ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି। ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍ରେ ଲିଙ୍କ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ ଏପ୍ରିଲ ୧ ମଙ୍ଗଳବାରଠାରୁ ଉକ୍ତ ନମ୍ବରରେ ୟୁପିଆଇ ସେବା ମିଳିବ ନାହଁ।
ଏନଏଚଏଆଇ ଏପ୍ରିଲ ୧ରୁ ଟୋଲ ଟିକସ ବୃଦ୍ଧି କରିପାରେ।
ନିବେଶକ ନିଜ ଡିମାଟ୍ ଓ ମ୍ୟୁଚୁଆଲ ଫଣ୍ଡ ହୋଲ୍ଡିଙ୍ଗ ତଥ୍ୟ ଡିଜିଲକରରେ ଡିଜିଟାଲ ରୂପରେ ରଖିପାରିବ।
ପୁରୁଣା ପେନସନ ସ୍କିମ ଓପିଏସ ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ।
ଏଲପିଜି ସିଲିଣ୍ଡର ଦର ୪୧ ଟଙ୍କା କମିଲା।
ଏସବିଆଇ ସିମ୍ପଲକ୍ଲିକ୍ ଓ ଏୟାର ଇଣ୍ଡିଆ ଏସବିଆଇ ପ୍ଲାଟିନମ୍ କ୍ରେଡିଟ୍ କାର୍ଡର ରିୱାର୍ଡ ପଏଣ୍ଟ ସିଷ୍ଟମରେ ଏବେ ପରିବର୍ତ୍ତନ ଦେଖାଯାଇ ପାରେ।






