ମ ବସକୁ ନେଇ ଆସୁଛି ବଡ଼ ଖବର । ଏବେ କ୍ୟାପିଟାଲ୍ ହସ୍ପିଟାଲରୁ ଏସସିବି ମେଡିକାଲକୁ ଗଡିବ ଆମ ବସ୍ ।ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆରୁଟ୍। ଆଉ ଯାତାୟତ ପାଇଁ ହନ୍ତସନ୍ତ ହେବେନି ରୋଗୀଙ୍କ ପରିବାର। ଏହି ରୁଟ୍ ସମେତ ଅନ୍ୟ ନୂଆ ରୁଟରେ ମଧ୍ୟ ଇ-ବସ୍ ଚାଲିବ। ଇତ୍ୟ ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି , ଖୁବଶୀଘ୍ର ରାଜ୍ୟର ୮ଟି ସହରରେ ଆମ ବସ୍ ସେବା ଆରମ୍ଭ ହେବ ଏବଂ କେନ୍ଦ୍ର ସରକାର ଓଡିଶାକୁ ୪୦୦ ଇ-ବସ୍ ଯୋଗାଇବେ । ତେବେ ବସ୍ ଦୁର୍ଘଟଣା କମାଇବା ପାଇଁ ଅନେକ ପଦକ୍ଷେପ ନିଆଯିବା ସହ ଆମ ବସ୍ ଭିତରେ ଦୁଇଟି ସିସିଟିଭି କ୍ୟାମେରା ବି ଲଗାଯାଇଥିବା କଥା କହିଛନ୍ତି ମନ୍ତ୍ରୀ ।ରାଜ୍ୟ ସରକାର ଜନସାଧାରଣଙ୍କ ଯାତାୟତର ସୁବିଧା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
Author: sanitelevision
ରେଳ ଷ୍ଟେସନରେ ଛେପ ଓ ଆବର୍ଜନା ପକାଉଥିଲେ ହୋଇଯାଆନ୍ତୁ ସାବଧାନ ! ଫାଇନ କାଟିବ ରେଳବାଇ । ଭୁବନେଶ୍ବର ଷ୍ଟେସନରେ ଛେପ ପକାଇବା ଓ ଆବର୍ଜନା ପକାଇ ଜୋରିମାନା ଗଣିଛନ୍ତି 581 ଜଣ । ମାର୍ଚ୍ଚ ମାସରେ ଆଦାୟ ହୋଇଛି ୧ ଲକ୍ଷ ୧୭ ହଜାର ୧୦୦ ଟଙ୍କା ଜୋରିମାନା । ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ଜନସମ୍ପର୍କ ଅଧିକାରୀ ।ଅଳିଆ ପକାଇବା ଏବଂ ଛେପ ପକାଇବାର ସମସ୍ୟାକୁ ଦୂର କରିବା ପାଇଁ ଚାଲିଥିବା ପ୍ରୟାସର ଅଂଶ ସ୍ୱରୂପ, ପରିଷ୍କାର ପରିଚ୍ଛନ୍ନତା ନିୟମାବଳୀ ଲାଗୁ କରିବା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ଗଠନ କରାଯାଇଛି । ଏହି କାର୍ଯ୍ୟ ବାହିନୀ ଷ୍ଟେସନ ପରିଚାଳକ, ଟିକେଟ୍ ସଂଗ୍ରହକାରୀ, ରେଳ ସୁରକ୍ଷା ବାହିନୀ (RPF), ବାଣିଜ୍ୟିକ ଏବଂ ପରିଚାଳନା ବିଭାଗର ଅଧିକାରୀଙ୍କ ସହ ମିଶି କାର୍ଯ୍ୟ କରୁଛି ।
ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ଏକ ବିଦ୍ୟାଳୟରେ ଅଜବ ଶିକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମାତ୍ର ୫ ଶହ ମିଟର ଦୁରରେ ଥିବା ସରକାରୀ ବେଙ୍ଗଲୀ ପ୍ରାଥମିକ ବିଦ୍ୟାଳୟରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳୁଆ ସ୍କୁଲ ହୋଇଥିବାରୁ ପିଲାମାନେ ଭୋର ସକାଳୁ ନିଜର ନିତ୍ୟକର୍ମ ସାରି ସ୍କୁଲ ମୁହାଁ ହୋଇଥିଲେ। ଏହି ବିଦ୍ୟାଳୟରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପିଲା ସ୍କୁଲ ଆସି ଶିକ୍ଷକଙ୍କୁ ଅପେକ୍ଷା କରି ରହିଥିଲେ । ସାଢେ ସାତଟା ପର୍ଯ୍ୟନ୍ତ କୌଣସି ଶିକ୍ଷକଙ୍କର ଦେଖା ମିଳିନଥିଲା । ପ୍ରତ୍ୟେକ ବିଦ୍ୟାଳୟ ସାଢ଼େ ୬ଟାରେ ଖୋଲା ହୋଇ ସାଢେ ଦଶଟାରେ ବନ୍ଦ ହେବା କଥା। କିନ୍ତୁ ଏଠାରେ ସାଢେ ସାତଟା ପର୍ଯ୍ୟନ୍ତ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ଦେଖା ମିଳିନଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି।…
