Author: sanitelevision

ଜନଗଣନା ଅଧିକାରୀଙ୍କ ପାଇଁ ଏସ୍‌ଓପି। ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗ ଏସ୍‌ଓପି ଜାରି କରିଛି। ଏ ନେଇ ସବୁ ଜିଲ୍ଲାପାଳ/ଏସ୍‌ପି/ ମ୍ୟୁନିସପାଲ୍‌ କମିଶନରଙ୍କୁ ଚିଠି ହୋଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ । ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E&S ହସ୍ତକ୍ଷେପ କରିବେ। ଦରକାର ପଡ଼ିଲେ ତୁରନ୍ତ ସ୍ଥାନ ଛାଡ଼ିବା ପରେ କର୍ମଚାରୀମାନେ ପୁଣି ସୁରକ୍ଷା ଭିତରେ ଯିବେ। E&S ର ନାମ ଏବଂ ଯୋଗାଯୋଗ ବିବରଣୀ କର୍ମଚାରୀମାନେ ସମ୍ପୃକ୍ତ ଥାନାକୁ ସୂଚିତ କରିବେ। ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଣେ ପୁଲିସ୍‌ କର୍ମଚାରୀ ମଧ୍ୟ ଯିବେ। ଅଧିକାରୀମାନେ ଜନଗଣନାକୁ ଯିବା ବେଳେ ସ୍ଥାନୀୟ ମୁରବୀମାନଙ୍କର ମଧ୍ୟ ସହଯୋଗ ନେଇପାରିବେ। ଜନଗଣନା କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ…

Read More

ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥାନ କେବଳ ସିମଲା ଏବଂ ହାଇଦ୍ରାବାଦରେ ରହିଛି । ଦେଶରେ କେବଳ ତିନୋଟି ସ୍ଥାନରେ ରାଷ୍ଟ୍ରପତିଙ୍କ ବାସଭବନ ରହିଛି। ଏଥିମଧ୍ୟରୁ ସବୁଠାରୁ ପୁରୁଣା ସିମଲାର ମଶୋବରାରେ ଅବସ୍ଥିତ। ଏହା ପୂର୍ବରୁ ଦି ରିଟ୍ରିଟ୍ ନାମରେ ଜଣାଶୁଣା ଥିଲା। ଏହା ସିମଲାରୁ ୧୨ କିଲୋମିଟର ଦୂରରେ ମଶୋବରାର ଶାନ୍ତ ଏବଂ ମନୋରମ ପାହାଡ଼ରେ ଅବସ୍ଥିତ। ରାଷ୍ଟ୍ରପତିଙ୍କ ବାସଭବନ ମଶୋବ୍ରା ୧୭୫ ବର୍ଷରୁ ଅଧିକ ପୁରୁଣା। ଏହାର ନିର୍ମାଣ ଶୈଳୀ ଧଜ୍ଜୀ ନିର୍ମାଣ ପରି। ଏଥିରେ କାଠ ଏବଂ ମାଟିରେ ତିଆରି କାନ୍ଥ ରହିଛି। ଏହି କୋଠାର ଅନନ୍ୟ…

Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏଥର ସେ ତାଙ୍କ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଲେଖକ ଏବଂ ମତାମତକାରୀ ମାଇକେଲ୍ ସାଭେଜଙ୍କ ଏକ ପୁରୁଣା ଭିଡିଓକୁ ରି-ପୋଷ୍ଟ କରିଛନ୍ତି, ଯେଉଁଥିରେ ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକୁ “ନର୍କ” ଭାବରେ ବର୍ଣ୍ଣନା କରାଯାଇଛି। “ଜନ୍ମାଧିକାର ନାଗରିକତା” ଶୀର୍ଷକ ଏହି ଭିଡିଓରେ ଭାରତ ବିରୋଧୀ ବକ୍ତବ୍ୟ ରହିଛି; ଏବେ ଟ୍ରମ୍ପ ଏହି ଭିଡିଓରେ ଦିଆଯାଇଥିବା ମନ୍ତବ୍ୟଗୁଡ଼ିକୁ ଟ୍ରାନ୍ସକ୍ରିପ୍ଟ କରିଛନ୍ତି ଏବଂ ଟ୍ରୁଥ ସୋସିଆଲରେ ଚାରି ପୃଷ୍ଠାରେ ସେୟାର କରିଛନ୍ତି।ଭିଡିଓକୁ ସିଧାସଳଖ ସେୟାର କରିବା ପରିବର୍ତ୍ତେ, ଟ୍ରମ୍ପ୍ ଭିଡିଓର ସମ୍ପୂର୍ଣ୍ଣ ଲେଖାକୁ ଟ୍ରୁଥ୍ ସୋସିଆଲରେ ଚାରି ପୃଷ୍ଠାର ପୋଷ୍ଟ ଭାବରେ ପ୍ରକାଶ କରିଛନ୍ତି। ଯାହା ଏହି ପ୍ରସଙ୍ଗକୁ ଆହୁରି ଜଟିଳ କରିଛି। ସମାଲୋଚକମାନେ ଟ୍ରୋଲ୍ କରି କହିଛନ୍ତି ଯେ, ଜଣେ ରାଷ୍ଟ୍ରପତିଙ୍କ ଦ୍ୱାରା ଏପରି ସାମଗ୍ରୀର ପୁନଃପ୍ରକାଶନ କେବଳ ବିବାଦୀୟ…

