ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ କରାଯାଇଛି।ତେବେ ନିଧି ତିୱାରୀ ନଭେମ୍ବର ୨୦୨୨ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ ଉପସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ, ସେ ବୈଦେଶିକ ମନ୍ତ୍ରଣାଳୟର ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗରେ ଉପସଚିବ ଭାବରେ କାର୍ଯ୍ୟ କରିଥିଲେ। ତିୱାରୀ ୨୦୧୩ରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ରିପୋର୍ଟ ଅନୁଯାୟୀ, ଏହି ପରୀକ୍ଷାରେ ପାସ୍ କରିବା ପୂର୍ବରୁ, ସେ ବାରାଣସୀରେ ଆସିଷ୍ଟାଣ୍ଟ କମିଶନର ଭାବରେ କାମ କରୁଥିଲେ ଏବଂ ଏକକାଳୀନ ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତି କରୁଥିଲେ।
Author: sanitelevision
ରଦାକୁ ଆସିବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍ । ଫିଲ୍ମର ଟାଇଟଲ୍ ‘ଅଜେୟ: ଦ ଅନ୍ଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ’ । ବୁଧବାର ଏହାର ଫାର୍ଷ୍ଟଲୁକ୍ ରିଲିଜ୍ ହୋଇଛି । ସମ୍ରାଟ ସିନେମାଟିକ୍ସ ବ୍ୟାନର୍ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଋତୁ ମେଙ୍ଗୀ । ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଶାନ୍ତନୁ ଗୁପ୍ତାଙ୍କ ପୁସ୍ତକ ‘ଦ ମଙ୍କ୍ ହୁ ବିକେମ୍ ଚିଫ୍ ମିନିଷ୍ଟର୍’ ଦ୍ୱାରା ପ୍ରେରିତ ।ଏହି ଫିଲ୍ମରେ ଯୋଗୀ ଆଦିତ୍ୟନାଥଙ୍କ ରାଜନୀତିରେ ନିଷ୍ପତ୍ତି, ତ୍ୟାଗ, ଭଗବାନଙ୍କ ପ୍ରତି ତାଙ୍କ ଭକ୍ତି ଦେଖିବାକୁ ମିଳିବ । ମୁଖ୍ୟ ଭୂମିକାରେ ଅନନ୍ତ ଯୋଶୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ଏଥିରେ ଅନନ୍ତ ଯୋଶୀଙ୍କ ବ୍ୟତୀତ ଭୋଜପୁରୀ ଆକ୍ଟର ଦିନେଶ ଲାଲ ଯାଦବ, ପବନ ମହ୍ଲୋତ୍ରା, ଅଜୟ ମେଙ୍ଗୀ ସମେତ ଅନ୍ୟାନ୍ୟ କଳାକାରମାନେ ନଜରରେ ଆସିବେ । ଏହି ଫିଲ୍ମଟିକୁ ସ୍ବତନ୍ତ୍ର…
୧୫ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ। ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯେଉଁଥିପାଇଁ ମାସେ ପୁରୁଣା ଅବକାରୀ ନୀତି ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଅବକାରୀ ନୀତି ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ମେରଠ ଡ୍ରମ୍ କାଣ୍ଡ ପରେ ଗ୍ୱାଲିୟରର ଏକ ଘଟଣା ନଜରକୁ ଆସିଛି । ଜଣେ ସ୍ୱାମୀ ନିଜ ଜୀବନକୁ ଭୟ କରୁଛନ୍ତି । ତାଙ୍କ ନାମ ହେଉଛି ଅମିତ କୁମାର ସେନ୍ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୪ପ୍ରେମିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କ ସ୍ତ୍ରୀ ଲି ଭ୍-ଇନ୍ ସମ୍ପର୍କରେ ରହୁଛନ୍ତି। ଏହି କଥା ଜାଣିବା ପରେ ଅମିତ ପ୍ରତିବାଦ କରିଥିଲେ । ଏହାପରେ ସ୍ତ୍ରୀଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲା ।ପ୍ଲାକାର୍ଡରେ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଗ୍ବାଲିୟର ଏ.ବି. ରୋଡ୍ସ୍ଥିତ ମେହନ୍ଦୀବାଲା ସୟଦ ଅଞ୍ଚଳରେ ରହୁଥିବା ଅମିତ ମିରଟ ହତ୍ୟାକାଣ୍ଡ ପରେ ଆତଙ୍କିତ ଥିବା କହିଛନ୍ତି। ସେ ସ୍ତ୍ରୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି। ଏବେ ତାଙ୍କ ସାନ ପୁଅ ନିଜ ମା’ ଓ ତାଙ୍କ…
ଛତିଶଗଡ଼ରେ ପୁଣି ଏନ୍କାଉଣ୍ଟର । ଛତିଶଗଡ଼ ବିଜାପୁର ଓ ଦାନ୍ତେଓ୍ୱାଡ଼ା ସୀମାନ୍ତରେ ପୁଣି ଥରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗତକାଲି ଛତିଶଗଡ ଦାନ୍ତେୱାଡା ରେ ଯବାନଙ୍କ ଏନକାଉଣ୍ଟରରେ ମଧ୍ୟ ୩ ମାଓବାଦୀ ନିପାତ ହୋଇଥିଲେ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମରେ ଟଳି ପଡିଥିଲେ ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଥିଲା । କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଥିଲେ ସୁରକ୍ଷା କର୍ମୀ । ଅନ୍ୟପଟେ ଏନ୍କାଉଣ୍ଟର ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ମାଓବାଦୀ ଲୁଚି ରହିଥିବା ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ଦେଇଛନ୍ତି ଯତୀନ୍ଦ୍ର ଯାଦବ ।
ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ଏହି ବିଶେଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ-ଉଲ-ଫିତର ପୂର୍ବ ସାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହି ପର୍ବ ଭାଇଚାରା, ସହଯୋଗ ଏବଂ କରୁଣାର ଭାବନାକୁ ସୁଦୃଢ଼ କରିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଦେଶବାସୀଙ୍କୁ ଇଦ-ଉଲ-ଫିତରର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ସେ ଲେଖିଛନ୍ତି, ‘ଇଦ-ଉଲ-ଫିତରର ଶୁଭେଚ୍ଛା।’ ଏହି ପର୍ବ ଆମ ସମାଜରେ ଆଶା, ସଦୟତା ଏବଂ ଦୟା ଭାବନାକୁ ଆହୁରି ସୁଦୃଢ଼ କରୁ। ତୁମର ସମସ୍ତ ପ୍ରୟାସରେ ଖୁସି ଏବଂ ସଫଳତା ମିଳୁ। ଇଦ ଶୁଭେଚ୍ଛା!
ସରିଗଲା ସମୟ, ଆଉ କରିପାରିବେନି ଆବେଦନ। ଆଜି ଥିଲା ଶେଷ ତାରିଖ। ସୁଭଦ୍ରା ଯୋଜନାରେ ଆସିସାରିଛି ୨ୟ କିସ୍ତି ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ଆସିବ ୩ୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି । ପୂର୍ବରୁ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏ ପଠାଇସାରିଛନ୍ତି ରାଜ୍ୟ ସରକାର । ମହିଳା ଦିବସରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନା ଟଙ୍କା । ସୂଚନାନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନର ଶେଷ ତାରିଖ ଥିଲା। ଯାହାକି ଆଜି। ଆଉ ଆଜି ପରଠାରୁ ସୁଭଦ୍ରା ପୋର୍ଟାଲରେ ଆବେଦନ ହୋଇପାରିବ ନାହିଁ।ଯଦି ବି ଆପଣ ଯୋଗ୍ୟ ହିତାଧିକାରୀ, ଆଉ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଉପଯୁକ୍ତ ତାହାଲେ ହାତରେ ଆଜି ଗୋଟିଏ ଦିନ। ଆଜି ଦିନ ଗଲା ପରେ କାଲିଠାରୁ ଆଉ ସୁଭଦ୍ରା ଫର୍ମ ପକାଇ ହେବନାହିଁ। ତେବେ ଏହା…
ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପୁଣି ଥରେ ସତ ବୋଲି ପ୍ରମାଣିତ ହୋଇଛି। ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ମିଆଁମାର ଭୂକମ୍ପରେ ମାଟିତଳେ ଜୀବିତ ଥିବା ୨ ଶିଶୁ।ପ୍ରଥମରେ ଧ୍ବଂସାବଶେଷ ତଳୁ ଜଣେ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଭୂକମ୍ପ ଝଟକା ପରେ ଜଣେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଘର ଭାଙ୍ଗି ପଡ଼ିବା ଯୋଗୁଁ କାନ୍ଥ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି ।କାନ୍ଥ ତଳେ ଚାପି ହୋଇ ମଧ୍ୟ ଶିଶୁ ଜଣକ ସୁରକ୍ଷିତ ରହିଛି । ଶିଶୁର କାନ୍ଦ ଶୁଣିବା ପରେ ରେସକ୍ୟୁ ଟିମ୍ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ଏହି ଶିଶୁକନ୍ୟା ହିଁ ପରିବାରର ଏକମାତ୍ର ବ୍ୟକ୍ତି ଯିଏ କି ଭୂମ୍ପକ ପରେ ଜୀବିତ ରହିଛି । ସେପଟେ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମାଆ…
ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍ଶୀଘ୍ର ଟ୍ରେନ୍ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସୂଚନାଥାଉକି, ରବିବାର ପୂର୍ବାହ୍ଣ ୧୧ଟା ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩)। ମା’ଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁରୁ ଫେରୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୬ ଆହତଙ୍କୁ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି।
ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉ ମାନଙ୍କର ଖସାପଡା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ । ଖସାପଡା ନୀତି ଶ୍ରୀଜିଉ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ ।ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ମୁଖ୍ୟତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।