ଆସନ୍ତା ୫ ତାରିଖରେ ଏକାମ୍ର କ୍ଷେତ୍ରରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ମହାପ୍ରଭୁ ଲିଙ୍ଗରାଜ ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣା ରଥରେ ବିଜେ ହୋଇ ମାଉସୀ ଘରକୁ ଯାତ୍ରା କରିବେ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ମରିଚିକୁଣ୍ଡରୁ ପ୍ରଥମ କଳସ ପାଣି ଆସିବା ପରେ ରଥ ପ୍ରତିଷ୍ଠା ଆରମ୍ଭ ହେବ । ସେହିପରି ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମଧ୍ୟରାତ୍ରିରୁ ମରିଚି କୁଣ୍ଡ ପାଣି ନିଲାମ ହେବ। ବଡ଼ୁ ନିଯୋଗ ପକ୍ଷରୁ ଏହି ନିଲାମ କରାଯିବ। ଶନିବାର ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରଥ ନିର୍ମାଣରେ ବ୍ୟସ୍ତ ମହାରଣା, କୁମ୍ଭାର ଓ ବେହେରା ସେବାୟତ । ଧାର୍ଯ୍ୟ ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ କାର୍ଯ୍ୟ ଶେଷ ହେଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏହାକୁ ହସ୍ତାନ୍ତର…
ବିଶ୍ବ ବଜାରରେ ଅସ୍ଥିରତା ଓ ଅନିଶ୍ଚତତା ମଧ୍ୟରେ ସୁନାର ଚମକ ବଢ଼ିଚାଲିଛି । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୯୩ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୫ ହଜାର ୬୦୦ ଟଙ୍କାକୁ ପହଞ୍ଚିଛି ।ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୩ ହଜାର ୩୮୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୫, ୬୦୦ ଟଙ୍କା ଛୁଇଁଛି । ଆମେରିକାର ପ୍ରଖ୍ୟାତ ଆର୍ଥିକ ବିଶ୍ଳେଷଣ ସଂସ୍ଥା ମର୍ଣ୍ଣିଂଷ୍ଟାରର ରଣନୀତିଜ୍ଞ ଜନ୍ ମିଲ୍ସ ଦାବି କରିଛନ୍ତି ଯେ ସୁନାର ମୂଲ୍ୟ ଖୁବ ଶୀଘ୍ର ତଳକୁ ଖସିବ ଏବଂ ଏହାର ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କା ହୋଇଯିବ। ଏହି ଆକଳନ ଅନୁଯାୟୀ, ବିଶ୍ୱ ବଜାରରେ ସୁନାର ମୂଲ୍ୟ…
ଢ଼େଙ୍କାନାଳରେ ଅଭାବନୀୟ ଘଟଣା । ଶିକାର ଭାବି ସାଙ୍ଗକୁ ଗୁଳିଗଲା ସାଙ୍ଗ । ବାରହା ଶିକାର ପାଇଁ ଯାଇଥିବା ବେଳେ ଭୁଲବଶତଃ ସାଙ୍ଗକୁ ଗୁଳି । ମୃତକ ହେଲେ ବାବୁଲା ନାଏକ ।ଗୁରୁବାର ରାତିରେ ରାସୋଳ ଥାନା କଦଳୀପାଳ ମାନପୁର ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ ସନ୍ତୋଷ ନାୟକ, ନରେଶ ସ୍ଵାଇଁ, ବାବୁଲା ନାୟକ ଓ ପ୍ରଶାନ୍ତ ନାୟକ ।ଜଙ୍ଗଲରେ ଶିକାର ଖୋଜୁ ଖୋଜୁ ପ୍ରଶାନ୍ତ ଗୁଳିରେ ଟଳି ପଡ଼ିଥିଲେ ବାବୁଲା । ଗୁଳିମାଡ଼ରେ ବାବୁଲା ନିହତ ପରେ ୩ ଜଣ ସାଙ୍ଗ ମୃତଦେହକୁ କାନପୁର ଗାଁ ନିକଟ କାଜୁ ଜଙ୍ଗଲରେ ଲୁଚାଇ ଦେଇଥିଲେ । ପରେ ରାତି ପ୍ରାୟ ୧୨ଟାରେ ଯାଇ ବାବୁଲାଙ୍କ ସ୍ତ୍ରୀଙ୍କୁ ମୃତ୍ୟୁ ଖବର ଦେଇଥିଲେ । ଏନେଇ ଗାଁ ଲୋକଙ୍କୁ ଜଣାଇଥିଲେ ବାବୁଲାଙ୍କ ପତ୍ନୀ । ଗାଁ ଲୋକ ରାସୋଳ ଥାନାରେ ଗୁଳିମାଡ଼ରେ ମୃତ୍ୟୁ ନେଇ ଏତଲା ଦେଇଥିଲେ । ଆଉ ବିଳମ୍ବିତ ରାତି ପ୍ରାୟ…
