ସୁନା ଦର ଶୁକ୍ରବାର ୧୦ ଗ୍ରାମ୍ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର ବଢ଼ିଥିବାରୁ ଘରୋଇ ବଜାରରେ ମହଙ୍ଗା ହୋଇଥିବା ଅଲ୍ ଇଣ୍ଡିଆ ସରାଫା ଆସୋସିଏଶନ କହିଛି।ରୁପାର କିଲୋପିଛା ଦାମ୍ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୪,୦୦୦ ଟଙ୍କା ହୋଇଛି। ଗତ ତିନି ଦିନ ଭିତରେ ରୁପା ୪୦୦୦ ଟଙ୍କା ମହଙ୍ଗା ହୋଇଛି । ଏହା ପୂର୍ବରୁ ଚଳିତ ମାସ ୧୯ରେ ରୁପା ୧,୧୪,୦୦୦ ଟଙ୍କା ସ୍ତରରେ ଥିଲା ।
Author: sanitelevision
OWSSB ( ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ ) ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଇନଚାର୍ଜ ଭାବେ କାର୍ଯ୍ୟରତ ଅଛନ୍ତି । ଖୋର୍ଦ୍ଧା, ଭୁବନେଶ୍ବର ଘର ସମେତ କଟକର ସଂପର୍କୀୟଙ୍କ ଘରେ ରେଡ୍ । ଚଢାଉରେ ୭ ଡିଏସପି, ୯ ଇନସ୍ପେକ୍ଟର, ୧୦ ଏଏସଆଇ ସାମିଲ ହୋଇଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଦୀର୍ଘଦିନ ପରେ ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ ଭି.କେ ପାଣ୍ଡିଆନ୍ଙ୍କୁ ଏକାଠି ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନ ପରେ ନବୀନଙ୍କ ସହ ପାଣ୍ଡିଆନ୍ଙ୍କୁ ଦେଖିବାକୁ ମିଳୁ ନ ଥିଲା। ଦଳୀୟ ନେତା ନବୀନ ନିବାସରେ ପାଣ୍ଡିଆନ୍ଙ୍କୁ ଭେଟୁଥିଲେ ମଧ୍ୟ ନବୀନଙ୍କ ସହ ଗୋଟିଏ ଫ୍ରେମ୍ରେ ସେ ନଜର ଆସୁନଥିଲେ। ତେବେ ନିକଟରେ ନବୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଦ୍ୱାରା ଆୟୋଜିତ ବିରୋଧୀ ଦଳଗୁଡ଼ିକର ଏକ ବୈଠକକୁ ସମର୍ଥନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଏହି ବୈଠକ ନିର୍ବାଚନ ମଣ୍ଡଳୀ ଡିଲିମିଟେସନ ଆଲୋଚନା ପାଇଁ ଆୟୋଜିତ ହୋଇଥିଲା। ଏହା ପୂର୍ବରୁ ସେ ସମଦୂରତା ନୀତି ଅବଲମ୍ବନ କରୁଥିବା ବେଳେ ଏବେ ତାଙ୍କ ରାଜନୈତିକ ରଣନୀତିରେ ପରିବର୍ତ୍ତନ ଆସୁଛି ବୋଲି ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ଯେ, ବିଜେଡିର ଦୀର୍ଘସ୍ଥାୟୀ ସ୍ଥିତି ପାଇଁ ନବୀନ ବିରୋଧୀ ଦଳଗୁଡ଼ିକ ସହ…
ସମାଜ ଏବଂ ସମ୍ବିଧାନ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ କେନ୍ଦ୍ର ସରକାର ଶୁକ୍ରବାର ଦିନ ୧୪ ଏପ୍ରିଲକୁ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମବାର୍ଷିକୀକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି।କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମ୍ବିଧାନର ସ୍ଥପତି, ସମାଜରେ ସମାନତାର ଏକ ନୂତନ ଯୁଗ ପ୍ରତିଷ୍ଠା କରିଥିବା ବ୍ୟକ୍ତି, ଆମର ପୂଜ୍ୟ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଜୀଙ୍କ ଜନ୍ମ ବାର୍ଷିକୀରେ ସରକାରୀ କ୍ଷେତ୍ରରେ ସାଧାରଣ ଛୁଟି ରହିବ। ଏହି ନିଷ୍ପତ୍ତି ନେଇ ବାବା ସାହେବଙ୍କ ଜଣେ ଉତ୍ସର୍ଗୀକୃତ ଅନୁଗାମୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଭାବନାକୁ ସମ୍ମାନ ଦେଇଛନ୍ତି ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ।
ଭାରତରେ ଅତ୍ୟାଚାର, ନିର୍ଯାତନା ଆଦି ମାମଲା ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଗତ ମାସ ମଧ୍ୟରେ ୨୪୮୩ ଜଣଙ୍କୁ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ଏନେଇ ଆଜି ଗୃହରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।ଗତ ୨୦୨୪ ଜୁନ୍ରୁ ୨୦୨୫ ଫେବ୍ରୁଆରୀ ଶେଷ ସୁଦ୍ଧା ସର୍ବମୋଟ ୨୪୮୩ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି । ତେବେ ଏହି ମାମଲାଗୁଡ଼ିକର ତଦନ୍ତ ଉପ ଆରକ୍ଷୀ ଅଧିକ୍ଷକ(DSP) ପାହ୍ୟାରେ କରାଯାଉଛି । ସର୍ବାଧିକ ଯାଜପୁରରେ ୨୬୯, କଟକରେ ୧୫୯, ଜଗତସିଂହପୁରରେ ୧୫୭ଟି ନିର୍ଯାତନା ଘଟଣା ଘଟିଛି ।
ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ, ଫୋଲେଟ, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା କ୍ୟାଲସିୟମ ଅକ୍ସାଲେଟ କିଡନୀ ଷ୍ଟୋନ ସମସ୍ୟା ଦୂର କରିଥାଏ। ତେଣୁ ସକାଳେ ଏଥିରୁ ଅଧାଗ୍ଲାସ ପିଇଲେ ବହୁ ଫାଇଦା ମିଳେ। ଏଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଲେମ୍ବୁରେ ଭିଟାମିନ୍ ଏବଂ ମିନେରାଲ୍ସ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ । ସର୍ବପ୍ରଥମେ ଏହା ଆମର ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଲେମ୍ବୁ ପାଣି ଶରୀରକୁ ହାଇଡ୍ରେଟ୍ ରଖିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି କାହାର ଏସିଡ଼ିଟି ଗ୍ୟାସ ସମସ୍ୟା ଥାଏ ତେବେ ସେ ଲେମ୍ବୁ ପାଣି ପିଇବା ଉଚିତ୍ । ଓଜନ ନିୟନ୍ତ୍ରଣ କରିବାରେ…
‘ଇଣ୍ଡିଆନ ଏକ୍ସପ୍ରେସ୍’ ପ୍ରତି ବର୍ଷ ଦେଶର ୧୦୦ ପାୱାରଫୁଲ ଲୋକଙ୍କ ସୂଚୀ ଜାରି କରେ। ଚଳିତବର୍ଷ ଜାରି ସୂଚୀର ଶୀର୍ଷ ୧୦ ସ୍ଥାନରୁ ଷଷ୍ଠ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ। ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ ଥିବା ବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଦେଶର ୧୦୦ ଶକ୍ତିଶାଳୀ ଲୋକଙ୍କ ତାଲିକାରେ ରଖିବାର କାରଣ ମଧ୍ୟ ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟରେ ପୁଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ରିପୋର୍ଟରେ କୁହାଯାଇଛି ଯେ ଯୋଗୀ ଆଦିତ୍ୟ ନାଥ ଏବେ ‘ବ୍ରାଣ୍ଡ’ ରେ ପରିଣତ ହୋଇଛନ୍ତି। କାର୍ଯ୍ୟବାହକ ଭାବେ ତାଙ୍କ କଠୋର ନୀତିକୁ ନା କେବଳ ବିଜେପି ମୁଖ୍ୟମନ୍ତ୍ରୀମାନେ ନକଲ କରୁଛନ୍ତି ବରଂ ବିପକ୍ଷ ଦଳର…
OERC ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପ୍ରଦୀପଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର । ଏହି ପଦବୀ ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର ପରେ ଖାଲି ଥିଲା ପଡ଼ିଥିଲା।ପୂର୍ବତନ ମୁଖ୍ୟ ଶାସନ ସଚିବ ହେଉଛନ୍ତି ପ୍ରଦୀପ ଜେନା ।
ସରିଲା ଯୁକ୍ତ ଦୁଇ ପରୀକ୍ଷା । ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ । ଖାତା ଦେଖିବା ପାଇଁ ରହିଥିବା ଶିକ୍ଷକଙ୍କ ଉପରେ ରହିବ କଡ଼ା ନଜର ।ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ହେବାବେଳେ ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ଚାଲିବ। ଏହାପରେ ମେ ୧୫ରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଅତ୍ୟଧିକ ଖରା ଯୋଗୁଁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁନଥିବାରୁ ଖାତାଦେଖା କେନ୍ଦ୍ର ବଢ଼ାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ପାଇଁ ନିଯୁକ୍ତ ହୋଇଛନ୍ତି । ଏକ୍ଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି । ୩୫, ୪୦ ଓ ୫୦ ମାର୍କ ଥିବା ବିଷୟଗୁଡିକ ପାଇଁ ୩୦ଟି ଖାତା ୫ ଘଣ୍ଟାରେ ଦେଖିବେ ଶିକ୍ଷକ । ସେହିପରି ୭୦…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଦୁଇ ଦେଶକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। ଦୁଇ ଦେଶର ସରକାର ସହ ଯୋଗାଯୋଗରେ ରହିବାକୁ ବୈଦେଶିକ ମନ୍ତ୍ରଣାଳୟକୁ କହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାମୁତାବକ ମିଆଁମାରରେ ଶକ୍ତିଶାଳୀ ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଗକୁ ଆହୁରି ଅଧିକ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ୪୩ ଜଣ ନିଖୋଜ ରହିଛନ୍ତି । ଭୂକମ୍ପ ଯୋଗୁଁ ଥାଇଲାଣ୍ଡରେ ଏମରଜେନ୍ସୀ ଘୋଷଣା କରାଯାଇଛି । ଏମରଜେନ୍ସୀ ଘୋଷଣା କଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ । ବ୍ୟାଂକକର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ୨ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ବ୍ୟାଂକକର ମେଟ୍ରୋ ସେବା ବାତିଲ ହୋଇଛି ।…








