Author: sanitelevision

ଆଜି ‘ୱାର୍ଲ୍ଡ ଆର୍ଥ ଡେ’ ବା ବିଶ୍ବ ପୃଥିବୀ ଦିବସ। ଆଜି ‘ବିଶ୍ୱ ପୃଥିବୀ ଦିବସ’ ଅବସରରେ ପୃଥିବୀକୁ ରକ୍ଷା କରିବା ପାଇଁ ସମଗ୍ର ବିଶ୍ୱ ଏକଜୁଟ ହୋଇଛି । ଏହା କେବଳ ଏକ ଉତ୍ସବ ପାଳନ ନୁହେଁ, ବରଂ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତ ପାଇଁ ଏକ ଦୃଢ଼ ସଙ୍କଳ୍ପ ନେବାର ବେଳ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।୧୯୭୦ ମସିହାରେ ଆମେରିକାରୁ ଆରମ୍ଭ ହୋଇଥିବା ‘ବିଶ୍ୱ ପୃଥିବୀ ଦିବସ’ ଆଜି ଏକ ବିଶ୍ୱସ୍ତରୀୟ ଜନ-ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ବିଶେଷ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ବା ଥିମ୍ ରହିଛି ‘Planet vs Plastics’ ଅର୍ଥାତ ଗ୍ରହ ବନାମ ପ୍ଲାଷ୍ଟିକ ।ଗ୍ରୀଷ୍ଣ ପ୍ରବାହ, ବନ୍ୟା, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ସମୟରେ ପୃଥିବୀ ଦିବସ ପାଳନ ବେଶ୍ ଗୁରୁତ୍ୱ ବହନ କରେ। କାରଣ ପ୍ରକୃତିର ଚେତାବନୀ ସତ୍ତ୍ୱେ…

Read More

ଆଜି ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣରେ ଖୋଲିଲା କେଦାରନାଥ ଦ୍ୱାର । କପାଟ ଖୋଲିବା ମାତ୍ରେ ସମଗ୍ର ମନ୍ଦିର ପରିସର “ହର ହର ମହାଦେବ” ଏବଂ “ଜୟ ବାବା କେଦାର” ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା।ସାରା ଭାରତରୁ ପହଞ୍ଚିଛନ୍ତି ବାବାଙ୍କ ଭକ୍ତ । ଭକ୍ତମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଗତବର୍ଷ ଅକ୍ଟୋବର ୨୩ରୁ ବନ୍ଦ ଥିଲା ମନ୍ଦିର ।କେଦାରନାଥ ବାବାଙ୍କ ପୂଜାର୍ଚ୍ଚନା ପାଇଁ ପହଞ୍ଚିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । କମିଟି ପକ୍ଷରୁ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ଟନ୍ ଟନ୍ ଫୁଲରେ ସଜେଇ ହୋଇଛି ମନ୍ଦିର । ମନ୍ଦିର ଉପରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଛି । ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉତ୍ତରାଖଣ୍ଡ ରାଜ୍ୟପାଳ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି…

Read More

ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ଲେଖିଛି । ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନା ମେ ୧୫ ଯାଏଁ ଚାଲିବ । ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥିବା ବେଳେ ମରଣାତ୍ମକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରି ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରି ଅଛନ୍ତି। ସୋନୁର ଜିଲ୍ଲାରେ ଜଣେ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ମଧ୍ୟ ହୋଇଥିଲା ।ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନ୍ସସ୍‌) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଗଣନାକାରୀଙ୍କ ସମ୍ପର୍କରେ ଆସିଥିବା ଅତ୍ୟନ୍ତ ଦୁଃଖଦ ଖବର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…

