Author: sanitelevision

ପ୍ରବଚନ ବେଳେ ଚାଲିଗଲା ଜୀବନ । ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ମୃତ୍ୟୁ ହୋଇଯାଇଛି । ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତରୁ ଆସିଛି ଏପରି ଦୁଃଖଦ ଖବର । ସୂଚନାମୁତାବକ ଉକ୍ତ ଗ୍ରାମର ପାବନ ପୀଠରେ ସୋମବାର ସାରେ ବାସୁଦେବପୁର ଅଢୁଆଁ ପଞ୍ଚାୟତ ଧାତପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୦) ପ୍ରବଚନ ଦେଉଥିବା ବେଳେ ପ୍ରବଳ କାଶ ହେବା ସହ ଧଇଁସଇଁ ହୋଇ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲା ମେଡିକାଲକୁ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏହି ଦୁଖଃଦ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Read More

‘ମହାକୁମ୍ଭ ୨୦୨୫’ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ନିର୍ଦ୍ଦେଶକଙ୍କ ଉପରେ ଜଣେ ମହିଳା ତାଙ୍କୁ ବହୁ ବର୍ଷ ଧରି ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି।ବିବାହର ପ୍ରଲୋଭନ ଦେଖାଇ ୩ ଥର ଗର୍ଭପାତ କରାଇଥିଲେ । ଯାହାକୁ ନେଇ ଯୁବତୀ ମାନସିକ ଏବଂ ଶାରୀରିକ ପୀଡ଼ାରେ ଥିଲେ । ତଦନ୍ତ ବେଳେ ମୁଜ୍ଜଫରନଗରରୁ ଗର୍ଭପାତ କରାଇବାର ମେଡିକାଲ୍ ପ୍ରମାଣ ମଧ୍ୟ ମିଳିଛି । ଯାହାକୁ ଆଧାର କରି ପୁଲିସ୍ ସନୋଜଙ୍କୁ ଗିରଫ କରିଛି । ସୂଚନାମୁତାବକ ’ମହାକୁମ୍ଭ ୨୦୨୫’ ସମୟରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ସନୋଜ ମିଶ୍ର ତାଙ୍କ ଫିଲ୍ମ ଅଫର୍‌ କରିଥିଲେ। ଏହି ଘୋଷଣା ପରେ ସେ ଚର୍ଚ୍ଚାକୁ ଆସିଲେ। ନିର୍ଦ୍ଦେଶକଙ୍କ ବିରୋଧରେ ପୂର୍ବରୁ ହୋଇଥିବା ଅଭିଯୋଗଗୁଡ଼ିକୁ ମଧ୍ୟ…

Read More

ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି। ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍‌ରେ ଲିଙ୍କ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ ଏପ୍ରିଲ ୧ ମଙ୍ଗଳବାରଠାରୁ ଉକ୍ତ ନମ୍ବରରେ ୟୁପିଆଇ ସେବା ମିଳିବ ନାହଁ। ଏନଏଚଏଆଇ ଏପ୍ରିଲ ୧ରୁ ଟୋଲ ଟିକସ ବୃଦ୍ଧି କରିପାରେ।ନିବେଶକ ନିଜ ଡିମାଟ୍ ଓ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡିଙ୍ଗ ତଥ୍ୟ ଡିଜିଲକରରେ ଡିଜିଟାଲ ରୂପରେ ରଖିପାରିବ।ପୁରୁଣା ପେନସନ ସ୍କିମ ଓପିଏସ ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ।ଏଲପିଜି ସିଲିଣ୍ଡର ଦର ୪୧ ଟଙ୍କା କମିଲା।ଏସବିଆଇ ସିମ୍ପଲକ୍ଲିକ୍‌ ଓ ଏୟାର ଇଣ୍ଡିଆ ଏସବିଆଇ ପ୍ଲାଟିନମ୍‌ କ୍ରେଡିଟ୍‌ କାର୍ଡର ରିୱାର୍ଡ…

Read More

ଆଜିକୁ ଠିକ୍ ୮୯ ବର୍ଷ ତଳେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା। ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ସ୍ମରଣୀୟ ଘଟଣା। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ।ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି…

Read More

ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡ଼ି । ରାଜ୍ୟ ସରକାରଙ୍କୁ ବିରୋଧୀଦଳର ଉପନେତା କଡ଼ା ସମାଲୋଚନା କରିଛନ୍ତି । ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜଧାନୀ ସାମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡିଛି ।’ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି । ସରକାରୀ ଦଳର ସାଧାରଣ କର୍ମୀ ପୋଲିସ କାମରେ ହସ୍ତକ୍ଷେପ କରୁଛନ୍ତି । ପୋଲିସ ସ୍ୱାଧୀନ ଭାବେ କାମ ନ କଲେ ଅପରାଧ ବଢିବ । ସରକାରୀ ଦଳ ନିଜ ଆଡୁ ଦେଖିବା କଥା ଯେ ପୋଲିସ ଉପରେ ଚାପ ନପକାନ୍ତୁ । ପୋଲିସ ବି ଅପରାଧରେ ସମ୍ପୃକ୍ତ ରହୁଥିବା ରିପୋର୍ଟ ଆସୁଛି ।

