Author: sanitelevision

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଶୁକ୍ରବାର ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରିଛନ୍ତି ସରକାର। ମହଙ୍ଗା ଭତ୍ତା ୨% ବୃଦ୍ଧି କରାଯାଇଛି। କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାର ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ଡିଏ ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି।କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ପ୍ରଚଳିତ ମୁଦ୍ରାସ୍ଫୀତି ହାର ଏବଂ ସେମାନଙ୍କର ମୂଳ ଦରମା ଆଧାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଏ, ଯେତେବେଳେ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା ମିଳିଥାଏ। ସେମାନଙ୍କର ଲକ୍ଷ୍ୟ ହେଉଛି କର୍ମଚାରୀ ଏବଂ ପେନସନଭୋଗୀଙ୍କ ଉପରେ ମୁଦ୍ରାସ୍ଫୀତିର ବୋଝ ହ୍ରାସ କରିବା। ମୁଦ୍ରାସ୍ଫୀତି ହାର ଆଧାରରେ ସରକାର ବର୍ଷକୁ ଦୁଇଥର ଏହାକୁ ପରିବର୍ତ୍ତନ କରନ୍ତି।

Read More

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ପୈତୃକ ସମ୍ପତ୍ତିର ଭାଇ ଭାଗ ପଟ୍ଟା କରାଇ ଦେବା ପାଇଁ ମାଗିଥିଲେ ଲାଞ୍ଚ । ଘଟଣାରୁ ଜଣାପଡିଛି ଯେ, କେନ୍ଦୁପାଟି ଗ୍ରାମର ଚରଣ ନାୟକଙ୍କ ଜମି ଭାଗ କରାଇଦେବା ପାଇଁ ସେ ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟ ଠାରେ ଆବଦେନ କରିଥିଲେ। ହେଲେ ଏହି ଭାଗ ବଣ୍ଟା ପାଇଁ ତାଙ୍କୁ ସତ୍ୟପ୍ରିୟ ନାୟକ ବହୁତ ହଇରାଣ କରିବା ସହ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ସେ ଗୁରୁବାର ଅନୁଗୋଳ ଭିଜିଲାନ୍ସ କାର୍ଯାଳୟ ଠାରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ୍‌ ଚରଣଙ୍କୁ ୨୦ ହଜାର ଟଙ୍କା କେମିକାଲ ଲଗାଇ ଦେଇଥିଲେ। ଏହି ଟଙ୍କା ନେଇ ଚରଣ ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ଅଫିସ ରୁମ୍‌ରେ ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ…

Read More

ଆସନ୍ତା ୨୯ ତାରିଖରେ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେବ। ଉତ୍ତର ଆମେରିକା, ଗ୍ରୀନ୍‌ଲ୍ୟାଣ୍ଡ, ଆଇସ୍‌ଲ୍ୟାଣ୍ଡ, ଉତ୍ତର ଆଟ୍‌ଲାଣ୍ଟିକ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷରେ ଏହା ଦୃଶ୍ୟମାନ ହେବ। ତେବେ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଭାରତ କିମ୍ବା ଓଡିଶାରେ ଦୃଶ୍ୟମାନ ହେବ ନାହିଁ। କେତେକ ସ୍ଥାନରେ ଏଥର ସର୍ବାଧିକ ସୂର୍ଯ୍ୟୋପରାଗ ୯୦ ପ୍ରତିଶତ ହେବ । ଏହା ଭାରତୀୟ ସମୟ ଦିନ ୨ଟା ୨୦ ମିନିଟ୍‌ରୁ ଆରମ୍ଭ ହୋଇ ୪ଟା ୧୭ ମିନିଟ୍‌ରେ ସର୍ବାଧିକ (୯୦ ପ୍ରତିଶତ) ହେବ । ପରାଗ ଶେଷ ହେବ ଭାରତୀୟ ସମୟ ଦିନ ୪ ଟା ୧୪ ମିନିଟ୍‌ରେ । ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ସେପ୍ଟେମ୍ବର ୭ କିମ୍ବା ୮ ତାରିଖରେ ସମଗ୍ର ଭାରତ ସହ ଏସିଆ, ୟୁରୋପ, ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଏ ବର୍ଷର ଅନ୍ତିମ…

Read More

ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ୍‌ ବୃଦ୍ଧି ନେଇ ଶୁନ୍ୟକାଳରେ ଦାବି ଉଠାଇଲା ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବର୍ତ୍ତମାନ ବଜାର ଦର ବଢ଼ିଛି । ଅନେକ ପୂର୍ବତନ ବିଧାୟକ ପେନସନ ବଢ଼ାଇବା ପାଇଁ ଲବିକୁ ଆସିଛନ୍ତି । ତେବେ । ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉ ନାହିଁ ବୋଲି ପ୍ରମିଳା କହିଥିଲେ। ଏହି ଅବସରରେ ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇ ରିପୋର୍ଟ ଦିଆଯାଇଛି। ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରାଯାଇଛି। ବିଧାୟକଙ୍କ ଦରମା ବଢିବା ଆବଶ୍ୟକ ରହିଛି। ୨୦୧୭ରେ ଶେଷ ଥର ପାଇଁ ଦରମା ବଢି ଥିଲା। ୨୦୨୫ ହେଲାଣି ଦରମା ବଢିବା ଦରକାର ବୋଲି ପ୍ରମିଳା…

