ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ଭିତରେ ଜଣେ ବିଦେଶୀ ନାଗରିକ ତଥା ଅଣହିନ୍ଦୁ ବୁଲୁଥିବା ସମୟରେ ତାଙ୍କର ଗତିବିଧିକୁ ସନ୍ଦେହ କରି କିଛି ସେବାୟତ ଓ ଲିଙ୍ଗରାଜ ମନ୍ଦିର ପୁଲିସ ପଚରାଉଚରା କରିଥିଲେ। ବ୍ୟକ୍ତି ଜଣକ ରୋମାନର ନାଗରିକ ଏବଂ ତାଙ୍କ ନା ଆଣ୍ଡ୍ରି ଖ୍ରୀଷ୍ଟିଆନ ବୋଲି ଜଣାପଡ଼ିଥିଲା।
Author: sanitelevision
ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନ କମ୍ପାନୀ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେଠାରୁ, ପ୍ରତିରକ୍ଷା ବିମାନବନ୍ଦରରୁ ଉଡ଼ାଣ କିମ୍ବା ଅବତରଣ କରୁଥିବା ସମସ୍ତ ବିମାନ ପାଇଁ ସ୍ବତନ୍ତ୍ର ନିୟମ ପ୍ରଯୁଜ୍ୟ ହେବ। ନିର୍ଦ୍ଦେଶରେ କୁହାଯାଇଛି, ସମସ୍ତ ଯାତ୍ରୀଙ୍କର ଝରକାର ପରଦା ଉଡ଼ାଣ ଏବଂ ଅବତରଣ ସମୟରେ ବନ୍ଦ ରହିବ । ବିମାନ ଯେପର୍ଯ୍ୟନ୍ତ ୧୦,୦୦୦ ଫୁଟ ଉଚ୍ଚତା ଅତିକ୍ରମ କରିନଥିବ ଯାତ୍ରୀମାନେ ନିଜ ଝରକାର ପରଦାକୁ ବନ୍ଦ ରଖିବେ ବୋଲି କୁହାଯାଇଛି । ଏହି ନିୟମ ମେ ୨୦ରେ ଜାରି କରାଯାଇଥିଲା । ଏଥି ସହ ମନେ ରଖନ୍ତୁ ଯେ, ଏୟାରଲାଇନ୍ସ ଏବଂ ଅନ୍ୟାନ୍ୟ ବିମାନ ଯାତ୍ରୀମାନଙ୍କୁ ମଧ୍ୟ କୁହାଯାଉଛି ଯେ ମିଲିଟାରୀ ବେସ୍ ରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ନିଷେଧ । ତେଣୁ ସୁରକ୍ଷା ଦ୍ରୁଷ୍ଟିରୁ ଫ୍ଲାଇଟ ଝରକାର ପରଦା ବନ୍ଦ ରହିବ ।ଏହି କଟକଣା ଉଡ଼ାଣ,…
ବେଆଇନ ନିଶାମୁକ୍ତ ହେବ ଓଡ଼ିଶା । ପ୍ରଥମ ଥର ପାଇଁ ଅବକାରୀ ବିଭାଗ ପକ୍ଷରୁ ନିଶା ନିରୋଧ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ ଏହି ଅଭିଯାନ ଆରମ୍ଭ ହେବ । ସବୁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୩୧ ମେ’ରୁ ଜୁନ୍ ୨୬ ମାସେବ୍ୟାପୀ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ । ମେ’ ୩୧ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବର୍ଷରେ ତିନି ଥର ଚାଲିବ କ୍ୟାମ୍ପେନ । ପ୍ରତି ଗାଁରେ ଦାଶକାଠିଆ, ଘୋଡା ନାଚ, ଲୋକ କଳା ମାଧ୍ୟମରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ବିଭାଗ । ନିଶା ବ୍ୟବହାରର ଅପକାରିତା ଓ ପ୍ରଭାବ ନେଇ ସଚେତନତା କରାଯିବ । ଅବକାରୀ ବିଭାଗ ସହ ପୋଲିସ, STF, ମିଶନ ଶକ୍ତି, ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ କ୍ୟାମ୍ପେନ କରିବେ…
ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିରଗୁଡ଼ିକୁ ପୁନର୍ବାସ କରିବେ ଓଡ଼ିଶାର ବିଜେପି ସରକାର। ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, ଇତିମଧ୍ୟରେ ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି।ଗୋଟିଏ ସ୍ଥାନରେ ମଠଗୁଡ଼ିକର ବିଜେସ୍ଥଳୀ ସ୍ଥାପନ ହେବ । ଗୋଟିଏ ସ୍ଥାନରେ ବିଜେସ୍ଥଳୀ ରହିଲେ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ହେବ । ଏନେଇ ଦେବୋତ୍ତର କମିଶନରଙ୍କ ସହ ଦୁଇ ଥର ବୈଠକ ହୋଇଛି ।
ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜୁନ୍ ୧୫ରୁ ୨୦ ଭିତରେ ଏହି ନୂଆ ଆଇନ ଆସିବ।ବରିଷ୍ଠ ଅଧିକାରୀ ଏ ନେଇ ସମୀକ୍ଷା କରୁଥିବା କହିଲେ ମନ୍ତ୍ରୀ । ୪ଟି କମିଟି ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି। ଅବକାରୀ ସଚିବଙ୍କ ନେତୃତ୍ବରେ ଏକ ଟିମ୍ କିଛି ଦିନ ଭିତରେ ଆନ୍ଧ୍ରପ୍ରଦେଶ ଯିବେ। ଗତ ମାର୍ଚ୍ଚ ମାସରେ ପୁରୁଣା ଅବକାରୀ ନୀତିକୁ ଆଉ ମାସକୁ ବୃଦ୍ଧି କରାଯାଇଥିବା ବେଳେ, ଏହାରି ଭିତରେ ୨ ମାସ ବିତିଗଲାଣି । ହେଲେ ସରକାର ଏପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ଲାଗୁ କରିନାହାନ୍ତି । ରାଜ୍ୟ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋହନ ମାଝୀଙ୍କ ସରକାର ନିଜସ୍ୱ ଅବକାରୀ ନୀତି ଆଣିବା ପାଇଁ ଏବେ କାମ କରୁଛନ୍ତି । ଯେଉଁଥିରେ ରାଜ୍ୟରେ ନୂଆ…
ଚଳିତ ଥର ରଥଯାତ୍ରା ପାଇଁ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ରାଜ୍ୟ ଆଇନ ବିଭାଗ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ଏହି ସହାୟତା ମିଳିବ । ସହାୟତା ପାଇଁ ଅନେକ ଆବେଦନ ଆସିଥିବା ବେଳେ ତାହାକୁ ନେଇ ବିଚାର କରାଯାଉଛି । ଯେଉଁମାନେ ଆବେଦନ କରି ନାହାନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ ବିଚାର କରାଯିବ ବୋଲି କହିଲେ ମନ୍ତ୍ରୀ ।ସେହିପରି ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ୍ । ଏନେଇ ବିଚାର କରାଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି ଲଗାଯିବା ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ…
ଭତ୍ତା ଟଙ୍କା ପାଇଁ ୮୦ ବର୍ଷୀୟ ଜଣେ ବୃଦ୍ଧ ରାସ୍ତାରେ ଘୁଷୁଡ଼ି ଘୁଷୁଡ଼ି ପଞ୍ଚାୟତ ଅଫିସ୍କୁ ଯିବା ଭଳି ଏକ ଅପ୍ରୀତିକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବୃଦ୍ଧଜଣଙ୍କ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ କୋର ପଞ୍ଚାୟତ, କୋର ଗ୍ରାମର ଶ୍ରୀଧର ସାହୁ। ସେ ପଞ୍ଚାୟତ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ଦୃଶ୍ୟ ଦେଖିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଞ୍ଚାୟତ ଅଧିକାରୀ କାହିଁକି ଶ୍ରୀ ସାହୁଙ୍କ ଘରକୁ ଯାଇ ଭତ୍ତା ଦେଲେ ନାହିଁ ବୋଲି ପ୍ରଶ୍ନ ଉଠିଛି।ସୂଚନାନୁଯାୟୀ, ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ଶ୍ରୀ ସାହୁଙ୍କ ଦୁଇ ଗୋଡ଼ ଅଚଳ ହୋଇଯାଇଛି। ଦୁଇ ହାତ କାର୍ଯ୍ୟକ୍ଷମ ଥିବାରୁ ସେଥିରେ ଭରା ଦେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଘୁଷୁଡ଼ି ଘୁଷୁଡ଼ି ଯାଆନ୍ତି। ପ୍ରତି ମାସରେ ତାଙ୍କ ଝିଅ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଆଣିଥାନ୍ତି। ମାତ୍ର ଚଳିତ ମାସରେ ଝିଅକୁ ଭତ୍ତା ଦେବା ପାଇଁ ଅଧିକାରୀ ମନା…