Read More

ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କଟକର ଐତିହାସିକ ବାଲିଯାତ୍ରା ୪୫ତମ ଏବଂ ବିଶ୍ବପ୍ରସିଦ୍ଧ ରଥଯାତ୍ରା ୫୪ତମ ସ୍ଥାନରେ ରହିଛି । ଏହା ପୂର୍ବରୁ ସଂସ୍କୃତି ମନ୍ତ୍ରାଳୟକୁ ଏସଜେଟିଏ ଏ ନେଇ ପ୍ରସ୍ତାବ ପଠାଇଥିଲା।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ କରାଯାଇଛି।ତେବେ ନିଧି ତିୱାରୀ ନଭେମ୍ବର ୨୦୨୨ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଉପସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ, ସେ ବୈଦେଶିକ ମନ୍ତ୍ରଣାଳୟର ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗରେ ଉପସଚିବ ଭାବରେ କାର୍ଯ୍ୟ କରିଥିଲେ। ତିୱାରୀ ୨୦୧୩ରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷାରେ ପାସ୍ କରିବା ପୂର୍ବରୁ, ସେ ବାରାଣସୀରେ ଆସିଷ୍ଟାଣ୍ଟ କମିଶନର ଭାବରେ କାମ କରୁଥିଲେ ଏବଂ ଏକକାଳୀନ ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତି କରୁଥିଲେ।

Read More

ରଦାକୁ ଆସିବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍‌ । ଫିଲ୍ମର ଟାଇଟଲ୍‌ ‘ଅଜେୟ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ ଅଫ୍‌ ଏ ଯୋଗୀ’ । ବୁଧବାର ଏହାର ଫାର୍ଷ୍ଟଲୁକ୍‌ ରିଲିଜ୍‌ ହୋଇଛି । ସମ୍ରାଟ ସିନେମାଟିକ୍ସ ବ୍ୟାନର୍‌ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଋତୁ ମେଙ୍ଗୀ । ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଶାନ୍ତନୁ ଗୁପ୍ତାଙ୍କ ପୁସ୍ତକ ‘ଦ ମଙ୍କ୍‌ ହୁ ବିକେମ୍‌ ଚିଫ୍‌ ମିନିଷ୍ଟର୍‌’ ଦ୍ୱାରା ପ୍ରେରିତ ।ଏହି ଫିଲ୍ମରେ ଯୋଗୀ ଆଦିତ୍ୟନାଥଙ୍କ ରାଜନୀତିରେ ନିଷ୍ପତ୍ତି, ତ୍ୟାଗ, ଭଗବାନଙ୍କ ପ୍ରତି ତାଙ୍କ ଭକ୍ତି ଦେଖିବାକୁ ମିଳିବ । ମୁଖ୍ୟ ଭୂମିକାରେ ଅନନ୍ତ ଯୋଶୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ଏଥିରେ ଅନନ୍ତ ଯୋଶୀଙ୍କ ବ୍ୟତୀତ ଭୋଜପୁରୀ ଆକ୍ଟର ଦିନେଶ ଲାଲ ଯାଦବ, ପବନ ମହ୍ଲୋତ୍ରା, ଅଜୟ ମେଙ୍ଗୀ ସମେତ ଅନ୍ୟାନ୍ୟ କଳାକାରମାନେ ନଜରରେ ଆସିବେ । ଏହି ଫିଲ୍ମଟିକୁ ସ୍ବତନ୍ତ୍ର…

Read More

୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଅବକାରୀ ନୀତି ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Read More

ମେରଠ ଡ୍ରମ୍ କାଣ୍ଡ ପରେ ଗ୍ୱାଲିୟରର ଏକ ଘଟଣା ନଜରକୁ ଆସିଛି । ଜଣେ ସ୍ୱାମୀ ନିଜ ଜୀବନକୁ ଭୟ କରୁଛନ୍ତି । ତାଙ୍କ ନାମ ହେଉଛି ଅମିତ କୁମାର ସେନ୍ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୪ପ୍ରେମିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କ ସ୍ତ୍ରୀ ଲି ଭ୍-ଇନ୍ ସମ୍ପର୍କରେ ରହୁଛନ୍ତି। ଏହି କଥା ଜାଣିବା ପରେ ଅମିତ ପ୍ରତିବାଦ କରିଥିଲେ । ଏହାପରେ ସ୍ତ୍ରୀଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲା ।ପ୍ଲାକାର୍ଡରେ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଗ୍ବାଲିୟର ଏ.ବି. ରୋଡ୍‌ସ୍ଥିତ ମେହନ୍ଦୀବାଲା ସୟଦ ଅଞ୍ଚଳରେ ରହୁଥିବା ଅମିତ ମିରଟ ହତ୍ୟାକାଣ୍ଡ ପରେ ଆତଙ୍କିତ ଥିବା କହିଛନ୍ତି। ସେ ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି। ଏବେ ତାଙ୍କ ସାନ ପୁଅ ନିଜ ମା’ ଓ ତାଙ୍କ…

Read More