Author: sanitelevision

କୋଶଳୀ ଭାଷାକୁ ମିଳୁ ରାଜ୍ୟ ଭାଷାର ସ୍ଵୀକୃତି ଏନେଇ ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । କୋଶଲିକୁ ରାଜ୍ୟ ଭାଷା ଭାବରେ ମାନ୍ୟତା ଦେବା ଏବଂ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଏହାକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।ଓଡ଼ିଶା କହିଲେ ସମଗ୍ର ଅଞ୍ଚଳ । ଭାଷା ଓ ଭୂଷଣକୁ ଛାଡି ଜାତି ବଞ୍ଚି ପାରିବନି । ଓଡ଼ିଶାର ୧୧ ଜିଲ୍ଲାର ଦେଢ଼ କୋଟି ଲୋକ ସମ୍ବଲପୁରୀ, କୋଶଳୀ ଭାଷା, ସମ୍ବଲପୁରୀ କୋଶଳୀ ଭାଷା ବ୍ୟବହାର କରନ୍ତି । ପୂର୍ବରୁ ଅନେକ ବାର ସଂସଦରେ ଉଠିଛି ଏହି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ । ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କୁ ପୁନର୍ବାର ପ୍ରସ୍ତାବ ପଠାଇବାକୁ ଦାବି କଲେ ପ୍ରସନ୍ନ । ରାଜ୍ୟ ସରକାର ମଧ୍ୟ ଏହାକୁ ରାଜ୍ୟ ଭାଷା ଭାବେ ସ୍ଵୀକୃତି ଦିଅନ୍ତୁ । ହାଲକା ଭାବେ ନନେଇ…

Read More

ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସେ କହିଛନ୍ତି ଯେ, ୩ ମାସ ମଧ୍ୟରେ ଆରମ୍ଭ ହେବ କାର୍ଯ୍ୟ । ସବସିଡିରେ ଗହମ, ଡାଲି, ଚିନି, ଚାଉଳ ଆଦି ମିଳିବ । ଗୁଜୁରାଟ ଏବଂ ଦିଲ୍ଲୀ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା କଥା ପୂର୍ବରୁ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନ୍ୟପଟେ ଗତବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ ଅଧିକ ଧାନ କିଣିଛନ୍ତି ସରକାର । ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ପ୍ରତ୍ୟେକ ବର୍ଷ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନିଏ, ଏଥର କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଆଉ ଅଧିକ ୨୦ ଲକ୍ଷ ମେଟ୍ରିକ ଟନ…

Read More

ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ବିଭତ୍ସ ହତ୍ୟା ଘଟଣା । ସାମାନ୍ୟ ବିବାଦରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଜୀବନ ନେଇଗଲେ ସ୍ୱାମୀ । ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନା ମୁତାବକ, ବିଳମ୍ୱିତ ରାତିରେ ଖାଇସାରି ସ୍ତ୍ରୀ ଶୋଇବାକୁ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ସ୍ଵାମୀ ସ୍ତ୍ରୀକୁ ଖାଇବାକୁ ମାଗିଥିଲା। ମାତ୍ର ସ୍ତ୍ରୀ ଖାଇବାକୁ ନ ଦେବାରୁ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି। ତେବେ ସ୍ୱାମୀର ଟଙ୍ଗିଆ ଚୋଟରେ ସ୍ତ୍ରୀ ପ୍ରାଣ ହରାଇଥିଲା। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଦେଓଗାଁ ପୋଲିସ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ସ୍ତ୍ରୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ହତ୍ୟାକାରୀ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ । କେଉଁ ପରିସ୍ଥିତିରେ ଏବଂ କିଭଳି ହତ୍ୟା କରିଛି, ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ…

Read More

ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ ଲଗାତର ଭାବେ ସୁନା କିଣୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଅଧିକ ରହିଛି। ସୋମବାର ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ପିଛା ୭୦୦ରୁ ଅଧିକ ଟଙ୍କା ବଢ଼ିଛି । ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଭୁବନେଶ୍ବରରେ ସପ୍ତାହକ ମଧ୍ୟରେ ୨୨ କ୍ୟାରେଟ୍ ସୁନା ୩ହଜାରରୁ ଅଧିକ ମହଙ୍ଗା ହୋଇଥିବା ବେଳେ ୨୪ କ୍ୟା‌ରେଟ୍ ସୁନା ୨୫୧୦ ଟଙ୍କା ମହଙ୍ଗା ହୋଇଛି ।ଏଥିସହ ଶେୟାର ବଜାର ଖସୁଥିବାରୁ ବିକଳ୍ପ ନିବେଶ ଭାବେ ସୁନା ଚାହିଦା ବେଶ୍‌ ବଢ଼ିଛି। ଏହି କାରଣରୁ ସୁନା ଦର ବୃଦ୍ଧି ପାଉଥିବା ଅଲ୍‌ ଇଣ୍ଡିଆ ସରାଫ ଆସୋସିଏଶନ କହିଛି।

