ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି । ଏହି କମିଟିରେ SC/ST ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ। SC/ST ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ। ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ। ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ, ସରକାର ଏହି ଜମିକୁ କିଣିବେ। ୨ରୁ ୩ ବର୍ଷ ସରକାର ଏହାକୁ ସୁରକ୍ଷିତ ରଖିବେ, ଜମି ମାଲିକ ଚାହିଁଲେ ଏହାକୁ ପୁଣି ନେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।କିନ୍ତୁ ଯଦି ଜମି…
Author: sanitelevision
ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏବଂ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC)ର ବର୍ତ୍ତମାନ ସଦସ୍ୟ ସୁଧାକର ବୁର୍ଗୀଙ୍କୁ OSSCର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ପୂର୍ବତନ ଡିଜିପି ଅଭୟଙ୍କ ଓଏସଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ପରେ ସୁଧାକର ବୁର୍ଗିଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇବେ ବୁର୍ଗି।
ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାଠାରୁ ପ୍ରାୟ ୫୦ ମିଟର ଦୂର ଏନ୍ଏସି ଚେକ୍ ଗେଟ୍ ନିକଟରେ ପୋଲିସ ପରିଚୟ ଦେଇ ୨ ଯୁବକଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ଦୁଇଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ୨୦ ତାରିଖ ସକାଳେ ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରୁ ଏହି ଦୁଇ ଲୁଟେରା ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ଟଙ୍କା ଲୁଟ୍ କରିନେବା ଅଭିଯୋଗ ହୋଇଥିଲା। ମୋହନାରୁ ବ୍ରହ୍ମପୁର ଅଭିମୁଖେ ସ୍କୁଟିରେ ଯୁବକ ଜଣକ ଏକ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ଦୁଇ ଜଣ ଠକ ପୋଲିସ ପରିଚୟ ଦେଇ ସମ୍ପୃକ୍ତ ଯୁବକକୁ ଅଟକାଇ ଧରିଥିବା ଏକ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ପରେ ଥାନାକୁ ଚାଲ ବୋଲି କହି ଉଭୟଙ୍କୁ…
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନରେଦ୍ରପୁର ଗାଁର ମୋନାଲି । ଜନ୍ମ ବେଳୁ ମୋନାଲିଙ୍କର ଗୋଟିଏ ଗୋଡ଼ ନ ଥିଲା । କିନ୍ତୁ ମାଆ-ବାପା ତାଙ୍କର ୬ ମାସରୁ ହିଁ ଓଲଟପୁର ଆଣି କୃତ୍ରିମ ଗୋଡ଼ ଲଗାଇ ଦେଇଥିଲେ । ୬ ମାସରୁ ୨୬ ବର୍ଷ ହେଲା ଏହି କୃତ୍ରିମ ଗୋଡ଼ ସହ ସଂଘର୍ଷ କରି ଜୀବନକୁ ଲଢ଼ିବା ଶିଖାଇ ଦେଇଛନ୍ତି ।ଶାରୀରିକ ଅକ୍ଷମତା କେବେ ତାଙ୍କ ମନ ବଳକୁ ଭାଙ୍ଗି ପାରିନି । ଗୋଡ ନଥିଲେ ମଧ୍ୟ କୁତ୍ରିମ ଗୋଡରେ ପାଣିକୁ ଓଲ୍ହାଇ ନିଜର ପାରଙ୍ଗମତାର ପ୍ରମାଣ ଦେଇଥାନ୍ତି । ପିଲାଟି ବେଳୁ ଡାହାଣ ଗୋଡର ଆଣ୍ଠୁ ପାଖରୁ ନାହିଁ ଓ ଅନ୍ୟ ଗୋଡର ଆଙ୍ଗୁଠି ସବୁ ଛୋଟ । ହେଲେ ସେସବୁକୁ ଖାତିର ନକରି ସନ୍ତରଣରେ ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । କେବଳ ସନ୍ତରଣ ନୁହେଁ ପାଦ ନ ଥାଇ ବି କୃତ୍ରିମ ଗୋଡ଼ରେ ସେ…
