ଭିଜିଲାନ୍ସ ଶୁକ୍ରବାର ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି। ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ । ପୁରୀ, ଭୁବନେଶ୍ବର ଓ ନୂଆପଡ଼ାରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ବରର ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ଗଙ୍ଗୋତ୍ରିନଗରରେ ଥିବା ୩ ମହଲା ଘର, ବ୍ରହ୍ମେଶ୍ବରପାଟଣା ବ୍ରିଟ କୋଲୋନୀରେ ଥିବା ସମ୍ପର୍କୀୟଙ୍କ ଘର, ଗ୍ୟାରେଜ ଛକ ଓ କେଦାର ଲେନରେ ଥିବା ଘରେ ମଧ୍ୟ ଚାଲିଛି ରେଡ୍ । ପୁରୀରେ ରହିଛି ଫାର୍ମ ହାଉସ୍ । ନୂଆପଡ଼ାରେ ଥିବା ସରକାରୀ କାର୍ଯ୍ୟାଳୟ ଓ ଅଫିସରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ ।ଏହି ଚଢ଼ାଉ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର,…
Author: sanitelevision
କଫ୍ ସିରଫ ଚୋରି କରି ଏଏସଆଇ ନିଲମ୍ବିତ । ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିବା ସମ୍ବଲପୁର ଟାଉନ ଥାନାର ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ ।ସେ ମାଲଖାନାରୁ ଜବତ ୨ ପେଟି କଫ୍ ସିରପ ଚୋରି କରିଥିଲେ। କିଛି ଦିନ ତଳେ କନଷ୍ଟେବଳରୁ ଏଏସ୍ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ୍।ସୂଚନା ଅନୁଯାୟୀ, ଟାଉନ ପୋଲିସ ପକ୍ଷରୁ ପ୍ରାୟ ୧୫ ହଜାର କଫ ସିରପ ଜବତ କରି ଥାନା ମାଲଖାନାରେ ରଖା ଯାଇଥିଲା । ASI ବିଦ୍ୟୁତ ପଣ୍ଡା ଚଞ୍ଚକତା କରି ସେଥିରୁ ଦୁଇ ପେଟି କଫ ସିରଫ ଅନ୍ୟତ୍ର ରଖି ଦେଇଥିଲେ । ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିବା ପରେ ସମ୍ବଲପୁର ଏସପି ତଦନ୍ତ କରି ASI ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ ସିରଫ ଜବତ କରିଛନ୍ତି ।
ପାଚିଲା ଆମ୍ବରେ ବିଷ । ଖୋଲାଖୋଲି ଭାବେ ଆମ୍ବରେ ମିଶୁଛି କ୍ୟାଲସିୟମ୍ କାର୍ବାଇଡ । ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର ଉୁପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରୋକ୍ ଲଗାଯିବା ସତ୍ତ୍ବେ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି ।ଗ୍ରାହକମାନଙ୍କୁ ଏ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ । ଅନେକ ଜଣ କୃତ୍ରିମ ଭାବରେ ପାଚିଲା ଫଳ ଏବଂ ପ୍ରାକୃତିକ(natural) ଭାବରେ ପାଚିଥିବା ଫଳଗୁଡିକ ମଧ୍ୟରେ କିପରି ପାର୍ଥକ୍ୟ କରିବେ ଜାଣନ୍ତି ନାହିଁ । କୃତ୍ରିମ ଭାବରେ ପାଚିଲା ଫଳ ପାଇଁ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଫଳଗୁଡିକ ପାଚିବା ପାଇଁ କାର୍ବନ କାର୍ବାଇଡ୍ ନାମକ ଏକ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ । ଆମ୍ବ କୃତ୍ରିମ ପାଚିବା ପ୍ରକ୍ରିୟା ବିଷୟରେ ଆଲୋଚନା…
