ରାଜ୍ୟରେ ଆଜିଠୁ ପାଗରେ ବଡ ପରିବର୍ତ୍ତନ ହୋଇପାରେ। ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତର ଭୟ ଅଧିକ ରହିଛି । ଗତ କିଛି ଦିନ ଧରି ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ, ବର୍ଷା ଯୋଗୁଁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ପାଣିପାଗ କୋହଲା ରହିବ। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି ।
Author: sanitelevision
ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।ଜନ ଶୁଣାଣି ପୋର୍ଟାଲରେ ଅନଲାଇନରେ ପଞ୍ଜୀକରଣ କରିଥିବା ଏବଂ ଆସନ୍ତାକାଲି ହେବାକୁ ଥିବା ଅଭିଯୋଗ ଶୁଣାଣି ପାଇଁ ସେମାନଙ୍କର ସ୍ଥାନ ପାଇଥିବା ନାଗରିକମାନଙ୍କୁ ପୁନର୍ବାର ଆବେଦନ କରିବାକୁ ପଡିବ ନାହିଁ, ବିଭାଗ ସ୍ପଷ୍ଟ କରିଛି ଯେ ପୁନଃନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ନୂତନ ତାରିଖ ସମ୍ବାଦପତ୍ର, ଟେଲିଭିଜନ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମାଧ୍ୟମରେ ଜଣାଇ ଦିଆଯିବ ।
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜି ଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଏବଂ ତାଙ୍କ ପରିବାର ।ଗତ ଏପ୍ରିଲ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ଷଡଙ୍ଗୀ ଅନ୍ୟ ଚାରି ଜଣଙ୍କୁ ଛାଡ଼ିବା ସହ କେବଳ ପୀଡିତା ଛାତ୍ରୀଙ୍କୁ ହାତ ଧରି ଟାଣିଥିଲେ ।ରୁମ ଭିତରକୁ ଡାକି ନାବାଳିକାଙ୍କ ଦେହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବା ସହିତ ଟଣା ଓଟରା କରିଥିଲେ । ଅପରପକ୍ଷରେ ଏ ଘଟଣା ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସ୍କୁଲ କମିଟିର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା…
ଆମ ଆଦମୀ ପାର୍ଟିର ସାତ ଜଣ ଏମପି ରାଘବ ଚଢା ଏବଂ ସନ୍ଦୀପ ପାଠକଙ୍କ ସମେତ ୭ଜଣ ଦଳ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏମାନଙ୍କ ମଧ୍ୟରୁ ଚାରି ଜଣ ଏମପି ଭାରତୀୟ ଜନତା ପାର୍ଟି (ଭାଜପା)ରେ ମଧ୍ୟ ଯୋଗ ଦେଇଛନ୍ତି।କଂଗ୍ରେସ ଦଳ ଏଏପି ଭିତରେ ଏହି ଫାଟ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ମହାସଚିବ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ମନ୍ତବ୍ୟ ଦେଇଛନ୍ତି ଯେ ଭାଜପାର ‘ୱାଶିଂ ମେଶିନ‘ ପୁଣି ଥରେ ସକ୍ରିୟ ହୋଇଛି – ‘ମୋଦି ୱାଶିଂ ପାଉଡର’ ସହିତ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଜୟରାମ ରମେଶ କହିଛନ୍ତି ଯେ ଯେଉଁମାନେ ଥରେ ନିଜକୁ ସଦଗୁଣ, ସଚ୍ଚୋଟତା ଏବଂ ବିଚାରଧାରାର ପ୍ରତିମୂର୍ତ୍ତି ଭାବରେ ପ୍ରଦର୍ଶିତ କରୁଥିଲେ ସେମାନେ ଏବେ ସମ୍ପୂର୍ଣ୍ଣ ଭାବରେ ଅକାମୀ ହୋଇଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀ ଆରଏସଏସକୁ “ରାଷ୍ଟ୍ରୀୟ ସରେଣ୍ଡର ସଂଘ” ବୋଲି ଆକ୍ଷେପ କରିବା…
ପୁଣି ବର୍ଷିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ସସ୍ମିତ। ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର।ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ । ଟ୍ରବ୍ୟୁନାଲରେ ଓଡ଼ିଶା ସରକାର ଏମିତି ତଥ୍ୟ ରଖନ୍ତୁ । ଯେମିତି ଟ୍ରବ୍ୟୁନାଲର ନିଷ୍ପତ୍ତି ଓଡ଼ିଶା ସପକ୍ଷରେ ଯିବ ।ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଦେଇଥିବା ନିର୍ଦ୍ଦେଶନାମାରେ ଓଡ଼ିଶା ପ୍ରତି କରାଯାଇଥିବା ପ୍ରତିକୂଳ ମନ୍ତବ୍ୟ ସମ୍ପର୍କରେ ସାଂସଦ ଡଃ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅବଗତ କରାଇଛନ୍ତି।
