ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଦୁଇ ଦେଶକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। ଦୁଇ ଦେଶର ସରକାର ସହ ଯୋଗାଯୋଗରେ ରହିବାକୁ ବୈଦେଶିକ ମନ୍ତ୍ରଣାଳୟକୁ କହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାମୁତାବକ ମିଆଁମାରରେ ଶକ୍ତିଶାଳୀ ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି । ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଗକୁ ଆହୁରି ଅଧିକ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ୪୩ ଜଣ ନିଖୋଜ ରହିଛନ୍ତି ।
ଭୂକମ୍ପ ଯୋଗୁଁ ଥାଇଲାଣ୍ଡରେ ଏମରଜେନ୍ସୀ ଘୋଷଣା କରାଯାଇଛି । ଏମରଜେନ୍ସୀ ଘୋଷଣା କଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ । ବ୍ୟାଂକକର ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ୨ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ବ୍ୟାଂକକର ମେଟ୍ରୋ ସେବା ବାତିଲ ହୋଇଛି । କୋଠା ଭାଙ୍ଗିବା ଯୋଗୁଁ ଅନେକ ଦବିଥିବା ଆଶଙ୍କା କରାଯାଉଛି । ବ୍ରିଜ ମଧ୍ୟ ଭୁଶୁଡିଛି ।