ଯେତେ ଯାହା କଲେ ବି ପ୍ରକୃତି ଛାଡୁନି ପାକିସ୍ତାନ । କେତେବେଳେ ସିଜ୍ଫାୟର ତ ଆଉ କେତେବେଳେ ବିବେକହୀନ କାମ । ଏମିତି ପୁଣି ଗୋଟିଏ ସମାଲୋଚନାର ଶିକାର ହୋଇଛି ପାକିସ୍ତାନ ।ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଲାନି ପାକିସ୍ତାନ । ଖରାପ ପାଗ ଯୋଗୁଁ ଟର୍ବୁଲେନ୍ସରୁ ବର୍ତ୍ତିବାକୁ ପାକ୍ ଏୟାରସ୍ପେସ୍ ବ୍ୟବହାର କରିଥାନ୍ତା ଇଣ୍ଡିଗୋ । ଏନେଇ ବିମାନର ପାଇଲଟ୍ ପାକିସ୍ତାନକୁ ଅନୁମତି ମାଗିଥିଲେ । ହେଲେ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ଦିଲ୍ଲୀରୁ ଶ୍ରୀନଗର ବିମାନ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଇଣ୍ଡିଗୋ ବିମାନରେ ଥିଲେ ୨୨୭ ଜଣ ଯାତ୍ରୀ । ଟର୍ବୁଲେନ୍ସରୁ ବଞ୍ଚିବାକୁ କିଛି ସମୟ ପାଇଁ ପାକିସ୍ତାନ ଏୟାରସ୍ପେସ୍ ଲାଗି ଅନୁମତି ମାଗିଥିଲେ ମଧ୍ୟ ପାକିସ୍ତାନ ଦେଇନଥିଲା । ଏହା ହେଉଛି ପାକିସ୍ତାନର ଚରିତ୍ର ।ଅନୁମତି ନ ମିଳିବାରୁ, ବିମାନଟି ଏହାର ଉଡ଼ାଣ ପଥ ବଜାୟ…
କାନ୍ସ ଫିଲ୍ମ ଫେଷ୍ଟିଭାଲ, କେବଳ ବିଶ୍ୱ ସିନେମାର ଏକ ପ୍ରମୁଖ ଉତ୍ସବ ନୁହେଁ, ବରଂ ଶୋ-ଷ୍ଟପିଂ ଫ୍ୟାଶନ ପାଇଁ ମଧ୍ୟ ଏକ ପ୍ରମୁଖ ମଞ୍ଚ । ସବୁ ବର୍ଷ କାନ୍ସରେ କିଛି ନା କିଛି ଭିନ୍ନ ଦେଖିବାକୁ ମିଳେ। ହେଲେ ଏହି ବର୍ଷ, କାନ୍ସ ଫିଲ୍ମ ଫେଷ୍ଟିଭାଲ କେବଳ ସିନେମା ଏବଂ ରେଡ କାର୍ପେଟ ଗ୍ଲାମର ଭିତରେ ସୀମିତ ନାହିଁ ବରଂ ରାଜନୈତିକ ନାଟକର ମଧ୍ୟ ଅଂଶ ପାଲଟିଛି । କାନ୍ସରେ ରେଡ କାର୍ପେଟରେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ ରୁଚି ଗୁଜ୍ଜର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କର ନେକ୍ଲେସ୍। ଏହାହାର ଡିଜାଇନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିଲା।ରୁଚି ଗୁଜ୍ଜର ୨୦୨୩ ମସିହାରେ ମିସ ହରିୟାଣା ହୋଇଥିଲେ। ସେ ଜଣେ ମଡେଲ ଏବଂ ଅଭିନେତ୍ରୀ। ଗ୍ଲାମର ବ୍ୟତୀତ, ରୁଚି ଗୁଜ୍ଜର ଭାରତର ମନୋରଞ୍ଜନ ଶିଳ୍ପରେ ନିଜର ଛାପ ଛାଡିଛନ୍ତି। ରୁଚି ଜୟପୁରର ମହାରାଣୀ କଲେଜରୁ…
ଦୀର୍ଘ ଦିନର ଗରମ ଓ ଗୁଳୁଗୁଳି ପରେ, ମେ ୨୭ ଓ ୨୮ ତାରିଖରେ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ, ବଙ୍ଗୋପସାଗରରେ ଏକ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବ।। ଦକ୍ଷିଣ ଓଡ଼ିଶାର ରାୟଗଡା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ, ସଅଳ ମୌସୁମୀ ପାଇଁ ଏହି ଲଘୁଚାପ ସହାୟକ ହେବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ । ଏପରିକି ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବିଭିନ୍ନ ଜିଲ୍ଲାରେ ଗତକାଲିଠୁ ପ୍ରାକ-ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ୭ ଦିନ ଯାଏ ରାଜ୍ୟରେ ଲାଗିରହିବ ବର୍ଷା ।ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର…
ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଦିନ ମଧ୍ୟରେ ଦୁଇଜଣ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ସଲମାନଙ୍କ ମୁମ୍ବାଇରେ ଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ଜଣେ ଅଜଣା ମହିଳା ଜୋରଜବରଦସ୍ତ ପଶିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଯାହା ପରେ ମୁମ୍ୱାଇ ପୋଲିସ ସେହି ମହିଳାଙ୍କୁ ଗିରଫ କରିଛି ।ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମହିଳା ଜଣକ ହାଇ-ପ୍ରୋଫାଇଲ୍ ଆପାର୍ଟମେଣ୍ଟର ସିକ୍ୟୁରିଟି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସଲମାନଙ୍କ ଘରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଅଟକାଇ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କୁ ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଛି । ବର୍ତ୍ତମାନ ତାଙ୍କର ପରିଚୟ ଏବଂ ଅନ୍ୟ ଡିଟେଲସ୍ ଯାଞ୍ଚ କରୁଛି ପୋଲିସ । ପୋଲିସ ବର୍ତ୍ତମାନ ତଦନ୍ତ କରୁଛି ଯେ ମହିଳା ଜଣକ ମୁମ୍ବାଇର ବାସିନ୍ଦା ନା ଅନ୍ୟ କୌଣସି…
ବାଲେଶ୍ୱରରେ ନାବାଳିକା ସହ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏଠାରେ ଜଣେ ୧୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି ଭୋଗରାଇ ଅଞ୍ଚଳର କିଛି ଅସାମାଜିକ ଯୁବକ । ଦୁଷ୍କର୍ମ ପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ନାବାଳିକାଙ୍କୁ ଘର ଭିତରେ ବେକରେ ଦୌଡ଼ି ଦେଇ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମୃତ ନାବାଳିକାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାମୁତାବକ ନାବାଳିକାଙ୍କ ବାପା, ମା’, ବାହାର ରାଜ୍ୟରେ ରହୁଥିବା ବେଳେ ନାବାଳିକା ଜଣଙ୍କ ଘରେ ଏକୁଟିଆ ରହୁଥିଲେ । ଏହାର ସୁଯୋଗ ନେଇ ମଙ୍ଗଳବାର ରାତି ସମୟରେ ଲକ୍ଷ୍ମୀପାଟଣା ଗାଁର ବସନ୍ତ ମାଝୀ ଓ ତାଙ୍କର କିଛି ସହଯୋଗୀ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ…
ଆସନ୍ତା ଜୁନ୍ ୧ ରୁ ୩୧ ତାରିଖରେ ଯେକୌଣସି ମୂହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ । ଉପରମୁଣ୍ଡରେ ବର୍ଷା ଲାଗି ଲଗାତର ଭାବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍ ୧ ତାରିଖୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ହୀରାକୁଦ୍ ଜଳଭଣ୍ଡାରର ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।ଯାହାକୁ ଦୃଷ୍ଟିରେ ରଖି ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ନଦୀକୁ ନଯିବା ପାଇଁ ବାରଣ କରାଯାଇଛି । ନିଜ ସ୍ତରରେ ଜିଲ୍ଲାପାଳମାନେ ସତର୍କ କରିବାକୁ କୁହାଯାଇଛି ।
ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଅନଲାଇନ୍ ପଞ୍ଜୀକରଣର ଶେଷ ତାରିଖ ଏବଂ ସମୟ ଗୁରୁବାର ପୂର୍ବାହ୍ନ ୧୧.୪୫ ଥିଲା। ଏବେ ଏହାର ଶେଷ ତାରିଖକୁ ମେ’ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଚଳିତ ମାସର ଆରମ୍ଭରେ ମେ’୭ ତାରିଖରେ ବିଏସଇ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ନୋଟିସରେ ବିଏସଇ ଉଲ୍ଲେଖ କରିଥିଲା ଯେ, ଯୋଗ୍ୟ ଶିକ୍ଷକମାନେ ୯ ମେ’ ୨୦୨୫ ପୂର୍ବାହ୍ନ ୮ ଟାରୁ ସେମାନଙ୍କର ଅନଲାଇନ୍ ପଞ୍ଜୀକରଣ ପଠାଇପାରିବେ। ପେପର-୧ ଏବଂ ପେପର -୨ ପାଇଁ ସମ୍ପୃକ୍ତ ଲିଙ୍କ୍ ପୃଥକ ଭାବରେ ଅନଲାଇନ୍ରେ ଉପଲବ୍ଧ ହେବ ବୋଲି କୁହାଯାଇଥିଲା।









