ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି । ୨୦୨୫ ମସିହାରେ ୩୩ଟି ସ୍ଥାନକୁ ଯାଉଥିବା ବେଳେ ୨୦୨୬ରେ ୧୯ ସ୍ଥାନକୁ ହ୍ରାସ ପାଇଛି ।ଏବେ ଇଣ୍ଡିଗୋ ଭୁବନେଶ୍ୱର ବ୍ୟାଙ୍କକ ସିଧାସଳଖ ବିମାନ ଆରମ୍ଭ କରିବା ଯୋଜନା କରୁଛି । ମନ୍ତ୍ରୀଙ୍କ କହିବା ଅନୁସାରେ ଏହା ୧ ଅକ୍ଟୋବର ୨୦୨୬ରୁ ଆରମ୍ଭ ହେବାର ଯୋଜନା ରହିଛି । ସେପଟେ ବିମାନ ରୁଟ୍ ସୂଚନା ଦେଖାଉଥିବା ଏକ ତଥ୍ୟରେ ବ୍ୟାଙ୍କକ ସେବା ଅକ୍ଟୋବରରୁ ଆରମ୍ଭ ହେବା ଦର୍ଶାଯାଇଛି । । କେନ୍ଦ୍ର ସରକାର, ରାସଗୋବିନ୍ଦପୁର ଅର୍ମଦା ରୋଡ୍ ଏୟାରଷ୍ଟ୍ରିପକୁ ଏକ ବିମାନବନ୍ଦରରେ ପରିଣତ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚଳିତ ବଜେଟରେ ଏହି ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ ଅର୍ଥ ବରାଦ କରାଯାଇଛି | ରାଜ୍ୟ ସରକାର ଏ ବାବଦରେ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରିଛନ୍ତି । ଏନେଇ ଆଜି ବିଧାସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।






