ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ସମୁଦ୍ର ପଥରେ ତେଲ ଆସି ପାରୁନାହିଁ। ତଥାପି ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍ର କୌଣସି ଅଭାବ ଦେଖାଦେଇନାହିଁ।ସରକାରୀ ତୈଳ କମ୍ପାନିଗୁଡ଼ିକ ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ୍ (ଏମ୍ଏସ୍) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ୍ (ଏଚ୍ଏସ୍ଡି) ବିକ୍ରି ଉପରେ ରୋକ୍ ଲଗାଇଛନ୍ତି। ପେଟ୍ରୋଲ ପମ୍ପଗୁଡ଼ିକୁ କଡ଼ା ତାଗିଦ୍ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ସବୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।ରାଜ୍ୟରେ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ୨୫୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ ରହିଛି। ସେଥିରୁ କେବଳ ଇଣ୍ଡିଆନ ଅଏଲ୍ର ୧୪୦୦ ପାଖାପାଖି ପେଟ୍ରୋଲ୍ ପମ୍ପ ରହିଛି।ଭୁବନେଶ୍ବର ଆର୍ଏସ୍ଏ ପକ୍ଷରୁ କଟକଣା ଲଗାଯାଇଥିବାରୁ ତାହା ରାଜ୍ୟର ସବୁ ପେଟ୍ରୋଲ ପମ୍ପ ପାଇଁ ଲାଗୁ ହୋଇଥିବା ବିଶ୍ବାସ କରାଯାଉଛି।
Author: sanitelevision
ଥରେ ଜମି କିଣାବିକା ଦଲିଲ ହୋଇଯିବା ପରେ ଉକ୍ତ ପଞ୍ଜୀକୃତ ଦଲିଲ୍କୁ ସବ୍-ରେଜିଷ୍ଟ୍ରାର ବା କେହି ରେଜିଷ୍ଟ୍ରେସନ୍ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି ଦଲିଲ୍ ରଦ୍ଦ ବା କ୍ୟାନ୍ସଲେସନ ଡିଡ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆବେଦନକାରିଣୀ ରଶ୍ମିତା ସାହୁଙ୍କ ସପକ୍ଷରେ ୨୦୦୮ ଏପ୍ରିଲ ୨୮ରେ ଏକ ବିକ୍ରୟ ଦଲିଲ ସମ୍ପାଦିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୧ ସେପ୍ଟେମ୍ବର ୨୬ରେ ବିକ୍ରେତା ଜଣକ ଏକପାଖିଆ ଭାବେ ଉକ୍ତ ବିକ୍ରୟ ଦଲିଲକୁ ରଦ୍ଦ କରିବା ପାଇଁ ଏକ “କ୍ୟାନ୍ସଲେସନ ଡିଡ୍’ ଆବେଦନ କରିଥିଲେ । ଏହି ଆବେଦନକୁ ଗ୍ରହଣ କରି କର୍ତ୍ତୃପକ୍ଷ ପୂର୍ବ ପଞ୍ଜୀକରଣକୁ ରଦ୍ଦ କରିଦେଇଥିଲେ । ଆବେଦନକାରିଣୀ ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଏହି ଦଲିଲ ରଦ୍ଦ ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା…
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି ବିଶ୍ବବାସୀ ଅପେକ୍ଷା କରିଥିବା ବେଳେ ଏହା ବିଫଳ ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପାକିସ୍ତାନ ଗସ୍ତରେ ଅଛନ୍ତି । କିନ୍ତୁ ସେ ସିଧାସଳଖ ଆମେରିକୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ନାହିଁ ।ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କେବଳ ଉଚ୍ଚସ୍ତରୀୟ ପାକିସ୍ତାନୀ ଅଧିକାରୀଙ୍କୁ ସାକ୍ଷାତ କରିବେ । ଇସଲାମାବାଦରେ ଆମେରିକା ସହିତ କୌଣସି ସିଧାସଳଖ ସାକ୍ଷାତକୁ ଇରାନ ସ୍ପଷ୍ଟ ଭାବରେ ମନା କରିଛି। ଅନ୍ୟପଟେ ପାରସ୍ୟ ଉପସାଗରରେ ଅବସ୍ଥିତ ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଯୁଦ୍ଧର ନାଭି କେନ୍ଦ୍ର ପାଲଟିଛି। ଏହି ପ୍ରଣାଳୀକୁ ଅବରୋଧ କରି ଇରାନ କେବଳ ବିଶ୍ବରେ ତୈଳ ସଙ୍କଟ ସୃଷ୍ଟି କରିନାହିଁ, ବରଂ ଆମେରିକାର ଯୁଦ୍ଧଖୋର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଅହ୍ବାନ ଦେବାରେ ଲାଗିଛି। ଇରାନ ସେନାର…