Read More

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ । ମେ ୧୫ରୁ ୨୧ତାରିଖ ଯାଏଁ ଚାଲିବ ପରୀକ୍ଷା ।ସକାଳ ୧୦ଟା ୩୦ ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ବୋର୍ଡ ପ୍ରଥମ ପରୀକ୍ଷା ଶେଷ ହେଇଯାଇଛି । ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି। ଯେଉଁମାନେ ପରୀକ୍ଷା ଦେଇପାରିନାହାନ୍ତି କିମ୍ବା ଯେଉଁମାନେ ସେମାନଙ୍କର ସ୍କୋର ଭଲ କରିବାକୁ ଚାହାଁନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ପରୀକ୍ଷା ସୂଚୀ:- ମେ ୧୫ (ଶୁକ୍ରବାର): ଗଣିତ ମାନକ (୦୪୧) ଏବଂ ଗଣିତ ମୌଳିକ (୨୪୧)ମେ ୧୬ (ଶନିବାର): ଇଂରାଜୀ ଯୋଗାଯୋଗ (୧୦୧) ଏବଂ ଇଂରାଜୀ ଭାଷା ଏବଂ ସାହିତ୍ୟ (୧୮୪)ମେ ୧୮ (ସୋମବାର): ବିଜ୍ଞାନ (୦୮୬)ମେ ୧୯ (ମଙ୍ଗଳବାର): ହିନ୍ଦୀ ପାଠ୍ୟକ୍ରମ-ଏ (୦୦୨), ଉର୍ଦ୍ଦୁ, ପଞ୍ଜାବୀ…

Read More

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଗରମ ଭିତରେ କିଛି ମାତ୍ରାରେ ଆଶ୍ବସ୍ତି ଆଣିବ କାଳବୈଶାଖୀ ବର୍ଷା । ପ୍ରବଳ ଗରମ ସହ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରବଳ ଗରମ ସହ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଖୋର୍ଦ୍ଧା, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ଉପକୂଳ ଓଡ଼ିଶାରେ ଗରମ ସହ ବର୍ଷା ଘଡ଼ଘଡ଼ି ନେଇ ଚେତାବନୀ ଦିଆଯାଇଛି ।

Read More

ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା। ଆଜି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୫୩,୫୫୦ ଟଙ୍କା ରହିଛି। ଗତକାଲି ଏହା ୧,୫୪, ୭୫୦ ଟଙ୍କା ଥିଲା। ଏଥିରେ ୧,୨୦୦ ଟଙ୍କା ହ୍ରାସ ହୋଇଛି।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୪୦,୭୫୦ ଟଙ୍କା ରହିଛି। ଗତକାଲି ୧,୪୧, ୮୫୦ ଟଙ୍କା ଥିଲା। ଏଥିରେ ୧,୧୦୦ ଟଙ୍କା ଶସ୍ତା ହୋଇଛି।୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫, ୧୬୦ ଟଙ୍କା ରହିଛି। ଗତକାଲି ୧,୧୬,୦୬୦ ଟଙ୍କା ଥିଲା। ଏଥିରେ ୯୦୦ ଟଙ୍କା ଶସ୍ତା ହୋଇଛି।ସେହିପରି ରୁପା ଦାମ୍ ସାମାନ୍ୟ ହ୍ରାସ ପାଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ୨୭,୪୯୦ ଟଙ୍କା ରହିଛି। ଗତକାଲି ୨୭,୫୦୦ ଟଙ୍କା ଥିଲା।

Read More

ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ। ସ୍କୁଲ ଛୁଟି ନେଇ ଗୁରୁବାର ଦିନ ନିଆଯିବ ନିଷ୍ପତ୍ତି । ଏସଆରସିଙ୍କ ସହ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ତାପମାତ୍ରା ବଢୁଥିବା ଲାଗି ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Read More