Read More

ରାସନ୍ କାର୍ଡ ସହ ଇକେୱାଇସିକୁ ନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇକେୱାଇସି କାରଣରୁ ବହୁତ ଚୋରି ଧରା ପଡ଼ିଲା । ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କିମ୍ୱା ୧୦ ହଜାରରୁ ଅଧିକ ତାହାଲେ ସେମାନଙ୍କ ରାସନ କାର୍ଡ କାଟିଦିଆଯିବ। ବା ଯେଉଁମାନଙ୍କ ନାଁରେ କାର୍ଡ ଅଛି ସେମାନେ ଫେରାଇ ଦିଅନ୍ତୁ।୪ ଲକ୍ଷ ୩୧ ହଜାର ୮୪୬ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇଛି। ୯୧ ହଜାର ୨୮୦ ଅଯୋଗ୍ୟଙ୍କୁ ବାଦ ଦିଆଯାଇଛି। ହେଲେ ଏବେ ଯେଉଁମାନଙ୍କର କମ୍ ରୋଜଗାର ସେମାନଙ୍କର କାର୍ଡ କଟାଯିବନାହିଁ। ବରଂ ବଡ଼ ଚାକିରି କରିଥିବା ବ୍ୟକ୍ତିଙ୍କ କାର୍ଡ କଟିବ।

Read More

ସାଉଥ ସିନେମାର ଲୋକପ୍ରିୟ ଅଭିନେତା ପ୍ରଭାସ। ତାଙ୍କର ଉତ୍କୃଷ୍ଟ ଅଭିନୟ-ଆକ୍ସନ ସମସ୍ତଙ୍କ ହୃଦୟ ଜିତିଛି। ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ସବୁବେଳେ ଏକ ହଟ୍‌ ପ୍ରସଙ୍ଗ ହୋଇ ରହିଥାଏ। ହାଇଦ୍ରାବାଦର ଏକ ବଡ଼ ବ୍ୟବସାୟୀଙ୍କ ଝିଅଙ୍କ ସହ ପ୍ରଭାସଙ୍କ ବିବାହ ନିଶ୍ଚିତ ହୋଇଥିବା କୁହାଯାଉଛି। ଅଭିନେତାଙ୍କୁ ୪୫ ବର୍ଷ ହେଲାଣି। ଏଣୁ ଘର ଲୋକେ ଶୀଘ୍ର ବିବାହ କରିନେବାକୁ ଚାହୁଁଛନ୍ତି। ଏବେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇଥିବା ରିପୋର୍ଟରେ କୁହାଯାଇଛି।ତେବେ ପ୍ରଭାସଙ୍କ ବିବାହକୁ ନେଇ ଗୁଜବ ନୂଆ ନୁହେଁ। ଏଣୁ ଏହି ଖବର ଗୁଜବ ହୋଇଥାଇପାରେ ବୋଲି କିଛି କହୁଥିବା ବେଳେ କିଛି ଏଥିରେ ସତ୍ୟତା ଥିବା କହୁଛନ୍ତି। କାରଣ ବୟସ ଅଧିକା ହେବା ଯୋଗୁ ବିବାହ ପକ୍କା ହେବାର ସମ୍ଭାବନା ରହିଛି।ତେବେ ପ୍ରଭାସଙ୍କ ଭାବି ପତ୍ନୀ କିଏ ଏବଂ ସେ କଣ କରୁଛି ସେ ସମ୍ପର୍କରେ ସୂଚନା ମିଳିନାହିଁ।

Read More

ଶୁକ୍ରବାର ବିଧାନସଭାରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଉତ୍ତର ରଖିଛନ୍ତି। ବନ୍ଦ ଥିବା ସ୍କୁଲକୁ ପୁଣି ଖୋଲାଯିବ। ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୪୦ ଜଣ ପିଲା ଥିଲେ, ସ୍କୁଲ ଖୋଲିବାର ବ୍ୟବସ୍ଥା ରହିଛି। ତେଣେ ନନ୍ ସିଡ୍ୟୁଲ୍ ଅଞ୍ଚଳରେ ସର୍ବନିମ୍ନ ୨୦ ଜଣ ପିଲା ଥିଲେ, ସ୍କୁଲ ଖୋଲାଯିବ। ଏବେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡିକରେ ୭୭,୭୨୨ ଛାତ୍ରୀ ପଢୁଛନ୍ତି । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ବ୍ୟତୀତ ୧୫ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ ୨୦୫୪୦ ଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ବ୍ୟବସ୍ଥା ଅଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ ଛାତ୍ରୀ ହଷ୍ଟେଲ୍‌ ପାଇଁ ୯ କୋଟି ୬୦ ଲକ୍ଷ ୮ ହଜାର ୪୦୦ଟଙ୍କା, ଉତ୍କଳ ବିଶ୍ଵବିଦ୍ୟାଳୟ ଲେଡିଜ୍‌ ହଷ୍ଟେଲ୍‌ ନବୀକରଣ ପାଇଁ ୫ କୋଟି ୬ ଲକ୍ଷ ୯୪…