Read More

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍‌ଶୀଘ୍ର ବାଲି କଢ଼ାଯିବ ସୂଚନା ମିଳିଛି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍‌ଆଇ ପକ୍ଷରୁ କୁହାଯାଇଛି ।ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ଗତବର୍ଷ ଡିସେମ୍ବର ୮ରେ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ୍‌ ଲ୍ୟାବ୍‌କୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ ଭିତରେ ଥିବା ବାଲିଗୁଡ଼ିକ ପୂର୍ବପରି ସୁରକ୍ଷିତ ରହିଛି ଏବଂ ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରିପୋର୍ଟ ଆସିବା ପରେ ଏଏସ୍‌ଆଇ ପକ୍ଷରୁ ଅକ୍ଷୟ ତୃତୀୟା ଦିନରୁ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଏଏସ୍‌ଆଇ ପକ୍ଷରୁ ବାଲି କାଢ଼ିବା ପାଇଁ ଚୂଡ଼ାନ୍ତ ମ୍ୟାପିଂ କରାଯାଉଛି। ସେକ୍ସନ୍‌ ଡ୍ରଇଂ ଅନୁଯାୟୀ ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ୱ କାନ୍ଥରେ ୯ ଫୁଟ ଚଉଡ଼ାରେ ପଥର କଟାଯାଇ ଭିତରକୁ…

Read More

ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରିଛି । ଆକ୍ରମଣର ପ୍ରଥମ ବାର୍ଷିକୀରେ ଭାରତ ପହଲଗାମ ସହିଦଙ୍କୁ ଭୁଲିନାହିଁ ।ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ। ଭାରତ କେବେ ବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେବି ସଫଳ ହେବ ନାହିଁ। ଏହି ଦୁଃଖର ମୁହୂର୍ତ୍ତରେ, ତାଙ୍କର ଚିନ୍ତାଧାରା ଏବଂ ସମବେଦନା ଶୋକସନ୍ତପ୍ତ ପରିବାର ସହିତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ବିରୋଧରେ ଭାରତର ଜିରୋ ଟଲେରାନ୍ସ ବା ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଛନ୍ତି । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ରାଷ୍ଟ୍ର ଭାବରେ, ଆମେ ଏହି ଦୁଃଖ ଏବଂ ସଂକଳ୍ପର ମୁହୂର୍ତ୍ତରେ ଏକତ୍ରିତ ହୋଇ ଠିଆ ହୋଇଛୁ ।ଗତ ବର୍ଷ ଏପ୍ରିଲ ୨୨ରେ, ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା…

Read More

OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ ‘ଭର୍ଚୁଆଲ୍ କ୍ଲାସରୁମ୍’ ପ୍ରସ୍ତୁତିରେ ଆସିଥିବା ଦୁର୍ନୀତି ଅଭିଯୋଗ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ବିଭାଗୀୟ ସଚିବଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।ଆମ ସରକାର ଦୁର୍ନୀତିକୁ ପ୍ରଶୟ ଦିଏ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସଂସ୍ଥାରେ କିପରି ସୁଧାର ଅଣାଯାଇ ହେବ ସେ ବିଷୟରେ ଆଲୋଚନା କରିବେ । ଏଥିରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାମୁତାବକ ସରକାରୀ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ AI କ୍ଲାସରୁମ୍ ଓ କମ୍ପ୍ୟୁଟର ଲ୍ୟାବ୍ ସ୍ଥାପନା…

Read More

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ଆସନ୍ତା ୪ ଦିନ ଯାଏ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବନି । ଏହାପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିଭଳି ୨୨ ତାରିଖ(ବୁଧବାର)ଠାରୁ ୨୫ ତାରିଖ ଯାଏ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ । ଏହା ପ୍ରଭାବରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ୩୦ କିମି ବେଗରେ ପବନ ବି ବହିପାରେ । ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,…

