୨ଦିନ ତଳେ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବଙ୍କୁ ବୋର୍ଡର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ହଠାତ ପୂର୍ବ ନିର୍ଦ୍ଦେଶାନାମାକୁ ବାତିଲ କରି ନୂଆ ବିଜ୍ଞପ୍ତି ଆସିଛି। ଏହି ନୂତନ ବିଜ୍ଞପ୍ତିରେ ବୋର୍ଡର ଅଧ୍ୟକ୍ଷ ପଦରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ମୁଖ୍ୟ ଶାସନ ସଚିବ ଏହି ବୋର୍ଡର ଅଧ୍ୟକ୍ଷ ଥିବାବେଳେ, ବର୍ତ୍ତମାନ ଏସଏସଇପିଡି ବିଭାଗର ମନ୍ତ୍ରୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଏସଏସଇପିଡି ବିଭାଗର ପ୍ରମୁଖ ଶାସନ ସଚିବ (ଉପ-ଅଧ୍ୟକ୍ଷ), ନିର୍ଦ୍ଦେଶକ (ସଦସ୍ୟ ସଚିବ), ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରତିନିଧି, ଜିଲ୍ଲାପାଳ (ବଲାଙ୍ଗୀର, ଅନୁଗୋଳ, ଖୋର୍ଦ୍ଧା), ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟ (ଦିପ୍ତି ରଞ୍ଜନ ମହାପାତ୍ର ଏବଂ ସୌମ୍ୟ ଦାସ) ଅନ୍ତର୍ଭୁକ୍ତ ଅଛନ୍ତି। ଏହି ପୁନର୍ଗଠନ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ କାର୍ୟ୍ୟ କରିବ।ତେବେ…
Author: sanitelevision
ରେଢ଼ାଖୋଲ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଯୁବକ ହେଲେ ବଉଦ ଜିଲ୍ଲା କିରାସିରା ଗ୍ରାମର ସୁକଦେବ ବାଘ । ଯୁବତୀ ଜଣକ ୩ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ସୂଚନାମୁତାବକ ଭିନ୍ନକ୍ଷମ ଯୁବତୀ ଜଣକ ତାଙ୍କ ସଂପର୍କୀୟ ଘରକୁ ବିଭିନ୍ନ ସମୟରେ ଯିବା ଆସିବା କରନ୍ତି । ସେହି ସମୟରେ ଶୁକଦେବ ଭିନ୍ନକ୍ଷମ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ ଏବଂ ଯୁବତୀଙ୍କ ଅନିଚ୍ଛା ସତ୍ୱେ ୩ ଥର ଶାରୀରିକ ସମ୍ପର୍କ ରଖିଥିଲେ । ଇତି ମଧ୍ୟରେ ଯୁବତୀ ଜଣକ ୩ ମାସର ଗର୍ଭବତୀ ହୋଇଥିଲେ । ଏହା ଜଣାପଡିବା ପରେ ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ ।…
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ କାମ ପୂର୍ବପରି ଜାରି ରହିବ।
ରାଜ୍ୟ ସରକାର ରାଜ୍ୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକର ରୂପରେଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ପ୍ରଶାସନିକ ଦକ୍ଷତା ବଢ଼ାଇବା ଏବଂ ସମ୍ବଳର ସଠିକ୍ ବିନିଯୋଗ ପାଇଁ ଅଦରକାରୀ ବା କମ୍ ପ୍ରଭାବୀ ଯୋଜନାଗୁଡ଼ିକୁ ବନ୍ଦ କରାଯାଇପାରେ କିମ୍ବା ଅନ୍ୟ ବଡ଼ ଯୋଜନା ସହ ମିଶ୍ରଣ କରାଯାଇପାରେ।ଯେଉଁ ଯୋଜନାଗୁଡ଼ିକ ପାଇଁ ଗତ ୩-୪ ବର୍ଷ ହେବ ବଜେଟରେ କୌଣସି ବ୍ୟବସ୍ଥା ନାହିଁ କିମ୍ବା କେବଳ ସାମାନ୍ୟ ଅର୍ଥ ରଖାଯାଇଛି, ସେଗୁଡ଼ିକୁ ବନ୍ଦ କରିବା ପାଇଁ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି।ସମସ୍ତ ବିଭାଗ ନିଜ ନିଜର ଯୋଜନାକୁ ଜନସାଧାରଣଙ୍କ ଉପରେ ପଡ଼ୁଥିବା ପ୍ରଭାବ ଆଧାରରେ ‘ଉଚ୍ଚ’, ‘ମଧ୍ୟମ’ ଓ ‘ନିମ୍ନ’ ପ୍ରାଥମିକତା ଶ୍ରେଣୀରେ ବିଭକ୍ତ କରିବେ।ଏହାଛଡ଼ା, କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ସର୍ବାଧିକ ହିତାଧିକାରୀ ଯେପରି ଉପକୃତ ହୋଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ଏବଂ କୌଣସି ଅବଶିଷ୍ଟ ତ୍ରୁଟି ରହିଲେ ତାହା ରାଜ୍ୟ ସରକାର ପୂରଣ କରିବେ।ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ…
ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା। ରଥ ନିର୍ମାଣ ଅବସରରେ ଚକ ପାଇଁ ତୁମ୍ବ ଓ ଅର କଣ୍ଟା ତିଆରି ଜାରି ରହିଛି । କରତି ସେବକ ଗଡ଼ କାଟିବା ପରେ ଭୋଇ ସେବକମାନେ ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି । ଆଗେଇ ଚାଲଛି ତୁମ୍ବ ନିର୍ମାଣ କାର୍ଯ୍ୟ। ଆଜି ସୁଦ୍ଧା ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ଟି ତୁମ୍ବ ମାପ ପ୍ରକାରେ ଗଡ଼ କରି କରତି ସେବକମାନେ ତିନି ରଥଚାଳିକୁ ଯୋଗାଇ ଦେଇଛନ୍ତି। ପ୍ରତ୍ୟେକ ଚାଳିକୁ ୭ଟି ଲେଖାଏଁ ତୁମ୍ବ ଯୋଗାଇଛନ୍ତି। ଉକ୍ତ ତୁମ୍ବ ଗଡ଼ଗୁଡ଼ିକରୁ ତିନି ରଥ ମହାରଣା ସେବକମାନେ ଆଜି ସୁଦ୍ଧା ୧୦ଟି ତୁମ୍ବ ଗଡ଼କୁ ବାରିସିରେ ହାଣି ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ତାଳଧ୍ବଜ ରଥ ଚାଳିକୁ ଯୋଗାଇ ଦିଆଯାଇଥିବା ମୋଟ ୭ଟି ତୁମ୍ବ ଗଡ଼ରୁ ନିର୍ମାଣକାରୀ ସେବକମାନେ ୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଆଉ ୩ଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ଆଜି ସୁଦ୍ଧା…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି ।ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୧ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଏଥିସହ ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ୨୩୦ଟି କାର୍ଯ୍ୟଦିବସ ରହିଛି । ମେ ୬ରୁ ଖରାଛୁଟି କରାଯିବ । ଜୁନ୍ ୧୭ ତାରିଖ ଯାଏ ସ୍କୁଲ ଖରା ପାଇଁ ବନ୍ଦ ରହିବ । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ତେବେ କ୍ୟାଲେଣ୍ଡର ଅନୁଯାୟୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କର ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ପାଠପଢ଼ା କାର୍ଯ୍ୟ ଶେଷ ହେବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ପଢ଼ା ଯାଇଥିବା ପାଠର ରିଭିଜନ ହେବ ।…
ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚାଲିଥିଲେ ମଧ୍ୟ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏହା ଆଗକୁ ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଶାନ୍ତି ଚୁକ୍ତି କରିବାର ସମୟ ସରି ଆସୁଛି । ଟ୍ରମ୍ପ ଇରାନ ଯୁଦ୍ଧକୁ ପରମାଣୁ ଯୁଦ୍ଧରେ ପରିଣତ କରିବାକୁ ସେ ଚାହୁଁ ନଥିବା କହିଥିବାବେଳେ ତୃତୀୟ ଆମେରିକୀୟ ବିମାନ ବାହକ ମଧ୍ୟପ୍ରାଚ୍ୟକୁ ପଠାଇଛନ୍ତି । ଏହାସହିତ ଯୁଦ୍ଧବିରତି ପରଠାରୁ ତେହେରାନରେ ପ୍ରଥମ ଥର ବିସ୍ଫୋରଣ ହୋଇଥିବା ତେହେରାନ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।ଏସୀୟ ଜଳସୀମାରେ ଆମେରିକା ନୌସେନା ଇରାନର ତିନିଟି ତୈଳ ଟ୍ୟାଙ୍କରକୁ ଅଟକ ରଖିଛି। ଅଟକ ଥିବା ଇରାନ ତୈଳ ଟ୍ୟାଙ୍କରଗୁଡିକ ଭାରତ, ମାଲେସିଆ ଓ ଶ୍ରୀଲଙ୍କା ଜଳସୀମା ନିକଟରେ ଗତି କରୁଥିଲେ। ଆମେରିକା ନୌସେନା ଇରାନ ବିରୋଧରେ ଚଳାଇଥିବା ସାମୁଦ୍ରିକ ଅବରୋଧ କ୍ରମରେ ଏହି ୩ ଜାହାଜକୁ ଅଟକ ରଖିଛି। ତୈଳ…
ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ ।୪୪ ଡିଗ୍ରୀ ସହ ଶୀର୍ଷରେ ଝାରସୁଗୁଡା। ୪୨.୧ ଡିଗ୍ରୀରେ ସନ୍ତୁଳି ହେଲା ଭୁବନେଶ୍ୱର। ପୁଣି ଆହୁରି ଦୁଇଦିନ ଅସମ୍ଭାଳ ହେବ। ଏନେଇ ଚେତାବନୀ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।ଅସମ୍ଭାଳ ତାତି ଓ ଗୁଳୁଗୁଳି ଯୋଗୁଁ ଦିନବେଳା ଏକପ୍ରକାର କର୍ଫ୍ୟୁ ଭଳି ମନେହେଉଛି। ରାସ୍ତାଘାଟ ସବୁ ଶୁନଶାନ୍ ହୋଇପଡୁଛି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, କେନ୍ଦୁଝର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରି ସତର୍କ କରାଇଛି ପାଣିପାଗ ବିଭାଗ । ବଲାଙ୍ଗୀର, ସମ୍ବଲପୁର ଓ କନ୍ଧମାଳରେ ଅତ୍ୟଧିକ ଗରମ ଯୋଗୁଁ ରାତି ତାପମାତ୍ରା ଉତ୍ତପ୍ତ ରହିବ । ଏଣୁ ଏହି ତିନି ଜିଲ୍ଲା ପାଇଁ ରାତିରେ ବି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦେଶରେ ଉତ୍ତପ୍ତ ସହର ତାଲିକାର ପ୍ରଥମ ୧୦ ମଧ୍ୟରେ ଓଡ଼ିଶାର…
ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ୨୪ ଅପ୍ରେଲ ୧୯୭୩ । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ବାପାଙ୍କ ନାଁ ରମେଶ ତେନ୍ଦୁଲକର। ସେ ଜଣେ ଜଣାଶୁଣା ମରାଠୀ ଲେଖକ ଥିଲେ। ସଚୀନଙ୍କ ମା’ ରଜନୀ ଏକ ଇନ୍ସ୍ୟୁରାନ୍ସ କଂପାନୀରେ ଚାକିରି କରୁଥିଲେ। ସଂଗୀତ ନିର୍ଦ୍ଦେଶକ ସଚୀନ ଦେବ ବର୍ମନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ରମେଶ ତେନ୍ଦୁଲକର। ତେଣୁ ସେ ପୁଅର ନାଁ ସଚୀନ ରମେଶ ତେନ୍ଦୁଲକର ରଖିଥିଲେ। ସଚୀନଙ୍କର ଦୁଇ ଜଣ ଭାଇ ଓ ଜଣେ ଭଉଣୀ ଅଛନ୍ତି। ଭାଇଭଉଣୀମାନେ ସଚୀନଙ୍କଠାରୁ ବଡ଼। ସେମାନେ ସମସ୍ତେ ତାଙ୍କ ବାପାଙ୍କର ପ୍ରଥମ ସ୍ତ୍ରୀଙ୍କ ସନ୍ତାନ।ସଚୀନଙ୍କୁ କ୍ରିକେଟ୍ ସହିତ ପରିଚିତ କରାଇଥିଲେ ତାଙ୍କ ବଡ଼ ଭାଇ ଅଜିତ୍। ପ୍ରସିଦ୍ଧ କ୍ରିକେଟ୍ କୋଚ୍ ରମାକାନ୍ତ ଆଚରେକରଙ୍କ ସହିତ ସଚୀନଙ୍କ ପରିଚୟ ସେ ହିଁ କରାଇଥିଲେ। ତାଙ୍କୁ ‘ଲିଟିଲ ମାଷ୍ଟର’ ଏବଂ ‘ମାଷ୍ଟର ବ୍ଲାଷ୍ଟର’ ଭାବରେ ଜଣାଯାଏ। ସେ ବିଶ୍ୱ କ୍ରିକେଟ୍ର…
ପ୍ରବଳ ଖରା ସତ୍ତ୍ୱେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଭୋଟ ବର୍ଷା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁର ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ପ୍ରବଳ ଖରା ସତ୍ତ୍ୱେ ଭୋଟରମାନେ ବହୁ ସଂଖ୍ୟାରେ ବାହାରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।ସମସ୍ତ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଠୋର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦୁଇ ରାଜ୍ୟରେ ବମ୍ପର ଭୋଟିଂ ହୋଇଛି। ଏହାରି ମଧ୍ୟରେ ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୯୦ ପ୍ରତିଶତ ଏବଂ ତାମିଲନାଡୁରେ ୮୨.୨୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏଥର ଡିଏମକେ (DMK), ଏଆଇଏଡିଏମକେ (AIADMK) ସହ ସୁପରଷ୍ଟାର ବିଜୟଙ୍କ ନୂଆ ଦଳ ଟିଭିକେ (TVK) ମଧ୍ୟରେ କଡ଼ା ଲଢ଼େଇ…









