Author: sanitelevision

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ମୂକ ବଧିର,ମାନସିକ ଭିନ୍ନକ୍ଷମ ନାବାଳିକାଦୁଷ୍କର୍ମଘଟଣାର ଅଭିଯୁକ୍ତକୁ ଗୋବିନ୍ଦପୁର ପୁଲିସ ତାଙ୍କ ଘରୁ ଗିରଫ କରିଛି । ଅଭିଯୁକ୍ତ ପୀଡ଼ିତାର ନିଜର ବଡ଼ବାପା।ସୂଚନାଯୋଗ୍ୟ, କିଛି ଦିନ ତଳେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଲ୍ୟାବକୁ ପଠାଯାଇଥିଲା। ସେଥିରୁ ପ୍ରମାଣ ମିଳିବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିବ।

Read More

ଦେଶର ଖାଦ୍ୟ ନିୟାମକ ସଂସ୍ଥା, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। FSSAI କହିଛି ଯେ ଅଶ୍ୱଗନ୍ଧା ପତ୍ର ଆଉ କୌଣସି ଖାଦ୍ୟ ଉତ୍ପାଦ, ପରିପୂରକ କିମ୍ବା ନ୍ୟୁଟ୍ରାସ୍ୟୁଟିକାଲ୍ ରେ ବ୍ୟବହାର କରାଯିବ ନାହିଁ। FSSAIର ଅନୁଧ୍ୟାନରୁ କିଛି ଉତ୍ପାଦକ ସଂସ୍ଥା ନିଜ ପ୍ରଡକ୍ଟରେ ଅଶ୍ୱଗନ୍ଧା ପତ୍ର ବ୍ୟବହାର କରୁଥିବା ଜାଣିବାକୁ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। FSSAI କହିଛି, ଅଶ୍ୱଗନ୍ଧା ପତ୍ର କିମ୍ବା ରସ ନିଗାଡିବା କୌଣସି ରୂପରେ ବ୍ୟବହାର ନିୟମ ଅନୁସାରେ ଅନୁମତି ନାହିଁ। ଜାରି କରାଯାଇଥିବା ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। କୌଣସି ଉତ୍ପାଦକ ସଂସ୍ଥା ନିୟମ ଉଲ୍ଲଂଘନ କଲେ FSSAIର ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।ଏହା ବ୍ୟତୀତ, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ ଏହି ନିୟମକୁ କଡ଼ାକଡ଼ି ଭାବରେ ଲାଗୁ କରିବା ଏବଂ ଯେକୌଣସି ଅନିୟମିତତା…

Read More

ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗରେ ବିଜେଡିର ଚିଠି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଛନ୍ତି ବିଜେଡି ସାଂସଦ ସସ୍ମିତ୍ ପାତ୍ର।ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ.ଆଇ.ଆରକୁ ନେଇ ଅଭିଯୋଗ ଆଣିଛନ୍ତି ସାଂସଦ ସସ୍ମିତ ପାତ୍ର । ନିର୍ଭୁଲ ଭୋଟର ତାଲିକା ଗଣତନ୍ତ୍ର ପାଇଁ ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରାଥମିକ ଯାଞ୍ଚରେ ଏତେ ସଂଖ୍ୟକ ଭୋଟରଙ୍କ ନାଁ ବାଦ୍ ପଡ଼ିଛି, ଯାହା ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବୋଲି ସସ୍ମିତ ଲେଖିଛନ୍ତି। ପ୍ରକୃତ ଭୋଟର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇପାରନ୍ତି। ଏହା ନିର୍ବାଚନର ନିରପେକ୍ଷତାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ସୂଚନାମୁତାବକ ଏସଆଇଆର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠାରୁ ୩ ମାସରେ ପ୍ରାୟ ୯ ଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ନାଁ କଟାଯାଇଛି। କିନ୍ତୁ ବିଡ଼ମ୍ବନାର କଥା ହେଲା…

Read More

ଓଡ଼ିଶାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି । ଏହାପରେ ବାୟୁସେନାର ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଛନ୍ତି। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତେବେ ମହାମହିମ ରାଷ୍ଟ୍ରପତି ମୁଣ୍ଡଫଟା ଖରାକୁ ଖାତିର ନକରି ଜନସାଧାରଣଙ୍କ ଗହଳି ଭିତରେ କିଛି କ୍ଷଣ ବିତାଇଛନ୍ତି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ଥିବା ବେଳେ ସେ ଯେତେବେଳେ ରାଉରକେଲାର ଏକ ରାଜରାସ୍ତାରେ ଯାଉଥିଲେ ଶୀତତାପ ନିୟନ୍ତ୍ରିତ କାର୍‌ରୁ ଓହ୍ଲାଇ ଜନସାଧାରଣଙ୍କୁ ଭେଟିଛନ୍ତି। ସାଧାରଣ ଜନତାଙ୍କ ଆଶାକୁ ଦ୍ବିଗୁଣିତ କରିଛନ୍ତି। ଜନସାଧାରଣଙ୍କୁ ସେ ନିରାଶ କରି ନାହାନ୍ତି। ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାଉରକେଲାର ଜନସାଧାରଣଙ୍କର ମୁହଁରେ ଗୋଟିଏ କଥା ଯେ, ଯାହା ହେଲେ ବି ସେ ଓଡ଼ିଆ ଝିଅ ତ… ଓଡ଼ିଶାର ଲୋକଙ୍କ ପାଇଁ ତାଙ୍କର ବିଶାଳ ଦୃଦୟ ରହିଛି। ସେ…