Read More

ପୁରୀ ଶ୍ରୀମନ୍ଦିର ପାଇଁ ଆଜି ଠାରୁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ଚୟନ ପ୍ରକ୍ରିୟା ଆରମ୍ଭ। ୫ଟି ପର୍ଯ୍ୟାୟରେ ୧୭୨ ଅଫିସର ଓ ୧୪୯୯ ସିପାହୀ ଚୟନ ହେବେ । ଆଜି ୩୨୯ ଜଣ ପୋଲିସ କର୍ମଚାରୀ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଗୃହ ବିଭାଗ ପକ୍ଷରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଜଣେ ଆଇଜି, ଡିଆଇଜି ଓ ପୁରୀ ଏସପି ସଦସ୍ୟ ରହିଛନ୍ତି । ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ଚାଲିବ । ବିଭିନ୍ନ ରାଙ୍କରେ ୧୬୭୧ ଜଣ ମନୋନିତ ହେବେ । ପ୍ରଥମେ ସଶସ୍ତ୍ର ପୋଲିସ ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସ ମାନଙ୍କୁ ୩ ବର୍ଷ ପାଇଁ ଡେପୁଟେସନରେ ଅଣାଯିବ । ରାଜ୍ୟ ପୋଲିସ କ୍ୟାଡରର ଜଣେ କମାଣ୍ଡାଣ୍ଟ, ଦୁଇ ଜଣ ଡେପୁଟି କମାଡାଣ୍ଟ, ଜଣେ ଆସିଷ୍ଟାଣ୍ଟ କମାଡାଣ୍ଟ,୮ ଜଣ ଇନ୍ସପେକ୍ଟର, ୩୧ ଜଣ ସବ ଇନ୍ସପେକ୍ଟର,୨୪ ଜଣ…

Read More

ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ବ୍ରିଜ୍‌ର ନିର୍ମାଣ ଶେଷ । ସମୁଦ୍ର ଭିତରେ ଏହି ବ୍ରିଜ୍ ତିଆରି ହୋଇଛି । ଆସନ୍ତା ଏପ୍ରିଲ ୬ ତାରିଖ ଅର୍ଥାତ୍ ରାମନବମୀରେ ପମ୍ବନ ବ୍ରିଜ୍‌କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପରୀକ୍ଷଣ ସଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପମ୍ବନ ପୋଲରେ ରେଲୱେ, ତଟରଖୀ, ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ୨୯ ମାର୍ଚ୍ଚରେ ପୋଲ ଖୋଲିବା ପୂର୍ବାଭ୍ୟାସ ପରୀକ୍ଷଣ ସମ୍ପନ୍ନ ହୋଇଥିଲା। ପୁରୁଣା ପମ୍ବନ ପୋଲର ସେଝର ନିକଟରେ ମଧ୍ୟ ତଟରଖି ଜାହାଜର ଚଳାଚଳ ସ୍ଥିତିକୁ ମଧ୍ୟ ପରଖାଯାଇଛି। ଉଭୟ ପଟୁ ଯେପରି ଏହି ଜାହାଜ ଗୁଡ଼ିକ ସହଜରେ ଯାତ୍ରା କରିବ ତାର ବିସ୍ତୃତ ଦିଗ ଉପରେ ପରୀକ୍ଷଣ କରାଯାଇଥିଲା। ସେହିଭଳି ଟ୍ରେନ ଚଳାଚଳ କରାଯାଇ ଏହାର ସମୟକୁ ମଧ୍ୟ ବିଚାର କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ସମୁଦ୍ର ଯାତାୟାତକୁ ସୁଗମ କରିବା ପାଇଁ…