ମେ ୧ରୁ ଭିତରକନିକା ବନ୍ଦ ରହିବ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ ।ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ହୁଏ । ବିଶେଷକରି ବଉଳ କୁମ୍ଭୀର ଦେଖିବା ଓ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ଲୋକେ ଭିଡ଼ କରନ୍ତି। କିନ୍ତୁ ଏବେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏହି ସ୍ଥଳ କିଛି ଦିନ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ।
ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ପୁଅ ସମ୍ବିତ ପ୍ରତିକ୍ରିୟା ରଖି କହିଛନ୍ତି, ଏରସମାର ଶିଆଳିକୁ ବିକଶିତ କରିଥିଲେ ଦାମୋଦର ରାଉତ । ସେଠିକାର ଲୋକେ ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥାନ୍ତେ । ଆସନ୍ତା ୨୬ ତାରିଖରେ ଉଦଘାଟନ କରିଥାନ୍ତେ ସାଂସଦ ବିଭୂ ତରାଇ । କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଲା ବୋଲି କହିଛନ୍ତି, ସମ୍ବିତ ରାଉତରାୟ । ପ୍ରଶାସନ ଭାଙ୍ଗିବା ପରିବର୍ତ୍ତେ ସ୍ଥାନାନ୍ତରିତ କରିପାରିନଥାନ୍ତା । ପ୍ରଶାସନର ଔଦ୍ଧତ୍ୟ, ମୁଁ ଏହାକୁ ଗ୍ରହଣ କରି ପାରୁ ନାହିଁ ।
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ବିଧାୟକ ଅରୁଣ ସାହୁ । କୌଣସି କାରଣ ନଥାଇ ଅବେଳରେ ସଂସଦ ଡାକିଥିଲେ କେନ୍ଦ୍ର ସରକାର । ଏହା ପୂର୍ବରୁ ୪୮ ଘଣ୍ଟାରେ ବିଧାନସଭା ଡାକିବାକୁ ଦାବି କରିଥିଲେ ବିରୋଧୀଦଳ ନେତା । ବିଲ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ ଆଣିଲେ । ବିଲ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର କଲା । ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି । ଏବେ ବିଧାନସଭା କାହିଁକି ଡାକିଲେ ତାହା ମଧ୍ୟ ଜଣାଇ ନାହାନ୍ତି । ୩୦ ତାରିଖରେ ତାଙ୍କ ସହ ଦେଖାଦେଖି ହେବ ବୋଲି କହିଛନ୍ତି, ଅରୁଣ ସାହୁ ।
ଉଦୟପୁର ଜିଲ୍ଲାର ରାସାଲି ଗାଁରେ ଘଟିଛି ଏହି ଘଟଣା । ଜଣେ ବାପା ତାଙ୍କ ଚାରି ବର୍ଷର ଝିଅର ଜୀବନ ବଞ୍ଚାଇବା ପାଇଁ ଚିତାବାଘ ସହିତ ଲଢ଼ିଲେ । ଆଦିବାସୀ ସୁରେଶ ରାଥୱା କୌଣସି ଅସ୍ତ୍ର ବିନା, ବିପଦପୂର୍ଣ୍ଣ ଚିତାବାଘ ସହିତ ଲଢ଼ିଥିଲେ । ସୁରେଶ ରାଥୱାଙ୍କ ଛୋଟ ଝିଅ ଘର ପଛପଟରେ ଖେଳୁଥିଲା । ହଠାତ୍, ଏକ ଚିତାବାଘ ସେଠାରେ ଆସି ଝିଅଟିକୁ ଆକ୍ରମଣ କଲା । କିଛି ସମୟ ମଧ୍ୟରେ ଚିତାବାଘ ତାକୁ ତା’ର ପାଟିରେ ଧରି ଟାଣି ନେବାକୁ ଲାଗିଲା । ଘର ଭିତରେ ଥିବା ରାଥୱାଙ୍କ ସ୍ତ୍ରୀ ଏହି ଭୟଙ୍କର ଦୃଶ୍ୟ ଦେଖିବା ମାତ୍ରେ ସେ ଜୋରରେ ଚିତ୍କାର କରିବାକୁ ଲାଗିଲେ ।ତାଙ୍କ ସ୍ତ୍ରୀଙ୍କ କଣ୍ଠସ୍ୱର ଶୁଣି ସୁରେଶ ରାଥୱା ତୁରନ୍ତ ବାହାରକୁ ଦୌଡ଼ି ଆସିଲେ । ତାଙ୍କ ସମ୍ମୁଖରେ ଦୃଶ୍ୟ ଭୟଙ୍କର ଥିଲା, କିନ୍ତୁ ସେ କୌଣସି ଭୟ ନ କରି ଚିତାବାଘକୁ ସାମ୍ନା…
ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପଶ୍ଚିମବଙ୍ଗ ବିଧାୟକ ଅଶୋକ ଲାହିରୀଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଶୋକ ଏବେ ପଶ୍ଚିମବଙ୍ଗର ବାଲୁରଘାଟରୁ ବିଧାୟକ ଅଛନ୍ତି, କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି। ସେ ଭାରତ ସରକାରଙ୍କ ଦ୍ବାଦଶ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ୨୦୦୨ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସେ ଏହି ଦାୟିତ୍ୱ ପାଇଥିଲେ ଏବଂ ମନମୋହନ ସିଂହଙ୍କ ସରକାର ସମୟରେ ମଧ୍ୟ ୨୦୦୭ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ସେ କଲିକତାର ପ୍ରସିଦ୍ଧ ପ୍ରେସିଡେନ୍ସି ୟୁନିଭର୍ସିଟିରୁ ଶିକ୍ଷା ଗ୍ରହଣ କରିଛନ୍ତି । ଏହାସହ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସ, ଏସୀୟ ବିକାଶ ବ୍ୟାଙ୍କ (ADB), ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ୍ (IMF) ଭଳି ସଂସ୍ଥାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ସେ ବନ୍ଧନ ବ୍ୟାଙ୍କର ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି ।ପଶ୍ଚିମବଙ୍ଗ…