Read More

ପୁରୀ ଜିଲ୍ଲା ସାତପଡ଼ା ଫାଣ୍ଡି ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ୨୧ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମର ଅଭିଯୋଗ ।ବ୍ରହ୍ମଗିରି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା ।ଅଭିଯୋଗ ଅନୁସାରେ, ସାତପଡ଼ା ଫାଣ୍ଡି ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଯୁବକ ନାବାଳିକାଙ୍କୁ ଘରୁ ଡାକି ନେଇଥିଲେ । ଏହାପରେ ତାଙ୍କ ହାତ ବାନ୍ଧି, ପାଟିରେ ଲୁଗା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଘର ଲୋକଙ୍କ ଆଗରେ ସବୁ କଥା କହିବା ପରେ , ପରିବାର ପକ୍ଷରୁ ବ୍ରହ୍ମଗିରି ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ପ୍ରଥମେ ପୀଡିତାଙ୍କୁ ଚିକିତ୍ସା ନିମନ୍ତେ ରେବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ଅନ୍ୟପଟେ ଚିକିତ୍ସା ପରେ ପୀଡିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।…

Read More

UIDAI ପକ୍ଷରୁ ଆଧାର ଅପଡେଟ୍‌କୁ ନେଇ ଜାରି ହୋଇଛି ନୂଆ ପରାମର୍ଶ ।ଆଧାର କାର୍ଡ ୧୦ ବର୍ଷ ପୁରୁଣା ହୋଇଥିଲେ ଏହାକୁ ଅପଡେଟ୍ କରିବା ନିହାତି ଜରୁରୀ । UIDAI ଅନୁଯାୟୀ, ଠିକଣା କିମ୍ବା ଫଟୋ ଭଳି ସୂଚନାରେ ପରିବର୍ତ୍ତନ ଆସିଥାଇପାରେ, ଯେଉଁଥିପାଇଁ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି ।୧୪ ଜୁନ୍ ପର୍ଯ୍ୟନ୍ତ ଏହି ସୁବିଧା ସମ୍ପୂର୍ଣ୍ଣ ମାଗଣା। କେବଳ ଅନଲାଇନ୍ ମାଧ୍ୟମରେ ମାଗଣା ଅପଡେଟ୍ ସୁବିଧା ଉପଲବ୍ଧ ।ଏହାକୁ ଅପଡେଟ୍ କରିବା ଅତି ସହଜ । ଆପଣ “MyAadhaar” ପୋର୍ଟାଲକୁ ଯାଇ ନିଜ ଆଧାର ନମ୍ବର ସାହାଯ୍ୟରେ ଲଗ୍-ଇନ୍ କରିପାରିବେ । ଏହାପରେ ମୋବାଇଲକୁ ଆସୁଥିବା OTP ଜରିଆରେ ଯାଞ୍ଚ କରି ଆବଶ୍ୟକୀୟ ଦସ୍ତାବେଜ ଅପଲୋଡ୍ କରିବାକୁ ପଡ଼ିବ । ପରିଚୟ ପତ୍ର ଏବଂ ଠିକଣାର ପ୍ରମାଣ ପାଇଁ ଆପଣ ପ୍ୟାନ୍ କାର୍ଡ, ଭୋଟର ଆଇଡି କିମ୍ବା ରାସନ କାର୍ଡର ବ୍ୟବହାର କରିପାରିବେ ।ବ୍ୟାଙ୍କିଙ୍ଗ୍ ସେବା, ସରକାରୀ ଯୋଜନା…

Read More

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ହୀନ କାର୍ଯ୍ୟକଳାପ ପାଇଁ ଚାକିରିରୁ ନିଲମ୍ବିତ ।ଗତ ୧୭ ତାରିଖରେ ବିଦ୍ୟାଳୟରେ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ ପ୍ରଧାନଶିକ୍ଷକ । ୧୦ ଜଣ ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେବାରୁ ପିଲାମାନେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ପଚାରିବା ସହିତ ହୋହଲ୍ଲା କରିଥିଲେ । ତେବେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମାମଲାର ଆପୋଷ ସାମାଧାନ ହୋଇଥିଲା । ତେବେ ଏଭଳି ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ଶୃଙ୍ଖଳାଗତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଶେଷରେ ତଦନ୍ତ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ସୁକିନ୍ଦା ବିଇଓ । ଏହି ସମୟରେ ଦରମା…