Read More

ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପଦଯାତ୍ରା ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି । ଜାମନଗରରୁ ଆରମ୍ଭ କରି ଦ୍ବାରିକା ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ଏହି ପଦଯାତ୍ରା ୧୪୦କିଲୋମିଟରର ଥିଲା । ଯାହା ତାଙ୍କୁ ୫ଦିନ ସମୟ ଲାଗିଥିଲା ବୋଲି କହିଛନ୍ତି ଅନନ୍ତ ଅମ୍ବାନୀ । ପଦଯାତ୍ରା ସମୟରେ ପ୍ରତ୍ୟେକ ମନ୍ଦିରରେ ଦର୍ଶନ କରନ୍ତି ବୋଲି ସେ କହିଛନ୍ତି ।ଅନନ୍ତ ଅମ୍ବାନୀ କଡ଼ା ସୁରକ୍ଷା ମଧ୍ୟରେ ରାତିରେ ବୁଲୁଛନ୍ତି। ଅନନ୍ତ ଅମ୍ବାନୀ ଏବଂ ସମଗ୍ର ଅମ୍ବାନୀ ପରିବାରଙ୍କର ଭଗବାନ ଦ୍ୱାରକାଧୀଶଙ୍କ ଉପରେ ବିଶ୍ୱାସ ଅଛି ଏବଂ ସେମାନେ ସମୟ ସମୟରେ ସେଠାକୁ ଯାଆନ୍ତି। ଅନନ୍ତ ଅମ୍ବାନୀଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଅନନ୍ତ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଉଛି। ଏହା ସହିତ ଅନନ୍ତ ଭିଡିଓରେ ହନୁମାନ ଚାଳିଶା ଜପ କରୁଥିବାର ମଧ୍ୟ ଦେଖାଯାଉଛି। ତାଙ୍କର…

Read More

ମଙ୍ଗଳବାର ରାଉରକେଲା ଜଗଦା ଅଞ୍ଚଳରେ ଏକ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ସାଜି ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା ପୋଲିସ । ରାଉରକେଲାରେ ଖୋଲାଖୋଲି ଭାବେ ନିଜ ଘରେ ଚାଲେଇଥିଲେ ସେକ୍ସ ରାକେଟ ।ରାଣୀ ମହୁମାଛି ସହ ଜଣେ ଘର ମାଲିକ ଏବଂ ଜଣେ ଦଲାଲ ସହ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ରାଉରକେଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ଏକ ଘରେ ଚାଲିଥିଲା ଏହି ସେକ୍ସ ରାକେଟ । ତେବେ ଏହି ସେକ୍ସ ରାକେଟ ବହୁଦିନ ହେବ ରାଉରକେଲା ସହରରେ ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ରେଡ କରି କରିଛି ।କେବେ ଠାରୁ ଓ କେଉଁମାନଙ୍କୁ ନେଇ ଚାଲିଥିଲା ଦେହ ବେପାର ତା’ର ଖୋଳ ତାଡ଼ କରୁଛି ରାଉରକେଲା ଝିରପାଣି ପୋଲିସ ।

Read More

ବୁଧବାରଠୁ ଅଧା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବ । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ଜୋର୍‌ରେ ପବନ ବହିବ। ୩ ଓ ୪ ତାରିଖରେ କାଳବୈଶାଖୀର ପ୍ରଭାବ ବଢ଼ିବ । ଏହି ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେଓଗଡ ,ବରଗଡ଼ ସମ୍ବଲପୁର,ସୋନପୁର, ବଲାଙ୍ଗୀର , ଅନୁଗୁଳ ସୁବର୍ଣ୍ଣପୁର,ନବରଙ୍ଗପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟ ଏହି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ତା ସାଙ୍ଗକୁ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।ସେହିପରି ୪ ତାରିଖ (ଶୁକ୍ରବାର) ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ରାୟଗଡ଼ା ଓ କୋରାପୁଟରେ ବର୍ଷା ଓ ଘଡ଼ଘଡ଼ି ସହ ୬୦ କିମି ବେଗରେ ପବନ ବହିପାରେ । ଯାଜପୁର, କେନ୍ଦ୍ରାପଡ଼ା,…

Read More

ଆଜି ଖଡ଼ିଛୁଆଁ ଦିବସ। ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବରଙ୍ଗପୁରରେ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସାମିଲ ହେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଆ ପକ୍ଷ ପାଇଁ ଏଥର ୧୪ ଦିନରେ ୧୪ କାର୍ଯ୍ୟକ୍ରମ ରଖିଛନ୍ତି ସରକାର। ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ପିଲାମାନେ ଖଡିଛୁଇଁ ପାଠପଢା ଆରମ୍ଭ କରିବେ ।ଅନ୍ୟପଟେ ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020 । ଏହା ଅନୁସାରେ ଶିଶୁ ବାଟିକାରେ ପାଠପଢ଼ା ହେବ । ସେହିପରି ଉତ୍ସବ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ରାଜ୍ୟର ସମସ୍ତ ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହାକୁ ବାସ୍ତବତାର ରୂପ ଦେବାକୁ ନୂତନ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ସହ ନୂଆ କରି ପାଠ ଆରମ୍ଭ କରୁଥିବା ପିଲାଙ୍କ ପାଇଁ ବିଦ୍ୟାଳୟ…

Read More