ସ୍ୱିଜରଲ୍ୟାଣ୍ଡର ଜୁରିକ ଏୟାର ଇଣ୍ଡିଆର ପାଇଲଟ ବିମାନବନ୍ଦରରେ ଆଲକୋହଲ୍ ଟେଷ୍ଟରେ ପଜିଟିଭ୍ ଆସିବା ପରେ ତାଙ୍କୁ ଡ୍ୟୁଟିରୁ ସସ୍ପେଣ୍ଡ କରାଯାଇଛି । ସେପ୍ଟେମ୍ବର ୬ ତାରିଖରେ କୋ-ପାଇଲଟ୍ ଜୁରିକରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AI151 ବିମାନର ପାଇଲଟ ଥିଲେ । ଏୟାରପୋର୍ଟରେ ଟେଷ୍ଟ ହେବା ବେଳେ ନିଶାସକ୍ତ ଥିବା ଜଣାପଡିଥିଲେ । ଏହାପରେ ଏୟାରପୋର୍ଟ ଅଧିକାରୀ ସନ୍ଦେହ କରି ତାଙକୁ ଯାଞ୍ଚ କରିଥିଲେ । ସ୍କ୍ରିନିଂ ଟେଷ୍ଟରେ ପଜେଟିଭ ଆସିଥିଲେ ପାଇଲଟ ।ଘଟଣା ସମ୍ପର୍କରେ ସ୍ୱିସ୍ ଫେଡେରାଲ୍ ଅଫିସ୍ ଅଫ୍ ସିଭିଲ୍ ଏଭିଏସନ୍ (FOCA)ର ଜଣେ ପ୍ରବକ୍ତା କହିଛନ୍ତି ଯେ, ଜାତୀୟ ଓ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏହି ବିଷୟରେ ଏୟାରଲାଇନ୍ ଏବଂ ଭାରତର ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA)କୁ ମଧ୍ୟ ଜଣାଇ ଦିଆଯାଇଛି ।ଏହି ଘଟଣାର କିଛି ସପ୍ତାହ ପୂର୍ବରୁ ଫୁକେଟରୁ ଦିଲ୍ଲୀ ଆସୁଥିବା ଆଉ ଜଣେ ଏୟାର ଇଣ୍ଡିଆ ପାଇଲଟ୍ ମାରିଜୁଆନା (ଗଞ୍ଜେଇ) ସେବନ କରିଥିବା ଡ୍ରଗ୍ସ ପରୀକ୍ଷାରୁ ଜଣାପଡ଼ିଥିଲା। ଅଗଷ୍ଟ ୪ ତାରିଖରେ ଏହି ବିମାନଟି ଓଡ଼ିଶା ଆକାଶମାର୍ଗରେ ଗତି କରୁଥିବା ସମୟରେ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଆସିଥିଲା, ଯାହାଫଳରେ ୨୦ ରୁ ଅଧିକ ଯାତ୍ରୀ ଏବଂ ୪ ଜଣ କ୍ରିୟୁ ସଦସ୍ୟ ଆହାତ ହୋଇଥିଲେ। ବିମାନଟି ପରବର୍ତ୍ତୀ ସମୟରେ ଦିଲ୍ଲୀରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ପାଇଲଟ୍ ସୁଦୀପ ବଶିଷ୍ଠ କହିଥିଲେ ଯେ, ସେ ନିଦ୍ରାହୀନତା ସମସ୍ୟା ପାଇଁ ଡାକ୍ତରୀ ଔଷଧ ସେବନ କରୁଥିଲେ