Read More

ଗତକାଲି ସରିଛି ଅକ୍ଷୟ ତୃତୀୟା । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ଦର ହୋଇଯାଇଛି ୫୨,୦୦୦ ଟଙ୍କାରୁ ଅଧିକ ମହଙ୍ଗା । ଲୋକେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା ଆଡ଼କୁ ମୁହାଁଇଛନ୍ତି । କମ୍ ଦର ଯୋଗୁ ୧୮ କ୍ୟାରେଟ୍ ସୁନା ଗହଣା ଏବଂ ହୀରା ଗହଣାର ଏକ ନୂଆ ଟ୍ରେଣ୍ଡ୍ ତିଆରି ହୋଇଛି । ଏ ବର୍ଷ ବିକ୍ରିରେ ପ୍ରାୟ ୧୦% ଅଭିବୃଦ୍ଧି ଘଟିଥିବା ବଜାର ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା କିଣିଥିବା ବଜାର ସୂତ୍ରରୁ ଜଣାପଡ଼ିଛି । ତେବେ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୧,୪୨, ୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୧,୫୬,୬୫୫ ଟଙ୍କା ରହିଛି।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା…

Read More

ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଜାରି ରହିଛି । । ଭିତର ରତ୍ନଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ହୋଇଛି ମେଳକ ପ୍ରକ୍ରିୟା । ଭିତର ଭଣ୍ଡାରରେ ଏପର୍ଯ୍ୟନ୍ତ ସମସ୍ତ ମେଳକ ଶତ ପ୍ରତିଶତ ସ୍ୱଚ୍ଛ ଓ ନିରବଚ୍ଛିନ୍ନ ହୋଇଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ୧୯୭୮ରେ ଶେଷଥର ଗଣତିମଣତି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଗଣତିମଣତିରେ ତାହାର ମେଳ କରାଯାଉଛି ଓ ଏଥିରେ କିଛି ବ୍ୟତିକ୍ରମ ଦେଖାଦେଇନାହିଁ।ଏବେ ଭିତର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ମଧ୍ୟ ସୁଚାରୁରୂପେ ଅଗ୍ରସର ହେଉଛି । ସମଗ୍ର ପ୍ରକ୍ରିୟା ସହିତ ଅଳଙ୍କାର ମାନଙ୍କର ଫଟୋଗ୍ରାଫି, ଭିଡିଓଗ୍ରାଫି ଓ 3D ମ୍ୟାପିଙ୍ଗ ମଧ୍ୟ କରାଯାଉଛି । ଏପ୍ରିଲ ୧୩ରୁ ଆରମ୍ଭ ହୋଇଥିବା ଭିତର ରତ୍ନଭଣ୍ଡାର ଅଳଙ୍କାର କେବଳ ଗଣତି କରାଯାଉଛି। ବାହାର ଚନ୍ଦନ ଯାତ୍ରା ପାଇଁ…

Read More

ଏପ୍ରିଲ ୨୨ ତାରିଖ । ଭାରତ ପାଇଁ ଏକ କଳାଦିନ । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୨ ତାରିଖରେ ଭୟଙ୍କର ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ । ୨୨ ଏପ୍ରିଲ୍, ୨୦୨୨ କେବଳ ଏକ ତାରିଖ ନୁହେଁ, ବରଂ ଏକ ଚିତ୍କାର ଯାହା ଭାରତର ହୃଦୟକୁ ଚିରି ଦେଇଥିଲା । ଘଟଣାର ଏକ ବର୍ଷ ପରେ ଆଜି ମଧ୍ୟ ସେହି ଭୟଙ୍କର ସ୍ମୃତି ଲୋକଙ୍କ ମନରେ ସତେଜ ରହିଛି, କିନ୍ତୁ ଏହା ମଧ୍ୟରେ କାଶ୍ମୀର ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରୁଛି। ଏହି ଆକ୍ରମଣରେ ମୋଟ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଜାମ୍ମୁ-କାଶ୍ମୀର ପର୍ଯ୍ୟଟନ ଶିଳ୍ପକୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ହାନି ସହିବାକୁ ପଡ଼ିଥିଲା। ହୋଟେଲ ବୁକିଂ ବହୁ ପରିମାଣରେ ବାତିଲ ହୋଇଥିଲା। ଆକ୍ରମଣ ପରେ କିଛି ସମୟ ପାଇଁ ଉପତ୍ୟକା ଶୂନଶାନ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ଧୀରେ…

Read More