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି ବିଶ୍ବବାସୀ ଅପେକ୍ଷା କରିଥିବା ବେଳେ ଏହା ବିଫଳ ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପାକିସ୍ତାନ ଗସ୍ତରେ ଅଛନ୍ତି । କିନ୍ତୁ ସେ ସିଧାସଳଖ ଆମେରିକୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ନାହିଁ ।ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କେବଳ ଉଚ୍ଚସ୍ତରୀୟ ପାକିସ୍ତାନୀ ଅଧିକାରୀଙ୍କୁ ସାକ୍ଷାତ କରିବେ । ଇସଲାମାବାଦରେ ଆମେରିକା ସହିତ କୌଣସି ସିଧାସଳଖ ସାକ୍ଷାତକୁ ଇରାନ ସ୍ପଷ୍ଟ ଭାବରେ ମନା କରିଛି। ଅନ୍ୟପଟେ ପାରସ୍ୟ ଉପସାଗରରେ ଅବସ୍ଥିତ ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଯୁଦ୍ଧର ନାଭି କେନ୍ଦ୍ର ପାଲଟିଛି। ଏହି ପ୍ରଣାଳୀକୁ ଅବରୋଧ କରି ଇରାନ କେବଳ ବିଶ୍ବରେ ତୈଳ ସଙ୍କଟ ସୃଷ୍ଟି କରିନାହିଁ, ବରଂ ଆମେରିକାର ଯୁଦ୍ଧଖୋର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲା ଅହ୍ବାନ ଦେବାରେ ଲାଗିଛି। ଇରାନ ସେନାର…
ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମୀ । ମେ ଶେଷ ସପ୍ତାହ ଆଡକୁ ପହଞ୍ଚିପାରେ ଦକ୍ଷିଣପଶ୍ଚିମ ସୌସୁମୀ ବାୟୁ । ଏହା ପ୍ରଭାବରେ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ (ECMWF) ।ମୌସୁମୀର ପ୍ରାରମ୍ଭ ସାଧାରଣତଃ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରୁ ହୋଇଥାଏ ଓ ଏ ବର୍ଷ ମଧ୍ୟ ଏହା ହିଁ ହେବ। କାରଣ ଆଗାମୀ ପାଣିପାଗ ପ୍ରାରମ୍ଭର ସଂକେତ ମିଳିଲାଣି। ଉପ ମୌସୁମୀ ପୂର୍ବାନୁମାନ ୬ ଦିନିଆ ଅବଧିର ସଂକେତ ଦିଏ, ଯାହା ମଧ୍ୟରେ ମୌସୁମୀ ଏହି କ୍ଷେତ୍ରକୁ ବଢିବ। ଏଥି ପାଇଁ ଦକ୍ଷିଣ ବଙ୍ଗୋପସାଗରରେ ଅନୁକୂଳ ବାୟୁମଣ୍ଡଳୀୟ ପାଗ ପ୍ରସ୍ତୁତ ହେଲାଣି। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ପୂର୍ବନୁମାନ ଅବଧି କାଳରେ ଆଣ୍ଡାମାନ ନିକୋବର ଦ୍ୱୀପରେ ୩୦-୬୦ ମିଲିମିଟରରୁ ଅଧିକ ବର୍ଷା ହୋଇ ପାରେ। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଏହି କ୍ଷେତ୍ରରେ ଉଷ୍ମ କଟିବନ୍ଧିୟ ପ୍ରଣାଳୀ…
ଶ୍ରୀମନ୍ଦିରର ଶୁଦ୍ଧ ସୁଆର ତଥା ଯୁବ ଦଇତାପତି ସେବାୟତ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତଥିବାରୁ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।ଉକ୍ତ ସେବକଙ୍କ ଅନୈତିକ କାର୍ଯ୍ୟ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା ପରିପ୍ରେକ୍ଷୀରେ ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି। ଏହା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ସହିତ ନିଲମ୍ବନ ଅବଧିରେ ସମ୍ପୃକ୍ତ ସେବକ ସେବାରୁ ବଞ୍ଚିତ ହେବା ସହିତ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ନିଷେଧାଜ୍ଞା ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ। ମନ୍ଦିର ଅଧିକାରୀଙ୍କ ଅନୁଯାୟୀ, ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ମନ୍ଦିର ଏବଂ ସେବାୟତ ସମ୍ପ୍ରଦାୟ ଉଭୟଙ୍କ ମର୍ଯ୍ୟାଦା ଏବଂ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି।
ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର। ସୁରକ୍ଷା ଦୃଷ୍ଟିରୁ ରାଜାକୁ ଚୌଦ୍ଵାର ଜେଲ୍ରୁ କରାଗଲା ସ୍ଥାନାନ୍ତର। ପୂର୍ବରୁ ମଧୁକାନ୍ତ ରାଣାକୁ ଚୌଦ୍ବାରରୁ ଝାରପଡ଼ା ଜେଲକୁ ପଠାଯାଇଥିଲା।ରାଜାକୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟରେ ଆବେଦନ କରିଥିଲେ ଚୌଦ୍ଵାର ଜେଲ କର୍ତ୍ତୃପକ୍ଷ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ରାଜାକୁ କୋର୍ଟରେ ହଜାର କରାଇ କଡା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ଜେଲ୍କୁ ସ୍ଥାନାନ୍ତର କରାଯାଇଛି।। ଉଭୟଙ୍କୁ ଗୋଟିଏ ଜାଗାରେ ରଖିଲେ ଚତୁର ରାଜା ପୁଣି ଫେରାର ହେବାର ସମ୍ଭାବନା ରହିଛି। ତେଣୁ ଜେଲ କର୍ତ୍ତୃପକ୍ଷ କୋର୍ଟକୁ ଅବଗତ କରାଇ ଏଭଳି ପଦକ୍ଷେପ ନେଇଛନ୍ତି।
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ ମହିଳା ଜୀବନ ହାରିଛନ୍ତି। ମୃତ ମହିଳାଙ୍କ ନାଁ ପଦ୍ମିନୀ ବାଗ । ତାଙ୍କ ଘର ପୁଇନ୍ତଲା ଥାନା ଅନ୍ତର୍ଗତ ଡୁମେୱରବାହାଲ ଗ୍ରାମର ବୋଲି ଜଣାପଡିଛି ।ବଲାଙ୍ଗିର ପୁଇଁନ୍ତଳା ଥାନା ଅନ୍ତର୍ଗତ ଡୁମେର ବାହାଲ ଗାଁଠାରେ ମହିଳାଙ୍କ ସ୍ୱାମୀଙ୍କ ଦୁର୍ଘଟଣା ହୋଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଡ୍ରାଇଭର କାମ କରନ୍ତି। ସେ ଘରରୁ ଫେରିବା ବେଳେ ଟ୍ରକ ସହିତ ତାଙ୍କର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ବିଷୟରେ ପତ୍ନୀଙ୍କୁ ଜଣାଯାଇନଥିଲା। ଯେତେବେଳେ ପତ୍ନୀ ମେଡିକାଲକୁ ଆସିଥିଲେ, ସ୍ୱାମୀର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ। ସେ ଏହି ଦୃଶ୍ୟକୁ ସହ୍ୟ କରିପାରିନଥିଲେ। ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ତାଙ୍କୁ ନିଆଯାଇଥିଲା। ତାଙ୍କ…
ଆପ୍ ଛାଡିଲେ ରାଘବ ଚଢା । କେବଳ ରାଘବ ଚଢା ନୁହେଁ ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୩ ଜଣ ରାଜ୍ୟସଭାରେ ସାଂସଦ ଥିଲେ । ଏବେ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି ।ଆଗକୁ ଆଉ ୪ଜଣ ଇସ୍ତଫା ଦେବେ ସୂଚନା। ଶ୍ରୀ ଚଢା କହିଛନ୍ତି ଯେଉଁ ଆପ ଦଳ ପାଇଁ ରକ୍ତ ଓ ଝାଳ ବୁହାଇ ଯୌବନର ୧୫ବର୍ଷ ତ୍ୟାଗ କରିଛି ସେହି ଦଳ ତାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୈତିକତାରୁ ବିଚ୍ୟୁତ ହୋଇଛି। ବର୍ତ୍ତମାନ ଏହି ଦଳ ରାଷ୍ଟ୍ର ସ୍ୱାର୍ଥରେ କାମ ନକରି ନିଜର ବ୍ୟକ୍ତିଗତ ଲାଭ ପାଇଁ କାମ କରୁଛି। ଗତ କିଛି ବର୍ଷ ଧରି, ମୁଁ ଅନୁଭବ କରୁଛି ଯେ ମୁଁ ଭୁଲ ଦଳରେ ଠିକ୍ ବ୍ୟକ୍ତି। ତେଣୁ ଆଜି ଆମେ ଦଳ ଛାଡୁଥିବା ନେଇ ଘୋଷଣା କରୁଛୁ। ଅରବିନ୍ଦ କେଜ୍ରିୱାଲ ଏବଂ…
ପ୍ରଖ୍ୟାତ ମଞ୍ଚ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ବର୍ଗତ ଦୁଃଖୀରାମ ସ୍ବାଇଁଙ୍କ ୧୦୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ଅଭିନେତା ଦୁଃଖୀରାମ ସ୍ବାଇଁ ଘର ଜଗତସିଂପୁର ଜିଲ୍ଲାରେ । ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ମୋଟ ୪୬ଟି ଓଡ଼ିଆ କଥାଚିତ୍ରରେ ଖଳ, ହାସ୍ୟ ଓ ଚରିତ୍ର ଆଦି ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟରେ ପାରଦର୍ଶିତା ନିମନ୍ତେ ସେ ୧୯୯୪ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।ଏଥି ସହିତ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।ସ୍କୁଲରେ ପଢ଼ିବା ଦିନରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ପରେ ଘର ଛାଡ଼ି କଟକ ଆସି କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗଦେଇଥିଲେ । ପଟ୍ଟନାୟକଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢ଼ା…