Read More

ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା। ବେଙ୍ଗାଲୁରୁ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ ଯାଇଥିବା ଅଭିଯୋଗ ହୋଇଛି।ଭିଯୁକ୍ତଙ୍କ ରାକେଶଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, କଲ୍ ଡିଟେଲ୍ ରେକର୍ଡ (ସିଡିଆର୍) ବ୍ୟବହାର କରି ତାଙ୍କୁ ଟ୍ରାକ୍ କରି ପୁଣେ ପୋଲିସ ଅଟକ ରଖିଛି। ରାକେଶ ତାଙ୍କ ସ୍ତ୍ରୀଙ୍କ ପିତାମାତାଙ୍କୁ ଫୋନ୍ କରି ହତ୍ୟା କରିଥିବା ସ୍ୱୀକାର କରିବା ପରେ ଅପରାଧଟି ସାମ୍ନାକୁ ଆସିଥିଲା। ପୀଡିତା, 32 ବର୍ଷୀୟ ଗୌରୀ ଅନିଲ ସାମ୍ବେକରଙ୍କ ଗଣମାଧ୍ୟମ ଏବଂ ଯୋଗାଯୋଗରେ ଶିକ୍ଷା ଗ୍ରହଣ କରିଥିଲେ। ତେବେ ସେ ବେକାର ଥିଲେ ଏବଂ ଘରେ ରହୁଥିଲେ, ଯେତେବେଳେ ରାକେଶ ହିଟାଚିରେ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ। ମୂଳତଃ ମହାରାଷ୍ଟ୍ରର ଏହି ଦମ୍ପତି ଗତ ଦୁଇ ମାସ ଧରି ହୁଲିମାଭୁ ଥାନା ଅନ୍ତର୍ଗତ ଡୋଡ୍ଡାକାନ୍ନାହଲ୍ଲିରେ ରହୁଥିଲେ।ପୁଲିସ କହିଛି…

Read More

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ଆଜି ଅର୍ଥାତ୍‌ ୨୮ ମାର୍ଚ୍ଚରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ୨୪ କ୍ୟାରେଟ ୧୦ ଗ୍ରାମ ସୁନା ୮୯,୮୫୦ ଟଙ୍କାରେ କାରବାର ହେଉଛି। ସେହି ସମୟରେ, ୨୨ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୮୨,୩୬୦ ଟଙ୍କା। ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ସୁନା ମୂଲ୍ୟ ୯୦ ହଜାର ଅତିକ୍ରମ କରିଛି। ରାଜଧାନୀରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୯୦,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ୮୨,୫୧୦ ଟଙ୍କାରେ ଉପଲବ୍ଧ ହେଉଛି।ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୮୩,୩୫୦…

Read More

ଓଡ଼ିଶା ହେବ ଶିଳ୍ପ ହବ୍‌ । ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ବୈଠକରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଇସ୍ପାତ, ଆଲୁମିନିୟମ, ବିଦ୍ୟୁତ ଉତ୍ପାଦନ, ସବୁଜ ହାଇଡ୍ରୋଜେନ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ସବୁଜ ଶକ୍ତି ଉପକରଣ ସମେତ ପ୍ରମୁଖ କ୍ଷେତ୍ରକୁ ବ୍ୟାପିଛି। ଏହା ରାଜ୍ୟରେ ୫୧,୯୩୯ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।ରାୟଗଡ଼ାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାୟଗଡ଼ାରେ ବେଦାନ୍ତ ପ୍ରତିଷ୍ଠା କରିବ ୨ଟି ପ୍ରକଳ୍ପ । ୯୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ । ଯାହାଦ୍ଵାରା ୧୫ ହଜାର ୯୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ଇସ୍ପାତ କ୍ଷେତ୍ରରେ, JSW ଷ୍ଟିଲ୍ ଲିମିଟେଡ୍ ୩୫,୦୦୦କୋଟି ଟଙ୍କା ନିବେଶ ସହିତ କେଉଁଝର ଜିଲ୍ଲାରେ ୫ MTPA କ୍ଷମତା ବିଶିଷ୍ଟ ସମନ୍ୱିତ…

Read More