ପୁଣି କଡ ଲେଉଟାଲାଣି କରୋନା । ସାରା ଦେଶରେ ମାଡିଚାଲିଲାଣି ଭୂତାଣୁ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଭାଇରସ । ଦେଶରେ ଏପର୍ଯ୍ୟନ୍ତ ୨୫୪ ଜଣ ସକ୍ରିୟ ମାମଲା ଚିହ୍ନଟ ହୋଇଛନ୍ତି। ଏବେ ଏହି ବିପଦ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ବ୍ୟାପିଛି। ଗତକାଲି ଅର୍ଥାତ୍ ୨୨ ମଇରେ ଦିଲ୍ଲୀ-ଏନସିଆରେ ୩ ଜଣ ସକ୍ରିୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ତିନି ରୋଗୀଙ୍କୁ ଆଇସୋଲେଟ୍ କରାଯାଇଛି। କରୋନା ସଂକ୍ରମିତ ଲୋକଙ୍କୁ ପାଇବା ପରେ, ବିଭାଗ ସମଗ୍ର ଅଞ୍ଚଳରେ ସତର୍କତା ଏବଂ ନଜର ବୃଦ୍ଧି କରିଛି। ଯେଉଁ ରାଜ୍ୟ କିମ୍ବା ଦେଶଗୁଡ଼ିକରେ କରୋନା ସକ୍ରିୟ ଅଛି, ସେଠାରୁ ଯେଉଁ ଲୋକମାନେ ସମ୍ପ୍ରତି ଯାତ୍ରା କରିଛନ୍ତି, ସେମାନଙ୍କୁ ଖୋଜାଯାଉଛି। ତଥାପି, ବର୍ତ୍ତମାନ ପରିସ୍ଥିତି ସ୍ଥିର ଅଛି କିନ୍ତୁ ନିୟନ୍ତ୍ରଣ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ।ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି ଯେ ଯଦି ଥଣ୍ଡା କିମ୍ବା କାଶ…
ମେ ୨୭ ପରିବର୍ତ୍ତେ ୨୬ରେ ସାବିତ୍ରୀ ଛୁଟି । ମେ ୨୬ରେ ସାବିତ୍ରୀ ଅମାବାସ୍ୟା ଛୁଟି ଘୋଷଣା ।୨୬ ତାରିଖରେ ସମସ୍ତ ସରକାରୀ ଅଫିସ୍ ଛୁଟି । ରାଜ୍ୟ ସରକାର ଛୁଟି ବଦଳାଇବା ପାଇଁ ନେଲେ ବଡ଼ ନିଷ୍ପତ୍ତି । ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ । ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଯାଇଛି । ସରକାରଙ୍କ ନିଷ୍ପତ୍ତିକୁ ନେଇ କାର୍ମଚାରୀ ସ୍ୱାଗତ କରିଛନ୍ତି ।
କୁନି ପୁଅକୁ ବିକିଦେଲା ମା’ । ଯାଜପୁରରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।ଯାଜପୁର ଟାଉନ ଥାନା ବଡସୁଆର ପଂଚାୟତ ତୋଟାସାହିର ପ୍ରଶାନ୍ତ ପରିଡ଼ାଙ୍କ ପତ୍ନୀ ପୂଜା ପରିଡା ନିଜ ପୁଅକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ୪ ବର୍ଷ ପୂର୍ବେ ସ୍ବାମୀ ପ୍ରଶାନ୍ତଙ୍କ ସହ ଝଗଡ଼ା କରି ବାପଘରକୁ ଯାଇଥିଲେ ପୂଜା । ଗଲାବେଳେ ସାଙ୍ଗରେ ୩ ବର୍ଷର ପୁଅକୁ ନେଇ ଚାଲିଯାଇଥିଲେ । ହେଲେ ଏବେ ୪ ବର୍ଷ ପରେ ପୁଣି ଫେରିଲା ବେଳକୁ ସାଙ୍ଗରେ ପୁଅକୁ ନେଇ ଆସିନଥିଲେ । ୭ ବର୍ଷର ପୁଅ ସାଇରାମ କୁଆଡେ ଗଲା ପ୍ରଶ୍ନ କରିବାରୁ, ପୁଅକୁ ୧୮୦୦୦ ଟଙ୍କାରେ ବିକିଦେଇଥିବା କହିଥିଲେ ପୂଜା ।ଏ ନେଇ ପରିବାର ଲୋକ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କଲାପରେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଘଟଣା ର ତଦନ୍ତ କରିବାକୁ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ…