Read More

ବାହାନ ଡାଟାବେସ୍ ବର୍ଗୀକରଣ ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନିୟମ । ଦୀର୍ଘବର୍ଷ ଧରି ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ହୋଇନଥିଲେ ଅଚଳ ହୋଇଯିବ ଗାଡ଼ିର ପଞ୍ଜୀକରଣ । ବାହନ ଡାଟାବେସ୍‌ର ହେବ ବର୍ଗୀକରଣ। ଯାହାଫଳରେ ରାଜ୍ୟରେ ଏବେ ପାଖାପାଖି ୮ଲକ୍ଷ ଗାଁଡ଼ି ଏହି ନୂଆ ନିୟମ ଦ୍ବାରା ପ୍ରଭାବିତ ହେବାକୁ ଯାଉଛନ୍ତି । ନୂଆ ନିୟମ ଅନୁସାରେ, ଗାଡ଼ିଗୁଡିକୁ ପରମାନେଣ୍ଟ ଆର୍କାଇଭ, ଟେମ୍ପରାରି ଆର୍କାଇଭ୍, ଆକ୍ଟିଭ୍ ନନ୍-କମ୍ପ୍ଲାଏଣ୍ଟ, ଆକ୍ଟିଲ୍‌ କମ୍ପ୍ଲାଏଣ୍ଟ ଏପରି ୪ ଭାଗରେ ବିଭକ୍ତ କରାଯାଇଛି । ଅଣବାଣିଜ୍ୟିକ ଗାଡ଼ିଗୁଡ଼ିକ ମଧ୍ୟରେ ୧୫ ବର୍ଷରୁ କମ୍ ପୁରୁଣା ଗାଡ଼ିର ୨ ବର୍ଷରୁ କମ୍ ସମୟ ଧରି ପିୟୁସିସି କିମ୍ବା ବୀମା ହୋଇ ନଥିଲେ ତାହାକୁ ଆକ୍ଟିଭ୍ ନନ୍-କମ୍ପ୍ଲାଏଣ୍ଟ ବର୍ଗରେ ନିଆଯିବା ଅର୍ଥାତ୍ ଉକ୍ତ ଗାଡ଼ିଗୁଡ଼ିକ ସକ୍ରିୟ ଅଛନ୍ତି, କିନ୍ତୁ କୌଣସି କାଗଜପତ୍ର କରିନାହାନ୍ତି ବୋଲି ଧରାଯିବ।ସେହିପରି ଯଦି ବୀମା ଅବଧି ୨ବର୍ଷରୁ ଅଧିକ ଓ ୩ବର୍ଷରୁ…

Read More

ହର୍ମୁଜ୍ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଇରାନ ଆମେରିକା ନିକଟରେ ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ଏବଂ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧବିରତି ବଳବତ୍ତର ରହିବ। କିନ୍ତୁ ସାମୁଦ୍ରିକ ନାକାବନ୍ଦୀ ଜାରି ରହିବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶଲ ଅସୀମ ମୁନୀରଙ୍କ ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଇରାନ ନେତାମାନେ ଏହି ବିବାଦର ସମାଧାନ ପାଇଁ ଏକ “ସମ୍ମିଳିତ ପ୍ରସ୍ତାବ” ଉପସ୍ଥାପନ କରିବାକୁ ସମୟ ପାଇବେ । ବୋମା ମାଡ଼ ବନ୍ଦ ହୋଇଥିଲେ ମଧ୍ୟ ଇରାନ ବନ୍ଦରଗୁଡ଼ିକ ଉପରେ ନୌସେନା ଅବରୋଧ ଜାରି ରହିଛି। ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଏହି କଟକଣା…

Read More

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ଆଜି ପ୍ରଥମ ଦିନରେ ପୁରୀରେ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । କରତ ଶବ୍ଦରେ ଚଳଚଞ୍ଚଳ ହେଉଛି ରଥଖଳା । ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ରଥନିର୍ମାଣ ଅନୁକୂଳ ହୋଇଥିଲା ।ପ୍ରଥମ ଦିନରେ ମହଜୁଦ ଥିବା ୨୨ ଗୋଟି ତୁମ୍ବ କାଠକୁ କରତରେ ମାପ ଅନୁଯାୟୀ କାଟିବେ କରତିଆ ସେବକ।୪୨ ଟି ତୁମ୍ବ ପ୍ରସ୍ତୁତ ହେବ ।ଏହାପରେ ସୂତା ବାଡିଆ ହୋଇ ବିନ୍ଧ ହେବ । ତେଣୁ କରତିଆ ସେବକ ଓ ମହାରଣା ସେବକଙ୍କ ଉପସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିବ।ଭୋଇ ସେବକ ମାନେ ଆବଶ୍ୟକ ରଥ କାଠକୁ ଆଣି ଖଳାରେ ଯୋଗାଇ ଦେଉଛନ୍ତି।ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପ୍ରସ୍ତୁତ ହୋଇଥିବା ୧୧ ବଖରା ଚାଳି ରେ ଜାରି ରହିବ ରଥ ନିର୍ମାଣ କାର୍ଯ୍ୟ।

Read More