‘ଇଣ୍ଡିଆନ ଏକ୍ସପ୍ରେସ୍’ ପ୍ରତି ବର୍ଷ ଦେଶର ୧୦୦ ପାୱାରଫୁଲ ଲୋକଙ୍କ ସୂଚୀ ଜାରି କରେ। ଚଳିତବର୍ଷ ଜାରି ସୂଚୀର ଶୀର୍ଷ ୧୦ ସ୍ଥାନରୁ ଷଷ୍ଠ ସ୍ଥାନରେ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ। ତେବେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ ଥିବା ବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଦେଶର ୧୦୦ ଶକ୍ତିଶାଳୀ ଲୋକଙ୍କ ତାଲିକାରେ ରଖିବାର କାରଣ ମଧ୍ୟ ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟରେ ପୁଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ରିପୋର୍ଟରେ କୁହାଯାଇଛି ଯେ ଯୋଗୀ ଆଦିତ୍ୟ ନାଥ ଏବେ ‘ବ୍ରାଣ୍ଡ’ ରେ ପରିଣତ ହୋଇଛନ୍ତି। କାର୍ଯ୍ୟବାହକ ଭାବେ ତାଙ୍କ କଠୋର ନୀତିକୁ ନା କେବଳ ବିଜେପି ମୁଖ୍ୟମନ୍ତ୍ରୀମାନେ ନକଲ କରୁଛନ୍ତି ବରଂ ବିପକ୍ଷ ଦଳର ନେତା ମଧ୍ୟ ତାଙ୍କୁ ଅନୁକରଣ କରୁଛନ୍ତି।