ଭିଜିଲାନ୍ସ ଜାଲରେ ତିଗିରିଆ ଥାନାର ଏଏସଆଇ ପ୍ରଦୀପ କୁମାର ବେହେରା। ଏକ ଫୌଜଦାରୀ ମାମଲାର ରଫାଦଫା ନିମନ୍ତେ 5000 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ। କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ୫ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା। ଆଗରୁ ମଧ୍ୟ ଏଭଳି ଘଟଣା ତିଗିରିଆ ଥାନାରେ ହେଉଥିବା ଅଭିଯୋଗ ହୋଇ ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ଏଭଳି ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହାର ଆଧାରରେ ଭିଜିଲାନ୍ସ ଆଜି ଥାନା ଏଏସଆଇଙ୍କୁ ରେଡ ହ୍ୟାଣ୍ଡରେ ଧରିଛି।
ପହଲଗାମ ଘଟଣାକୁ ପୂରିଲା ମାସେ । ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ରଚିଥିଲେ ବର୍ବରକାଣ୍ଡ । ଆତଙ୍କୀଙ୍କ ଆକ୍ରମଣରେ ଲିଭିଯାଇଥିଲା ୨୬ ଜଣଙ୍କ ଜୀବନ ଦୀପ । ଆଉ ପହଲଗାମ୍ ହମଲା ସାରା ବିଶ୍ବକୁ ଦୋହଲାଇ ଦେଇଥିଲା । । ୪ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ପ୍ରଥମେ ଧର୍ମ ପଚାରିବା ପରେ ଗୁଳି କରିଥିଲେ । ବିଶେଷକରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ହତ୍ୟା କରାଯାଇଥିଲା । ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁକାଶ୍ମୀରର ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କର ଏହି ଆତଙ୍କୀ ଆକ୍ରମଣରେ ଜୀବନ ଯାଇଥିଲା । ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ଟିଆରଏଫ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ତେବେ ୟା ଭିତରେ ସେହି ଅମଙ୍ଗଳ ମଙ୍ଗଳବାରକୁ ୩୦ ଦିନ ପୂରିଥିବା ବେଳେ ଆତଙ୍କୀଙ୍କୁ ନିପାତ କରିବାକୁ ମେ ୬ ମଧ୍ୟରାତ୍ରିରେ ବଡ…
ରାଜ୍ୟରେ ପ୍ରଥମ ଥର ପାଇଁ ପୁରୀ ଜିଲ୍ଲା ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡିଜିଟାଲ ହେଲ୍ଥ ଏଟିଏମ୍ ର ହେଲା ଶୁଭାରମ୍ଭ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅତ୍ୟାଧୁନିକ ସ୍ୱୟଂ ଡିଜିଟାଲ ହେଲ୍ଥ ATMକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଏହି ଏଟିଏମ ସ୍ୱୟମ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ଥାପନ କରାଯାଇଛି। ଏହି ହେଲଥ ଏଟିଏମ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ଵରିତ, ଶସ୍ତା ଓ ସଠିକ ନିଦାନ ସେବା ପାଇପାରିବେ। ଏହି ହେଲଥ ଏଟିଏମ ରାଜ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।ଲୋକେ ଏହି ମେଶିନରେ ଟିପ ରଖିଲେ ସେମାନଙ୍କ ହାର୍ଟ,ଡାଇବେଟିସ, କୋଲେଷ୍ଟ୍ରୋଲ, ରକ୍ତଚାପ, ଇସିଜି ସମେତ ବିଭିନ୍ନ ରୋଗର ପରୀକ୍ଷା ସହିତ ପ୍ରେସକ୍ରିପସନ୍ ମଧ୍ୟ ବାହାରି ପାରିବ ।ଏହା ଫଳରେ ସାଧାରଣ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହଜରେ ହୋଇପାରିବ । ଏହି ମେସିନ ସ୍ଥାପନ ଦ୍ୱାରା ନିମାପଡାର…
