Author: sanitelevision

ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ସୁପାରିଶ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ଵାନ କରାଯାଇଛି ।ସୂଚନାମୁତାବକ, ରାଜସ୍ୱ ଓ ବିପର୍ଯ୍ଯୟ ପରିାଳନା ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ ଏବଂ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ନାମ ଯଦି ମୂଳ ଓଡ଼ିଆ ନାମର ଅପଭ୍ରଂଶ ହୋଇଥାଏ, ତେବେ ସେଗୁଡିକର ମୂଳ ଓଡ଼ିଆ ନାମର ପୁନରୁଦ୍ଧାର ପାଇଁ ସର୍ବସାଧାରଣ ଏବଂ ଜନପ୍ରତିନିଧିମାନଙ୍କଠାରୁ ପରାମର୍ଶ ତଥା ପ୍ରସ୍ତାବ ଆହ୍ଵାନ କରାଯାଇଥିଲା । ଏହି କ୍ରମରେ ରାଜ୍ୟର ଜନପ୍ରତିନିଧିଗଣ ଏବଂ ସାଧାରଣ ନାଗରିକମାନଙ୍କଠାରୁ ଅନେକ ପ୍ରସ୍ତାବ ଓ ପରାମର୍ଶ ପ୍ରାପ୍ତ ହୋଇଛି ।ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବ ବିଶିଷ୍ଟ…

Read More

ପଶ୍ଚିମବଙ୍ଗରେ ୧୫୨ ଏବଂ ତାମିଲନାଡୁରେ ୨୩୪ଟି ସିଟ୍ ପାଇଁ ଭୋଟିଂ ହେଉଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହେଉଛି । ଏହି ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ଭୋଟ୍ ହେଉଛିଥିବାବେଳେ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ଭୋଟ୍ ହେଉଛି । ବିଜେପି ଏହି ଦୁଇଟି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି ।ଅନ୍ୟପଟେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ଯାଏଁ ସେମାନଙ୍କ ନିର୍ବାଚନ ମଣ୍ଡଳୀ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ୧୬ଟି ଜିଲ୍ଲାର ୧୫୨ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ଭୋଟ୍ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ମୈଦାନରେ ମୋଟ୍ ୧୪୭୮ ଜଣ ପ୍ରାର୍ଥୀ ରହିଛନ୍ତି । ପ୍ରାୟ…

Read More

ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ‘ଓଡ଼ିଶା ବୃତ୍ତି, ବ୍ୟାପାର, ଜୀବିକା ଓ ନିଯୁକ୍ତି ଉପରେ ଟିକସ’ ବା ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି । ତେବେ ଚଳିତ ବାର୍ଷିକ ବଜେଟରେ ଏପ୍ରିଲ ପହିଲାରୁ ପିଛିଲା ଭାବେ ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ନେଇ ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଉଚ୍ଛେଦ ସଂକ୍ରାନ୍ତ ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରାଯାଇଛି । ଏହି ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ନକରିବାକୁ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଓଡ଼ିଶା ବିଧାନସଭାର ଅଧିବେଶନ ଏବେ ଚାଲୁ ନଥିବାରୁ, ଭାରତୀୟ ସମ୍ବିଧାନର ଧାରା 213 (1) ଅନୁଯାୟୀ ମିଳିଥିବା କ୍ଷମତା ପ୍ରୟୋଗ କରି ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି…

Read More

ଟିଉସନ ଦେବା ନାଁରେ ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ । ଏ ସମ୍ପର୍କରେ କାହାକୁ କହିଲେ ଆପତ୍ତିଜନକ ଫଟୋ ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ ଟିଉସନ ଶିକ୍ଷକ।ଶେଷରେ ପୀଡିତା ଛାତ୍ରୀଙ୍କ ଅଭିଯୋଗ ପରେ ଗତକାଲି(ବୁଧବାର) ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି କୁଦାନଗରୀ ପୋଲିସ । ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରୁ ଗୁରୁ ଶିଷ୍ୟଙ୍କୁ ନେଇ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କୋରୁଆ ସରକାରୀ ସ୍କୁଲର ଶିକ୍ଷକ ରଞ୍ଜନ ଜେନା, ଯିଏକି ବାଲେଶ୍ୱର ଜିଲ୍ଲାର ବାସିନ୍ଦା ୨୦୨୨ ମସିହାରୁ ଏହି ସ୍କୁଲରେ କାର୍ଯ୍ୟରତ ଥିଲେ । ତାଙ୍କ ବିରୋଧରେ ଛାତ୍ରୀ ଅସଦାଚରଣ ଭଳି ଗୁରୁତର ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।ଅଭିଯୋଗ ଅନୁସାରେ, ରଞ୍ଜନ ଜନୈକା ନାବାଳିକା ଛାତ୍ରୀଙ୍କୁ ଇଂରାଜୀ ଟିଉସନ୍‌ ଦେବା ନାମରେ ବାରମ୍ବାର ଅସଦାଚରଣ କରୁଥିଲେ ଓ ଏ ସମ୍ପର୍କରେ କାହାରି ଆଗରେ…

Read More

ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଚଳିତ ଖରିଫ୍ ଋତୁ ପାଇଁ ଏକ ବୃହତ୍ ଋଣ ଯୋଜନା ଘୋଷଣା କରିଛନ୍ତି। ଏଥର ଖରିଫ୍ ଋତୁରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଚାଷୀଙ୍କୁ ମୋଟ ୧୧ ହଜାର ୫୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। । ଏଥିପାଇଁ ଚଳିତ ଖରିଫ ୨୦୨୬ ଋତୁ ପାଇଁ ଏକ ବୃହତ ଋଣ ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର ।ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ, ସମବାୟ ବ୍ୟାଙ୍କ, ପ୍ୟାକ୍ସ ବା PACS ଓ ଅନ୍ୟାନ୍ୟ ବ୍ୟାଙ୍କ ମାଧ୍ୟମରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଉଥିବା ଚାଷୀଙ୍କ ପାଇଁ ସୁଧ ହାର ଶୂନ୍ୟ (୦%) ରହିବ । ସେହିପରି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା ଚାଷୀଙ୍କ ପାଇଁ ସୁଧ ହାର ମାତ୍ର…

