଖି ସ୍କୁଲ ଛୁଟି ଘୋଷଣା । ୪୦ ଡିଗ୍ରୀ ଉପରେ ରହିଛି ଅଧା ଓଡ଼ିଶା ।ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା ୪ ଦିନ ଧରି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ହିଟ୍ ୱେଭ (ଗ୍ରୀଷ୍ମ ପ୍ରବାହ) ଛଟପଟ କରିବ । ୨୩ ଯାଏଁ ପଶ୍ଚିମରେ ହିଟ୍ ୱେଭ ଏବଂ ଉପକୂଳରେ ଗୁଳୁଗୁଳି ନାକେଦମ କରିବ।ମଝିରେ ମଝିରେ ଉପକୂଳ ଏବଂ ପାଖ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ହୋଇପାରେ। ମାତ୍ର ବଡ଼ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍।

Read More

ଫିଲ୍ମ ନିର୍ମାତା ଆଟଲିଙ୍କ ଘରକୁ ଆଉ ଏକ ଖୁସି ଖବର ଆସିଛି । ଆଟଲି ଏବଂ ତାଙ୍କ ସ୍ତ୍ରୀ ପ୍ରିୟା ଆଟଲି ଘରକୁ କୁନି ଅତିଥିଙ୍କୁ ସ୍ବାଗତ କରିଛନ୍ତି । ଜାନୁଆରୀ ୨୦୨୩ରେ ସେମାନଙ୍କ ପୁଅ ମିରଙ୍କୁ ସ୍ୱାଗତ କରିବା ପରେ, ଦମ୍ପତି ଇନଷ୍ଟାଗ୍ରାମରେ ଘୋଷଣା କରିଛନ୍ତି ଯେ ଏପ୍ରିଲ ୨୦ ତାରିଖରେ ଏକ କନ୍ୟା ସନ୍ତାନ ସ୍ୱରୂପ ଆଶୀର୍ବାଦ ପାଇଛନ୍ତି ।ଏଟଲି ଓ ପ୍ରିୟା ଇନଷ୍ଟାଗ୍ରାମରେ ଏକ ସ୍ୱିଟ୍ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖାଯାଇଛି, “ମୋ କୁନି ଭଉଣୀ ଆସିଛି,” । ଯେଉଁଥିରେ “ବଡ଼ ଭାଇ ଭାବେ ମିର” ଛୋଟିଆ ଖେଳଣା କାର ଧରି ବସିଛନ୍ତି । ହସି ହସି ସେ ଖେଳୁଥିବାର ନଜର ଆସିଛନ୍ତି ।ଏଟଲି କ୍ୟାପସନରେ ସେୟାର କରିଛନ୍ତି ଯେ ସେ ଏକ ଝିଅର ପିତା ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି । ଦମ୍ପତିଙ୍କ ଖୁସିର ସୀମା ନାହିଁ ।ଯଦି ଉଭୟ ଦମ୍ପତ୍ତିଙ୍କ…

Read More

ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏହି ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଛି। ମଧ୍ୟାହ୍ନ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ରଥଖଳା ଠାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରିଥିଲେ। ସେହିପରି ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ ଚଳନ୍ତି ପ୍ରତିମା ମଦନ ମୋହନ , ରାମ ,କୃଷ୍ଣ, ଶ୍ରୀଦେବୀ ,ଭୂଦେବୀ ଓ ଶ୍ରୀକ୍ଷେତ୍ରରେ ପଞ୍ଚ ମହାଦେବ ବିମାନ ଓ ପାଲିଙ୍କିରେ ବସି ନୌକା ବିହାର ବା ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ । ରାମକୃଷ୍ଣ ନନ୍ଦା ଚାପରେ ଓ ମଦନମୋହନ ଭଦ୍ରା ଚାପରେ ବିରାଜମାନ କରି ଜଳ କ୍ରୀଡା କରିବେ। ଅକ୍ଷୟ ତୃତୀୟାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ୪୨ ଦିନ ପାଳିତ ହୋଇଥାଏ । ଏହା…

Read More

ଏକତରଫା ଭାବେ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରତିହିଂସା ପରାୟଣ ହୋଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଯୁବକ ।ପୀଡ଼ିତା ନାବାଳିକା ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ଟେକି ନେଇ ଦୁଷ୍କର୍ମ | ନାବାଳିକାଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି କାମାନ୍ଧ ଯୁବକକୁ କାବୁ କରି ପୁଲିସ ଜିମା ଦେବା ସହ ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏପରି ଏକ ଅଭାବନୀୟ ଘଟଣା ବଡ଼ମ୍ବା ବ୍ଲକ ଭଟ୍ଟାରିକା ପଞ୍ଚାୟତରେ ଘଟିଛି ।ନାବାଳିକାଙ୍କ ବାପାଙ୍କ ଏତଲା କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡ଼ିତା ନାବାଳିକା ଓ ଅଭିଯୁକ୍ତଯୁବକର ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ହାଜର କରାଯାଇଥିବା ଜଣାପଡ଼ିଛି ।

Read More

ରାଜସ୍ଥାନର ବାଲୋତରା ଜିଲ୍ଲାରେ ଥିବା ପଚପଦରା ତୈଳ ବିଶୋଧନାଗାରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୧ ତାରିଖରେ ଏହାକୁ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । ମୁଖ୍ୟମନ୍ତ୍ରୀ ଭଜନ ଲାଲ ଅପରାହ୍ନ ୪:୩୦ରେ ରିଫାଇନାରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହାର କିଛି ସମୟ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ କୌଣସି ମୃତାହତ ହୋଇନାହିଁ। ତେବେ ଅଗ୍ନିକାଣ୍ଡ ଅଶୋଧିତ ତୈଳ ବିଶୋଧନ ୟୁନିଟରେ ଲାଗିଛି। ଅଧିକାଂଶ ରିଫାଇନାରୀ ଏବଂ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ସ୍ଥାନରେ ନିୟୋଜିତ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ ମଧ୍ୟ ରିଫାଇନାରୀରେ ପହଞ୍ଚିଛି ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି।

Read More

ଛତିଶଗଡ଼ରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଛତିଶଗଡ଼ ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ଘଟିଛି । ଆରା ପାହାଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଖୁରାସଗଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଗଛ ସହ ଧକ୍କା ହେବା ପରେ ଜଳିଯାଇଛି । ଦୁର୍ଘଟଣା ନେଇ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି । ସୂଚନାମୁତାବକ ଗ୍ରାମବାସୀଙ୍କ ଅନୁଯାୟୀ, ଜଶପୁରର ନାରାୟଣପୁର ଅଞ୍ଚଳର ରତନପାହାଲି ଜଙ୍ଗଲରେ ଚାର୍ଟର୍ଡ ବିମାନଟି ଗଛ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ, ପାହାଡ଼ୀ ଅଞ୍ଚଳରୁ ନିଆଁ ଏବଂ ଧୂଆଁ ଉଠିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ପାଇଲଟ ଏବଂ କୋ-ପାଇଲଟଙ୍କର ମୃତ୍ୟୁ ହୋଇଛି ।

Read More