ହିସାର ପୋଲିସ ଆଜି ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଜିଲ୍ଲା କୋର୍ଟରେ ହାଜର କରିବ। ଜ୍ୟୋତିଙ୍କ ପାଞ୍ଚ ଦିନିଆ ରିମାଣ୍ଡ ଆଜି ଶେଷ ହେଉଛି। ଏବେ ଦେଖିବାକୁ ବାକି ରହିଲା ଯେ କୋର୍ଟ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଅଭିଯୁକ୍ତ ଜ୍ୟୋତିଙ୍କୁ ନ୍ୟାୟିକ ହେପାଜତକୁ ପଠାଇବେ ନା ପୋଲିସ ପୁଣି ଥରେ ତାଙ୍କ ରିମାଣ୍ଡ ପାଇଁ ଆବେଦନ କରିବେ। ତେବେ ଜ୍ୟୋତି ମାଲହୋତ୍ରାଙ୍କ ବାପାଙ୍କ ଅନୁଯାୟୀ, ଗିରଫଦାରୀ ସମୟରେ, ତଦନ୍ତକାରୀ ସଂସ୍ଥା ଦଳ ସେମାନଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ମୋବାଇଲ ଫୋନ ଏବଂ ଲାପଟପ ଭଳି କିଛି ଇଲେକ୍ଟ୍ରୋନିକ ଉପକରଣ ଜବତ କରିଥିଲା। ଏହି ଡିଭାଇସଗୁଡ଼ିକରେ କୌଣସି ସମ୍ବେଦନଶୀଳ ସୂଚନା ଆଦାନପ୍ରଦାନ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଫରେନସିକ ତଦନ୍ତ କରାଯାଉଛି।ପୋଲିସର କହିବା ଅନୁଯାୟୀ, ବର୍ତ୍ତମାନ ଜ୍ୟୋତିଙ୍କର କୌଣସି ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବାର କୌଣସି ପ୍ରମାଣ ମିଳିନାହିଁ। ସେ ନିଶ୍ଚିତ ଭାବରେ ପାକିସ୍ତାନ ଅପରେଟିଭ୍…
ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସନ୍ଧ୍ୟାରେ ଲଘୁଚାପ ରୂପ ନେଇଛି । ଏହାର ପ୍ରଭାବରେ ପଶ୍ଚିମ ଉପକୂଳ ଗୁଜରାଟ, ଗୋଆ, କର୍ଣ୍ଣାଟକ ଏବଂ କେରଳରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ, ଆହୁରି ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।ବଙ୍ଗୋପସାଗରରୁ ବାଦଲ ଖଣ୍ଡ ସ୍ଥଳଭାଗକୁ ଆସିଛି। ଫଳସ୍ବରୂପ ସକାଳୁ ସକାଳୁ ଆକାଶରେ କଳାହାଣ୍ଡିଆ ମେଘଖଣ୍ଡ ଦେଖିବାକୁ ମିଳିଥିଲା। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବାରୁ ସର୍ବାଧିକ ତାପମାତ୍ରା ପ୍ରାୟ ଅଞ୍ଚଳରେ କମିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ସମ୍ବଲପୁରରେ ୪୧.୨ ଡିଗ୍ରୀ ଥିବାବେଳେ ବୌଦ୍ଧରେ ୪୦.୨ଡିଗ୍ରୀ ରେକର୍ଡ ହୋଇଛି।ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ପାଇଁ ଚେତାବନୀ ଦିଆଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଗଜପତି,…
ଓଡ଼ିଶାକୁ ପୁଣି ଫେରିଲା କି କରୋନା ? ଭୁବନେଶ୍ୱରରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଫେରିବା ପରେ କୋଭିଡ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭ କୋଭିଡ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।









