ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ‘ଅପରେସନ୍ ସିନ୍ଦୂର’କୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ବିପୁଳ ସମର୍ଥନ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ୧ ଲକ୍ଷ ୫ ହଜାର ଟଙ୍କା ଦାନ କରିଛନ୍ତି । ଅପରେସନ ସିନ୍ଦୁରର ସଫଳତାକୁ ନେଇ ଦେଶର ସୈନିକ ମାନଙ୍କ ସମ୍ମାନ ଓ ସାହାଯ୍ୟ ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ସେ ଏହି ଦାନ କରିଛନ୍ତି ।ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାବରେ ଅନୁଷ୍ଠିତ ହୋଇଥିଲା।
Author: sanitelevision
କରୋନାର ନୂତନ ଲହରୀ ଯୋଗୁଁ ସାରା ବିଶ୍ୱ ପୁଣି ଥରେ ଭୟଭୀତ । ଏହା ଏକ ଭାଇରସ ଯାହା ଜନଜୀବନକୁ ବ୍ୟାହତ କରୁଛି । JN.1 କରୋନାର ନୂଆ ଭାରିଆଣ୍ଟ ଯୋଗୁ ଭୟରେ ରହିଛନ୍ତି ଲୋକେ । କରୋନାର JN.1 ଭାରିଆଣ୍ଟ ୨୦୨୩ ଅଗଷ୍ଟରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାକୁ ଓମିକ୍ରନର ଏକ ଅଂଶ ବୋଲି ବିବେଚନା କରାଯାଉଛି । BA.2.68 ରୁ ତିଆରି ଓମିକ୍ରନ ଉପ-ଭ୍ୟାରିଆଣ୍ଟ ।ବିଶେଷ କରି କୋଭିଡ-୧୯ ର ନୂଆ ପ୍ରଜାତି ଜେଏନ-୧ ଓ ଏହାର ସବ୍ ଭାରିଆଣ୍ଟ ଏଲଏଫ-୭, ଓ ଏନବି୧.୮ କାରଣରୁ ଏସିଆ ମହାଦେଶର ସିଙ୍ଗାପୁର ଓ ହଂକକଙ୍ଗରେ କରୋନାର ନୂଆ ପ୍ରଜାତି ବୃଦ୍ଧି ପାଇବାରେ ଲାଗିଛି । ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମୁତାବକ ଦେଶରେ ୧୯ ତାରିଖ ସୁଦ୍ଧା ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା କି ଗତ ୧ ବର୍ଷ ମଧ୍ୟରେ ସବୁଠାରୁ…
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ । ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଥିବା ସୂଚନା ।ଜୁନ୍ ୨୩ ଉପନର୍ବାଚନ ନେଇ ଘୋଷଣା ହୋଇଥିଲା । ୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ । ତେବେ ମୌସୁମୀ ଶେଷ ହେଲେ ହେବ ଉପନିର୍ବାଚନ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବାର ଥିଲା ଉପନିର୍ବାଚନ। ଏଥିପାଇଁ ଆସନ୍ତାକାଲି ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ ଉପ ନିର୍ବାଚନ ପାଇଁ ନୋଟିସ ଜାରି ହୋଇଥାନ୍ତା ।
ସାବଧାନ! ଅନ୍ଧାର ରାତିରେ ବୁଲାବୁଲି କରୁଥିଲେ ସତର୍କ ରୁହନ୍ତୁ । ବାହାରେ ସାପଙ୍କ ଚଳପ୍ରଚଳ ଆରମ୍ଭ ହୋଇଗଲାଣି ।ଏବେ ସାପ ଅଣ୍ଡା ଦେବାର ସମୟ । ଖାଦ୍ୟ ଅନ୍ୱେଷଣରେ ଲୋକଙ୍କ ଘରେ ପଶୁଛନ୍ତି । ବିପଦ ଆଶଙ୍କା ମାତ୍ରେ ଦଂଶନ କରୁଛନ୍ତି ।ମେ’ ମାସରୁ ଆରମ୍ଭ ହୋଇଯାଏ ସର୍ପାଘାତ ଭୟ । ବର୍ଷା ଋତୁରେ ସାପ ଅଣ୍ଡା ଦିଅନ୍ତି । ସାପ ଗାତରେ ପାଣି ପଶିଯିବା ଯୋଗୁ ସାପ ବାହାରେ ପ୍ରବଳ ମାତ୍ରାରେ ବୁଲନ୍ତି । ଖାଦ୍ୟ ଅନ୍ୱେଷଣରେ ଘରେ ପଶନ୍ତି । ସାପ ଚଳପ୍ରଚଳ ଯୋଗୁ ଏହି ସମୟରେ ସର୍ପାଘାତ ବୃଦ୍ଧି ପାଉଛି । ଚଳିତ ମାସ ପହିଲାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । ମୁଖ୍ୟତଃ ରାତିରେ ସର୍ପାଘାତର ଶିକାର ହେଉଥିବା ଲୋକଙ୍କ ଜୀବନ ଯିବାର ଆଶଙ୍କା ବଢ଼ିଯାଉଛି ।ଘର ଚାରି ପାଖ ସଫାସୁତୁରା ରଖିବା ସହିତ ସାପ କାମୁଡ଼ିବା ମାତ୍ରେ ଗୁଣିଗାରେଡିକୁ…
ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରୁଛନ୍ତି ସୁରକ୍ଷାକର୍ମୀ। ଏନକାଉଣ୍ଟରରେ ଟପ୍ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ ନେତା ବାସବରାଜ ନିହତ ହୋଇଥିବା ଖବର ମିଳିଛି । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲା ବାସବରାଜ । ତାଙ୍କ ଉପରେ ୧.୫୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଅପରେସନ ରେ ମାଓବାଦୀ ଗୁଳିରେ ଜଣେ ଯବାନ ଗୁରୁତର ହୋଇଛନ୍ତି ।
ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ। କଳା,ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି।ହା ସହିତ ଧନ୍ଦାମୂଳକ ପରୀକ୍ଷାଫଳ ବି ପ୍ରକାଶ ପାଇଛି । ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ପରୀକ୍ଷାରେ ପାସ୍ ହୋଇଛନ୍ତି । ୧୪୨୫୧୨ ଛାତ୍ର ପାସ୍ ହୋଇଛନ୍ତି । ୧୭୬୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏଥର ପାସ୍ ହାର ୮୨.୭୭ ପ୍ରତିଶତ ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ । ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଛି। ପରୀକ୍ଷାର୍ଥୀମାନେ www.result. odisha.gov.in, www.result. digilocker.gov.in ୱେବ୍ସାଇଟ୍ରେ ପରୀକ୍ଷା ଫଳ ଦେଖିପାରିବେ ।
ସାରା ବିଶ୍ୱରେ ଚା’ର ଚାହିଦା ଦେଖିବାକୁ ମିଳେ କିନ୍ତୁ ଭାରତୀୟମାନଙ୍କ ସକାଳର ଆରମ୍ଭ ଚା’ ବିନା ଅଧୁରା । ପ୍ରତିବର୍ଷ ମେ ୨୧ ତାରିଖରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଏ। ଏହି ଦିନଟି ଚା’ ପ୍ରେମୀଙ୍କ ପାଇଁ ବହୁତ ଖାସ୍। ଏହି ଦିନଟି ଚା’ ବାଣିଜ୍ୟ ବୃଦ୍ଧି କରିବା ପାଇଁ ଏହି ଦିବସ ପାଳନ କରାଯାଏ। ଏହି ଦିନଟି ଚା’ ବଗିଚାରେ କାମ କରୁଥିବା ଲୋକ ଏବଂ ଏହି ଶିଳ୍ପ ସହିତ ଜଡିତ ଲୋକଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର। ୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ , ନେପାଳ…
ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ସମ୍ଭାବ୍ୟ ପ୍ରସବ ତାରିଖର (Expected Delivery Date) ତିନି ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ୬ ମାସ ମଧ୍ୟରେ, ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ୱ ଛୁଟି ନେଇପାରିବେ । କିନ୍ତୁ ଜଣେ ମହିଳା ସରକାରୀ କର୍ମଚାରୀ ଯିଏ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥିଲେ, ସେ ସରକାରୀ ସେବାରେ ଯୋଗ ଦେବା ପରେ, ତାଙ୍କର ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ। ତେଣୁ ଏହି କ୍ଷେତ୍ରରେ ମାତୃତ୍ୱ ଛୁଟି ୧୮୦ ଦିନରୁ କମ୍ ହେବ।ଦୁଇଟିରୁ କମ୍ ଜୀବିତ ପିଲା…
ନୂଆ ସରକାର ଆସିବା ପରେ କଲେଜ ନିର୍ବାଚନ ପୁଣି ଆରମ୍ଭ ହେବାକୁ ଯାଉଛି । ତେବେ ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ଏବର୍ଷ କଲେଜ ନିର୍ବାଚନ କରିବାକୁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ତେଣୁ ଦଶହରା ପୂର୍ବରୁ ପାଠପଢ଼ା ସାରିବାକୁ ପଡିବ। ସେଥିପାଇଁ ଆଗୁଆ ଆବେଦନ ହୋଇଛି । ସେନେଇ ଗ୍ରିନ୍ ସିଗନାଲ୍ ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଛାତ୍ରସଂଘ ନିର୍ବାଚନ ଗତ ୬ ବର୍ଷରୁ ଅଧିକ ଦିନ ଧରି ବନ୍ଦ ଥିଲା । ପୂର୍ବରୁ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କଲେଜ ନିର୍ବାଚନ ନେଇ ଘୋଷଣା କରିଥିଲେ ।ଏଣୁ ସଠୁକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି ।
ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ତେଜରାତି ଦୋକାନ କରିଥିବା ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ବାପା ଏବେ କୋଟିପତି । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରା ଗିରଫ ହେବାପରେ ପୁରୀର ୟୁଟ୍ୟୁବର୍ ପ୍ରିୟଙ୍କା ପୁଲିସ ସ୍କାନରକୁ ଆସିଛନ୍ତି । ପୁଲିସର ଏକ ଟିମ୍ ପ୍ରିୟଙ୍କାଙ୍କ ଘରକୁ ଯାଇ ଘନ ଘନ ପଚରାଉଚରା କରି ଜେରା କରୁଛି । ପୁଲିସ ପ୍ରିୟଙ୍କା ସମେତ ତାଙ୍କ ବାପା ରାଜକିଶୋର ସେନାପତି ଓ ଅନ୍ୟମାନଙ୍କୁ ମଧ୍ୟ ଜେରା କରୁଛି । ତେବେ ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ ଥିଲା ବେଶ୍ ନିବିଡ଼। ଏକାଠି ବୁଲୁଥିଲେ ଏବଂ ହୋଟେଲରେ ରହୁଥିଲେ। ଏପରିକି ଦୁହେଁ ପାକିସ୍ତାନ ମିଶିକି ମଧ୍ୟ ଯାଇଥିଲେ। ଝିଅ…