ନବଜାତ ଯାଆଁଳା ଶିଶୁ କନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି।ପ୍ରସୂତୀଙ୍କୁ ନେବା ବେଳେ ଫାଟିଲା ଅକ୍ସିଜେନ୍ ସିଲିଣ୍ଡର। ଏମସିଏଚ ପରିସରରେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ। ୨ ଯାଆଁଳା ଶିଶୁ ସହ ମା’ ସୁରକ୍ଷିତ ଥିବା ବେଳେ ୨ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଯାଇଛି। ମାଆ ଓ ଯାଆଁଳା ଶିଶୁକନ୍ୟା ସୁରକ୍ଷିତ ଥିବାବେଳେ ଜେଜେମାଆ ଦୁତୀୟ ଭୋଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସ ।
୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍ଫ (ସଂଶୋଧନ) ବିଲ୍, ୨୦୨୫କୁ ସଂସଦରେ ପାରିତ କରାଇବାରେ ସଫଳ ହେବା ଏହାକୁ ପ୍ରମାଣିତ କରିଛି। ଲୋକସଭା ପରେ ରାଜ୍ୟସଭାରେ ୱାକଫ ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ଏଥିସହ ୱାକଫ୍ ଏବେ ଆଇନରେ ପରିଣତ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ। ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଓ୍ବକ୍ଫ (ସଂଶୋଧନ) ବିଧେୟକ, ୨୦୨୫ ମୁସଲମାନମାନଙ୍କ ଅଧିକାରଗୁଡ଼ିକୁ ଛଡ଼ାଇନେବ ବୋଲି ବିରୋଧୀ ଆଣୁଥିବା ଅଭିଯୋଗକୁ ଗୁରୁବାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଖଣ୍ଡନ କରିିଥିଲେ। ଲୋକ ସଭାରେ ଓ୍ବକ୍ଫ (ସଂଶୋଧନ)…
କାଳବୈଶାଖୀ ପ୍ରଭାବରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୨ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ମାତ୍ର ଦୁଇଦିନ ପରେ ତାତି ପୁଣି ବଢ଼ିବ,ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨୪ଘଣ୍ଟାରେ ଅଧା ଓଡ଼ିଶାରେ କାଳବୈଶାଖୀ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଓ କୁଆପଥର ସହ ୪୦ରୁ ୫୦କିଲୋମିଟର ବେଗରେ ବହିବ ପବନ । ଆଗାମୀ ୩ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିବା ସହ ରାଜ୍ୟରେ ଆଗାମୀ ୬ ତାରିଖ ଯାଏଁ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।ଅନ୍ୟପଟେ ୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହ ପୁଣିଥରେ ତାପମାତ୍ରା ବଢିବ। ୭ ତାରିଖ ବେଳକୁ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ…
ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଇଛନ୍ତି ସରକାର । ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି ବିତାଇବେ। ଜିଲ୍ଲା ଗସ୍ତ ବେଳେ ସଚିବମାନେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ, ସେତୁବନ୍ଧ ଯୋଜନା, ପଞ୍ଚସଖା ଶିକ୍ଷା ସେତୁ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ ଭଳି ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ। ତା ସହ ଆଦିବାସୀ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସହ ସଚିବମାନେ ଆଲୋଚନା କରିବେ।