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ନେଇ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି ।କ୍ୟାମ୍ପସରେ ବାରମ୍ବାର ଯୌନ ନିର୍ଯାତନା, ଛାତ୍ରୀଙ୍କୁ ଦୁର୍ବବ୍ୟହାର, ଅଶ୍ଲୀଳ ଆଚରଣ ପ୍ରଦର୍ଶନର ଅଭିଯୋଗ ହେଉଛି । ଏହାକୁ ନେଇ ଏବେ ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । ଏଣିକି ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏକ ସୁରକ୍ଷିତ କ୍ୟାମ୍ପସ ହେବ । ସେଥିଲାଗି ସମସ୍ତ କ୍ଲାସରୁମ୍ ତଥା ଶ୍ରେଣୀର କବାଟ ଆଉ ଚିରାଚରିତ କାଠର ଲାଗିବ ନାହିଁ । କାଚ ଭଳି ଟ୍ରାନ୍ସପାରେଣ୍ଟର କବାଟ, ଝରକା ଲାଗିବ । ଏପରିକି ଶ୍ରେଣୀଗୃହ ଚାଲିଥିବା ସମୟରେ କବାଟ, ଝରକା ବନ୍ଦ ରହିବ ନାହିଁ । ସବୁ ସ୍ଥାନରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । କ୍ୟାମ୍ପସରେ ଥିବା ଅନ୍ଧାର ସ୍ଥାନକୁ ଆଲୋକୀକରଣ କରାଯିବ । ମହିଳାଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ୱଚ୍ଛ ଶୌଚାଳୟ ରହିବ । ଏପରିକି ସବୁ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)…

Read More

ଦେଶରେ ଅନଲାଇନ୍ ଗେମିଂଙ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ଅଥରିଟି ଅଫ୍ ଇଣ୍ଡିଆ(ଓଜିଏଆଇ) ଗଠନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ନୂଆ ନିୟମଗୁଡ଼ିକ ଅଧୀନରେ ଗେମିଂ କମ୍ପାନିଗୁଡ଼ିକୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ।ସରକାର ସାର୍ଟିଫିକେଟ୍ର ବୈଧତାକୁ ଦୁଇ ଗୁଣା କରିଦେଇଛନ୍ତି।ସରକାର ଗେମିଂ ଶିଳ୍ପ ପାଇଁ ଲାଇଟ୍-ଟଚ୍ ରେଗୁଲେଟୋରୀ ଆପ୍ରୋଚ ଆପଣାଇଛନ୍ତି, ଯଦ୍ଦ୍ୱାରା ଷ୍ଟାର୍ଟଅପ୍ ଏବଂ ଡେଭଲପରମାନଙ୍କୁ ଅଯଥା ବୋଝ ନେବାକୁ ପଡ଼ିବ ନାହିଁ । ନୂଆ ନିୟମ ଅଧୀନରେ ସବୁଠୁ ବଡ଼ ପରିବର୍ତ୍ତନ ଅନ୍ଲାଇନ୍ ଗେମ୍ସର ପ୍ରମାଣନକୁ ନେଇ କରାଯାଇଛି।ଏବେ କୌଣସି ଗେମକୁ ମିଳୁଥିବା ସାର୍ଟିଫିକେଟର ବୈଧତା ୫ ବର୍ଷ ବଦଳରେ ୧୦ ବର୍ଷ ପାଇଁ ହେବ । ଫଳରେ ଗେମ୍ ନିର୍ମାତାଙ୍କୁ ବାରମ୍ବାର ରିନ୍ୟୁ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ ନାହିଁ ।

Read More

ଭିସୁଟରେ ପୁଣି ରାଗିଂ ଅଭିଯୋଗ । ସମ୍ବଲପୁର ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ରାଗିଂ ଅଭିଯୋଗରେ ୪ ଜଣ ସିନିଅର ଛାତ୍ରଙ୍କୁ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି । ଜଣେ ଛାତ୍ରଙ୍କୁ ୧୦ ହଜାର ଓ ଅନ୍ୟ ୩ ଜଣ ଛାତ୍ରଙ୍କୁ ୫ ହଜାର ଲେଖାଏଁ ଅର୍ଥ ଦଣ୍ଡ କରାଯାଇଛି । ୪ ଜଣ ସିନିଅର ଜଣେ ଜୁନିୟଙ୍କୁ ଗାଳି ଗୁଲଜ କରୁଥିବା ବେଳେ ଅନ୍ୟ ଜଣେ ଜୁନିଅର ଏହାର ଭିଡିଓ ଉତ୍ତୋଳନ କରୁଥିଲେ l ଯାହାକୁ ନେଇ ସିନିଅର ମାନେ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏନେଇ ଅଭିଯୋଗ ପରେ ଆଣ୍ଟି ରାଗିଂ ସେଲ ଓ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରି ୪ଜଣଙ୍କୁ ଦଣ୍ଡିତ କରିଛନ୍ତି । ଘଟଣାଟି ୧୫ ଦିନ ତଳେ ଘଟିଥିବା କହିଲେ ଭିସୁଟ କୂଳପତି ପ୍ରଫେସର ଦୀପକ…

Read More