Read More

ଆଇଆରଏସ ଅଧିକାରୀଙ୍କ ଝିଅକୁ ହତ୍ୟା । ଦୁଷ୍କର୍ମ ପରେ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା ।ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଘଟିଛି । ପୋଲିସ ସନ୍ଦେହ କରୁଛି ଯେ ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଛି । ତଥାପି ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।ଦିଲ୍ଲୀର ଜଣେ ବରିଷ୍ଠ ରାଜସ୍ୱ ସେବା ଅଧିକାରୀଙ୍କ ୨୨ ବର୍ଷୀୟା ଝିଅଙ୍କୁ ତାଙ୍କ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।ଏହି ହତ୍ୟାକାଣ୍ଡ ପଛରେ ପରିବାରର ଜଣେ ପୂର୍ବତନ ଘରୋଇ ସହାୟକର ହାତ ଥିବା ପୋଲିସ ସନ୍ଦେହ କରୁଛି । ପ୍ରାୟ ମାସେ ପୂର୍ବରୁ କୌଣସି କାରଣରୁ ସହାୟକକୁ କାମରୁ ବାହାର କରିଦିଆଯାଇଥିଲା । ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି ।…

Read More

ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଜର୍ମାନୀରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତ ଦୁଇ ରାଷ୍ଟ୍ର ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛି, କିନ୍ତୁ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି। ଯଦିଓ ପୂର୍ବରୁ ପାକିସ୍ତାନ ଭଳି ଦେଶ ମଧ୍ୟସ୍ଥତା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି, ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସନ୍ତୁଳିତ କୂଟନୈତିକ ଆଭିମୁଖ୍ୟ ଯୋଗୁଁ ଭାରତ ଉପରେ ବିଶ୍ୱର ଭରସା ବଢ଼ିଛି। ରାଜନାଥ ସିଂହ କହିଛନ୍ତି ଯେ, “ହୁଏତ ଆସନ୍ତାକାଲି ଏପରି ଏକ ସମୟ ଆସିବ ଯେତେବେଳେ ଭାରତ ନିଜର ଭୂମିକା ଗ୍ରହଣ କରିବ ଏବଂ ଏହି ଦିଗରେ ସଫଳତା ହାସଲ କରିବ।”

Read More

କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪ ତାରିଖରୁ ସେ ବିଚାରଧିନ କଏଦୀ ଭାବରେ ସ୍ଥାନୀୟ ଜିଲା କାରାଗାରରେ ଥିଲା। ଗତକାଲି ରାତି ୧୨ଟା ୫୬ ମିନିଟରେ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ଜଣାପଡିଛି। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।ସବୁଠୁ ଆଶ୍ଚର୍ଯ୍ୟକର କଥା ସହର ମଧ୍ୟ ଭାଗରେ ଥିବା ଜେଲର ବଡ଼ ପାଚେରୀ ଡେଇଁ କେମିତି ପଳେଇବା କଏଦୀ, ତାକୁ ନେଇ ପ୍ରଶ୍ନ ଉଠିଛି। ଜେଲର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ଜେଲକୁ ଜଗିବା ପାଇଁ ଟାୱାର ଉପରେ ସୁରକ୍ଷା ଓ ସିସିଟିଭି ଲାଗିଛି। ଏତିକି ସୁରକ୍ଷା ବ୍ୟବସ୍ଥାରେ ଜେଲରୁ କଏଦି ଫେରାର ହେବା କର୍ତ୍ତୃପକ୍ଷଙ୍କ ଅବହେଳା ଓ ଢିଲା ସୁରକ୍ଷା ନେଇ…

Read More

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୭୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୧,୮୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୭୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୪୧,୮୫୦ ଟଙ୍କାକୁ ପହଞ୍ଚିଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୬୫,୦୦୦ ଟଙ୍କା ହୋଇଛି ।

Read More

ଅଧିକ ଖରା ହେଲେ ବନ୍ଦ କରାଯାଇପାରେ ଜନଗଣନା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜନଗଣନା ବେଳେ କିଛି ଅଧିକାରୀ ଅସୁସ୍ଥ ହେବା ଖବର ଆସିଛି । ଆଜି ବିଭାଗୀୟ ଅଧିକାରୀଙ୍କବୈଠକ ପାଇଁ ଡକାଯାଇଛି । ଏହା ପରେ ଜନଗଣନାରେ ନିୟୋଜିତ ଥିବା ଅଧିକାରୀଙ୍କ ସହ ବୈଠକ ହେବ । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ । ଯେଉଁଠି ଆକ୍ରମଣ ହୋଇଛି । ସେହି ଘଟଣା ଉପରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଅପରାଧୀଙ୍କ ସ୍ଥାନ ନାହିଁ । ଯିଏ ଆକ୍ରମଣର କରିଥିବ, ସେ ଦୋଷୀ ପାତାଳରେ ଲୁଚି ରହିଥିଲେ ବି ଖୋଜିକି ଆଣିବୁ । ଗୃହ ବିଭାଗ ସହ ଏନେଇ ଆଲୋଚନା କରାଯିବ ।ସେ କହିଛନ୍ତି ଯେ, ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା…

Read More